ନିଉ ଇଣ୍ଡିଆ ସମ୍ମେଳନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
July 16th, 08:10 pm
ସେ କହିଥିଲେ ଯେ ଦେଶ ଆଜି ଏକ ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଗତି କରୁଛି । ବିଶ୍ୱରେ ଭାରତକୁ ଏକ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଅନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ, ଭାରତରେ ଦାରିଦ୍ର୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ସେ କହିଥିଲେ ଯେ ସରକାର କେବଳ ଏକ ସହାୟକର ଭୂମିକା ତୁଲାଉଛନ୍ତି, ପ୍ରକୃତରେ ଏ ଦେଶର ଯୁବକମାନେ ହିଁ ଉପଲବ୍ଧ ସୁଯୋଗର ଉପଯୋଗ କରିବା ସହିତ ନିଜେ ମଧ୍ୟ ନିଜ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ।ନୂଆଦିଲ୍ଲୀ ବିଜ୍ଞାନ ଭବନରେ ନିଉ ଇଣ୍ଡିଆ ସମ୍ମେଳନର ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 16th, 08:10 am
ମଂଚରେ ଉପସ୍ଥିତ ଡାଲମିୟାଁ ଭାରତ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାଇ ଡାଲମିୟାଁ, Youth for Developmentର ମାର୍ଗଦର୍ଶକ ମୃତ୍ୟୁଞୟ ସିଂହ ମହାଶୟ, ଅଧ୍ୟକ୍ଷ ଭାଇ ପ୍ରଫୁଲ ନିଗମ ମହାଶୟ, Rural Achiever ଶ୍ରୀ ଚୈତ ରାଜ ପାୱାର ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ସଜ୍ଜନମଣ୍ଡଳୀ ଏବଂ ମୋର ଶ୍ରଦ୍ଧେୟ ଯୁବ ସାଥୀମାନେ । ଏଠାରେ ମୋତେ ଦେଶର କିଛି କୃତି ବ୍ୟକ୍ତିଙ୍କୁ, ଯେଉଁମାନେ ଏହି ବିଶେଷ ପଦକ୍ଷେକୁ ସହଯୋଗ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରିବାର ସୁଯୋଗ ମିଳିଛି । ଗୋଟିଏ ଲାଇବ୍ରେରୀର ଶୁଭାରମ୍ଭ କରାଯାଇଛି ଏବଂ ଗ୍ରାମୀଣ ଭାରତକୁ ନେଇ ଏକ ଶ୍ଵେତପତ୍ର ମଧ୍ୟ ଜାରି କରାଯାଇଛି । ମୋତେ ଖୁସି ଲାଗୁଛି ଯେ ଆପଣମାନେ ଦେଶର ଆବଶ୍ୟକତାକୁ ଦେଖି, ସେହି ଆବଶ୍ୟକତାକୁ ପ୍ରାଥମିକତା ପ୍ରଦାନ କରି ନିଜ ନିଜର କାର୍ଯ୍ୟ କରୁଛନ୍ତି । ଆପଣମାନେ ସମସ୍ତେ ଏ ପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏବଂ ଏହି ପ୍ରୟାସ ସଫଳତାର ସହ ନିରନ୍ତର ଆଗକୁ ଅଗ୍ରସର ହେଉ ସେଥିପାଇଁ ସରକାରଙ୍କ ସହଯୋଗ ମଧ୍ୟ ରହିବ ଏବଂ ମୋର ଶୁଭକାମନା ମଧ୍ୟ ରହିବ ।