ସର୍ଦ୍ଦାର ଭବନର ଲୋକାର୍ପଣ ଏବଂ ସର୍ଦ୍ଦାରଧାମ ଫେଜ- IIର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 11:01 am
କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ଭାଇ ରୂପାଣୀ ମହାଶୟ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀ ପୁରୁଷୋତମ ରୂପାଲା ମହାଶୟ, ଶ୍ରୀ ମନସୁଖଭାଇ ମାଣ୍ଡଭ୍ୟ ମହାଶୟ, ଭଉଣୀ ଅନୁପ୍ରିୟା ପଟେଲ ମହାଶୟା, ଲୋକସଭାରେ ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଜନତାପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସି. ଆର ପାଟିଲ ମହାଶୟ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ସମସ୍ତ ସହଯୋଗୀ ସାଂସଦ ସାଥୀ, ଗୁଜରାଟର ବିଧାୟକଗଣ, ସର୍ଦ୍ଦାର ଧାମର ସମସ୍ତ ଟ୍ରଷ୍ଟି, ମୋର ମିତ୍ର ଭାଇ ଶ୍ରୀ ଗାଗଜୀ ଭାଇ, ଟ୍ରଷ୍ଟ୍ରର ସମସ୍ତ ସମ୍ମାନିତ ସଦସ୍ୟଗଣ, ଏହି ପବିତ୍ର କାର୍ଯ୍ୟକୁ ଆଗେଇ ନେବାରେ ନିଜର ଯୋଗଦାନ ଦେଇଥିବା ସମସ୍ତ ସାଥୀ, ଭାଇ ଓ ଭଉଣୀମାନେ!ପ୍ରଧାନମନ୍ତ୍ରୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୁମି ପୂଜନ କରିଛନ୍ତି
September 11th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୂମିପୂଜନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ବୟନ ଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କଲେ ସରକାର
September 08th, 02:49 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ସାକାର କରିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଟ ୧୦,୬୮୩ କୋଟି ଟଙ୍କାର ବଜେଟ ବ୍ୟୟବରାଦ ସହିତ ଏମଏମଏଫ ପୋଷାକ, ଏମଏମଏଫ କପଡ଼ା ଏବଂ ବୈଷୟିକ ବସ୍ତ୍ରର ୧୦ଟି ଖଣ୍ଡ/ଉତ୍ପାଦ ନିମନ୍ତେ ବୟନ ଶିଳ୍ପ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ବୟନ ଶିଳ୍ପ କ୍ଷେତ୍ର ପାଇଁ ସରକାର ପିଏଲଆଇ ଯୋଜନା ସହିତ ଆରଓଏସସିଟିଏଲ, ଆରଓଡିଟିଇପି ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତିଦ୍ବନ୍ଦ୍ବିତା ମୂଳକ ମୂଲ୍ୟରେ କଞ୍ଚାମାଲ ଉପଲବ୍ଧ କରାଇବା, କୌଶଳ ବିକାଶ, ଆଦି ଦ୍ୱାରା ବୟନ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ମଧ୍ୟ ହେବ।