ବିଜ୍ଞାନ, ପ୍ରଯୁକ୍ତି ଓ ଉଦ୍ୟୋଗ ମଧ୍ୟରେ ଥିବା ମୂଲ୍ୟ ସୃଜନ ଚକ୍ରକୁ ସୁଦୃଢ କରିବା ପାଇଁ ବୈଜ୍ଞାନିକ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱା
January 04th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଣଉତ୍ପାଦନ ପାଇଁ ବିଜ୍ଞାନର ମୂଲ୍ୟ ସୃଜନ ଚକ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୈଜ୍ଞାନିକ ସମୁଦାୟଙ୍କୁ ଆହ୍ୱାନ ଜଣାଇଛନ୍ତି । ଆଜି ଆୟୋଜିତ ଜାତୀୟ ମାପ ଓ ଓଜନ ବିଚାର ଗୋଷ୍ଠୀରେ ଉଦ୍ବୋଧନ ଦେବା ଅବସରରେ ସେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାତୀୟ ଅଟୋମିକ ଟାଇମ ସ୍କେଲ ବା ଆଣବିକ ସମୟ ମାପକ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶଗତ ମାନ ପରୀକ୍ଷାଗାରର ଶୁଭ ଦେଇଛନ୍ତି ।ନୂଆଦିଲ୍ଲୀରେ ଜାତୀୟ ମାପବିଦ୍ୟା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
January 04th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମାପ ଓ ଓଜନ ସମାବେଶ 2021ରେ ଉଦ୍ଘାଟନ ଅଭିଭାଷଣ ଦେଇଛନ୍ତି । ଏହି ଅବସରରେ ସେ ଜାତୀୟ ଆଣବିକ ମାପକ ବା ଆଟୋମିକ୍ ଟାଇମ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶ ମାନ ପ୍ରୟୋଗଶାଳାର ଶିଳାନ୍ୟାସ କରିଛନ୍ତି । ଏହି ସମାବେଶ ଭାରତୀୟ ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ସିଏସ୍ଆଇଆର ଏବଂ ଜାତୀୟ ଭୌତିକ ପରୀକ୍ଷାଗାର ଏନ୍ପିଏଲ୍ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସଂପୃକ୍ତ ଦୁଇ ସଂସ୍ଥାର 75ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି । ଚଳିତବର୍ଷର ଏହି ଆୟୋଜନର ବାର୍ତ୍ତା ହେଲା ଦେଶର ସମାବେଶୀ ବିକାଶରେ ମାପ ଓ ଓଜନର ଭୂମିକା । ଏଥିରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. ବିଜୟ ରାଘବନ ଉପସ୍ଥିତ ଥିଲେ ।ଜାତୀୟ ମାପ ଓ ଓଜନ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ ଅଭିଭାଷ
January 04th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ମାପ ଓ ଓଜନ ସମାବେଶ 2021ରେ ଉଦ୍ଘାଟନ ଅଭିଭାଷଣ ଦେଇଛନ୍ତି । ଏହି ଅବସରରେ ସେ ଜାତୀୟ ଆଣବିକ ମାପକ ବା ଆଟୋମିକ୍ ଟାଇମ ସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ ପ୍ରଣାଳୀକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଜାତୀୟ ପରିବେଶ ମାନ ପ୍ରୟୋଗଶାଳାର ଶିଳାନ୍ୟାସ କରିଛନ୍ତି । ଏହି ସମାବେଶ ଭାରତୀୟ ବୈଜ୍ଞାନିକ ଓ ଉଦ୍ୟୋଗିକ ଗବେଷଣା ପରିଷଦ ସିଏସ୍ଆଇଆର ଏବଂ ଜାତୀୟ ଭୌତିକ ପରୀକ୍ଷାଗାର ଏନ୍ପିଏଲ୍ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀଠାରେ ସଂପୃକ୍ତ ଦୁଇ ସଂସ୍ଥାର 75ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଛି । ଚଳିତବର୍ଷର ଏହି ଆୟୋଜନର ବାର୍ତ୍ତା ହେଲା ଦେଶର ସମାବେଶୀ ବିକାଶରେ ମାପ ଓ ଓଜନର ଭୂମିକା । ଏଥିରେ କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. ବିଜୟ ରାଘବନ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ଉଦଘାଟି
October 30th, 06:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେୱଡିଆଠାରେ ସର୍ଦ୍ଦାର ବଲ୍ଲାଭବାଇ ପଟେଲ ପ୍ରାଣୀ ଉଦ୍ୟାନ ଓ ବୃତ ଗମ୍ଭୁଜ ପକ୍ଷୀଶାଳା (ଜିଓଡେସିକ ଆଭିଆରି ଡୋମ) ଉଦଘାଟନ କରିଛନ୍ତି । କେୱଡିଆ ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ 17ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ 4ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଭିଗେସନ ଚାନେଲ, ନୂତନ ଗୋରା ସେତୁ, ଗରୁଡେଶ୍ଵର ବନ୍ଧ, ସରକାରୀ ଆବାସ, ବସ ୱେ ଟର୍ମିନାଲ, ଏକତା ନର୍ସରୀ, ଖାଲୁୱାନି ପରିବେଶ ପର୍ଯ୍ୟଟନ, ଟ୍ରାଇବାଲ ହୋମ ଷ୍ଟେ ଇତ୍ୟାଦି ଅନ୍ତର୍ଭୁକ୍ତ । ସେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାର ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।