ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ ଆତ୍ମନିର୍ଭରଶୀଳତା ପାଇଁ ଖାଦ୍ୟ ସୁରକ୍ଷା ହାସଲ କରିବାକୁ କୃଷୋନ୍ନତି ଯୋଜନା (କେୱାଇ)କୁ ମଞ୍ଜୁର କଲା କ୍ୟାବିନେଟ
October 03rd, 09:18 pm
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ ଦୁଇଟି ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ଅଧୀନରେ କାର୍ଯ୍ୟକାରୀ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏକାଧିକ ବିକଳ୍ପ ଆଧାରିତ ପିଏମ-ଆରକେଭିୱାଇ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବ, ଅନ୍ୟପକ୍ଷରେ କେୱାଇ ଖାଦ୍ୟ ସୁରକ୍ଷା ଏବଂ କୃଷିଭିତ୍ତିକ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ। ବିଭିନ୍ନ ଉପାଦାନର ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାଦାନରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ ।୨୦୨୪-୨୫ରୁ ୨୦୩୦-୩୧ ପାଇଁ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ)କୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍
October 03rd, 09:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ତୈଳବୀଜ ଉତ୍ପାଦନ ବୃଦ୍ଧି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭର ଭାରତ) ହାସଲ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ) କୁ ଅନୁମୋଦନ କରାଯାଇଛି । ୨୦୨୪-୨୫ରୁ ୨୦୩୦-୩୧ ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ୧୦,୧୦୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହି ମିଶନ କାର୍ଯ୍ୟକାରୀ ହେବ।