Inspired by Pt. Deendayal Upadhyaya, 21st century India is working for Antyodaya: PM Modi
February 16th, 01:01 pm
PM Modi unveiled the statue of Deendayal Upadhyaya in Varanasi. He flagged off the third corporate train Mahakaal Express which links 3 Jyotirling Pilgrim Centres – Varanasi, Ujjain and Omkareshwar. The PM also inaugurated 36 development projects and laid foundation stone for 14 new projects.ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମାରକୀ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
February 16th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ଦୀନଦୟାଲ ଉପାଧ୍ୟାୟ ସ୍ମାରକୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ତିନୋଟି ଜ୍ୟୋତିର୍ଲିଙ୍ଗ ତୀର୍ଥସ୍ଥଳୀ- ବାରାଣସୀ, ଉଜ୍ଜୟିନୀ ଏବଂ ଓଁକାରେଶ୍ୱରକୁ ସଂଯୋଗ କରୁଥିବା ତୃତୀୟ ସମନ୍ୱୟ ଟ୍ରେନ ମହାକାଳ ଏକ୍ସପେସର ଶୁଭାରମ୍ଭ କରିଛନ୍ତି । ବାରାଣସୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାରେ 36ଟି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଯାହା ମଧ୍ୟରେ 430 ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ସରକାରୀ ହସପିଟାଲ ଅନ୍ତର୍ଭୁକ୍ତ । ସେହିଭଳି ସେ ଅନ୍ୟ 14ଟି ବିକାଶମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ମାରକୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 14th, 02:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃଆରୀ 2020ରେ ତାଙ୍କର ସଂସଦୀୟ କ୍ଷେତ୍ର ବାରାଣସୀକୁ ଦିନିକିଆ ଗସ୍ତରେ ଯିବେ । ଏହି ଅବସରରେ ସେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକ ସ୍ମାରକୀ କେନ୍ଦ୍ରର ଉଦଘାଟନ କରିବେ । ସ୍ମାରକୀ କେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନକାଳ ଦର୍ଶାଉଥିବା ଖୋଦେଇ କଳାକୃତି ରହିଛି । ପାଖାପାଖି 30 ଜଣ ଓଡ଼ିଆ କାରିଗର ଓ ଶିଳ୍ପୀ 1 ବର୍ଷ ଧରି ଏହି ପ୍ରକଳ୍ପ ନିର୍ମାଣ ଲାଗି କାର୍ଯ୍ୟ କରିଛନ୍ତି ।