ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ
September 15th, 02:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ । ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ ।‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 12th, 12:32 pm
ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି
August 12th, 12:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୨ ତାରିଖରେ " ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ ” ରେ ଅଂଶଗ୍ରହଣ କରିବେ
August 11th, 01:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୧ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ “ ରେ ଅଂଶଗ୍ରହଣ କରିବେ ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀ ସହିତ ସାର୍ବଜନୀନ ଭାବେ ଚାଷ ଜମିରୁ ଉତ୍ପାଦିତ ଜୀବିକା ଉପରେ ଏକ ଏକ ପୁସ୍ତିକା ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ।