ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ଅନୁମୋଦନ

September 18th, 03:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲାରେ ଆଦିବାସୀ ପରିବାରମାନଙ୍କ ପୂର୍ଣ୍ଣାଙ୍ଗ ବିକାଶକୁ ଆଖିଆଗରେ ରଖି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମୋଟ ୭୯,୧୫୬ କୋଟି ଟଙ୍କା (କେନ୍ଦ୍ରୀୟ ଭାଗ: ୫୬,୩୩୩ କୋଟି ଟଙ୍କା ଏବଂ ରାଜ୍ୟ ଭାଗ: ୨୨,୮୨୩ କୋଟି ଟଙ୍କା) ବ୍ୟୟ ବରାଦ ସହିତ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ ଅନୁମୋଦନ ମିଳିଛି ।

ବାରାଣାସୀରେ ରୁଦ୍ରାକ୍ଷ କନଭେନସନ ସେଣ୍ଟର ଠାରେ ‘ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ’ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

March 24th, 10:20 am

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜେଶ ପାଠକ ଜୀ, ବିଭିନ୍ନ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ, ‘ହୁ’ର ଆଞ୍ଚଳିକ ନିର୍ଦେଶକ, ଉପସ୍ଥିତ ସମସ୍ତ ମହାନୁଭବ, ଷ୍ଟପ ଟିବି ସହଭାଗିତା ସମେତ ବିଭିନ୍ନ ସଂସ୍ଥାମାନଙ୍କର ପ୍ରତିନିଧିଗଣ, ମହିଳା ଏବଂ ଭଦ୍ର ଲୋକମାନେ!

ଉତ୍ତରପ୍ରଦେଶର ବାରଣାସୀରେ 'ଏକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀ'କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

March 24th, 10:15 am

ଆଜି ବାରଣାସୀର ରୁଦ୍ରକାଶ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସେ ଟିବି-ମୁକ୍ତ ପଞ୍ଚାୟତ, ଏକ କ୍ଷୁଦ୍ର ଯକ୍ଷ୍ମା ପ୍ରତିରୋଧକ ଚିକିତ୍ସା (ଟିପିଟି) ର ଶୁଭାରମ୍ଭ କରିଛନ୍ତି । ଯକ୍ଷ୍ମା ପାଇଁ ପରିବାର-କୈନ୍ଦ୍ରିକ ଚିକିତ୍ସା ମଡେଲ ଏବଂ ଭାରତର ବାର୍ଷିକ ଟିବି ରିପୋର୍ଟ 2023 ରିଲିଜ୍ ଭଳି ବିଭିନ୍ନ ପଦକ୍ଷେପ ମଧ୍ୟ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରେଲ୍ ଆଣ୍ଡ ହାଇ କଣ୍ଟେନମେଣ୍ଟ ଲାବୋରେଟୋରୀର ଶିଳାନ୍ୟାସ କରିଛନ୍ତି ଏବଂ ବାରଣାସୀରେ ମେଟ୍ରୋପଲିଟାନ୍ ପବ୍ଲିକ ହେଲ୍ଥ ସର୍ଭେଲାନ୍‌ସ ୟୁନିଟ ପାଇଁ ଏହି ସ୍ଥାନ ଉଦ୍ଘାଟନ କରିଛନ୍ତି। ଯକ୍ଷ୍ମା ସମାପ୍ତି ଦିଗରେ ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ମନୋନୀତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଜିଲ୍ଲାଗୁଡ଼ିକୁ ମଧ୍ୟ ପୁରସ୍କୃତ କରିଥିଲେ। ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସ୍ତରରେ କର୍ଣ୍ଣାଟକ ଏବଂ ଜାମ୍ମୁ କାଶ୍ମୀର ଏବଂ ଜିଲ୍ଲା ସ୍ତରରେ ନୀଳଗିରି, ପୁଲୱାମା ଏବଂ ଅନନ୍ତନାଗ ପୁରସ୍କାର ଗ୍ରହଣ କରିଥିଲେ।

କୋଭିଡ-୧୯, ଓମିକ୍ରନ ଓ ଦେଶବ୍ୟାପୀ ସ୍ୱାସ୍ଥ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

December 23rd, 10:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଓ ନୂତନ ପ୍ରଜାତି ଓମିକ୍ରମ ସଂକ୍ରମଣ ନେଇ (୨୩.୧୨.୨୧) ଦିନ ଏକ ସମୀକ୍ଷା କରିଛନ୍ତି । ଏଥିରେ କୋଭିଡ-୧୯ ପରିଚାଳନା, ଆବଦ୍ଧାଞ୍ଚଳ ବ୍ୟବସ୍ଥା, ଔଷଧ, ଅମ୍ଳଜାନ,ସିଲିଣ୍ଡର ଓ ସାନ୍ଧ୍ରକ, ଭେଣ୍ଟିଲେଟର, ପିଏସ୍ ପ୍ଲାଣ୍ଟ, ସ୍ୱତନ୍ତ୍ର ଯତ୍ନ କୋଠରୀ /ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ମାନବ ସମ୍ବଳ ଓ ଟିକାକରଣ ସ୍ଥିତି ଇତ୍ୟାଦି ନେଇ ଆଲୋଚନା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ ତାରିଖରେ ଉତ୍ତରପ୍ରଦେଶ ଗସ୍ତରେ ଯିବା ସହିତ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନା (ପିଏମ୍‍ଏଏସ୍‍ବିୱାଇ)ର ଶୁଭାରମ୍ଭ କରିବେ

October 24th, 02:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅକ୍ଟୋବର, ୨୦୨୧ ରେ ଉତ୍ତରପ୍ରଦେଶ ଗସ୍ତ କରିବେ । ସିଦ୍ଧାର୍ଥନଗରରେ ପ୍ରାୟ ପୂର୍ବାହ୍ନ ୧୦.୩୦ ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ନଅଟି ମେଡିକାଲ କଲେଜକୁ ଉଦ୍‍ଘାଟନ କରିବେ । ଏହା ପରେ, ବାରଣାସୀରେ ପ୍ରାୟ ଅପରାହ୍ନ ୧.୧୫ ରେ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନାର ଶୁଭାରମ୍ଭ କରିବେ । ସେ ବାରାଣାସୀ ପାଇଁ ୫୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

ଡିଜିଟାଲ ଇଣ୍ଡିଆ ଅଭିଯାନର ୬ଷ୍ଠ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 01st, 11:01 am

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବିଶଙ୍କର ପ୍ରସାଦ ମହାଶୟ, ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ଡିଜିଟାଲ ଇଣ୍ଡିଆ ସମେତ ଭିନ୍ନ-ଭିନ୍ନ ପଦକ୍ଷେପ ସହିତ ସାମିଲ ମୋର ସମସ୍ତ ସାଥୀଗଣ, ଭାଇ ଓ ଭଉଣୀମାନେ ! ଡିଜିଟାଲ ଇଣ୍ଡିଆ ଅଭିଯାନର 6 ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା !

‘ଡିଜିଟାଲ ଇଣ୍ଡିଆ’ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 01st, 11:00 am

ଡିଜିଟାଲ ଇଣ୍ଡିଆ’ ଅଭିଯାନକୁ ଛଅ ବର୍ଷ ପୂରଣ ହେବା ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଡିଜିଟାଲ ଇଣ୍ଡିଆ’ ଅଭିଯାନର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଶାମରାଓ ଧୋତ୍ରେ ଉପସ୍ଥିତ ଥିଲେ।

କୋଭିଡ-୧୯ ବିରୁଦ୍ଧ ସଂଗ୍ରାମରେ ମେଡିକାଲ ଛାତ୍ରଛାତ୍ରୀଙ୍କ ସାହାଯ୍ୟ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

May 03rd, 03:11 pm

ଦେଶରେ ଦେଖାଦେଇଥିବା କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହାର କ୍ରମବର୍ଦ୍ଧିଷ୍ଣୁ ମାନବସମ୍ବଳ ଆବଶ୍ୟକତା ଉପରେ ଆଜି ସମୀକ୍ଷା କରିଛନ୍ତି । ଆଜି ଏଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କୋଭିଡ ଡ୍ୟୁଟି ପାଇଁ ମାନବସମ୍ବଳର ଅଭାବକୁ ଅନେକ ମାତ୍ରାରେ ଦୂର କରିପାରିବ ।

ମଧ୍ୟପ୍ରଦେଶର ବୁଲା ବିକାଳୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

September 09th, 11:01 am

କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଗଣ, ପ୍ରଶାସନ ସହିତ ଜଡ଼ିତ ଲୋକ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର ଏବଂ ମଧ୍ୟପ୍ରଦେଶ ବାହାରର ସମସ୍ତ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ମଧ୍ୟ ପ୍ରଦେଶର ବୁଲା ବିକାଳୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସ୍ୱନିଧି ସମ୍ବାଦ” ଆଲୋଚନା

September 09th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ସ୍ୱନିଧି ସମ୍ବାଦ” ଜରିଆରେ ମଧ୍ୟ ପ୍ରଦେଶର ରାସ୍ତାକଡ଼ ବୁଲାବିକାଳୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ 2020 ଜୁନ 1 ତାରିଖ ଦିନ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରାଯାଇଥିଲା । କୋଭିଡ଼-19 ମହାମାରୀ ଦ୍ୱାରା ପ୍ରଭାବିତ ରାସ୍ତାକଡ଼ର ବୁଲା ବିକାଳୀମାନଙ୍କୁ ସାହାଯ୍ୟ ଯୋଗାଇ ଦେବା, ଯଦ୍ୱାରା ସେମାନେ ପୁଣି ଥରେ ଜୀବନଜୀବିକା ଆରମ୍ଭ କରିପାରିବେ, ଏହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । କେବଳ ମଧ୍ୟ ପ୍ରଦେଶରେ ଏହି ଯୋଜନା ପାଇଁ ପ୍ରାୟ 4.5 ଲକ୍ଷ ବୁଲାବିକାଳୀ ସେମାନଙ୍କର ନାମ ପଂଜୀକରଣ କରାଇଥିଲେ । ସେମାନଙ୍କ ମଧ୍ୟରୁ 1.4 ଲକ୍ଷ ଆବେଦନପତ୍ରକୁ ଗ୍ରହଣ କରାଯାଇ ସେମାନଙ୍କୁ ଏବେସୁଦ୍ଧା 140 କୋଟି ଟଙ୍କାର ସହଜ ଋଣ ଯୋଗାଇ ଦିଆଯାଇଛି ।

ନୂଆଦିଲ୍ଲୀଠାରେ ପିଏମଏନସିଏଚ ସହଭାଗୀ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ

December 12th, 08:46 am

କେବଳ ସହଭାଗୀତା ଦ୍ୱରା ଆମେ ନିଜ ଲକ୍ଷ୍ୟ ହାସଲ କରିପାରିବା । ନାଗରିକମାନଙ୍କ ମଧ୍ୟରେ ସହଭାଗୀତା, ଗୋଷ୍ଠୀ ସହଭାଗୀତା, ଦେଶଗୁଡ଼ିକ ମଧ୍ୟରେ ସହଭାଗୀତା । ନିରନ୍ତର ବିକାଶ ଏଜେଣ୍ଡା ଏହାର ଏକ ପ୍ରତିଫଳନ ।

ସହଭାଗୀ ମଞ୍ଚ 2018 ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

December 11th, 12:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀରେ ଚତୁର୍ଥ ସହଭାଗୀ ମଞ୍ଚକୁ ଉଦଘାଟନ କରିବେ । ଭାରତ ସରକାର ‘ପାର୍ଟନରସିପ ଫର ମାଟରନାଲ, ନ୍ୟୁ ବର୍ଣ୍ଣ ଏଣ୍ଡ ଚାଇଲ୍ଡ ହେଲ୍ଥ‘ (ପିଏମଏନସିଏଚ) ସହଯୋଗରେ 12 ଏବଂ 13 ଡିସେମ୍ବର 2018ରେ ଦୁଇ ଦିନ ଧରି ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରୁଛନ୍ତି । ଏଥିରେ 85ଟି ଦେଶର ପାଖାପାଖି 1500 ପ୍ରତିଯୋଗୀ ଅଂଶଗ୍ରହଣ କରି ମହିଳା, ଶିଶୁ ଏବଂ କିଶୋରୀମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ସମ୍ପର୍କରେ ବିଚାର ଆଲୋଚନା କରିବେ । ବିଭିନ୍ନ କ୍ଷେତ୍ର ଏବଂ ଆୟ ସ୍ତରକୁ ନେଇ ରାଷ୍ଟ୍ରଗୁଡ଼ିକୁ ଚୟନ o ଆମନ୍ତ୍ରିତ କରାଯାଇଛି ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଏବଂ ଆଂଚଳିକ ପରିଷଦ (ଯଥା ଜି-7, ଜି-20, ବ୍ରିକ୍ସ ଆଦି)ର ଅଧ୍ୟକ୍ଷତା କରୁଥିବା ରାଷ୍ଟ୍ରଗୁଡ଼ିକ ରହିଛନ୍ତି ।

କର୍କଟ ପ୍ରତିଷ୍ଠାନ, ଆଦିଆର, ଚେନ୍ନାଇରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 12th, 12:18 pm

ଏପ୍ରିଲ 14ରେ ପଡ଼ୁଥିବା ତାମିଲ ନବବର୍ଷ ଭିଲାମ୍ଭୀ ଅବସରରେ ସାରା ବିଶ୍ୱରେ ଥିବା ସମସ୍ତ ତାମିଲ ଲୋକମାନଙ୍କୁ ମୁଁ ମୋର ଅଭିନନ୍ଦନ ଜଣାଉଛି । ମୁଁ ଆଦିଆର କର୍କଟ ପ୍ରତିଷ୍ଠାନରେ ଉପସ୍ଥିତ ହୋଇ ଆନନ୍ଦିତ । ଏହା ଭାରତର ଅନ୍ୟତମ ପୁରୁଣା ଏବଂ ଅଧିକ ଗୁରୁତ୍ୱପୂର୍ଣ୍ଣ ବ୍ୟାପକ କର୍କଟ ଚିକିତ୍ସା କେନ୍ଦ୍ର ।

‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

March 06th, 10:32 am

ନିକଟରେ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା-ଆୟୁଷ୍ମାନ ଭାରତର ଶୁଭାରମ୍ଭ ପାଇଁ ପ୍ରସ୍ତୁତିର ଅଗ୍ରଗତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମୀକ୍ଷା କରିଛନ୍ତି ।

ମେଘାଳୟରେ ନିର୍ବାଚନ କଂଗ୍ରେସର ଘୋଟାଲାରୁ ରାଜ୍ୟକୁ ମୁକ୍ତ କରିବାର ନିର୍ବାଚନ :ପ୍ରଧାନମନ୍ତ୍ରୀ ମୋଦୀ

February 22nd, 04:34 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ତାଙ୍କୁ ବିଜେପି ପ୍ରତି ମେଘାଳୟର ଲୋକମାନଙ୍କ ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଅନୁଭବ ହେଉଛି ।

ପ୍ରଧାନମନ୍ତ୍ରୀ ମୋଦୀ ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ

February 22nd, 04:33 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କୁ ମେଘାଳୟର ଜନତାଙ୍କ ବିଜେପି ପ୍ରତି ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଲାଗୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରାରେ ଜନସଭାକୁ ସମ୍ବୋଧିତ କଲେ

February 15th, 02:59 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଜ୍ୟରେ କୁଶାସନ ପାଇଁ ତ୍ରିପୁରାର ବାମପନ୍ଥୀ ସରକାରଙ୍କ ଆଲୋଚନା କଲେ । ସେ କହିଲେ ଯେ କମ୍ୟୁନିଷ୍ଟ ଦଳର ସରକାରରେ ରାଜ୍ୟରେ ଅଧିକ ହିଂସା ହୁଏ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ କମ୍ୟୁନିଷ୍ଟ ଦଳ 'ଗଣତନ୍ତ୍ର' ରେ ଭରସା କରେ ନାହିଁ ,ସେମାନେ ହିଂସା ଏବଂ ଗନତନ୍ତ୍ରରେ ଭରସା କରେ ।

ଜାତୀୟ ସ୍ୱାସ୍ଥ୍ୟ ନୀତି, 2017କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

March 16th, 07:19 pm

Cabinet chaired by PM Narendra Modi approved the National Health Policy, 2017. The Policy seeks to reach everyone in a comprehensive integrated way to move towards wellness. It aims at achieving universal health coverage and delivering quality health care services to all at affordable cost.

ସୋସିଆଲ ମିଡିଆ କର୍ଣ୍ଣର 16 ମାର୍ଚ୍ଚ 2017

March 16th, 07:04 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

କୁଷ୍ଠ ନିରାକରଣ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

January 29th, 07:19 pm

PM Narendra Modi, has called for a collective effort to completely eliminate the ‘treatable disease’ of leprosy from India. In a message on the occasion of anti-leprosy day, the Prime Minister said that we have to work together for socio-economic uplift of the cured persons and for their contribution in nation-building.