ପ୍ୟାରିସ୍ ଅଲମ୍ପିକରେ ରୌପ୍ୟ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 09th, 08:14 am

ଫ୍ରାନ୍ସର ପ୍ୟାରିସ୍‌ରେ ଚାଲିଥିବା ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋ’ରେ ରୌପ୍ୟ ପଦକ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଦ୍ୱାରା କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

October 04th, 08:21 pm

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିବା ପାଇଁ ନୀରବ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

August 28th, 07:49 am

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 01st, 02:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୁସାନେ ଡାଇମଣ୍ଡ ଲିଗ ୨୦୨୩ର ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 06th, 10:57 am

ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଡାଇମଣ୍ଡ ଲିଗ ଟ୍ରଫି ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 09th, 02:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ଭାବେ ସମ୍ମାନଜନକ ଡାଇମଣ୍ଡ ଲିଗ ଟ୍ରଫି ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଶ୍ୱ ଚାମ୍ପିଅନସିପରେ ଜାଭେଲିନ ଥ୍ରୋ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

July 24th, 09:51 am

ବିଶ୍ୱ ଚାମ୍ପିଅନସିପରେ ପୁରୁଷ ଜାଭେଲିନ ଥ୍ରୋ ରୌପ୍ୟ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରକୁ ଦମନ କରିବା ପାଇଁ ଉଦ୍ୟମ କରାଯାଇଥିଲା : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ

June 26th, 11:30 am

ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଦିନକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଅତ୍ୟାଚାର ସତ୍ତ୍ୱେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଆଦୌ ଦୋହଲି ପାରିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ବୃଦ୍ଧି, କ୍ରୀଡା, ଭାରତର ପରମ୍ପରା ଏବଂ ସଂସ୍କୃତି ଭଳି ଅନ୍ୟାନ୍ୟ ବିଷୟ ଉପରେ କହିଥିଲେ । ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଦିଗରେ ନାଗରିକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।

ଆମେ କେବେ ଅନୁଭବ କରିନଥିଲୁ ଯେ ଆମେ ଭାରତର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଛୁ : ନୀରଜ ଚୋପ୍ରାଙ୍କ ..............ଜାଣନ୍ତୁ କାହିଁକି!

March 29th, 02:00 pm

ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରଳ ଆଚରଣରେ ବହୁତ ପ୍ରଭାବିତ । ସକାଳ ଜଳଖିଆରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସମସ୍ତ ଆଥଲେଟ ଏବଂ ସହାୟକ କର୍ମଚାରୀଙ୍କୁ ଆତିଥ୍ୟ ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଭାବ ବିନିମୟକୁ ସ୍ମରଣ କରି ସେ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ଭଳି କେବେ ଅନୁଭବ କରିନଥିଲୁ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କଥା ହୋଇଥିଲେ ।

ଆସନ୍ତୁ ଆମେ ଉତ୍ସାହ ବଜାୟ ରଖିବା ଓ କ୍ରୀଡାକ୍ଷେତ୍ରରେ ସଫଳତା ପାଇଁ ଆମ ଯୁବପୀଢିଙ୍କୁ ପ୍ରେରିତ କରିବା: ପ୍ରଧାନମନ୍ତ୍ରୀ

December 05th, 10:46 am

କ୍ରୀଡା ପ୍ରତି ସୃଷ୍ଟି ହୋଇଥିବା ଉତ୍ସାହକୁ ବଜାୟ ରଖିବା ସହ ଯୁବପୀଢିଙ୍କୁ ସଫଳତା ପାଇଁ ପ୍ରେରିତ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।

ବିଶେଷ ଫୋଟ! ପ୍ରଧାନମନ୍ତ୍ରୀ ମୋଦୀ ଅଲିମ୍ପିଆନମାନଙ୍କୁ ଭେଟିଛନ୍ତି ଯେଉଁମାନେ ଭାରତକୁ ଗର୍ବିତ କରିଛନ୍ତି!

August 16th, 10:56 am

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ପ୍ରଶଂସା କରିବା ଏବଂ ସମଗ୍ର ଦେଶ ଦ୍ୱାରା ପ୍ରଶଂସା ହେବାର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ଆଥଲେଟମାନଙ୍କୁ ଭେଟିଛନ୍ତି ଯେଉଁମାନେ ଭାରତକୁ ଗର୍ବିତ କରିଛନ୍ତି I ଏଠାରେ କାର୍ଯ୍ୟକ୍ରମର କିଛି ସ୍ୱତନ୍ତ୍ର ଫୋଟ !

ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

August 07th, 06:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅସାଧାରଣ ଆବେଗର ସହ ଖେଳିଲେ ଓ ଅତୁଳନୀୟ ଧୈର୍ଯ୍ୟ ପ୍ରଦର୍ଶନ କଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡାବିତମାନଙ୍କ ସହ ଭର୍ଚୁଆଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 13th, 05:02 pm

ଆପଣମାନଙ୍କ ସହ କଥା ହୋଇ ମତେ ବହୁତ ଭଲ ଲାଗିଲା । ସମସ୍ତଙ୍କ ସହିତ ତ କଥା ହୋଇପାରିଲି ନାହିଁ । କିନ୍ତୁ ଆପଣମାନଙ୍କ ଉଦ୍ଦୀପନା, ଆପଣମାନଙ୍କ ଉତ୍ସାହ, ସମଗ୍ର ଦେଶର ପ୍ରତ୍ୟେକ ଲୋକ ଆଜି ଅନୁଭବ କରୁଛନ୍ତି । କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର କ୍ରୀଡା ମନ୍ତ୍ରୀ ଶ୍ରୀମାନ ଅନୁରାଗ ଠାକୁର ମହୋଦୟ, ଏଇ କିଛି ଦିନ ପୂର୍ବରୁ କ୍ରୀଡାମନ୍ତ୍ରୀ ଭାବେ ଆପଣ ସମସ୍ତଙ୍କ ସହିତ ମିଶି ଅନେକ କାର୍ଯ୍ୟ କରିଛନ୍ତି । ସେହିଭଳି ଆମର ବର୍ତମାନର ଆଇନ୍ ମନ୍ତ୍ରୀ ଶ୍ରୀମାନ କିରନ୍ ରିଜିଜୁ ମହୋଦୟ, କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଆମର ମନ୍ତ୍ରୀ ପରିଷଦର ସର୍ବକନିଷ୍ଠ ମନ୍ତ୍ରୀ ଶ୍ରୀମାନ ନିଶିଥ ପ୍ରାମାଣିକ ମହୋଦୟ, କ୍ରୀଡା ସହିତ ସମ୍ପୃକ୍ତ ସଂସ୍ଥାଗୁଡିକର ସମସ୍ତ ମୁଖ୍ୟ, ସେମାନଙ୍କର ସମସ୍ତ ସଦସ୍ୟ ଏବଂ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ମୋର ସମସ୍ତ ବନ୍ଧୁଗଣ, ସମସ୍ତ କ୍ରୀଡାବିତଙ୍କ ପରିବାର, ଆଜି ଆମର ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି, କିନ୍ତୁ ମତେ ଆହୁରି ଖୁସି ଲାଗିଥାଆନ୍ତା ଯଦି ମୁଁ ଆପଣ ସମସ୍ତ ଖେଳାଳିମାନଙ୍କୁ ଏଠି ଦିଲ୍ଲୀରେ ନିଜ ବାସଭବନରେ ଆତିଥ୍ୟ ପ୍ରଦାନ କରିଥାଆନ୍ତି, ତାହେଲେ ଆପଣମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଦେଖା ହୋଇପାରିଥାଆନ୍ତା । ଏହା ପୂର୍ବରୁ ମୁଁ ସବୁବେଳେ ସିଧାସଳଖ ସାକ୍ଷାତ କରିଥାଏ । ଏବଂ ମୋ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ମୁହୁର୍ତ ହୋଇଥାଏ । ଏବଂ ଏଥର ଆମର ଅଧାରୁ ଅଧିକ ଖେଳାଳି ବିଦେଶରେ ପ୍ରଶିକ୍ଷଣ ନେଉଛନ୍ତି । କିନ୍ତୁ ଆପଣମାନଙ୍କୁ କଥା ଦେଉଛି ଯେ ଫେରିବା ପରେ ଆପଣ ସମସ୍ତଙ୍କ ସହିତ ସୁବିଧା ଦେଖି ଅବସର ବାହାର କରି ମୁଁ ନିଶ୍ଚୟ ଭେଟିବି । କିନ୍ତୁ କରୋନା ଅନେକ କିଛି ବଦଳାଇ ଦେଇଛି । ଅଲିମ୍ପିକ୍ସର ବର୍ଷ ମଧ୍ୟ ବଦଳିଗଲା । ଆପଣମାନଙ୍କ ପ୍ରସ୍ତୁତିର ସ୍ୱରୂପ ମଧ୍ୟ ବଦଳିଗଲା । ଏମିତି ଅନେକ କିଛି ବଦଳିଯାଇଛି । ଏବେ ତ ଅଲିମ୍ପିକ୍ସ ଆରମ୍ଭ ହେବା ପାଇଁ ମାତ୍ର ୧୦ଦିନ ସମୟ ରହିଛି । ଟୋକିଓରେ ମଧ୍ୟ ଆପଣମାନଙ୍କୁ ଏକ ଭିନ୍ନ ପରିବେଶ ମିଳିବାର ଅଛି ।

ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରୁଥିବା ଭାରତୀୟ କ୍ରୀଡାବିତ୍‍ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

July 13th, 05:01 pm

ପ୍ରଧାନମନ୍ତ୍ରୀ : ଦୀପିକାଜୀ, ଗତ ମନ କୀ ବାତରେ ମୁଁ ଆପଣଙ୍କର ଆଉ କେତେଜଣ ସାଥୀଙ୍କ ବିଷୟରେ ଚର୍ଚ୍ଚା କରିଥିଲି। ଏବେ ପ୍ୟାରିସରେ ସ୍ୱର୍ଣ୍ଣ ପଦକ ଜିତି ଆପଣ ଚମତ୍କାରୀତା ଦେଖାଇଛନ୍ତି। ଏହାପରେ ସାରା ଦେଶରେ ଆପଣଙ୍କ ବିଷୟରେ ଚର୍ଚ୍ଚା ହେଉଛି। ଏବେ ଆପଣ ମାନ୍ୟତାରେ ବିଶ୍ୱରେ ନମ୍ବର-1 ହୋଇଯାଇଛନ୍ତି। ମୁଁ ଜାଣିବାକୁ ପାଇଛି ଯେ, ପିଲାଦିନେ ତୁମେ ଆମ୍ବ ତୋଳିବା ପାଇଁ ଲକ୍ଷ୍ୟ କରି ଟେକା ପକାଉଥିଲ। ଆମ୍ବଠାରୁ ଆରମ୍ଭ ହୋଇଥିବା ତୁମର ଏହି ଯାତ୍ରା ହେଉଛି ବହୁତ ସ୍ୱତନ୍ତ୍ର। ଆପଣଙ୍କର ଏହି ଯାତ୍ରା ବିଷୟରେ ଦେଶ ବହୁତ କିଛି ଜାଣିବାକୁ ଚାହୁଁଛି। ଯଦି ଆପଣ କିଛି କହିବେ ତେବେ ବହୁତ ଭଲ ହେବ।

ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ କ୍ରୀଡ଼ାବିତ୍‌ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 13th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଦଳ ସହିତ ଆଲୋଚନା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପୂର୍ବରୁ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଆଲୋଚନା ପ୍ରୟାସ କରାଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ଏବଂ ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ।

ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

August 27th, 08:44 pm

ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା 2018ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।