ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

May 11th, 11:00 am

ଆଜି ୧୧ ମେ’ର ଏହି ଦିନ, ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନ ମଧ୍ୟରେ ଅନ୍ୟତମ । ଆଜି ଭାରତୀୟ ବୈଜ୍ଞାନିକମାନେ ପୋଖରାନରେ ସେହି ସଫଳତା ହାସଲ କରିଥିଲେ, ଯାହା ମାତା ଭାରତୀଙ୍କର ପ୍ରତ୍ୟେକ ସନ୍ତାନଙ୍କର ମଥା ଗର୍ବର ସହିତ ଉପରକୁ ଉଠିଥିଲା । ମୁଁ ସେହି ଦିନକୁ କେବେ ଭୁଲିପାରିବି ନାହିଁ, ଯେତେବେଳେ ଅଟଳ ଜୀ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ । ପୋଖରାନ ପରମାଣୁ ପରୀକ୍ଷଣ ମାଧ୍ୟମରେ ଭାରତ କେବଳ ଏହାର ବୈଜ୍ଞାନିକମାନଙ୍କର ଦକ୍ଷତାକୁ ପ୍ରମାଣ କରିନାହିଁ, ବରଂ ଭାରତକୁ ବିଶ୍ୱ ସ୍ତରରେ ଏକ ନୂତନ ଉଚ୍ଚତା ମଧ୍ୟ ଆଣି ଦେଇଛି । ଅଟଳ ଜୀଙ୍କ ଶବ୍ଦରେ ମୁଁ କହିବି, ତେବେ- “ଅପନୀ ଧେୟ-ୟାତ୍ରା ମେଁ, ହମ୍ କଭି ରୁକେ ନେହିଁ ହେ । କିସି ଚୁନୋତି କେ ସମକ୍ଷ, କଭି ଝୁକେ ନେହିଁ ହେ ।” ମୁଁ ସମସ୍ତ ଦେଶବାସୀଙ୍କୁ ଆଜିର ଦିନର, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବହୁତ ବହୁତ ଶୁଭକାମନା ଜଣାଉଛି ।

ପ୍ରଧାନମନ୍ତ୍ରୀ ୧୧ ମଇରେ ନୂଆଦିଲ୍ଲୀ ଠାରେ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି

May 11th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ , ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ ।

ପଞ୍ଜାବର ମୋହାଲିଠାରେ ହୋମି ଭାଭା କ୍ୟାନସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

August 24th, 06:06 pm

ପଞ୍ଜାବର ରାଜ୍ୟପାଳ ଶ୍ରୀ ବନୱାରୀ ଲାଲ ପୁରୋହିତଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭଗବନ୍ତ ମାନ୍‌ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ସଂସଦରେ ମୋର ସାଥୀ ଭାଇ ମନୀଷ ତିୱାରୀଜୀ, ସମସ୍ତ ଡାକ୍ତର, ଗବେଷକ, ପାରାମେଡ଼ିକ୍‌, ଅନ୍ୟ କର୍ମଚାରୀ ଏବଂ ପଞ୍ଜାବର କୋଣ ଅନୁକୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀଗଣ!

PM dedicates Homi Bhabha Cancer Hospital & Research Centre to the Nation at Sahibzada Ajit Singh Nagar (Mohali)

August 24th, 02:22 pm

PM Modi dedicated Homi Bhabha Cancer Hospital & Research Centre to the Nation at Mohali in Punjab. The PM reiterated the government’s commitment to create facilities for cancer treatment. He remarked that a good healthcare system doesn't just mean building four walls. He emphasised that the healthcare system of any country becomes strong only when it gives solutions in every way, and supports it step by step.

India will emerge stronger only when we empower our daughters: PM Modi

February 12th, 01:21 pm

Prime Minister Modi addressed Swachh Shakti 2019 in Kurukshetra, Haryana and launched various development projects. Addressing the programme, PM Modi lauded India’s Nari Shakti for their contributions towards the noble cause of cleanliness. The Prime Minister said that in almost 70 years of independence, sanitation coverage which was merely 40%, has touched 98% in the last five years.

ସଶକ୍ତ ମହିଳାମାନେ ସଶକ୍ତ ସମାଜ ଓ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣ କରିପାରିବେ : ପ୍ରଧାନମନ୍ତ୍ରୀ

February 12th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର କୁରୁକ୍ଷେତ୍ର ଗସ୍ତ କରିଥିଲେ । ସେ ମହିଳା ସରପଞ୍ଚମାନଙ୍କୁ ନେଇ ଆୟୋଜିତ ସମ୍ମେଳନ ସ୍ୱଚ୍ଛ ଶକ୍ତି-2019ରେ ଅଂଶଗ୍ରହଣ କରିଥିଲେ । ଏଥିରେ ସେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରୁ ଯୋଗ ଦେଇଥିବା ମହିଳା ସରପଞ୍ଚମାନଙ୍କୁ ସ୍ୱଚ୍ଛ ଶକ୍ତି 2019 ପୁରସ୍କାରରେ ପୁରସ୍କୃତ କରିଥିଲେ । ପ୍ରଧାନମନ୍ତ୍ରୀ କୁରୁକ୍ଷେତ୍ରଠାରେ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ସେ ହରିୟାଣା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ମାଇଲଷ୍ଟୋନ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 25th, 11:08 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ବାସଭବନରେ ଟାଟା ମେମୋରିଆଲ କେନ୍ଦ୍ରର ପ୍ଲାଟିନମ ଜୁବୁଲି ଉପରେ ଏକ କୀର୍ତ୍ତିମାନ ପୁସ୍ତକ ଉନ୍ମୋଚନ କରିଛନ୍ତି ।ଶ୍ରୀ ରତନ ଟାଟା, ତାଙ୍କ ସ୍ୱାଗତ ଭାଷଣରେ, ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍କଟ ରୋଗ ଗବେଷଣା ଦିଗରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ, ସହଯୋଗ ଏବଂ ଦୂରଦୃଷ୍ଟି ପାଇଁ ଧନ୍ୟବାଦ ଦେଇଥିଲେ ।