ଛତିଶଗଡର ରାୟପୁରରେ ବିଶେଷ ଗୁଣସମ୍ପନ୍ନ ୩୫ କିସମ ଫସଲର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

September 28th, 11:01 am

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ମହୋଦୟ, ଛତିଶଗଡର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେଶ ବାଘେଲ ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ଅନ୍ୟ ସହକର୍ମୀ ଶ୍ରୀ ପୁରୁଷୋତମ ରୁପାଲା ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ, ଭଉଣୀ ଶୋଭା, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହୋଦୟ, ବିରୋଧୀ ଦଳ ନେତା ଶ୍ରୀ ଧର୍ମ ଲାଲ କୌଶିକ ମହୋଦୟ, କୃଷି ଶିକ୍ଷା ସହ ଜଡିତ ସମସ୍ତ କୂଳପତି, ନିର୍ଦ୍ଦେଶକ, ବୈଜ୍ଞାନିକ ସାଥୀ ଏବଂ ମୋର ପ୍ରିୟ କୃଷକ ଭାଇ ଓ ଭଉଣୀମାନେ!

ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ପ୍ରଜାତିର ଶସ୍ୟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

September 28th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଗୁଣବତ୍ତା ସମ୍ପନ୍ନ ୩୫ଟି ବିଭିନ୍ନ ପ୍ରଜାତିର ଶସ୍ୟକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ସମାରୋହରେ ଶ୍ରୀ ମୋଦୀ ନବନିର୍ମିତ ରାୟପୁର ସ୍ଥିତ ଜାତୀୟ ବାୟୋଟିକ ଷ୍ଟ୍ରେସ ମ୍ୟାନେଜମେଂଟ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଶ୍ୱବିଦ୍ୟାଳୟ ଗୁଡିକୁ ଗ୍ରୀନ୍ କ୍ୟାମ୍ପସ ସମ୍ମାନ ମଧ୍ୟ ପ୍ରଦାନ କରିଥିଲେ । ନୂଆ ନୂଆ ପଦ୍ଧତି ଅନୁସରଣ କରୁଥିବା ଚାଷୀମାନଙ୍କ ସହ ମତ ବିନିମୟ କରିବା ଲାଗି ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଶେଷ ଗୁଣଥିବା ୩୫ଟି ପ୍ରଜାତିର ଶସ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

September 27th, 09:41 pm

ଜଳବାୟୁ ସହ ଖାପ ଖାଇବା ଭଳି ବୈଷୟିକ ଜ୍ଞାନର ଜନସଚେତନତାକୁ ଦୃଷ୍ଟିରେ ରହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୨୮.୯.୨୦୨୧) ଦିନ ୧୧ଟା ବେଳେ ବିଶେଷଗୁଣ ସମ୍ପନ୍ନ ୩୫ଟି ପ୍ରଜାତିର ଖାଦ୍ୟଶସ୍ୟ ଦେଶ ପାଇଁ ଭିଡିଓ କନ୍‌ଫରେନ୍ସି ଜରିଆରେ ଉତ୍ସର୍ଗ କରିବେ । ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ସମସ୍ତ ଆଇସିଏଆର ପ୍ରତିଷ୍ଠାନ, ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରମାନେ ଆୟୋଜନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାୟପୁରସ୍ଥିତ ନବନିର୍ମିତ ଜାତୀୟ ବାୟୋଟିକ ଷ୍ଟ୍ରେସ ଟଲରେନ୍ସ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।