ପରମାଣୁ ବୈଜ୍ଞାନିକ ଡକ୍ଟର ରାଜଗୋପାଲା ଚିଦାମ୍ବରମ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
January 04th, 12:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ପରମାଣୁ ବୈଜ୍ଞାନିକ ଡକ୍ଟର ରାଜଗୋପାଲା ଚିଦାମ୍ବରମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଡକ୍ଟର ରାଜଗୋପାଲା ଚିଦାମ୍ବରମ ଭାରତର ପରମାଣୁ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆର୍କିଟେକ୍ଟ ଥିଲେ ଏବଂ ଭାରତର ବୈଜ୍ଞାନିକ ଏବଂ ରଣନୈତିକ ସାମର୍ଥ୍ୟକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ ।ଜଣାଶୁଣା ପରମାଣୁ ପଦାର୍ଥ ବିଜ୍ଞାନୀ ଶ୍ରୀ ବିକାଶ ସିହ୍ନାଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
August 11th, 08:43 pm
ଶ୍ରୀ ବିକାଶ ସିହ୍ନା ଜିଙ୍କ ବିଜ୍ଞାନ ପ୍ରତି ବିଶେଷ କରି ପରମାଣୁ ଭୌତିକି ଏବଂ ଉଚ୍ଚ ଶକ୍ତି ଭୌତିକି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସର୍ବଦା ମନେ ରହିବେ। ଏକ ଜୀବନ୍ତ ରିସର୍ଚ୍ଚ ଇକୋସିଷ୍ଟମକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ଉତ୍ସାହ ସ୍ମରଣୀୟ ଅଟେ। ତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରୁଛି। ତାଙ୍କର ପରିବାର ଏବଂ ଶୁଭଚିନ୍ତକଙ୍କ ପ୍ରତି ସମବେଦନା। ଓଁ ଶାନ୍ତି।