ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି
December 16th, 01:00 pm
ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି । ରାଷ୍ଟ୍ରପତି ଦିଶାନାୟକଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ଗତିଶୀଳତା ଏବଂ ଶକ୍ତି ସୃଷ୍ଟି କରିଛି । ଆମର ଭାଗିଦାରୀ ପାଇଁ ଆମେ ଏକ ଭବିଷ୍ୟତ ଦୃଷ୍ଟିକୋଣ ଗ୍ରହଣ କରିଛୁ । ଆମେ ଆମର ଅର୍ଥନୈତିକ ଭାଗିଦାରୀରେ ନିବେଶ ଭିତ୍ତିକ ଅଭିବୃଦ୍ଧି ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛୁ ଏବଂ ସ୍ଥିର କରିଛୁ ଯେ ଭୌତିକ, ଡିଜିଟାଲ ଏବଂ ଶକ୍ତି ସଂଯୋଗ ଆମର ଭାଗିଦାରୀର ମୁଖ୍ୟ ସ୍ତମ୍ଭ ହେବ । ଆମେ ଉଭୟ ଦେଶ ମଧ୍ୟରେ ବିଦ୍ୟୁତ-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ ଦିଗରେ କାର୍ଯ୍ୟ କରିବୁ । ସାମପୁର ସୌର ଶକ୍ତି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ଏହାବ୍ୟତୀତ ଶ୍ରୀଲଙ୍କାର ପାୱାର ପ୍ଲାଣ୍ଟ ପାଇଁ ଏଲଏନଜି ଯୋଗାଇ ଦିଆଯିବ । ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ପକ୍ଷ ଖୁବଶୀଘ୍ର ଇଟିସିଏ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବେ ।ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
December 01st, 07:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ।ନଭେମ୍ବର ୩୦ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
November 29th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନଭେମ୍ବର ୩୦ରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ।ଜର୍ମାନୀ ଚାନସେଲରଙ୍କ ସହିତ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ
October 25th, 01:50 pm
ପ୍ରଥମେ ମୁଁ ଚାନସେଲର ସୋଲଜ ଏବଂ ତାଙ୍କ ପ୍ରତିନିଧି ଦଳଙ୍କୁ ଭାରତରେ ସ୍ୱାଗତ କରୁଛି । ମୁଁ ଖୁସିଯେ ବିଗତ ଦୁଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି ।ଜାମାଇକା ପ୍ରଧାନମନ୍ତ୍ରୀଙ୍କ ସହ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
October 01st, 12:00 pm
ପ୍ରଧାନମନ୍ତ୍ରୀ ହୋଲନେସ୍ ଓ ତାଙ୍କ ପ୍ରତିନିଧିଦଳଙ୍କୁ ଭାରତରେ ସ୍ୱାଗତ କରି ମୁଁ ବହୁତ ଖୁସି ହେଉଛି । ଜାମାଇକାର ପ୍ରଧାନମନ୍ତ୍ରୀ ପ୍ରଥମ ଥର ଆଜି ଦ୍ୱିପାକ୍ଷିକ ଗସ୍ତରେ ଆସିଛନ୍ତି । ତେଣୁ ଏହି ଯାତ୍ରା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।କ୍ୱାଡ୍ ନେତା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ
September 22nd, 02:30 am
ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆଜି କ୍ୱାଡ୍ ଶିଖର ସମ୍ମିଳନୀରେ ବନ୍ଧୁମାନଙ୍କ ସହ ଅଂଶଗ୍ରହଣ କରି ମୁଁ ବହୁତ ଆନନ୍ଦିତ । କ୍ୱାଡର ବିଂଶ ବାର୍ଷିକୀ ପାଳନ କରିବା ପାଇଁ ରାଷ୍ଟ୍ରପତି ବାଇଡେନଙ୍କ ନିଜ ସହର ୱିଲମିଂଟନ ଠାରୁ ଭଲ ସ୍ଥାନ ଆଉ କିଛି ହୋଇପାରେ ନାହିଁ । ଆମଟ୍ରାକ୍ ଜୋ ଙ୍କ ଭଳି, ଆପଣ ଯେଉଁଭଳି ଏହି ସହର ଏବଂ ଡେଲାୱେର ସହିତ ଜଡିତ ଅଛନ୍ତି, ସେହିଭଳି ଏକ ସମ୍ପର୍କ ଆପଣଙ୍କର କ୍ୱାଡ୍ ସହିତ ରହିଛି।ତଟରକ୍ଷୀ କର୍ମୀଙ୍କୁ ତଟରକ୍ଷା ବାହିନୀର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 01st, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ତଟରକ୍ଷୀ କର୍ମୀଙ୍କୁ ଭାରତୀୟ ତଟରକ୍ଷା ବାହିନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି
July 21st, 12:13 pm
ମୁଁ ରାଷ୍ଟ୍ରପତି ବିକ୍ରମସିଙ୍ଘେ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି । ଆଜି ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିଜ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରୁଛନ୍ତି । ଏହି ଅବସରରେ ମୁଁ ତାଙ୍କୁ ଆମ ସମସ୍ତଙ୍କ ତରଫରୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ବିଗତ ଏକ ବର୍ଷ, ଶ୍ରୀଲଙ୍କାର ଲୋକମାନଙ୍କ ପାଇଁ ଆହ୍ୱାନରେ ପରିପୂର୍ଣ୍ଣ ଥିଲା । ଏକ ନିକଟ ସମ୍ପର୍କୀୟ ଭାବେ, ସବୁ ସମୟ ଭଳି, ଆମେ ଏହି ସଂକଟ ସମୟରେ ମଧ୍ୟ ଶ୍ରୀଲଙ୍କାର ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇ ରହିଥିଲୁ । ଆଜି ଯେଭଳି ସାହସର ସହିତ, ସେ ଏହି ଆହ୍ୱାନପୂର୍ଣ୍ଣ ପରିସ୍ଥିତିଗୁଡିକର ସାମନା କଲେ, ସେଥି ପାଇଁ ମୁଁ ଶ୍ରୀଲଙ୍କାର ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି ।୧,୪୪,୦୦୦ କେଜିର ଡ୍ରଗ୍ସ ନଷ୍ଟ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
July 17th, 10:21 pm
ଡ୍ରଗ୍ସ କାରବାର ଏବଂ ଜାତୀୟ ସୁରକ୍ଷା ଉପରେ ଅନୁଷ୍ଠିତ ଆଞ୍ଚଳିକ ସମ୍ମିଳନୀରେ ଏହି ଉଲ୍ଲେଖନୀୟ ଉପଲବ୍ଧି କଥା ଆଲୋଚନା ହୋଇଥିଲା । ଏହା ଡ୍ରଗ୍ସ ମୁକ୍ତ ଭାରତ ନିର୍ମାଣରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ପ୍ରତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦୃଢ଼ ଏବଂ ନିରନ୍ତର ଉଦ୍ୟମର ଉଦାହରଣ ।ମଧ୍ୟପ୍ରଦେଶର ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
April 01st, 08:36 pm
ତିନି ଦିନିଆ ଏହି ସାମରିକ କମାଣ୍ଡର ସମ୍ମିଳନୀର ବିଷୟବସ୍ତୁ ଥିଲା ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ । ସମ୍ମିଳନୀରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯାଇଥିଲା । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ ଆତ୍ମନିର୍ଭରତା” ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା ।ଇଣ୍ଡିଆ ଟୁଡେ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 18th, 11:17 pm
ଇଣ୍ଡିଆ ଟୁଡେ କନକ୍ଲେଭ୍ ସହିତ ସଂଶ୍ଳିଷ୍ଟ ସମସ୍ତ ମହାନୁଭବମାନଙ୍କୁ ମୋର ନମସ୍କାର । ଦେଶ- ବିଦେଶରୁ ଯେଉଁ ଦର୍ଶକ- ପାଠକ, ଡିଜିଟାଲ ମାଧ୍ୟମ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ମୋତେ ଏହା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ଯେ ଏହି କନକ୍ଲେଭ୍ ଯାହା ରଖାଯାଇଛି - ଦି ଇଣ୍ଡିଆ ମୁମେଣ୍ଟ୍ - ଅର୍ଥାତ୍ ଆଜି ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଚିନ୍ତକ ସମସ୍ତେ ଏଇ କଥା କହୁଛନ୍ତି ଏବଂ ସମ ସ୍ୱରରେ କହୁଛନ୍ତି “ଏହା ହେଉଛି ଭାରତର ସମୟ”। କିନ୍ତୁ ଯେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏହି ସକାରାତ୍ମକ ମାନସିକତା ଦେଖାଉଛନ୍ତି, ସେତେବେଳେ ଏହାର କିଛି ଅଧିକ ବିଶେଷତା ରହିଛି । ଏମିତିରେ ତ ମୁଁ ୨୦ ମାସ ପୂର୍ବରୁ ଲାଲକିଲ୍ଲାର ମଞ୍ଚ ଉପଯୁ କହିଥିଲା- ଏହା ହେଉଛି ଉପଯୁକ୍ତ ଅବସର, ଏହା ହେଉଛି ପ୍ରକୃଷ୍ଟ ସମୟ । କିନ୍ତୁ ସେହି ବାର୍ତ୍ତା ଏଠାରେ ପହଞ୍ଚôବାକୁ ୨୦ ମାସ ସମୟ ଲାଗିଗଲା । ସେଇ ଏକା ଭାବନା ଥିଲା – ଦିସ୍ ଇଜ୍ ଇଣ୍ଡିଆସ୍ ମୁମେଣ୍ଟ୍ ।ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 18th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି।ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି
March 10th, 12:50 pm
ସର୍ବପ୍ରଥମେ, ମୁଁ ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଲବାନିଜ୍ଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଗତ ବର୍ଷ ଉଭୟ ଦେଶ ପ୍ରଧାନମନ୍ତ୍ରୀ ସ୍ତରରେ ବାର୍ଷିକ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ ଆଲବାନିଜ୍ଙ୍କ ଏହି ଗସ୍ତ ସହିତ ଏହି ପର୍ଯ୍ୟାୟର ଆରମ୍ଭ ହୋଇଛି । ସେ ହୋଲି ଦିନ ଭାରତରେ ପହଞ୍ଚିଥିଲେ ଏବଂ ଏହା ପରେ ଆମେ କ୍ରିକେଟ୍ ପଡ଼ିଆରେ ଏକାଠି କିଛି ସମୟ ବିତାଇଥିଲୁ । ରଙ୍ଗ, ସଂସ୍କୃତି ଏବଂ କ୍ରିକେଟର ଏହି ଉତ୍ସବ, ଏକ ପ୍ରକାରରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବନ୍ଧୁତ୍ୱର ଉତ୍ସାହ ଏବଂ ଆବେଗର ଏକ ପ୍ରତୀକ।କେନ୍ଦ୍ର ପ୍ରାୟୋଜିତ ଯୋଜନା – “ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମ”କୁ କ୍ୟାବିନେଟ୍ ମଞ୍ଜୁରି
February 15th, 03:51 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା – “ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମକୁ” (ଭିଭିପି)କୁ ମଞ୍ଜୁରି ମିଳିଛି । ଏହି ଯୋଜନା ପାଇଁ ୪୮୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ଏହାକୁ ୨୦୨୨-୨୩ ଆର୍ଥିକ ବର୍ଷ ଠାରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ।ଆଫଗାନିସ୍ତାନ ଉପରେ ଦିଲ୍ଲୀ ଆଞ୍ଚଳିକ ସୁରକ୍ଷା ଆଲୋଚନାରେ ଯୋଗ ଦେଇଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା / ସୁରକ୍ଷା ପରିଷଦର ସଚିବ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି
November 10th, 07:53 pm
ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲଙ୍କ ଦ୍ୱାରା ଆୟୋଜିତ ଆଫଗାନିସ୍ତାନ ଉପରେ ଆଞ୍ଚଳିକ ସୁରକ୍ଷା ଆଲୋଚନା ପାଇଁ ଦିଲ୍ଲୀରେ ଥିବା ସାତୋଟି ରାଷ୍ଟ୍ରର ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟମାନେ କଥାବାର୍ତ୍ତା ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।ଅଷ୍ଟାଦଶ ଭାରତ-ଏସିଆନ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
October 28th, 12:35 pm
ଚଳିତବର୍ଷ ଆମେ ଆମର ପାରମ୍ପରିକ ସାମୂହିକ ଫଟୋ ଭର୍ଚୁଆଲ ପଦ୍ଧତିରେ ନେଇଛୁ । ମାତ୍ର ଆମେ ଆମର ଭାରତ-ଏସିଆନ ଶିଖର ସମ୍ମିଳନୀର ପରମ୍ପରାକୁ ବଜାୟ ରଖିଛୁ । ୨୦୨୧ ଏସିଆନ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ମହାମହିମ ବ୍ରୁନେଇର ସୁଲତାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ।ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନର ରାଷ୍ଟ୍ର ମୁଖ୍ୟମାନଙ୍କ ପରିଷଦର ୨୧ତମ ବୈଠକରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
September 17th, 05:21 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ର ମୁଖ୍ୟମାନଙ୍କ ୨୧ତମ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି। ଏଥିସହିତ ସେ ଆଫଗାନିସ୍ତାନ ଉପରେ ଯୁଗ୍ମ ଏସସିଓ-ସିଏସଟିଓ ଜନସମ୍ପର୍କ ଅଧିବେଶନରେ ଭିଡିଓ ବାର୍ତ୍ତା ମାଧ୍ୟମରେ ସାମିଲ ହୋଇଥିଲେ।ଆଫଗାନିସ୍ତାନ ପ୍ରସଙ୍ଗରେ ଏସସିଓ- ସିଏସଟିଓ ଆଉଟରିଚ୍ ସମିଟ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
September 17th, 05:01 pm
ଆଫଗାନିସ୍ତାନ ପରିସ୍ଥିତି ଉପରେ ଏସସିଓ ଏବଂ ସିଏସଟିଓ ମଧ୍ୟରେ ସ୍ୱତନ୍ତ୍ର ବୈଠକ ଆୟୋଜନ ନିମନ୍ତେ ରାଷ୍ଟ୍ରପତି ରହମୋନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ
August 15th, 03:02 pm
ଆଜାଦୀ କା ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ତଥା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
August 15th, 07:38 am
ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ, ସମସ୍ତଙ୍କୁ ଏବଂ ବିଶ୍ୱବ୍ୟାପୀ ଭାରତକୁ ଶ୍ରଦ୍ଧା କରୁଥିବା, ଲୋକତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।