କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 11th, 05:31 pm

ଆଜି ଯେତେବେଳେ ଆପଣଙ୍କ ଗହଣରେ ଥିଲି, ଏହିସବୁ କଥାକୁ ଦେଖୁଥିଲି ତ ମନ ସେହି ସବୁ ଭାବରେ ଭରିଯାଉଥିଲା । ଆଉ ଏହି ପ୍ରଦର୍ଶନୀ, ଏପରି ଲାଗୁଥିଲା ଯେପରି ସେହିକ୍ଷଣ ମଧ୍ୟରେ ମୁଁ ସ୍ୱୟଂ ଜୀଇଁଛି ଯାହା ସେହି ମହାନ ଚିତ୍ରକରମାନେ, ରଙ୍ଗକାରମାନେ, କଳାକାରମାନେ ରଚନା କରିଛନ୍ତି, ଜୀଇଁଛନ୍ତି । ବଙ୍ଗଳା ଭୂମିର, ବଙ୍ଗଳା ମାଟିର ଏହି ଅଦ୍ଭୁତ ଶକ୍ତି, ମୋହିତ କରିବା ଭଳି । ମହକକୁ ପ୍ରଣାମ କରିବାର ଇଏ ହେଉଛି ମୋ ପାଇଁ ଅବସର । ଏହା ସହିତ ଜଡିତ ଅତୀତ ଏବଂ ବର୍ତ୍ତମାନର ସମସ୍ତ ଲୋକଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।

କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଅଟ୍ଟାଳିକା ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

January 11th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ପୁନରୁଦ୍ଧାର କରାଯାଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ସାମିଲ ରହିଛି ।