ଭାରତୀୟ ରିଜର୍ଭ ବ୍ୟାଙ୍କର ଦୁଇଟି ଅଭିନବ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 12th, 11:01 am
ନମସ୍କାର ଆଜ୍ଞା, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହାଶୟା, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ମହାଶୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ, କରୋନାର ଏହି ଆହ୍ୱାନପୂର୍ଣ୍ଣ ସମୟରେ ଦେଶର ଅର୍ଥ ମନ୍ତ୍ରଣାଳୟ, ଆରବିଆଇ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଗୁଡିକ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଅମୃତ ମହୋତ୍ସବର ଏହି କାଳଖଣ୍ଡରେ, ଏକବିଂଶ ଶତାବ୍ଦୀର ଏହି ଗୁରୁତ୍ୱପୂର୍ଣ୍ଣ ଦଶକ ଦେଶର ବିକାଶ ପ।ଇଁ ବହୁତ ଗୁରୁତ୍ୱ ରଖୁଛି । ଏଭଳି ସମୟରେ ଆରବିଆଇର ଭୂମିକା ମଧ୍ୟ ହେଉଛି ବହୁତ ବଡ଼ ଗୁରୁତ୍ବପୂର୍ଣ୍ଣ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଟିମ୍ ଆରବିଆଇ, ଦେଶର ଆଶା ଆକାଂକ୍ଷା ଆଗରେ ସଠିକ୍ ପ୍ରମାଣିତ ହେବ।ଆରବିଆଇର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
November 12th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଦୁଇଟି ଯୋଜନା ହେଲା- ରିଟେଲ୍ ଡାଇରେକ୍ଟ ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଲୋକପାଳ ଯୋଜନା। ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନା ଦୁଇଟିର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।