ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଅଧିନରେ ଆର୍ଥିକ ଲାଭର କିସ୍ତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 09th, 12:31 pm
ଗତ କିଛି ଦିନ ହେବ ମୁଁ ସରକାରଙ୍କ ଅଲଗା ଅଲଗା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରୁଛି । ସରକାର ଯେଉଁ ଯୋଜନାସବୁ ପ୍ରସ୍ତୁତ କରିଛନ୍ତି, ସେସବୁର ଲାଭ ଲୋକମାନଙ୍କ ନିକଟରେ କିଭଳି ପହଂଚି ପାରୁଛି, ଏବଂ ଏସବୁ ଆମେ ଏବେ ଆହୁରି ଭଲ ଭାବେ ଜାଣିପାରୁଛୁ । ଜନତା ଜନାର୍ଦନ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହେବା ଦ୍ୱାରା ଏହି ଲାଭ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସମସ୍ତ ସହଯୋଗୀବୃନ୍ଦ, ସମଗ୍ର ଦେଶରେ ଅନେକ ରାଜ୍ୟରୁ ଏଠି ଉପସ୍ଥିତ ହୋଇଥିବା ସମ୍ମାନନୀୟ ମୁଖ୍ୟମନ୍ତ୍ରୀଗଣ, ଉପରାଜ୍ୟପାଳ ଏବଂ ଉପ-ମୁଖ୍ୟମନ୍ତ୍ରୀବୃନ୍ଦ, ରାଜ୍ୟ ସରକାରମାନଙ୍କର ମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ସମଗ୍ର ଦେଶରୁ ସାମିଲ ହୋଇଥିବା କୃଷକ ଏବଂ ଭାଇ ଓ ଭଉଣୀମାନେ,ପିଏମ-କିଷାନର ନବମ କିସ୍ତି ଜାରି କଲେ ପ୍ରଧାନମନ୍ତ୍ରୀ
August 09th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ପରବର୍ତ୍ତୀ କିସ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହାଫଳରେ 9.75 କୋଟି ହିତାଧିକାରୀ ଚାଷୀ ପରିବାର ଆକାଉଣ୍ଟକୁ 19,500 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ନବମ କିସ୍ତି। ପିଏମ-କିସାନ ଯୋଜନାର ଲାଭ ଓଡ଼ିଶାର 29 ଲକ୍ଷ 44 ହଜାର 984 ଜଣ ହିତାଧିକାରୀ ଚାଷୀ ପରିବାର ପାଇବେ। ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି।ଚାଷୀଙ୍କୁ ସ୍ୱଳ୍ପ ଅବଧି ଫସଲ ଋଣ ପାଇଁ ବ୍ୟାଙ୍କଗୁଡ଼ିକୁ ସୁଧ ସହାୟତା ପ୍ରସ୍ତାବ କ୍ୟାବିନେଟରେ ଗୃହୀତ,
June 14th, 03:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ 2017-18 ମସିହା ପାଇଁ ଚାଷୀଙ୍କ ନିମନ୍ତେ ସୁଧ ସହାୟତା ଯୋଜନା(ଆଇଏସ୍ଏସ୍)କୁ ଅନୁମୋଦନ ମିଳିଛି । ଏହା ଦ୍ୱାରା ଚାଷୀ ବର୍ଷକ ପାଇଁ ମାତ୍ର 4 ପ୍ରତିଶତ ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର ଫସଲ ଋଣ ପାଇବାରେ ସହାୟକ ହେବ ।#VikasKaBudget: Know more about Budget 2016
February 29th, 03:21 pm