ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ

April 21st, 11:01 pm

ଗଣତନ୍ତ୍ର କୌଣସି ରାଜିନାମା ନୁହେଁ ,ଏହାର ମୂଳେ ଜନଭାଗିଦାରୀ ନିହିତ ଅଛି :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଶାସନିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସେବାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

April 21st, 05:45 pm

ପ୍ରଶାସନିକ ସେବା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶାସନିକ ସେବାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି । ସେ କହିଥିଲେ ଯେ ଏହା ହେଉଛି ପ୍ରଶଂସା, ସମୀକ୍ଷା, ମୂଲ୍ୟାଙ୍କନ ଏବଂ ତର୍ଜମା କରିବାର ସମୟ । ପ୍ରଶାସନିକ ସେବାଧିକାରୀମାନଙ୍କୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ଏକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିବା ସହିତ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ପୁରସ୍କାର ସରକାରଙ୍କ ପ୍ରାଥମିକତାକୁ ପ୍ରତିଫଳିତ କରୁଛି ।

ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ପାଇଁ ଆସନ୍ତା କାଲି ପୁରସ୍କାର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ; ସିଭିଲ ସର୍ଭେଣ୍ଟମାନଙ୍କୁ କରିବେ ସମ୍ବୋଧନ

April 20th, 03:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 21 ତାରିଖ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସମାରୋହରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ କୃତି ପାଇଁ ବିଭିନ୍ନ ଶ୍ରେଣୀରେ ପୁରସ୍କାରମାନ ପ୍ରଦାନ କରିବେ । ବିଶେଷକରି କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା ସ୍ତରର ସରକାରୀ ଅନୁଷ୍ଠାନଗୁଡିକ ଅଗ୍ରାଧିକାର କାର୍ଯ୍ୟକ୍ରମଗୁଡିକୁ କିଭଳି ସଫଳତାର ସହ ରୂପାୟିତ କରିଛନ୍ତି ଏବଂ ସୃଜନାତ୍ମକ ଢଙ୍ଗରେ ଏହିସବୁ ବଛା ବଛା ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ସୁଚାରୁ ଢଙ୍ଗରେ କାର୍ଯ୍ୟକାରୀ କରିଛନ୍ତି ସେସବୁ ଭିତ୍ତିକରି ଏହି ପୁରସ୍କାରମାନ ପ୍ରଦାନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଭିଲ ସର୍ଭେଣ୍ଟମାନଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।