ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସର ପ୍ରତିଷ୍ଠା ଦିବସରେ ବାହାଦୂର ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍‌

ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସର ପ୍ରତିଷ୍ଠା ଦିବସରେ ବାହାଦୂର ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍‌

January 19th, 05:18 pm

ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ-ରାଷ୍ଟ୍ରୀୟ ଆପଦା ମୋଚନ ବଳ)ର ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ଯବାନମାନଙ୍କୁ ସେମାନଙ୍କ ସାହସ, ସମର୍ପଣ ଏବଂ ନିଃସ୍ୱାର୍ଥ ସେବା ପାଇଁ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ଦେଶର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦେଶର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

July 10th, 04:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶର କିଛି ସ୍ଥାନରେ ଅତ୍ୟଧିକ ବର୍ଷା ଯୋଗୁଁ ସୃଷ୍ଟ ସ୍ଥିତି ସମୀକ୍ଷା କରିବା ସହ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ତୁର୍କୀ ଏବଂ ସିରିଆରେ ‘ଅପରେସନ୍ ଦୋସ୍ତ’ରେ ସାମିଲ ହୋଇଥିବା ଏନଡିଆରଏଫ କର୍ମଚାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ତୁର୍କୀ ଏବଂ ସିରିଆରେ ‘ଅପରେସନ୍ ଦୋସ୍ତ’ରେ ସାମିଲ ହୋଇଥିବା ଏନଡିଆରଏଫ କର୍ମଚାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

February 20th, 06:20 pm

ଆପଣମାନେ ମାନବତା ମାଇଁ ଏକ ବହୁତ ବଡ଼ କାର୍ଯ୍ୟ କରି ଫେରି ଆସିଛନ୍ତି । ଅପରେସନ୍ ଦୋସ୍ତ ସହିତ ଜଡ଼ିତ ସମଗ୍ର ଟିମ୍‌, ଏନଡିଆରଏଫ ହୁଅନ୍ତୁ, ସେନା ହୁଅନ୍ତୁ, ବାୟୁସେନା ହୁଅନ୍ତୁ କିମ୍ବା ଆମର ଅନ୍ୟାନ୍ୟ ସେବାଗୁଡ଼ିକରେ ରହିଥିବା ସାଥୀ ହୁଅନ୍ତୁ, ସମସ୍ତେ ବହୁତ ହିଁ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଆଉ ଏପରିକି ଆମର କଥା କହି ପାରୁ ନଥିବା ମୁକ ବନ୍ଧୁ ମାନଙ୍କୁ, ଡଗ୍ ସ୍କ୍ୱାଡ଼ର ସଦସ୍ୟମାନେ ମଧ୍ୟ ଅଦ୍ଭୁତ କ୍ଷମତାର ପ୍ରଦର୍ଶନ କରିଛନ୍ତି । ଆପଣ ସମସ୍ତଙ୍କୁ ନେଇ ଦେଶକୁ ବହୁତ ଗର୍ବ ଅନୁଭବ କରୁଛି ।

ତୁର୍କୀ ଏବଂ ସିରିଆରେ "ଅପରେସନ ଦୋସ୍ତ” ସହିତ ଜଡିତ ଏନ୍‍ଡିଆରଏଫ୍‍ କର୍ମଚାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 20th, 06:00 pm

ପ୍ରଧାନମନ୍ତ୍ରୀ ଭୂକମ୍ପ ପ୍ରଭାବିତ ତୁର୍କୀ ଏବଂ ସିରିଆରେ ଅପରେସନ ଦୋସ୍ତ” ସହିତ ଜଡିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।

ଦେଓଘର ଉଦ୍ଧାର ଅଭିଯାନରେ ସମ୍ପୃକ୍ତମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତାର ମୂଳପାଠ

April 13th, 08:01 pm

ଆମ ସହ ସାମିଲ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ମହୋଦୟ, ସାଂସଦ ଶ୍ରୀ ନିଶିକାନ୍ତ ଦୁବେ ମହୋଦୟ, ସ୍ୱରାଷ୍ଟ୍ର ସଚିବ, ସ୍ଥଳ ସେନା ମୁଖ୍ୟ, ବାୟୁ ସେନା ମୁଖ୍ୟ, ଝାଡଖଣ୍ଡର ପୁଲିସ ମହାନିର୍ଦ୍ଦେଶକ, ଏନଡିଆରଏଫ ମହାନିର୍ଦ୍ଦେଶକ, ଆଇଟିବିପି ମହାନିର୍ଦ୍ଦେଶକ, ସ୍ଥାନୀୟ ପ୍ରଶାସନର ସହକର୍ମୀ, ଆମ ସହ ଯୋଡି ହୋଇଥିବା ସମସ୍ତ ସାହସୀ ଯବାନ, କମାଣ୍ଡୋ, ପୁଲିସ କର୍ମଚାରୀ, ଅନ୍ୟ ବନ୍ଧୁଗଣ,

ଦେଓଘର ଉଦ୍ଧାର ଅଭିଯାନରେ ସାମିଲ ହୋଇଥିବା ଲୋକଙ୍କ ସହ ବାର୍ତ୍ତାଳାପ କଲେ ପ୍ରଧାନମନ୍ତ୍ରୀ ମୋଦୀ

April 13th, 08:00 pm

ନୂଆଦିଲ୍ଲୀ,୧୪/୪: ଦେଓଘର କେବଲ କାର୍ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଆଇଏଏଫ, ଭାରତୀୟ ସେନା, ଏନଡିଆରଏଫ, ଆଇଟିବିପିର କର୍ମଚାରୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକ ସମାଜର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାବ ବିନିମୟ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ, ସାଂସଦ ଶ୍ରୀ ନିଶିକାନ୍ତ ଦୁବେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଚିବ, ଚିଫ ଅଫ ଆର୍ମି ଷ୍ଟାଫ, ଚିଫ ଅଫ ଏୟାର ଷ୍ଟାଫ, ଏନଡିଆରଏଫ ଡିଜି, ଆଇଟିବିପି ଡିଜି ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିଷ୍ଠା ଦିବସ ଅବସରରେ ଏନଡିଆରଏଫ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

January 19th, 11:00 am

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଟିମର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ହିମାଚଳ ପ୍ରଦେଶରେ ସ୍ୱାସ୍ଥ୍ୟକର୍ମୀ ଏବଂ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତାର ମୁଖ୍ୟାଂଶ

September 06th, 11:01 am

ହିମାଚଳ ପ୍ରଦେଶ ଆଜି ମତେ କେବଳ ପ୍ରଧାନ ସେବକ ଭାବରେ ନହେଁ, ବରଂ ଜଣେ ପରିବାର ସଦସ୍ୟ ଭାବରେ ମଧ୍ୟ ଗର୍ବିତ ହେବାର ସୁଯୋଗ ଦେଇଛି । ମୁଁ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷରତ ହିମାଚଳକୁ ବି ଦେଖିଛି ଏବଂ ଆଜି ବିକାଶର ଗାଥା ଲେଖୁଥିବା ହିମାଚଳକୁ ମଧ୍ୟ ଦେଖୁଛି । ଏସବୁ ଦେବୀ ଦେବତାଙ୍କ ଆଶୀର୍ବାଦରୁ, ହିମାଚଳ ସରକାରଙ୍କ କର୍ମକୁଶଳତାରୁ ଏବଂ ହିମାଚଳର ପ୍ରତ୍ୟେକ ବ୍ୟକ୍ତିଙ୍କର ସଚେତନତା ଯୋଗୁଁ ସମ୍ଭବ ହୋଇ ପାରିଛି । ଯେଉଁମାନଙ୍କ ସହ ମତେ କଥାବାର୍ତା କରିବାର ସୁଯୋଗ ମିଳିଲା ଏବଂ ଯେଉଁଭଳି ଭାବରେ ସେମାନେ ସମସ୍ତେ ନିଜ ନିଜ କଥାସବୁ ବଖାଣିଲେ ସେଥିପାଇଁ ମୁଁ ପୁଣି ଥରେ ସେମାନଙ୍କୁ କୃତଜ୍ଞତା ଜଣାଉଛି । ମୁଁ ସମଗ୍ର ଟିମକୁ ଧନ୍ୟବାଦ ଦେଉଛି । ହିମାଚଳ ଏକ ଟିମ ଭାବରେ କାମ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମୋ ତରଫରୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା!!

ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କଲେ

September 06th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ସାଂସଦ, ବିଧାୟକ, ପଞ୍ଚାୟତ ନେତାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରେ ଆଇପିଏସ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 31st, 11:02 am

ଆପଣମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ପ୍ରତ୍ୟେକ ବର୍ଷ ମୋର ଏହି ପ୍ରୟାସ ରହିଥାଏ ଯେ ଆପଣମାନଙ୍କ ଭଳି ଯୁବ ସାଥୀମାନଙ୍କ ସହିତ କଥା ହୁଏ, ଆପଣମାନଙ୍କ ଚିନ୍ତାଧାରା ସଂପର୍କରେ କ୍ରମାଗତ ଭାବେ ଜାଣୁଥାଏ। ଆପଣମାନଙ୍କର କଥା, ଆପଣମାନଙ୍କର ପ୍ରଶ୍ନ, ଆପଣମାନଙ୍କର ଉତ୍ସୁକତା, ମୋତେ ମଧ୍ୟ ଭବିଷ୍ୟତର ଆହ୍ୱାନ ମୁକାବିଲା କରିବାରେ ସହାୟତା କରିଥାଏ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରେ ଆଇପିଏସ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 31st, 11:01 am

ଆପଣମାନଙ୍କ ସହିତ କଥା ହୋଇ ମୋତେ ବହୁତ ଭଲ ଲାଗିଲା । ପ୍ରତ୍ୟେକ ବର୍ଷ ମୋର ଏହି ପ୍ରୟାସ ରହିଥାଏ ଯେ ଆପଣମାନଙ୍କ ଭଳି ଯୁବ ସାଥୀମାନଙ୍କ ସହିତ କଥା ହୁଏ, ଆପଣମାନଙ୍କ ଚିନ୍ତାଧାରା ସଂପର୍କରେ କ୍ରମାଗତ ଭାବେ ଜାଣୁଥାଏ। ଆପଣମାନଙ୍କର କଥା, ଆପଣମାନଙ୍କର ପ୍ରଶ୍ନ, ଆପଣମାନଙ୍କର ଉତ୍ସୁକତା, ମୋତେ ମଧ୍ୟ ଭବିଷ୍ୟତର ଆହ୍ୱାନ ମୁକାବିଲା କରିବାରେ ସହାୟତା କରିଥାଏ।

ସର୍ଦ୍ଦାର ବଲ୍ଲଭଭାଇ ରାଷ୍ଟ୍ରୀୟ ପୁଲିସ୍‍ ଏକାଡେମୀର ଆଇପିଏସ ପ୍ରଶିକ୍ଷାର୍ଥୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ

July 31st, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀର ଆପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇପିଏସ ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ଭାବ ବିନିମୟ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ଥିଲେ ।

ଗତ 7 ବର୍ଷ ମଧ୍ୟରେ ଆମେ ସମସ୍ତେ 'ଟିମ୍ ଇଣ୍ଡିଆ' ଭାବେ କାର୍ଯ୍ୟ କରିଛୁ : ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ

May 30th, 11:30 am

ମୋର ପ୍ରିୟ ଦେଶବାସୀଗଣ, ଆହ୍ୱାନ ଯେତେ ବଡ଼ ହୋଇଥାଉ ନା କାହିଁକି, ଭାରତର ବିଜୟ ସଂକଳ୍ପ ମଧ୍ୟ ସର୍ବଦା ସେତିକି ବିଶାଳ ହୋଇଛି । ଦେଶର ସାମୁହିକ ଶକ୍ତି ଏବଂ ଆମର ସେବା ମନୋଭାବ ଦେଶକୁ ପ୍ରତ୍ୟେକ ବିପର୍ଯ୍ୟୟରୁ ଉଦ୍ଧାର କରିଛି । ବିଗତ ଦିନମାନଙ୍କରେ ଆମେ ଦେଖିଲୁ, କେଉଁଭଳି ଭାବେ ଆମ ଡାକ୍ତରମାନେ, ନର୍ସମାନେ ଏବଂ ଅଗ୍ରଣୀ କରୋନା ଯୋଦ୍ଧାମାନେ ନିଜ କଥା ଚିନ୍ତା ନ କରି ଦିନରାତି କାମ କଲେ ଏବଂ ଆଜି ମଧ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଏଭଳି ମଧ୍ୟ ଅଛନ୍ତି, ଯେଉଁମାନଙ୍କର କରୋନା ଦ୍ୱିତୀୟ ଲହରୀ ସହ ସଂଗ୍ରାମରେ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି କରୋନା ଯୋଦ୍ଧାମାନଙ୍କ ସମ୍ପର୍କରେ ଆଲୋଚନା କରିବା ପାଇଁ ମନ୍ କି ବାତ୍ ର ଅନେକ ଶ୍ରୋତା ନମୋ ଆପ୍ ଏବଂ ଚିଠି ମାଧ୍ୟମରେ ମୋତେ ଅନୁରୋଧ କରିଛନ୍ତି ।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତାଉତେ” ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠ

May 15th, 06:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତାଉତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଦ୍ୱିତୀୟ ରାଷ୍ଟ୍ରୀୟ ଯୁବ ସଂସଦ ମହୋତ୍ସବର ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 12th, 10:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେଇଛନ୍ତି । ସଂସଦର କେନ୍ଦ୍ରୀୟ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉତ୍ସବର ୩ ଜଣ ଯୁବ ଜାତୀୟ ବିଜେତାଙ୍କ ମତାମତ ଶୁଣିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏବଂ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମୟର ପ୍ରବାହ ସତ୍ତ୍ୱେ ଆମର ଜାତୀୟ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିଛି । ଜାତୀୟତା ଓ ରାଷ୍ଟ୍ର ନିର୍ମାଣରେ ତାଙ୍କର ଦୃଷ୍ଟିକୋଣ ତଥା ଜନସାଧାରଣ ଓ ସମଗ୍ର ବିଶ୍ୱର ସେବା କରିବା ପାଇଁ ତାଙ୍କ ବାଣୀ ଏବେ ମଧ୍ୟ ଆମକୁ ଅନୁପ୍ରାଣିତ କରୁଛି । ବ୍ୟକ୍ତି ଓ ଅନୁଷ୍ଠାନ ପ୍ରତି ସ୍ୱାମୀଜୀଙ୍କ ଅବଦାନ ସଂପର୍କରେ ଆଲୋକପାତ କରି ପ୍ରଧାନମନ୍ତୀ କହିଥିଲେ ଯେ ଯେଉଁ ବ୍ୟକ୍ତିବିଶେଷ ସ୍ୱାମୀ ବିବେକାନନ୍ଦଙ୍କ ସଂସ୍ପର୍ଶରେ ଆସି ଅନୁଷ୍ଠାନମାନ ନିର୍ମାଣ କରିଥିଲେ ସେମାନେ ପରବର୍ତ୍ତୀ କାଳରେ ନୂଆ ଅନୁଷ୍ଠାନ ନିର୍ମାତାମାନଙ୍କୁ ସୃଷ୍ଟି କରିଥିଲେ । ଏହାଦ୍ୱାରା ଏକ ସଦ୍‍ଚକ୍ର ସୃଷ୍ଟି ହୋଇଥିଲା ; ଯେଉଁଥିରେ ବ୍ୟକ୍ତିକୁ ନେଇ ଅନୁଷ୍ଠାନ ଗଠିତ ହୋଇଥିଲା ଏବଂ ଅନୁଷ୍ଠାନ ଉତ୍ତମ ବ୍ୟକ୍ତି ନିର୍ମାଣ କରୁଥିଲା । ଏହା ଭାରତର ଏକ ବିରାଟ ବଳ । ଏ ବେକାର ଭାରତରେ ଉତ୍ତମ କଂପାନୀ ନିର୍ମାଣ ଏବଂ ସେହି କଂପାନୀ ମାଧ୍ୟମରେ କିପରି ଉତ୍ତମ ବ୍ୟକ୍ତିବିଶେଷ ତିଆରି ହେଉଛନ୍ତି ତାହାର ଉଦାହରଣ ଦେଇ ସେ ଏହି ସଦ୍‍ଚକ୍ରର ବ୍ୟାଖ୍ୟା କରିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଶିକ୍ଷାନୀତିରୁ ଯୁବ ସମାଜ ନମନୀୟତା, ଅଭିନବତା ଓ ନବସୃଜନକାରୀ ଶିକ୍ଷା ଢାଞ୍ଚା ଶିଖିବାର ସୁଯୋଗ ନେବା ଉଚିତ । ଆମେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟିତ; ଯଦ୍ଦ୍ୱାରା କୌଣସି ଯୁବକଯୁବତୀ ବିଦେଶମୁହାଁ ହେବେ ନାହିଁ ।

ଦ୍ୱିତୀୟ ଜାତୀୟ ଯୁବ ପାର୍ଲାମେଣ୍ଟ ଉତ୍ସବର ସମାବର୍ତ୍ତନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ବୋଧନ

January 12th, 10:35 am

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ପରେଡ଼ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

September 04th, 11:07 am

କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗ ଶ୍ରୀ ଅମିତ ଶାହ ଜୀ, ଡକ୍ଟର ଜୀତେନ୍ଦ୍ର ସିଂହ ଜୀ, ଜି କ୍ରିଷ୍ଣା ରେଡ୍ଡୀ ଜୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡ଼େମୀର ଅଧିକାରୀଗଣ ଯେଉଁମାନେ ଆଜି ଏହି ଦୀକ୍ଷାନ୍ତ ପରେଡ଼ରେ ଏଠାରେ ଉପସ୍ଥିତ ଅଛନ୍ତି ଏବଂ 71 ଆରଆରର ମୋର ଯୁବ ବନ୍ଧୁଗଣ ଯେଉଁମାନେ ଯୁବ ମାନସିକତା ନେଇ ଭାରତୀୟ ପୁଲିସ ସେବାର ନେତୃତ୍ୱ ନେବାକୁ ଯାଉଛନ୍ତି ।

ଭାରତୀୟ ପୁଲିସ ସେବା ପ୍ରଶିକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ

September 04th, 11:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (04.09.2020) ଭିଡିଓ କନଫରେନ୍ସ ଜରିଆରେ ଭାରତୀୟ ପୁଲିସ ସେବା (ଆଇପିଏସ) ପ୍ରଶିକ୍ଷାର୍ଥୀଙ୍କ ସହ ଭାବବିନିମୟ କରିଛନ୍ତି । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମି (ଏସଭିପିଏନପିଏ)ଠାରେ ଅନୁଷ୍ଠିତ ଦୀକ୍ଷାନ୍ତ ପରେଡ ସମାରୋହରେ ସେ ଭାବବିନିମୟ କରିଛନ୍ତି ।

ଶ୍ୱାନ ପାଳିବାକୁ ଚାହିଁଲେ ଦେଶୀ ପ୍ରଜାତି ବାଛିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

August 30th, 04:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‌କୀ ବାତ୍‌ (30.08.2020) କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି । ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ‘ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ର’ ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି । ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଲୁଚାଇ ରଖାଯାଇଥିବା ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଠାବ କରିବାରେ ଏହି ଶ୍ୱାନମାନେ କିପରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାହାର ସେ ଏକାଧିକ ଉଦାହରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ବିଦ୍‌ ଜିଲ୍ଲା ପୁଲିସ ଏଭଳି ଏକ ସାହସୀ ଶ୍ୱାନ ରକିକୁ ଯଥାର୍ଥ ଅନ୍ତିମ ବିଦାୟ ପ୍ରଦାନ କରିଛି । ଏହି ଶ୍ୱାନଟି 300ରୁ ଅଧିକ ମାମଲା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ମହାରାଷ୍ଟ୍ରର ରାୟଗଡ଼ରେ କୋଠା ଭୁଶୁଡ଼ି ଦୁର୍ଘଟଣାରେ ଜୀବନହାନି ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ

August 25th, 10:59 am

ମହାରାଷ୍ଟ୍ର ରାୟଗଡ଼ର ମହାଡ଼ଠାରେ କୋଠା ଭୁଶୁଡ଼ି ଦୁର୍ଘଟଣାରେ ଜୀବନହାନି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।