ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
June 11th, 06:02 pm
ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ ପ୍ରାପ୍ତ ଅନେକ ଉପାଖ୍ୟାନ ଓ କାହାଣୀ ବିଷୟରେ ନିଜର ଅଭିଭାଷଣରେ ଉଲ୍ଲେଖ କରିଥିଲେ। ନିଜର ସମ୍ବୋଧନରେ ଭିନ୍ନ ଭିନ୍ନ ଉଦାହରଣ ଦେଇ ସେ ସରକାରୀ କାର୍ଯ୍ୟରେ ସେବା ଉନ୍ମୁଖତା, ସାଧାରଣ ଲୋକଙ୍କ ଆକାଂକ୍ଷାକୁ ସାକାର କରିବାର ଦାୟିତ୍ୱ, ଉଚ୍ଚନୀଚ ପଦବୀର ଭେଦଭାବକୁ ଦୂର କରିବା ଓ ସଂସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଭିଜ୍ଞତାକୁ ଉପଯୋଗ କରିବା, ଜନଭାଗିଦାରୀର ମହତ୍ୱ, ବ୍ୟବସ୍ଥାରେ ସୁଧାର ଆଣିବା ଓ ଅଭିନବ ପଦକ୍ଷେପ ଗ୍ରହଣ କରିବା ଆଦି ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ମଡ୍ୟୁଲକୁ ଏପରି ଭାବେ ପ୍ରସ୍ତୁତ ଓ ବିକଶିତ କରାଯିବା ଉଚିତ୍ ଯାହାଫଳରେ ସରକାରୀ ଅଧିକାରୀମାନେ ସେମାନଙ୍କ ମନରେ ଏସବୁ ବିଷୟକୁ ସାମିଲ କରିପାରିବେ ।ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
June 10th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ଜାତୀୟ ତାଲିମ ଆଲୋଚନାଚକ୍ରକୁ ନୂଆଦିଲ୍ଳୀର ପ୍ରଗତି ମୈଦାନ ସ୍ଥିତ ଆନ୍ତର୍ଜାତିକ ପ୍ରଦର୍ଶନୀ ଓ ଅଧିବେଶନ କେନ୍ଦ୍ରଠାରେ ଉଦ୍ଘାଟନ କରିବେ । ଆସନ୍ତା ୧୧ଜୁନ, ୨୦୨୩ ଦିନ ସାଢେ ଦଶଟାବେଳେ ଏହାକୁ ଉଦ୍ଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍ବୋଧନ ଦେବେ ।