
Developing villages is the first step toward building a Viksit Bharat: PM Modi during Bavaliyali Dham programme
March 20th, 04:35 pm
PM Modi delivered his remarks during Bavaliyali Dham programme related to the Bharwad Samaj of Gujarat via video message. He extended his heartfelt greetings to Mahant Shri Ram Bapu ji, the community leaders, and the devotees. PM highlighted his long-standing connection with the Bharwad community and Bavaliyali Dham, lauding the community's dedication to service. He emphasized the importance of preserving indigenous cattle breeds and highlighted the National Gokul Mission.
ବାଭଲିୟାଲି ଧାମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 20th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭରୱାଡ ସମାଜ ସହ ଜଡ଼ିତ ବାଭଲିୟାଲି ଧାମ କାର୍ଯ୍ୟକ୍ରମକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ମହନ୍ତ ଶ୍ରୀ ରାମ ବାପୁ ଜୀ, ସମ୍ପ୍ରଦାୟର ମୁଖ୍ୟମାନଙ୍କୁ ଏବଂ ଉପସ୍ଥିତ ହଜାର ହଜାର ଭକ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ। ସେ ଭରୱାଡ ସମ୍ପ୍ରଦାୟର ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶ୍ରଦ୍ଧେୟ ସନ୍ଥ ଏବଂ ମହନ୍ତମାନଙ୍କୁ ସମ୍ମାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତବ୍ୟ ଆରମ୍ଭ କରିଥିଲେ। ଐତିହାସିକ ମହାକୁମ୍ଭ ସହିତ ଜଡ଼ିତ ଅପାର ଆନନ୍ଦ ଏବଂ ଗର୍ବ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଏହି ପବିତ୍ର କାର୍ଯ୍ୟକ୍ରମ ସମୟରେ ମହନ୍ତ ଶ୍ରୀ ରାମ ବାପୁ ଜୀଙ୍କୁ ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରାଯିବାର ଗୁରୁତ୍ୱପୂର୍ଣ୍ଣ ଅବସରରେ ମନ୍ତବ୍ୟ ଦେଇ ଏହାକୁ ଏକ ସ୍ମାରକୀ ସଫଳତା ଏବଂ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ସମୟ ବୋଲି କହିଛନ୍ତି। ସେ ମହନ୍ତ ଶ୍ରୀ ରାମ ବାପୁ ଜୀ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ସେମାନଙ୍କ ଅବଦାନ ଏବଂ ସଫଳତାକୁ ପାଳନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ।
ପଡକାଷ୍ଟରେ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପର ଓଡ଼ିଆ ଅନୁବାଦ
March 16th, 11:47 pm
ମୋର ଶକ୍ତି ମୋଦୀ ହେବାରେ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ଠାରୁ ଆସିଛି, ହଜାର ହଜାର ବର୍ଷର ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ ପରମ୍ପରାରୁ ଆସିଛି। ଏହା ହିଁ ମୋର ପ୍ରକୃତ ଶକ୍ତି । ମୁଁ ଯେଉଁଠିକୁ ବି ଯାଏ, ମୁଁ ମୋଦୀ ଭାବେ ଯାଏ ନାହିଁ- ବେଦ ଠାରୁ ଆରମ୍ଭ କରି ବିବେକାନନ୍ଦ ପର୍ଯ୍ୟନ୍ତ ଆମ ସଭ୍ୟତାର ହଜାର ହଜାର ବର୍ଷ ପୁରୁଣା ମହାନ ପରମ୍ପରାକୁ ମୁଁ ସାଙ୍ଗରେ ନେଇ ଯାଇଥାଏ। ମୁଁ ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି, ସେମାନଙ୍କ ସ୍ୱପ୍ନ ଏବଂ ସେମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ଯେତେବେଳେ ମୁଁ ବିଶ୍ୱର କୌଣସି ନେତାଙ୍କ ସହ ହାତ ମିଳାଉଛି, ତାହା କେବଳ ମୋଦୀଙ୍କ ହାତ ନୁହେଁ- ଏହା ୧୪୦ କୋଟି ଭାରତୀୟଙ୍କ ହାତ। ମୋର ଶକ୍ତି ମୋର ନୁହେଁ; ଏହା ହେଉଛି ଭାରତର ଶକ୍ତି । ଯେତେବେଳେ ବି ଆମେ ଶାନ୍ତି କଥା କହୁଛୁ, ବିଶ୍ୱ ଶୁଣେ, କାରଣ ଏହା ମହାତ୍ମା ଗାନ୍ଧୀଙ୍କ ଦେଶ ବୁଦ୍ଧଙ୍କ ଭୂମି। ଆମେ ସଂଘର୍ଷକୁ ନୁହେଁ; ଆମେ ଶାନ୍ତିକୁ ସମର୍ଥନ କରୁଛୁ। ଆମେ ପ୍ରକୃତି ସହିତ ସଂଘର୍ଷ ଚାହୁଁନାହୁଁ କିମ୍ବା ଜାତି ମାନଙ୍କ ମଧ୍ୟରେ ସଂଘର୍ଷ ଚାହୁଁନାହୁଁ - ଆମେ ଏପରି ଦେଶ ଯିଏ ସହଯୋଗରେ ବିଶ୍ୱାସ କରୁ । ଶାନ୍ତି ପ୍ରତିଷ୍ଠା ଦିଗରେ ଯଦି ଆମେ କୌଣସି ପ୍ରକାର ଅବଦାନ ଦେଇପାରିବା, ତେବେ ଆମେ ସବୁବେଳେ ତାହା କରିବାକୁ ଚେଷ୍ଟା କରୁଛୁ। ମୋ ଜୀବନ ଅତ୍ୟଧିକ ଦାରିଦ୍ର୍ୟରୁ ବାହାରିଥିଲା, ତଥାପି ଆମେ କେବେ ବି ଏହା ଦ୍ୱାରା ବୋଝ ଅନୁଭବ କରିନଥିଲୁ। ସାରା ଜୀବନ ଜୋତା ପିନ୍ଧିଥିବା ବ୍ୟକ୍ତି ଯଦି ହଠାତ୍ ଏହାକୁ ହରାଇଥାନ୍ତି, ତେବେ ସେମାନେ ହୁଏତ ସଂଘର୍ଷ କରିପାରନ୍ତି। କିନ୍ତୁ ଯେଉଁମାନେ କେବେ ଜୋତା ପିନ୍ଧି ନାହାନ୍ତି, ସେମାନଙ୍କ ପାଇଁ ଏଥିରୁ ବଞ୍ଚିତ ହେବାର କୌଣସି ଭାବନା ନଥାଏ- ଆମେ କେବଳ ସେମାନଙ୍କ ଭଳି ଜୀବନ ଅତିବାହିତ କରୁଛୁ।ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ୍ମ୍ୟାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର
March 16th, 05:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପଡ୍କାଷ୍ଟରେ ଲେକ୍ସ ଫ୍ରିଡ଼ମ୍ୟାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ମନଖୋଲା ଆଲୋଚନାରେ କାହିଁକି ସେ ଉପବାସ କରନ୍ତି ଓ ଉପବାସ କରିବାରେ କିପରି ସକ୍ଷମ ହୁଅନ୍ତି ବୋଲି ପ୍ରଶ୍ନ କରାଯିବାରୁ ଉପବାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମ୍ମାନ ଭାବେ ଗ୍ରହଣ କରିଥିବାରୁ ଲେକ୍ସ ଫ୍ରିଡମ୍ୟାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ। ଶ୍ରୀ ମୋଦୀ କହିଥିଲେ, ଭାରତରେ ଧାର୍ମିକ ପରମ୍ପରା ଦୈନନ୍ଦିନ ଜୀବନ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଭାରତର ସୁପ୍ରିମକୋର୍ଟଙ୍କ ବ୍ୟାଖ୍ୟା ଅନୁସାରେ ହିନ୍ଦୁ ଧର୍ମ କେବଳ ଧାର୍ମିକ ବିଧି ବିଧାନ ନୁହେଁ। ବରଂ ଏହା ହେଉଛି ମଣିଷ ଜୀବନକୁ ପଥ ପ୍ରଦର୍ଶନ କରୁଥିବା ଏକ ଦର୍ଶନ। ସେ କହିଥିଲେ ଯେ, ଶୃଙ୍ଖଳିତ ଜୀବନ ପାଇଁ ଉପବାସ ହେଉଛି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହା ଜଣକର ଅନ୍ତଃ ଓ ବାହ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ, ଉପବାସ ଜଣକର ଇନ୍ଦ୍ରିୟଗୁଡ଼ିକୁ ଆହୁରି ଶକ୍ତିଶାଳୀ କରିଥାଏ, ସେମାନଙ୍କୁ ଆହୁରି ସମ୍ବେଦନଶୀଳ ଓ ସଚେତନ କରିଥାଏ। ସେ ନିଜ ଅନୁଭବରୁ କହିଥିଲେ ଯେ, ଉପବାସ ସମୟରେ କୌଣସି ଟିକିଏ ସୂକ୍ଷ୍ମ କଥାକୁ ମଧ୍ୟ ଜଣେ ସ୍ପଷ୍ଟ ଭାବେ ମନେ ରଖିପାରେ। ସେ ଆହୁରି କହିଥିଲେ, ଚିନ୍ତନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିଥାଏ ଉପବାସ। ଏହା ନୂଆ ଦୃଷ୍ଟିକୋଣ ପ୍ରଦାନ କରିବା ସହିତ ଅଭିନବ ଚିନ୍ତନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, କେବଳ ଖାଦ୍ୟ ନ ଖାଇବା ଉପବାସ ନୁହେଁ, ଏହା ହେଉଛି ପ୍ରସ୍ତୁତି ଓ ବିଶୁଦ୍ଧିକରଣର ଏକ ବୈଜ୍ଞାନିକ ପ୍ରକ୍ରିୟା। ସେ କହିଥିଲେ ଯେ, ଉପବାସ କରିବା ପୂର୍ବରୁ ବେଶ୍ କିଛି ଦିନ ଆୟୁର୍ବେଦିକ୍ ଓ ଯୋଗ ଜରିଆରେ ସେ ନିଜ ଶରୀରକୁ ଉପବାସ ପାଇଁ ପ୍ରସ୍ତୁତ କରନ୍ତି। ଏହି ସମୟରେ ନିୟମିତ ଓ ପର୍ଯ୍ୟାପ୍ତ ଭାବେ ପାଣି ପିଇବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଉପବାସ ଆରମ୍ଭ ହେବା ମାତ୍ରେ ଏହାକୁ ସେ ସମର୍ପଣ ଓ ଆତ୍ମଶୃଙ୍ଖଳା ଏକ କାମ ବୋଲି ବିଚାର କରନ୍ତି। ଏହା ସହିତ ଗଭୀର ଆତ୍ମଚିନ୍ତନ ଓ ଧ୍ୟାନକୁ ଗୁରୁତ୍ୱ ଦିଅନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପବାସ କରିବାର ଏହି ଅଭ୍ୟାସ ତାଙ୍କର ନିଜ ଜୀବନର ଏକ ଘଟଣାରୁ ଆରମ୍ଭ ହୋଇଥିଲା। ସ୍କୁଲରେ ପଢୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ପ୍ରେରଣାରୁ ହୋଇଥିବା ଏକ ଅଭିଯାନରୁ ଏହା ଆରମ୍ଭ ହୋଇଥିଲା। ଯେତେବେଳେ ସେ ପ୍ରଥମ ଥର ଉପବାସ କରିଥିଲେ, ତାଙ୍କ ଶରୀରରେ ଅଧିକ ଶକ୍ତି ଓ ଚେତନା ଆସିଥିବାର ସେ ଅନୁଭବ କରିଥିଲେ। ଏଥିରୁ ସେ ନିଶ୍ଚିତ ହେଲେ ଯେ, ଉପବାସର ଏକ ବଡ଼ ପରିବର୍ତ୍ତନକାରୀ ଶକ୍ତି ଅଛି। ସେ ଉଲ୍ଲେଖ କରିଥିଲେ, ଉପବାସ ତାଙ୍କୁ ମାନ୍ଦା କରିନଥାଏ, ବରଂ ଏହା ତାଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିଥାଏ। ଉପବାସ ସମୟରେ ତାଙ୍କ ମନକୁ ସ୍ୱତଃପ୍ରବୃତ୍ତ ଭାବେ ସକରାତ୍ମକ ଚିନ୍ତନ ଓ ସୃଜନଶୀଳତା ଆପେ ଆପେ ଆସିଥାଏ। ନିଜକୁ ପରିପ୍ରକାଶ କରିବାରେ ଏହା ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।ଥାଇଲାଣ୍ଡରେ ସମ୍ୱାଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 14th, 08:30 am
ଥାଇଲାଣ୍ଡରେ ସମ୍ୱାଦର ଏହି ସଂସ୍କରଣରେ ଆପଣମାନଙ୍କ ସହିତ ଯୋଗଦେବା ମୋ ପାଇଁ ସମ୍ମାନର ବିଷୟ। ଭାରତ, ଜାପାନ ଏବଂ ଥାଇଲାଣ୍ଡର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ମୁଁ ସେମାନଙ୍କ ପ୍ରୟାସ ପାଇଁ ସମସ୍ତଙ୍କୁ ପ୍ରଶଂସା କରୁଛି ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି।ଥାଇଲ୍ୟାଣ୍ଡରେ ସମ୍ବାଦ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 14th, 08:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡରେ ଆୟୋଜିତ ସମ୍ୱାଦ କାର୍ଯ୍ୟକ୍ରମରେ ଭିଡିଓ ବାର୍ତ୍ତା ଜରିଆରେ ନିଜର ବକ୍ତବ୍ୟ ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଥାଇଲ୍ୟାଣ୍ଡରେ ସମ୍ୱାଦର ସଂସ୍କରଣରେ ଯୋଗଦେବା ତାଙ୍କ ପାଇଁ ସମ୍ମାନର ବିଷୟ। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିଥିବାରୁ ଭାରତ, ଜାପାନ ଏବଂ ଥାଇଲ୍ୟାଣ୍ଡର ବିଶିଷ୍ଟ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କୁ ସେ ପ୍ରଶଂସା କରିଥିଲେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।୩୧ ଆର୍ଦ୍ରଭୂମି ମାନ୍ୟତା ପ୍ରାପ୍ତ ସହର ତାଲିକାରେ ସ୍ଥାନ ପାଇଥିବାରୁ ଇନ୍ଦୋର ଓ ଉଦୟପୁରକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
January 25th, 05:52 pm
ବିଶ୍ୱର ୩୧ ଆର୍ଦ୍ରଭୂମି ମାନ୍ୟତା ପ୍ରାପ୍ତ ସହର ତାଲିକାରେ ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଏବଂ ଉଦୟପୁରକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହି ମାନ୍ୟତା ଭାରତର ନିରନ୍ତର ବିକାଶ ତଥା ପ୍ରକୃତି ଏବଂ ସହରୀ ଅଭିବୃଦ୍ଧି ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।PM Modi greets the people of Meghalaya on Statehood day
January 21st, 08:44 am
The Prime Minister Shri Narendra Modi today greeted the people of Meghalaya on its Statehood day.ଭାରତୀୟ ପାଣିପାଗ ବିଭାଗ ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 10:45 am
କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଡବ୍ଲୁଏମଓ ର ମହାସଚିବ ପ୍ରଫେସର ସେଲେସ୍ତେ ସାଓଲୋ ଜୀ, ବିଦେଶରୁ ଆସିଥିବା ଆମର ଅତିଥିବୃନ୍ଦ, ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ ଜୀ, ଆଇଏମଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଜୀ, ଅନ୍ୟ ମହାନୁଭବ, ସମସ୍ତ ବୈଜ୍ଞାନିକ ଓ ବିଭିନ୍ନ ବିଭାଗ ଏବଂ ସଂସ୍ଥାନର ଅଧିକାରୀ, ସଜ୍ଜନ ମଣ୍ଡଳୀ …ଭାରତୀୟ ପାଣିପାଗ ବିଭାଗର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 14th, 10:30 am
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।ଅହମ୍ମଦାବାଦ ଆନ୍ତର୍ଜାତିକ ପୁଷ୍ପ ପ୍ରଦର୍ଶନୀର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ
January 04th, 04:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଆନ୍ତର୍ଜାତିକ ପୁଷ୍ପ ପ୍ରଦର୍ଶନୀର ଝଲକ ସେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଭାବଗତ ସମ୍ପର୍କ ରହିଛି । ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ ।ରାଜସ୍ଥାନର ଜୟପୁରରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଶିଖର ସମ୍ମିଳନୀ ୨୦୨୪ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 09th, 11:00 am
ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ ଶର୍ମା, ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ଶିଳ୍ପଜଗତର ସାଥିମାନେ, ବିଭିନ୍ନ ରାଷ୍ଟ୍ରଦୂତ, ଦୂତାବାସର ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।PM Modi inaugurates Rising Rajasthan Global Investment Summit
December 09th, 10:34 am
PM Modi inaugurated the Rising Rajasthan Global Investment Summit 2024 and Rajasthan Global Business Expo in Jaipur, highlighting India's rapid economic growth, digital advancements, and youth power. He emphasized India's rise as the 5th largest economy, doubling exports and FDI, and the transformative impact of tech-driven initiatives like UPI and DBT.Thanks to collective efforts, India's Tiger population has been increasing over time: PM Modi
December 03rd, 07:10 pm
Lauding the collective efforts of conservation of tigers, the Prime Minister Shri Narendra Modi today remarked that India's Tiger population has been increasing over time. He said that addition of 57th tiger reserve in India was in line with our centuries old ethos of caring for nature.ଶ୍ରୀ ଖୋଡଲଧାମ ଟ୍ରଷ୍ଟ-କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 21st, 12:00 pm
ଆଜି ଏହି ସ୍ୱତନ୍ତ୍ର ଅବସରରେ ଖୋଡଲଧାମର ପବିତ୍ର ଭୂମି ଏବଂ ମା' ଖୋଡଲଙ୍କ ଭକ୍ତଙ୍କ ସହ ଯୋଡ଼ି ହେବା, ମୋ ପାଇଁ ଏକ ବଡ଼ ସୌଭାଗ୍ୟର କଥା । ଜନକଲ୍ୟାଣ ଓ ସେବା କ୍ଷେତ୍ରରେ ଶ୍ରୀ ଖୋଡଲଧାମ ଟ୍ରଷ୍ଟ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆଜିଠାରୁ ଆମରେଲିରେ ଆରମ୍ଭ ହେଉଛି କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟରର କାମ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଶ୍ରୀ ଖୋଡଲଧାମ ଟ୍ରଷ୍ଟ-କାଗୱଡ ପ୍ରତିଷ୍ଠାର ୧୪ବର୍ଷ ପୂରଣ ହେଉଛି । ଏହି ଆୟୋଜନ ପାଇଁ ବହୁତ- ବହୁତ ଶୁଭକାମନା ।ଭିଡିଓ ବାର୍ତ୍ତା ଜରିଆରେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ - କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 21st, 11:45 am
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖୋଦଲଧାମର ପବିତ୍ର ଭୂମି ଏବଂ ଖୋଦଲ ମା'ଙ୍କ ଭକ୍ତଙ୍କ ସହ ଯୋଗାଯୋଗ କରିବା ନେଇ ଅତ୍ୟନ୍ତ ସୌଭାଗ୍ୟ ପ୍ରକାଶ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଖୋଦଲଧାମ ଟ୍ରଷ୍ଟ ଅମରେଲି ଠାରେ କର୍କଟ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ ସହିତ ଜନକଲ୍ୟାଣ ଏବଂ ସେବା କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଶ୍ରୀ ଖୋଦଲଧାମ ଟ୍ରଷ୍ଟ - କାଗୱାଡ ପ୍ରତିଷ୍ଠାର ୧୪ ବର୍ଷ ପୂରଣ କରିବ ଏବଂ ସେ ଉଲ୍ଲେଖ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।ଡେରାଡୁନରେ ଉତ୍ତରାଖଣ୍ଡ ବିଶ୍ୱ ନିବେଶକ ଶିଖର ସମ୍ମିଳନୀ ୨୦୨୩ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 08th, 12:00 pm
ଦେବଭୂମି ଉତ୍ତରାଖଣ୍ଡକୁ ଆସିବା ଦ୍ୱାରା ମନ ଧନ୍ୟ ହୋଇଯାଏ । କିଛି ବର୍ଷ ତଳେ ଯେତେବେଳେ ମୁଁ ବାବା କେଦାରଙ୍କ ଦର୍ଶନ ପାଇଁ ବାହାରକୁ ଯାଇଥିଲି, ହଠାତ୍ ମୋ ପାଟିରୁ ଆସିଲା ଯେ ଏହା ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି, ଉତ୍ତରାଖଣ୍ଡର ଦଶନ୍ଧି ଅଟେ। ଏବଂ ମୁଁ ଖୁସି ଯେ ମୋର ସେହି କଥାକୁ ମୁଁ କ୍ରମାଗତ ଭାବରେ ପୂରଣ ହେଉଥିବାର ଦେଖୁଛି | ଆପଣମାନଙ୍କୁ ମଧ୍ୟ ଏହି ଗୌରବ ସହ ଯୋଡ଼ିହେବା ଏବଂ ଉତ୍ତରାଖଣ୍ଡର ବିକାଶ ଯାତ୍ରା ସହ ଯୋଡ଼ିହେବାର ଏକ ବଡ଼ ସୁଯୋଗ ମିଳୁଛି । ଉତ୍ତରକାଶୀର ସୁଡ଼ଙ୍ଗରୁ ଆମର ଶ୍ରମିକ ଭାଇମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାପାଇଁ ସଫଳ ଅଭିଯାନ ପାଇଁ ମୁଁ ରାଜ୍ୟ ସରକାର ଏବଂ ସମସ୍ତଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ।‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
December 08th, 11:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନସ୍ଥିତ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ‘ଉତ୍ତରାଖଣ୍ଡ ବୈଶ୍ୱିକ ନିବେଶକ ସମ୍ମିଳନୀ ୨୦୨୩କୁ ଉଦ୍ଘାଟନ କରିଛନ୍ତି । ଶ୍ରୀ ମୋଦୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ଏବଂ ଆଧାରଶୀଳା ସ୍ଥାପନ ଫଳକକୁ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ‘ସଶକ୍ତ ଉତ୍ତରାଖଣ୍ଡ : ଆଣ୍ଡ୍ ଦ ବ୍ରାଣ୍ଡ ହାଉସ୍ ଅଫ୍ ହିମାଳୟଜ୍’ ନାମକ ପୁସ୍ତକର ଉନ୍ମୋଚନ କରିଥିଲେ । ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ରହିଛି 'ସମୃଦ୍ଧି ପାଇଁ ଶାନ୍ତି' ।ନିଶା ନିବାରଣ ଅଭିଯାନରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ବୃଦ୍ଧି ଅତ୍ୟନ୍ତ ଉତ୍ସାହଜନକ: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
July 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ । ଜୁଲାଇ ମାସ ଅର୍ଥାତ୍ ମୌସୁମୀର ମାସ, ବର୍ଷାର ମାସ । ଗତ କିଛିଦିନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଉଦ୍ବେଗ ଏବଂ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ଯମୁନା ସମେତ ଅନେକ ନଦୀରେ ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପାର୍ବତ୍ୟ ଅଞ୍ଚଳରେ କିଛି ଭୂସ୍ଖଳନର ଘଟଣା ମଧ୍ୟ ଘଟିଛି । ଏହି ସମୟ ମଧ୍ୟରେ ଦେଶର ପଶ୍ଚିମାଞ୍ଚଳ, ବିଶେଷକରି ଗୁଜରାଟର ପୂର୍ବ ଭାଗରେ କିଛିଦିନ ପୂର୍ବରୁ ବାତ୍ୟା ବିପର୍ଯ୍ୟୟ ମଧ୍ୟ ଆସିଥିଲା । କିନ୍ତୁ ବନ୍ଧୁଗଣ, ସାମୁହିକ ପ୍ରଚେଷ୍ଟାର ଶକ୍ତି କ’ଣ, ଏଭଳି ବିପର୍ଯ୍ୟୟଗୁଡ଼ିକ ସମୟରେ ମଧ୍ୟ ଦେଶବାସୀମାନେ ତାହା ପୁଣିଥରେ ଦେଖାଇଦେଇଛନ୍ତି । ସ୍ଥାନୀୟ ଲୋକେ, ଆମ ଏନ୍ଡିଆର୍ଏଫ୍ର ଯବାନ୍ମାନେ, ସ୍ଥାନୀୟ ପ୍ରଶାସନ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ଦିନ ରାତି ପରିଶ୍ରମ କରି ଏଭଳି ବିପର୍ଯ୍ୟୟଗୁଡ଼ିକର ମୁକାବିଲା କରିଛନ୍ତି । ଯେକୌଣସି ବିପତ୍ତିର ମୁକାବିଲା କରିବାରେ ଆମର ସାମର୍ଥ୍ୟ ଏବଂ ସମ୍ବଳର ବିଶେଷ ଭୂମିକା ରହିଥାଏ । କିନ୍ତୁ ଏହାସହିତ ଆମ ସମ୍ବେଦନଶୀଳତା ଏବଂ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବାର ମନୋଭାବ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସର୍ବଜନ ହିତାୟର ଏହି ଭାବନା ଭାରତର ପରିଚୟ ଆଉ ଭାରତର ଶକ୍ତି ମଧ୍ୟ ଅଟେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'
June 18th, 11:30 am
ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।