ଜାତୀୟ ଲଜିଷ୍ଟିକ ନୀତିକୁ କ୍ୟାବିନେଟର ଅନୁମୋଦନ
September 21st, 04:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ଜାତୀୟ ଲଜିଷ୍ଟିକ୍ ନୀତିକୁ ଅନୁମୋଦନ ପ୍ରଦାନ କରାଯାଇଛି । ଲଜିଷ୍ଟିକ୍ ବା ସମ୍ଭାରତନ୍ତ୍ର ଏବଂ ଏହାର ପରିବେଶକୁ ଆନ୍ତଃ ବିଷୟକ, ବିଭିନ୍ନ କ୍ଷେତ୍ର ଭିତ୍ତିକ, ପୂର୍ଣ୍ଣାଙ୍ଗ ଏବଂ ସୁସଂହତ କରିବା ଏହି ନୀତିର ଲକ୍ଷ୍ୟ । ସାମଗ୍ରୀ ଓ ରସଦ ଯୋଗାଣ କ୍ଷେତ୍ରରେ ଲଜିଷ୍ଟିକ୍ ବ୍ୟବସ୍ଥାର ଗୁରୁତ୍ୱ ଅଧିକ । ଏହା ଯୁଗ ଉପଯୋଗୀ, ସୁଂସହତ ଏବଂ ପୂର୍ଣ୍ଣାଙ୍ଗ ନ ହେଲେ ବିକାଶ ପ୍ରକ୍ରିୟା ଆଗେଇ ପାରିବ ନାହିଁ । ସେ ଦୃଷ୍ଟିରୁ ନୂଆ ଲଜିଷ୍ଟିକ୍ ନୀତିର ପ୍ରଣୟନ ଓ ପ୍ରବର୍ତ୍ତନର ଆବଶ୍ୟକତା ରହିଛି ।