ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ ଆତ୍ମନିର୍ଭରଶୀଳତା ପାଇଁ ଖାଦ୍ୟ ସୁରକ୍ଷା ହାସଲ କରିବାକୁ କୃଷୋନ୍ନତି ଯୋଜନା (କେୱାଇ)କୁ ମଞ୍ଜୁର କଲା କ୍ୟାବିନେଟ
October 03rd, 09:18 pm
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ ଦୁଇଟି ପ୍ରମୁଖ ଯୋଜନା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିୱାଇ) ଏବଂ କୃଷୋନ୍ନତି ଯୋଜନା (କେୱାଇ) ଅଧୀନରେ କାର୍ଯ୍ୟକାରୀ ହେବ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏକାଧିକ ବିକଳ୍ପ ଆଧାରିତ ପିଏମ-ଆରକେଭିୱାଇ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବ, ଅନ୍ୟପକ୍ଷରେ କେୱାଇ ଖାଦ୍ୟ ସୁରକ୍ଷା ଏବଂ କୃଷିଭିତ୍ତିକ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ। ବିଭିନ୍ନ ଉପାଦାନର ଦକ୍ଷ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଉପାଦାନରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯିବ ।୨୦୨୪-୨୫ରୁ ୨୦୩୦-୩୧ ପାଇଁ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ)କୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍
October 03rd, 09:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ତୈଳବୀଜ ଉତ୍ପାଦନ ବୃଦ୍ଧି ଏବଂ ଖାଇବା ତେଲରେ ଆତ୍ମନିର୍ଭରଶୀଳତା (ଆତ୍ମନିର୍ଭର ଭାରତ) ହାସଲ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଖାଇବା ତେଲ - ତୈଳବୀଜ ଉପରେ ଜାତୀୟ ମିଶନ (ଏନଏମଇଓ-ତୈଳବୀଜ) କୁ ଅନୁମୋଦନ କରାଯାଇଛି । ୨୦୨୪-୨୫ରୁ ୨୦୩୦-୩୧ ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ୧୦,୧୦୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହ ଏହି ମିଶନ କାର୍ଯ୍ୟକାରୀ ହେବ।କୃଷି କ୍ଷେତ୍ରରେ କେନ୍ଦ୍ରୀୟ ବଜେଟ ୨୦୨୨ର ସକାରାତ୍ମକ ପ୍ରଭାବ ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 24th, 10:13 am
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ସମସ୍ତ ରାଜ୍ୟ ସରକାରଙ୍କ ପ୍ରତିନିଧିଗଣ, ଶିଳ୍ପ ଏବଂ ଶିକ୍ଷାୟତନ ସହିତ ଜଡିତ ସମସ୍ତ ସାଥୀ, କୃଷି ବିଜ୍ଞାନ ସହିତ ଜଡିତ ଆମର ସମସ୍ତ କୃଷକ ଭାଇ-ଭଉଣୀ, ଏବଂ ମାତା ଓ ସୁଜନମାନେ । ଏହା ଏକ ସୁଖଦ ସଂଯୋଗ ଯେ ତିନିବର୍ଷ ପୂର୍ବେ ଆଜିର ହିଁ ଦିନରେ ପିଏମ୍ କିଷାନ ସମ୍ମାନନିଧିର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନା ଆଜି ଦେଶର କ୍ଷୁଦ୍ର ଚାଷୀମାନଙ୍କର ବହୁତ ବଡ ସମ୍ବଳ ପାଲଟିଛି ।କୃଷି କ୍ଷେତ୍ର ଉପରେ କେନ୍ଦ୍ର ବଜେଟ - ୨୦୨୨ର ସକାରାତ୍ମକ ପ୍ରଭାବ ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 24th, 10:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ର ଉପରେ କେନ୍ଦ୍ର ବଜେଟ ୨୦୨୨ର ସକାରାତ୍ମକ ପ୍ରଭାବ ଉପରେ ଏକ ୱେବିନାରକୁ ସମ୍ବୋଧିତ କରିଛନ୍ତି । କୃଷି କ୍ଷେତ୍ରକୁ ସୁଦୃଢ଼ କରିବା କ୍ଷେତ୍ରରେ ବଜେଟ କେଉଁ ମାର୍ଗରେ ଯୋଗଦାନ କରିପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହି ୱେବିନାରରେ ‘ସ୍ମାର୍ଟ କୃଷି’ – କାର୍ଯ୍ୟକାରିତା ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀ ଗଣ, ରାଜ୍ୟ ସରକାରଙ୍କ ପ୍ରତିନିଧି, ଉଦ୍ୟୋଗ ଜଗତ ପ୍ରତିନିଧି, ଶିକ୍ଷାବିତ ଏବଂ କୃଷକମାନେ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ପିଏମ- କିଷାନ ଯୋଜନା ଅଧୀନରେ ୧୦ମ କିସ୍ତିର ଅର୍ଥିକ ସହାୟତା ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 01st, 12:31 pm
ଉପସ୍ଥିତ ସମସ୍ତ ଆଦରଣୀୟ ମହାନୁଭବ, ସର୍ବପ୍ରଥମେ ମୁଁ ମାତା ବୈଷ୍ଣୋଦେବୀ ପରିସରରେ ହୋଇଥିବା ଦୁଃଖଦ ଘଟଣା ଉପରେ ଶୋକ ବ୍ୟକ୍ତ କରୁଛି । ଯେଉଁ ଲୋକମାନେ ଦଳାଚକଟାରେ, ନିଜର ଲୋକମାନଙ୍କୁ ହରାଇଛନ୍ତି, ଯେଉଁ ଲୋକମାନେ ଆହତ ହୋଇଛନ୍ତି, ମୋର ସମବେଦନା ସେମାନଙ୍କ ସହିତ ରହିଛି । କେନ୍ଦ୍ର ସରକାର, ମୁଁ ଜମ୍ମୁ- କଶ୍ମୀର ପ୍ରଶାସନର ସମ୍ପର୍କରେ କ୍ରମାଗତ ଭାବେ ରହିଛି। ଉପ-ରାଜ୍ୟପାଳ ମନୋଜ ସିହ୍ନା ମହାଶୟଙ୍କ ସହିତ ମଧ୍ୟ କଥା ହୋଇଥିଲି। ଉଦ୍ଧାର କାର୍ଯ୍ୟର, ଆହତମାନଙ୍କର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖା ଯାଉଛି।ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 01st, 12:30 pm
ନିଜର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପକୁ ବଜାୟ ରଖି କୃଷକମାନଙ୍କୁ ତୃଣମୂଳ ସ୍ତରରେ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୧.୨୦୨୨) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି(ପି.ଏମ୍-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ପହଂଚିବ । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିପାଇଁ ୧. ୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବରସରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ଯ୍ୟକାରିତାକୁ କ୍ୟାବିନେଟ ମଞ୍ଜୁର
August 18th, 11:54 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାମ ଅଏଲ (ତାଳ ତେଲ) ଲାଗି ଏକ ନୂତନ ମିଶନ ଆରମ୍ଭ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ଜାତୀୟ ଖାଇବା ତେଲ ମିଶନ-ପାମ ଅଏଲ (ଏନଏମଇଓ-ଓପି) ନାମରେ ପରିଚିତ ହେବ। ଏହା ଏକ କେନ୍ଦ୍ର ପ୍ରୟୋଜିତ ଯୋଜନା। ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ ଉପରେ ବିଶେଷ ଗୁରୁତ୍ବାରୋପ କରାଯାଇ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଖାଇବା ତେଲ ପାଇଁ ବର୍ତ୍ତମାନ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହେବାକୁ ପଡ଼ୁଛି, ସେଥିପାଇଁ ଖାଇବା ତେଲ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପାମ ଅଏଲ ଚାଷ ଓ ଉତ୍ପାଦନ ବଢ଼ାଇବା ଅତ୍ୟନ୍ତ ଜରୁରି।