ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
January 12th, 10:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଯୁବ ସଂସଦ ମହୋତ୍ସବର ବିଜେତା ଓ ଫାଇନାଲ ପ୍ୟାନେଲିଷ୍ଟମାନଙ୍କୁ ପ୍ରଶଂସା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ହୋଇଥିବା ଆପଣମାନଙ୍କର ଆଲୋଚନା ଏବଂ ବିଚାରବିମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣମାନଙ୍କର ଭାଷଣ ମୁଁ ଶୁଣିଥିଲି, ଏହି ସମୟରେ ମୋ ମନରେ ଏକ ବିଚାର ଉତ୍ପନ୍ନ ହେଲା ଏବଂ ମୁଁ ଏହି ନିଷ୍ପତ୍ତି ନେଲି ଯେ କେବଳ ତିନି ଜଣ ବିଜେତାମାନଙ୍କର ନୁହନ୍ତି, ବରଂ ଭାଷଣର ରେକର୍ଡ ମିଳିବା ପରେ ସମସ୍ତ ଫାଇନାଲିଷ୍ଟଙ୍କର ଅଭିଭାଷଣକୁ ନିଜର ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରିବି ।”ରାଜନୀତିରେ ନିଃସ୍ୱାର୍ଥପର ଏବଂ ଗଠନମୂଳକ ଅବଦାନ ରଖିବାକୁ ଯୁବ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
January 12th, 03:31 pm
ରାଜନୀତିରେ ଗଠନମୂଳକ ଓ ନିଃସ୍ୱାର୍ଥପର ଅବଦାନ ରଖିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ଆଜି ଦ୍ୱିତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଥାର୍ଥ ପରିବର୍ତ୍ତନ ଆଣିବା ପାଇଁ ରାଜନୀତି ଏକ ବଡ଼ ମାଧ୍ୟମ । ଅନ୍ୟ ସମସ୍ତ କ୍ଷେତ୍ର ଭଳି ରାଜନୀତିରେ ମଧ୍ୟ ଯୁବକଯୁବତୀମାନଙ୍କର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । ଯୁବ ସମାଜକୁ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି ଯେ ଆଜି ରାଜନୀତି କ୍ଷେତ୍ର ଆଉ ତଥାକଥିତ ଦଗାବାଜ ଓ ଭ୍ରଷ୍ଟଙ୍କ କ୍ରୀଡାଭୂମି ହୋଇ ରହିନାହିଁ । ସେ ପୁରୁଣା ବିଚାର ବଦଳିଯାଇଛି । ସାଧୁ ସଚ୍ଚୋଟ ଲୋକମାନେ ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ପାଉଛନ୍ତି । ଏବେ ସାଧୁତା, ସଚ୍ଚୋଟତା ଓ ପ୍ରଦର୍ଶନ ସମୟର ଆବଶ୍ୟକତା ପାଲଟିଛି ।ଯୁବ ସମାଜକୁ ପ୍ରଧାନମନ୍ତ୍ରୀ ବୁଝାଇଲେ ସ୍ୱାମୀ ବିବେକାନନ୍ଦଙ୍କ ନେତୃତ୍ୱ ମନ୍ତ୍ର
January 12th, 03:28 pm
ସ୍ୱାମୀ ବିବେକାନନ୍ଦଙ୍କ ନେତୃତ୍ୱ ମନ୍ତ୍ର ବା ପରାମର୍ଶକୁ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ସମାଜକୁ ଆହ୍ୱାନ ଜଣାଇଛନ୍ତି । ବ୍ୟକ୍ତି ଓ ଅନୁଷ୍ଠାନ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ମଧ୍ୟ ଏହି ମହାନ୍ ସନ୍ଥଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି ।ଦ୍ୱିତୀୟ ରାଷ୍ଟ୍ରୀୟ ଯୁବ ସଂସଦ ମହୋତ୍ସବର ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 12th, 10:36 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
January 12th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।12 ଜାନୁଆରୀରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବରେ ଅଭିଭାଷଣ ଦେବେ ପ୍ରଧାନମନ୍ତ୍ରୀ
January 10th, 12:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ଜାନୁଆରୀ 2021 ସକାଳ 10.30ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ ।Words one speak may or may not be impressive but it should definitely be inspiring: PM Modi
February 27th, 10:01 am
PM Modi today conferred the Youth Parliament Festival Awards. Addressing a gathering, the PM highlighted how during the 16th Lok Sabha. He said, “Average productivity was 85%, nearly 205 bills were passed. The 16th Lok Sabha worked 20% more, in comparison to 15th Lok Sabha.” He urged the gathering that the words that we speak should reach its accurate point. “It may not be impressive, but it should be inspiring,” he said.PM confers National Youth Parliament Festival 2019 Awards
February 27th, 10:00 am
PM Modi today conferred the Youth Parliament Festival Awards. Addressing a gathering, the PM highlighted how during the 16th Lok Sabha. He said, “Average productivity was 85%, nearly 205 bills were passed. The 16th Lok Sabha worked 20% more, in comparison to 15th Lok Sabha.” He urged the gathering that the words that we speak should reach its accurate point. “It may not be impressive, but it should be inspiring,” he said.