ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 09th, 12:18 pm

କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଲୋକସଭା ସାଂସଦ ତଥା ସଂସଦୀୟ ଜୀବନରେ ଜଣେ ଉତ୍ତମ ସାଂସଦ ଭାବେ କାମ କରି ଅନ୍ୟମାନଙ୍କ ପାଇଁ ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଥିବା ଭାଇ ଭର୍ତ୍ତୃହରି ମହତାବ ମହାଶୟ, ଧର୍ମେନ୍ଦ୍ର ପ୍ରଧାନ ମହାଶୟ, ଅନ୍ୟ ବରିଷ୍ଠ ମହାନୁଭବ, ଭାଇ ଓ ଭଉଣୀମାନେ! ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ମୋତେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହାତାବ ଜୀଙ୍କ ସହ ଜଡ଼ିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଅବସର ମିଳିଛି। ପାଖାପାଖି ଦେଢ଼ ବର୍ଷ ପୂର୍ବେ ଆମେ ସମସ୍ତେ ‘ଉତ୍କଳ କେଶରୀ’ ହରେକୃଷ୍ଣ ମହତାବ ଜୀଙ୍କ 120ତମ ଜୟନ୍ତୀକୁ ଏକ ବହୁତ ବଡ଼ ପ୍ରେରଣାର ଅବସର ରୂପରେ ପାଳନ କରିଥିଲୁ। ଆଜି ଆମେ ତାଙ୍କ ପ୍ରସିଦ୍ଧ ପୁସ୍ତକ “ଓଡ଼ିଶା ଇତିହାସ”ର ହିନ୍ଦୀ ସଂସ୍କରଣକୁ ଲୋକାର୍ପଣ କରୁଛୁ। ଓଡ଼ିଶାର ବ୍ୟାପକ ଏବଂ ବିବିଧତାପୂର୍ଣ୍ଣ ଇତିହାସ ଦେଶର ଲୋକମାନଙ୍କ ନିକଟରେ ପହଞ୍ଚୁ, ଏହା ଅତ୍ୟନ୍ତ ଆବଶ୍ୟକ। ଓଡ଼ିଆ ଓ ଇଂରାଜୀ ପରେ ହିନ୍ଦୀ ସଂସ୍କରଣ ଜରିଆରେ ଆପଣମାନେ ଏହି ଆବଶ୍ୟକତାକୁ ପୂରଣ କରିଛନ୍ତି। ମୁଁ ଏହି ଅଭିନବ ପ୍ରୟାସ ପାଇଁ ଭାଇ ଭର୍ତ୍ତୃହରି ମହତାବ, ହରେକୃଷ୍ଣ ମହତାବ ଫାଉଣ୍ଡେସନ ଓ ବିଶେଷ କରି ଶଙ୍କରଲାଲ ପୁରୋହିତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ହାର୍ଦ୍ଦିକ ଶୁଭକାମନା ମଧ୍ୟ ଜ୍ଞାପନ କରୁଛି।

ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚି

April 09th, 12:17 pm

ଉତ୍କଳ କେଶରୀ ଡକ୍ଟର ହରକେୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ଓଡିଶାର ଇତିହାସର ହିନ୍ଦୀ ଅନୁବାଦ ଓ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିଛନ୍ତି । ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ ଏହି ପୁସ୍ତକକୁ ଶ୍ରୀ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ଥିଲେ ।

9 ଏପ୍ରିଲ 2021ରେ ଡ. ହରେକୃଷ୍ଣ ମହତାବଙ୍କ ରଚିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

April 07th, 01:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 9 ଏପ୍ରିଲ, 2021 ମଧ୍ୟାହ୍ନ 12ଟାରେ ନୂଆଦିଲ୍ଲୀର ଜନପଥସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦକୁ ଉନ୍ମୋଚନ କରିବେ। ଏହି ପୁସ୍ତକ ଏବେ ଓଡ଼ିଆ ଓ ଇଂରାଜୀ ଭାଷାରେ ଉପଲବ୍ଧ। ଏହାର ହିନ୍ଦୀ ସଂସ୍କରଣକୁ ଶ୍ରୀ ଶଙ୍କରଲାଲ ପୁରୋହିତ ଅନୁବାଦ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏହି ଅବସରରେ ଉପସ୍ଥିତ ରହିବେ। ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ଏହି ହିନ୍ଦୀ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।