ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀର ଦଶମ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ବିଶ୍ୱ ବ୍ୟବସାୟୀ ନେତାମାନେ ପ୍ରଶଂସା କରିଛନ୍ତି

January 10th, 12:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଭାଇବ୍ରେଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ୨୦୨୪ର ଦଶମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି 'ଗେଟ୍ ୱେ ଟୁ ଦି ଫ୍ୟୁଚର୍' ଏବଂ ଏଥିରେ ୩୪ଟି ଅଂଶୀଦାର ଦେଶ ଏବଂ ୧୬ଟି ଅଂଶୀଦାର ସଂଗଠନ ଅଂଶଗ୍ରହଣ କରିଛନ୍ତି। ଏହି ଶିଖର ସମ୍ମିଳନୀକୁ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ଉତ୍ତର-ପୂର୍ବାଞ୍ଚଳରେ ପୁଞ୍ଜିନିବେଶ ସୁଯୋଗ ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଛି ।

‘ବ୍ରିଜିଟାଲ ନେସନ’ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 20th, 07:45 pm

ରତନ ଟାଟା ମହୋଦୟ, ଚନ୍ଦ୍ରଶେଖରନ୍ ମହାଶୟଙ୍କ ସହିତ ସାକ୍ଷାତ ହେବା, ସେମାନଙ୍କ ସହିତ ଆଲୋଚନା କରିବା ସବୁବେଳେ ଏକ ନୂତନ ଅନୁଭବ ଦେଇଥାଏ । ତାଙ୍କ ଉପରେ ଦେଶର ସର୍ବବୃହତ ସଂସ୍ଥାଗୁଡିକୁ ଜଣଙ୍କୁ ନେତୃତ୍ୱ ଦେବାର ଦାୟିତ୍ୱ ଅଛି ।

ବ୍ରିଜିଟାଲ ପୁସ୍ତକର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

October 20th, 07:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ବ୍ରିଜିଟାଲ ନେସନ” ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ରତନ ଟାଟାଙ୍କୁ ଏହାର ପ୍ରଥମ କପି ପ୍ରଦାନ କରାଯାଇଛି । ଏହି ପୁସ୍ତକକୁ ଲେଖିଛନ୍ତି ଶ୍ରୀ ଏନ ଚନ୍ଦ୍ରଶେଖରନ ଓ ସୁଶ୍ରୀ ରୂପା ପୁରୁଷୋତ୍ତମ ।