ମହାରାଷ୍ଟ୍ରର ନାସିକରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 12th, 01:15 pm
ମହାରାଷ୍ଟ୍ରର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଅନୁରାଗ ଠାକୁର, ଭାରତୀ ପାୱାର, ନିସିଥ ପ୍ରାମାଣିକ, ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାରଜୀ, ସରକାରଙ୍କ ଅନ୍ୟ ମନ୍ତ୍ରୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ଯୁବ ବନ୍ଧୁମାନେ,ମହାରାଷ୍ଟ୍ରର ନାସିକରେ ୨୭ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 12th, 12:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ନାସିକଠାରେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦ ଓ ରାଜମାତା ଜୀଜାଉଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ମୋଦୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହିତ ରାଜ୍ୟ ଦଳର ଶୋଭାଯାତ୍ରା ଓ 'ବିକଶିତ ଭାରତ @ ୨୦୪୭- ୟୁବା କେ ଲିଏ, ୟୁବା କେ ଦ୍ୱାରା' ଶୀର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମରେ ରିଦମିକ୍ ଜିମ୍ନାଷ୍ଟିକ୍ସ, ମଲ୍ଲଖମ୍ବ, ଯୋଗାସନ ଓ ଜାତୀୟ ଯୁବ ମହୋତ୍ସବ ଗୀତ ସାମିଲ ଥିଲା।ପ୍ରଧାନମନ୍ତ୍ରୀ ଜାନୁଆରୀ ୧୨ରେ ମହାରାଷ୍ଟ୍ର ଗସ୍ତରେ ଯିବେ
January 11th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୨, ୨୦୨୪ରେ ମହାରାଷ୍ଟ୍ର ଗସ୍ତରେ ଯିବେ । ଅପରାହ୍ନ ପ୍ରାୟ ୧୨ ଟା ୧୫ରେ ପ୍ରଧାନମନ୍ତ୍ରୀ ନାସିକରେ ପହଞ୍ଚିବେ, ଯେଉଁଠାରେ ସେ ୨୭ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେୱରୀ - ନହୱା ଶେୱା ଅଟଳ ସେତୁର ଉଦଘାଟନ କରିବେ ଓ ଏହା ଉପରେ ଯାତ୍ରା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ନଭି ମୁମ୍ବାଇରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ ।Our motto is to unlock the potential of the youth of our country: PM Modi
April 24th, 06:42 pm
PM Modi addressed the Yuvam conclave and acknowledged that for the vibrancy of any mission, the vibrancy of youth is of utmost importance. He stated that India has transformed from being the fragile five to being the fifth largest economy. He mentioned that the BJP and the youth of this country have a similar wavelength. We bring reforms and the youth brings results enabling a successful youth-led partnership and changePM Modi addresses ‘Yuvam’ Conclave in Kerala
April 24th, 06:00 pm
PM Modi addressed the Yuvam conclave and acknowledged that for the vibrancy of any mission, the vibrancy of youth is of utmost importance. He stated that India has transformed from being the fragile five to being the fifth largest economy. He mentioned that the BJP and the youth of this country have a similar wavelength. We bring reforms and the youth brings results enabling a successful youth-led partnership and changeମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଓଡ଼ିଆ ଅନୁବାଦ
April 24th, 10:10 am
ମୁଁ ଖୁସି ଯେ ଦେଶର କ୍ରୀଡ଼ା ମନ୍ତ୍ରୀଙ୍କ ସମ୍ମିଳନୀ ଏହି ‘ଚିନ୍ତନ ଶିବିର’ ଚଳିତ ବର୍ଷ ମଣିପୁରରେ ଅନୁଷ୍ଠିତ ହେଉଛି। ଉତ୍ତର ପୂର୍ବର ଅନେକ କ୍ରୀଡ଼ାବିତ୍ ତିରଙ୍ଗାକୁ ଗୌରବାନ୍ୱିତ କରି ଦେଶ ପାଇଁ ପଦକ ଜିତିଛନ୍ତି । ଦେଶର କ୍ରୀଡା ପରମ୍ପରାକୁ ଆଗକୁ ନେବାରେ ଉତ୍ତର ପୂର୍ବ ଏବଂ ମଣିପୁର ଯଥେଷ୍ଟ ଅବଦାନ ରଖିଛନ୍ତି। ସାଗୋଲ କାଙ୍ଗଜାଇ, ଥାଙ୍ଗ-ତା, ୟୁବି ଲକ୍ପୀ, ମୁକନା ଏବଂ ହିଆଙ୍ଗ ତନ୍ନାବା ଭଳି ସ୍ୱଦେଶୀ ଖେଳଗୁଡିକ ନିଶ୍ଚିତ ଭାବରେ ଅତ୍ୟନ୍ତ ଆକର୍ଷଣୀୟ । ଉଦାହରଣ ସ୍ୱରୂପ, ମଣିପୁରର ଓଲାଓବିରେ କବାଡିର ଝଲକ ଅଛି । ହିଆଙ୍ଗ ତନ୍ନାବା କେରଳର ଏକ ଡଙ୍ଗା ରେସକୁ ମନେ ପକାଇଥାଏ। ଏବଂ ମଣିପୁରର ପୋଲୋ ସହିତ ଏକ ଐତିହାସିକ ସମ୍ପର୍କ ଅଛି। ଯେପରି ଉତ୍ତର ପୂର୍ବ ଦେଶର ସାଂସ୍କୃତିକ ବିବିଧତା ପାଇଁ ନୂତନ ରଙ୍ଗ ଯୋଗ କରିଥାଏ, ଏହା ଦେଶର କ୍ରୀଡା ବିବିଧତାକୁ ମଧ୍ୟ ନୂଆ ଦିଗ ଦେଇଥାଏ। ମୁଁ ଆଶା କରୁଛି ଯେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କ୍ରୀଡା ମନ୍ତ୍ରୀମାନେ ମଣିପୁର ଠାରୁ ବହୁତ କିଛି ଶିଖିବେ ଏବଂ ମୁଁ ନିଶ୍ଚିତ ଯେ ମଣିପୁରର ଲୋକଙ୍କ ଭଲ ପାଇବା ଏବଂ ଆତିଥ୍ୟ ଆପଣଙ୍କ ରହଣିକୁ ଅଧିକ ଆନନ୍ଦଦାୟକ କରିବ । ଏହି ‘ଚିନ୍ତନ ଶିବିର’ରେ ଅଂଶଗ୍ରହଣ କରୁଥିବା ସମସ୍ତ କ୍ରୀଡ଼ା ମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମୁଁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଉଛି।ପ୍ରଧାନମନ୍ତ୍ରୀ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ କୁ ସମ୍ବୋଧିତ କରିଛନ୍ତି
April 24th, 10:05 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମଣିପୁରର ଇମ୍ଫାଲରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଜ୍ୟ / ୟୁଟି ମନ୍ତ୍ରୀ ମାନଙ୍କର ‘ଚିନ୍ତନ ଶିବିର’ ଙ୍କୁ ସମ୍ବୋଧିତ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆଦିଲ୍ଲୀ ଠାରେ ନିଜ ବାସଭବନରେ ଏନସିସି କ୍ୟାଡେଟ୍ ଏବଂ ଏନଏସଏସ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଥିବାର ମୂଳପାଠ
January 25th, 06:40 pm
ଗତ କିଛି ସପ୍ତାହ ମଧ୍ୟରେ, ମୁଁ ଯୁବ ସହକର୍ମୀମାନଙ୍କୁ ବାରମ୍ବାର ଭେଟିବାର ସୁଯୋଗ ପାଇଲି । ଏକ ମାସ ପୂର୍ବରୁ ଆମେ ‘ବୀର ବାଲ ଦିବସ’ ପାଳନ କରିଥିଲୁ, ଆମେ ବୀର ସାହସୀ ପୁଅମାନଙ୍କ ସାହସିକତା ଏବଂ ବଳିଦାନକୁ ପ୍ରଣାମ କରିବାର ସୁଯୋଗ ପାଇଲୁ । ଏହାପରେ କର୍ଣ୍ଣାଟକରେ ଚାଲିଥିବା ‘ଜାତୀୟ ଯୁବ ମହୋତ୍ସବ’ରେ ସାମିଲ ହୋଇଥିଲି । ଏହାର ମାତ୍ର ଦୁଇଦିନ ପରେ ଦେଶର ଯୁବ ଅଗ୍ନିବୀରମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲି । ତା’ପରେ ଯୁପିୟରେ ଖେଳ ମହାକୁମ୍ଭର ଏକ କାର୍ଯ୍ୟକ୍ରମରେ ଯୁବ ଖେଳାଳିମାନଙ୍କ ସହ ଏକ ଆଲୋଚନା ହୋଇଥିଲା । ଏହାପରେ ଆଜି ମୁଁ ସଂସଦରେ ଏବଂ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆପଣଙକ୍ ନେତାଙ୍କୁ ଜାଣନ୍ତୁ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମଗ୍ର ଦେଶର ବିଦ୍ୟାର୍ଥୀମାନଙ୍କ ସହ ମିଶିବାର ସୁଯୋଗ ମିଳିଲା । ଗତକାଲି ମୁଁ ଦେଶର ପ୍ରତିଭାଧାରୀ ପିଲାମାନଙ୍କୁ ଭେଟିଥିଲି ଯେଉଁମାନେ ଜାତୀୟ ପୁରସ୍କାର ଜିତିଥିଲେ । ଆଜି ମୁଁ ଏହି ବିଶେଷ କାର୍ଯ୍ୟକ୍ରମରେ ଆପଣମାନେ ସମସ୍ତଙ୍କୁ ଭେଟୁଛି । କିଛି ଦିନ ପରେ ‘ପରୀକ୍ଷା ପେ ଚର୍ଚ୍ଚା’ ମାଧ୍ୟମରେ ଦେଶର ଲକ୍ଷ ଲକ୍ଷ ଯୁବକ ଏବଂ ଛାତ୍ରଙ୍କ ସହ ଯୋଗାଯୋଗ କରିବାକୁ ଯାଉଛି । ପ୍ରତିବର୍ଷ ପରି ଏଥର ମଧ୍ୟ ମୁଁ ଏନସିସି କାର୍ଯ୍ୟକ୍ରମରେ ଅଂଶ ହେବାକୁ ସୁଯୋଗ ପାଇବାକୁ ଯାଉଛି ।ଏନସିସି କ୍ୟାଡେଟ୍ ଏବଂ ଏନଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 25th, 04:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏନସିସି କ୍ୟାଡେଟ ଏବଂ ଏନଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଥମ ଥର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ପୋଷାକ ପରିହିତ ଅନେକ ଶିଶୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୟ ହିନ୍ଦର ମନ୍ତ୍ର ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ।କର୍ଣ୍ଣାଟକର ହୁବଲୀ ଠାରେ ୨୬ତମ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 12th, 04:30 pm
କର୍ଣ୍ଣାଟକର ଏହି କ୍ଷେତ୍ର ନିଜର ପରମ୍ପରା; ସଂସ୍କୃତି ଏବଂ ଜ୍ଞାନ ପାଇଁ ପ୍ରସିଦ୍ଧ ଅଟେ । ଏଠିକାର ଅନେକ ବ୍ୟକ୍ତିତ୍ୱମାନଙ୍କୁ ଜ୍ଞାନପୀଠ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଏହି କ୍ଷେତ୍ର ଦେଶକୁ ସବୁଠାରୁ ବଡ଼ ବଡ଼ ମହାନ ସଂଗୀତକାରମାନଙ୍କୁ ଦେଇଛି । ପଣ୍ଡିତ ଗନ୍ଧର୍ବ, ପଣ୍ଡିତ ବସବରାଜ ରାଜଗୁରୁ, ପଣ୍ଡିତ ମଲ୍ଲିକାର୍ଜୁନ ମାନସୁର, ଭାରତ ରତ୍ନ ପଣ୍ଡିତ ଭୀମସେନ ଜୋଶୀ ଏବଂ ପଣ୍ଡିତା ଗଙ୍ଗୁବାଈ ହଙ୍ଗଲ ଜୀଙ୍କୁ ମୁଁ ଆଜି ହୁବଲୀର ଧରିତ୍ରରେ ପ୍ରଣାମ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଉଛି ।କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 12th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ହୁବ୍ବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବକୁ ଉଦଘାଟନ କରିଛନ୍ତି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେଉଥିବା ଜାତୀୟ ଯୁବ ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସ୍ୱାମୀ ବିବେକାନନ୍ଦଙ୍କ ବିଚାର, ଆଦର୍ଶ, ଶିକ୍ଷା ଓ ଯୋଗଦାନକୁ ସମ୍ମାନ ଜଣାଇବା କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ। ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ରହିଛି – ‘ବିକଶିତ ଯୁବା-ବିକଶିତ ଭାରତ’। ମହୋତ୍ସବରେ ଦେଶର ସବୁ ପ୍ରାନ୍ତରୁ ବିବିଧ ସଂସ୍କୃତିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିବା ଲାଗି ପ୍ରୟାସ କରାଯାଇଛି। ଏଥିରେ ଯୋଗ ଦେଇଥିବା ଯୁବ ପ୍ରତିଯୋଗୀମାନେ ଏକ ଭାରତ, ଶ୍ରେଷ୍ଠ ଭାରତ ଭାବନା ନେଇ ଏକତ୍ରିତ ହୋଇଛନ୍ତି ।ଜାନୁୟାରୀ ୧୨ରେ କର୍ଣ୍ଣାଟକର ହୁବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
January 10th, 04:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୨, ୨୦୨୩ ଅପରାହ୍ନ ପ୍ରାୟ ୪ଟା ବେଳେ କର୍ଣ୍ଣାଟକର ହୁବଲି ଠାରେ ୨୬ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଜାତୀୟ ଯୁବ ଦିବସ ଅବସରର ଆୟୋଜିତ ହେବ ଯାହା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ, ଶିକ୍ଷା ଓ ଅବଦାନକୁ ସମ୍ମାନ ଜଣାଇ ପାଳିତ ହୋଇଥାଏ ।ପୁଡୁଚେରୀ ଠାରେ ୨୫ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 12th, 03:02 pm
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲ- ସାଇ ଜୀ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶ୍ରୀ ନାରାୟଣ ରାଣେ ଜୀ, ଶ୍ରୀ ଅନୁରାଗ ଠାକୁର ଜୀ, ଶ୍ରୀ ନିଶୀତ ପ୍ରମାଣିକ ଜୀ, ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଜୀ, ପୁଡୁଚେରୀ ସରକାରଙ୍କ ବରିଷ୍ଠ ମନ୍ତ୍ରିଗଣ, ସାଂସଦ ଗଣ, ବିଧୟାକ ଗଣ, ଦେଶର ଅନ୍ୟ ରାଜ୍ୟର ମନ୍ତ୍ରିଗଣ ଏବଂ ମୋର ଯୁବ ବନ୍ଧୁମାନେ! ନମସ୍କାର! ଆପଣ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୫ତମ ଜାତୀୟ ଯୁବ ଉତ୍ସବ ପୁଡୁଚେରୀଠାରେ ଉଦଘାଟିତ
January 12th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।12 ଜାନୁଆରୀ 2022 ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବ ପାଇଁ ଆପଣଙ୍କ ବିଚାର ଏବଂ ପରାମର୍ଶ ଅଂଶୀଦାର କରନ୍ତୁ
January 09th, 12:32 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 12 ଜାନୁଆରୀ 2022 ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ 25ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ ଏବଂ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ଯୁବାଙ୍କୁ ସେମାନଙ୍କର ବିଚାର ଏବଂ ପରାମର୍ଶ ଯୋଗଦାନ କରିବାକୁ ଆହ୍ୱାନ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କିଛି ବିଚାର ଏବଂ ପରାମର୍ଶ ଅନ୍ତର୍ଭୁକ୍ତ କରିପାରନ୍ତି ।ଜାତୀୟ ଯୁବ ଦିବସ ଅବସରରେ ଦୁଇଟି ସମାବେଶକୁ ଭିଡିଓ କନଫେରେନସିଙ୍ଗ ଯୋଗେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
January 12th, 06:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଯୁବ ଦିବସ ଅବସରରେ ଭିଡିଓ କନଫେରେନସିଙ୍ଗ ଯୋଗେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମାବେଶକୁ ସମ୍ବୋଧିତ କରିଛନ୍ତି ।କର୍ଣ୍ଣାଟକର ବେଲାଗାଭିରେ ‘ରାଷ୍ଟ୍ରୀୟ ଯୁବ ଦିବସ’ ଓ ‘ସର୍ବ ଧର୍ମ ସଭା’କୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (12.01.2018)
January 12th, 05:31 pm
ଆଜି ବେଲାଗାଭିର ଏହି ବିହଙ୍ଗମ ଦୃଶ୍ୟ, ଏହି ଭବ୍ୟ ଚିତ୍ର ଦେଖି ଲାଗୁଛି କି ସମସ୍ତେ ବିବେକାନନ୍ଦମୟ ହୋଇଯାଇଛନ୍ତି । ଆଜି ଏଠି ସର୍ବ ଧର୍ମ ସଭାର ମଧ୍ୟ ଆୟୋଜନ କରାଯାଉଛି । ଏଥିପାଇଁ ବି ଆପଣମାନଙ୍କ ମଙ୍ଗଳ କାମନା କରୁଛି ।22ତମ ଜାତୀୟ ଯୁବ ମହୋତ୍ସବ-2018ର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (ଭିଡିଓ କନଫରେନ୍ସ ଜରିଆରେ)
January 12th, 12:45 pm
ସର୍ବପ୍ରଥମେ ମୁଁ ସମସ୍ତ ଦେଶବାସୀଙ୍କୁ ଆମର ବୈଜ୍ଞାନିକମାନଙ୍କର ଆଉ ଏକ ବଡ ଉପଲବ୍ଧିକୁ ପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ବର୍ତ୍ତମାନଠାରୁ କିଛି ସମୟ ପୂର୍ବରୁ ଇସ୍ରୋ ପିଏସଏଲଭି-ସି 40ର ସଫଳ ପ୍ରକ୍ଷେପଣ କରିଛି । ପିଏସଏଲଭି ଦ୍ୱାରା କାର୍ଟୋସାଟ୍-2 ସିରିଜର ଉପଗ୍ରହ ସମେତ ମୋଟ 31ଟି ଉପଗ୍ରହକୁ ଅନ୍ତରୀକ୍ଷରେ ସ୍ଥାପିତ କରାଯାଇଛି । ଏଥିରୁ 28ଟି ଉପଗ୍ରହ ହେଉଛି ଅନ୍ୟ ଦେଶର । ଆଜି ଇସ୍ରୋ ଆଉ ଏକ ରେକର୍ଡ କରିଛି । ଆଜି ଇସ୍ରୋ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ଶତକ ଅର୍ଜନ କରିଛି ।PM exhorts official youth organizations to join hands for water conservation
April 19th, 09:30 am
India has shown the world, that a land of such diversity, has a unique spirit to stay together: PM Modi
January 12th, 07:20 pm