The bond between India & Guyana is of soil, of sweat, of hard work: PM Modi

November 21st, 08:00 pm

Prime Minister Shri Narendra Modi addressed the National Assembly of the Parliament of Guyana today. He is the first Indian Prime Minister to do so. A special session of the Parliament was convened by Hon’ble Speaker Mr. Manzoor Nadir for the address.

ଗୁୟାନାର ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

November 21st, 07:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନା ସଂସଦର ଜାତୀୟ ଆସେମ୍ବଲିକୁ ସମ୍ବୋଧିତ କରିଛନ୍ତି । ଏପରି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ଅଭିଭାଷଣ ପାଇଁ ମାନ୍ୟବର ବାଚସ୍ପତି ମଞ୍ଜୁର ନାଦିର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ।

ଜି-୨ଠ ଦେଶର ଶକ୍ତି ମନ୍ତ୍ରୀମାନଙ୍କ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ

July 22nd, 10:00 am

ଛୋଟ ପଦକ୍ଷେପଗୁଡ଼ିକ ବଡ଼ ଫଳାଫଳ ଦେଇଥାଏ । ୨୦୧୫ ମସିହାରେ ଆମେ ଏଲଇଡି ଲାଇଟ ବ୍ୟବହାର ପାଇଁ ଯୋଜନା ଆରମ୍ଭ କରିବା ପାଇଁ ଏକ ଛୋଟ ଆନ୍ଦୋଳନ ଆରମ୍ଭ କରିଥିଲୁ । ଏହା ଆମକୁ ବାର୍ଷିକ ୪୫ ବିଲିଅନ ୟୁନିଟ୍ ଶକ୍ତି ସଞ୍ଚୟ କରି ବିଶ୍ୱର ସର୍ବବୃହତ୍ ଏଲଇଡି ବିତରଣ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଆମେ ବିଶ୍ୱର ସବୁଠାରୁ ବଡ଼ କୃଷି ପମ୍ପ ସୌରୀକରଣ ପଦକ୍ଷେପ ମଧ୍ୟ ଆରମ୍ଭ କରିଛୁ । ୨୦୩୦ ସୁଦ୍ଧା ଭାରତର ବୈଦ୍ୟୁତିକ ଯାନ ବାର୍ଷିକ ୧୦ ନିୟୁତ ବ୍ରିକ୍ରିରେ ପହଞ୍ଚôବ ବୋଲି ଆଶା କରାଯାଉଛି । ଆମେ ଚଳିତ ବର୍ଷ ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲର ଶୁଭାରମ୍ଭ କରିଛୁ । ଆମେ ୨୦୨୫ ସୁଦ୍ଧା ସମଗ୍ର ଦେଶକୁ ଏହି ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛୁ । ଭାରତକୁ ଏକ କାର୍ବନ ନିରପେକ୍ଷ ଶକ୍ତିର ଗନ୍ତବ୍ୟସ୍ଥଳ କରିବା ପାଇଁ ବିକଳ୍ପ ଭାବରେ ଆମେ ଗ୍ରୀନ ହାଇଡ୍ରୋଜେନ ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛୁ । ସବୁଜ ହାଇଡ୍ରୋଜେନ ଏବଂ ଏହାର ଉପ-ଉତ୍ପାଦନ (ଡେରିଭେଟିବ)ର ଉତ୍ପାଦନ, ଉପଯୋଗ ଏବଂ ରପ୍ତାନୀ ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଆମର ଶିକ୍ଷାକୁ ବାଣ୍ଟିବାକୁ ନେଇ ଖୁସୀ ଅଛୁ ।

ଜି୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

July 22nd, 09:48 am

ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଯଦିଓ ଶକ୍ତି ରୂପାନ୍ତରଣ ପାଇଁ ପ୍ରତ୍ୟେକ ଦେଶର ଭିନ୍ନ ବାସ୍ତବତା ଏବଂ ଲକ୍ଷ୍ୟ ଅଛି, ତଥାପି ସେ ଦୃଢ ଭାବରେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ ଦେଶର ଲକ୍ଷ୍ୟ ସମାନ । ସବୁଜ ଅଭିବୃଦ୍ଧି ଏବଂ ଶକ୍ତି ରୂପାନ୍ତରଣରେ ଭାରତର ପ୍ରୟାସ ଉପରେ ଆଲୋକପାତ କରି ସେ ଦର୍ଶାଇଛନ୍ତି ଯେ ଭାରତ ହେଉଛି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଏବଂ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ତଥାପି ଏହାର ଜଳବାୟୁ ପ୍ରତିଶ୍ରୁତି ପୂରଣ ଆଡକୁ ଦୃଢ ଭାବରେ ଗତି କରୁଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ନଅ ବର୍ଷ ପୂର୍ବରୁ ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ କ୍ଷମତା ଲକ୍ଷ୍ୟ ହାସଲ କରିଛି ଏବଂ ନିଜ ପାଇଁ ଏକ ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛି । ୨୦୩୦ ସୁଦ୍ଧା ଦେଶ ୫୦ ପ୍ରତିଶତ ଅଣ-ଜୀବାଶ୍ମ ସ୍ଥାପିତ ଶକ୍ତି କ୍ଷମତା ହାସଲ କରିବାକୁ ଯୋଜନା କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସୌର ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତ ମଧ୍ୟ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଅଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାର୍ଯ୍ୟ ଗୋଷ୍ଠିର ଅତିଥିମାନଙ୍କ ପାଇଁ ପାଭଗଡ ସୋଲାର ପାର୍କ ଏବଂ ମୋଧେରା ସୌର ଗ୍ରାମ ପରିଦର୍ଶନ କରି ସ୍ୱଚ୍ଛ ଶକ୍ତି ପ୍ରତି ଭାରତର ପ୍ରତିବଦ୍ଧତାର ସ୍ତର ଏବଂ ଲକ୍ଷ୍ୟ ଦେଖିବାର ସୁଯୋଗ ମିଳିଲା ।

ଜି-20 ପର୍ଯ୍ୟଟନ ମନ୍ତ୍ରୀଙ୍କ ବୈଠକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

June 21st, 03:00 pm

ମୁଁ ଆପଣ ସମସ୍ତଙ୍କୁ ଅବିଶ୍ୱସନୀୟ ଭାରତକୁ ସ୍ୱାଗତ କରୁଛି ! ପର୍ଯ୍ୟଟନ ମନ୍ତ୍ରୀ ଭାବରେ, ବୈଶ୍ବିକ ସ୍ତରରେ ଦୁଇ ଟ୍ରିଲିୟନ ଡଲାରରୁ ଅଧିକ ଏକ ବ୍ୟାପକ କ୍ଷେତ୍ରର ପରିଚାଳନା କରୁଥିବାବେଳେ, ଆପଣମାନେ ନିଜେ ପର୍ଯ୍ୟଟକ ହେବାର ସୁଯୋଗ ପାଇବା ଏକ ବିରଳ ଘଟଣା। କିନ୍ତୁ, ଆପଣମାନେ ଗୋଆରେ ଅଛନ୍ତି – ଯାହା ହେଉଛି ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ। ତେଣୁ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଗୋଆର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକ ଦିଗକୁ ଅନୁସନ୍ଧାନ କରିବା ବିଷୟରେ ଆପଣମାନେ ଗମ୍ଭୀର ଆଲୋଚନାରୁ କିଛି ସମୟ ବାହାର କରନ୍ତୁ !

ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 21st, 02:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ଜରିଆରେ ଗୋଆରେ ଅନୁଷ୍ଠିତ ହେଉଥିବା ଜି-୨୦ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକକୁ ସମ୍ବୋଧିତ କରିଛନ୍ତି ।

ନୂଆଦିଲ୍ଲୀରେ ବୈଶ୍ୱିକ ମିଲେଟସ୍ (ଶ୍ରୀଅନ୍ନ) ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

March 18th, 02:43 pm

ଆଜିର ଏହି ସମ୍ମିଳନୀରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମହୋଦୟ, ମନସୁଖ ମାଣ୍ଡବ୍ୟ ମହୋଦୟ, ପିୟୁଷ ଗୋୟଲ ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ! ବିଦେଶରୁ ଆସିଥିବା କେତେକ ମନ୍ତ୍ରୀଗଣ, ଗୁୟାନା, ମାଳଦ୍ୱୀପ, ମରିସସ୍‌, ଶ୍ରୀଲଙ୍କା, ସୁଦାନ, ସୁରିନାମ ଏବଂ ଗାମ୍ବିୟାର ସମସ୍ତ ମାନନୀୟ ମନ୍ତ୍ରୀଗଣ, ବିଶ୍ୱର ବିଭିନ୍ନ ଭାଗରୁ କୃଷି, ପୋଷଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞ, ବିିଭିନ୍ନ ଏଫପିଓ ଏବଂ ଷ୍ଟାର୍ଟ ଅପଗୁଡିକର ଯୁବା ସାଥୀ, ଦେଶର କୋଣ ଅନୁକୋଣରୁ ଯୋଡି ହୋଇଥିବା ଲକ୍ଷ ଲକ୍ଷ କୃଷକ, ଅନ୍ୟ ମହାନ ବ୍ୟକ୍ତିବିଶେଷ , ଭାଇ ଓ ଭଉଣୀମାନେ,

ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 18th, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନମାନ ଆୟୋଜନ କରାଯିବ । ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା; ଶ୍ରୀ ଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ; ଶ୍ରୀ ଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ; ବଜାର ସୁବିଧା; ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।

ଜି-20 ର ବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 02nd, 09:38 am

ଜି -20 ବୈଦେଶିକ ମନ୍ତ୍ରୀ ବୈଠକ ଅବସରରେ ମୁଁ ଆପଣମାନଙ୍କୁ ଭାରତକୁ ସ୍ୱାଗତ କରୁଛି। ଭାରତ ଏହାର ଜି20 ରାଷ୍ଟ୍ରପତିଙ୍କ ପାଇଁ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ବିଷୟବସ୍ତୁ ଚୟନ କରିଛି। ଏହା ଉଦ୍ଦେଶ୍ୟର ଏକତା ଏବଂ କାର୍ଯ୍ୟର ଏକତାର ଆବଶ୍ୟକତାକୁ ସୂଚିତ କରେ। ମୁଁ ଆଶା କରେ ଆଜି ଏହି ସଭା ସାଧାରଣ ଏବଂ ପ୍ରଯୁଜ୍ୟ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏକତ୍ରିତ ହେବାର ଏହି ଉଦ୍ଦେଶ୍ୟକୁ ସଫଳ କରିବ।

ଜି-୨୦ ବିଦେଶ ମନ୍ତ୍ରୀ ସମୂହ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 02nd, 09:37 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୩.୨୦୨୩) ଜି-୨୦ର ବିଦେଶମନ୍ତ୍ରୀ ମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

ଭାରତର ଜି-୨ଠ ନେତୃତ୍ୱ ପାଇଁ ଲୋଗୋ, ଥିମ ଏବଂ ୱେବସାଇଟର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

November 08th, 07:31 pm

ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ଭାରତର ଜି-୨ଠ ସଭାପତିତ୍ୱ ଅବସରରେ ଏହାର ଲୋଗୋ ଓ ୱେବସାଇଟକୁ ଆଭାସୀ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

November 08th, 04:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଠ୮-୧୧-୨ଠ୨୨) ଆଭାସୀ ମାଧ୍ୟମରେ ଜି-୨ଠରେ ଭାରତ ଅଧ୍ୟକ୍ଷତାରେ ଲୋଗୋ, ବାର୍ତ୍ତା ଓ ୱେବସାଇଟ ଉନ୍ମୋଚନ କରିଛନ୍ତି ।