ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ

February 06th, 04:21 pm

ଭାରତର ଉପଲବ୍ଧି ସମ୍ପର୍କରେ ଭାରତଠାରୁ ବିଶ୍ୱର ଆଶା ଏବଂ ଏକ 'ବିକଶିତ ଭାରତ' ଗଠନ ସମ୍ବନ୍ଧରେ ଭାରତରେ ସାଧାରଣ ଲୋକଙ୍କ ଆତ୍ମବିଶ୍ୱାସ ବିକଶିତ କରିବାର ସଂକଳ୍ପ ଉପରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି, ସେ ଦେଶର ଭବିଷ୍ୟତ ପାଇଁ ଏକ ଦିଗ ମଧ୍ୟ ଦେଖାଇଛନ୍ତି। ସମ୍ମାନନୀୟ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରେରଣାଦାୟୀ ଏବଂ ପ୍ରଭାବଶାଳୀ ଥିଲା, ଏବଂ ଏହା ଭବିଷ୍ୟତ କାର୍ଯ୍ୟ ପାଇଁ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶନ ଭାବରେ କାର୍ଯ୍ୟ କରିଥିଲା। ମୁଁ ଏଠାରେ ସମ୍ମାନନୀୟ ରାଷ୍ଟ୍ରପତି ମହୋଦୟଙ୍କୁ ତାଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ଜଣାଇବାକୁ ଆସି ଏହି ସ୍ଥାନରେ ଉପସ୍ଥିତ ହୋଇଛି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

February 06th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି। ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାରତର ସଫଳତା, ଭାରତଠାରୁ ବିଶ୍ୱର ଆଶା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ସାଧାରଣ ଜନତାଙ୍କ ଆତ୍ମବିଶ୍ୱାସ ସାମିଲ ଥିଲା। ସେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରେରଣାଦାୟୀ, ପ୍ରଭାବଶାଳୀ ଏବଂ ଭବିଷ୍ୟତର କାର୍ଯ୍ୟ ପାଇଁ ମାର୍ଗଦର୍ଶନ ପ୍ରଦାନ କରିଛି । ଏହି ଅଭିଭାଷଣ ପାଇଁ ସେ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଥିଲେ।

ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 09:24 pm

ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।

କ୍ୟାଥୋଲିକ ବିଶପ୍ସ କନ୍‌ଫରେନ୍ସ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍‌ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 11:00 am

ଗତକାଲି ବିଳମ୍ବିତ ରାତିରେ ମୁଁ କୁଏତରୁ ଫେରିଥିଲି। ସେଠାରେ ମୁଁ ଭାରତର ଯୁବକ ଏବଂ ବୃତ୍ତିଜୀବୀମାନଙ୍କୁ ଭେଟିଲି, ଅନେକ କଥା ବାର୍ତ୍ତା ହୋଇଥିଲା । ଏବେ ଏଠାକୁ ଆସିବା ପରେ ଦେଶର ଯୁବପିଢ଼ିଙ୍କ ସହ ମୋର ପ୍ରଥମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ଏକ ବହୁତ ଖୁସିର କଥା। ଆଜି ଦେଶର ହଜାର ହଜାର ଯୁବପିଢ଼ିଙ୍କ ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି। ଆପଣଙ୍କର ବର୍ଷ ବର୍ଷର ସ୍ୱପ୍ନ ପୂରଣ ହୋଇଛି, ବର୍ଷ ବର୍ଷର କଠିନ ପରିଶ୍ରମ ସଫଳ ହୋଇଛି । ୨୦୨୪ର ଏହି ଅତିବାହିତ ବର୍ଷ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ସଦସ୍ୟଙ୍କୁ ନୂଆ ଖୁସି ଦେବାକୁ ଯାଉଛି । ମୁଁ ସମସ୍ତ ଯୁବକମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ରୋଜଗାର ମେଳା ଅଧୀନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ ନବନିଯୁକ୍ତ କର୍ମଚାରୀଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ।

Our Constitution is the foundation of India’s unity: PM Modi in Lok Sabha

December 14th, 05:50 pm

PM Modi addressed the Lok Sabha on the 75th anniversary of the Indian Constitution's adoption. He reflected on India's democratic journey and paid tribute to the framers of the Constitution.

ସମ୍ବିଧାନ ପ୍ରଣୟନର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭାରେ ଏକ ସ୍ୱତନ୍ତ୍ର ବିତର୍କ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

December 14th, 05:47 pm

ସମ୍ବିଧାନ ପ୍ରଣୟନର ୭୫ତମ ବାର୍ଷିକୀ ଉପଲକ୍ଷେ ଆଜି ଲୋକସଭାରେ ଆୟୋଜିତ ଏକ ସ୍ବତନ୍ତ୍ର ବିତର୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ । ଗୃହକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତର ସମସ୍ତ ନାଗିରକ ଓ ଗଣତନ୍ତ୍ରକୁ ସମ୍ମାନ ଜଣାଉଥିବା ବିଶ୍ବର ସମସ୍ତ ଲୋକମାନଙ୍କ ପାଇଁ ଏକ ଗର୍ବ ଓ ସମ୍ମାନର ବିଷୟ ଯେ ଆମେ ଗଣତନ୍ତ୍ରର ଏହି ଉତ୍ସବକୁ ପାଳନ କରୁଛୁ । ଆମ ସମ୍ବିଧାନର ୭୫ ଉଲ୍ଲେଖନୀୟ ବର୍ଷର ଯାତ୍ରା ପାଇଁ ସେ ସମ୍ବିଧାନ ପ୍ରଣେତାମାନଙ୍କ ଦୂରଦୃଷ୍ଟି ଓ ଉଦ୍ୟମକୁ ସେ ପ୍ରସଂଶା କରିବା ସହ କହିଥିଲେ ଯେ ସଫଳତାର ୭୫ ବର୍ଷ ପୂରଣ ପରେ ଗଣତନ୍ତ୍ରର ଏହି ଉତ୍ସବ ପାଳନ ପାଇଁ ସମୟ ଉପନୀତ । ସଂସଦର ସଦସ୍ୟମାନେ ଏହି ସମାରୋହରେ ନିଜକୁ ସାମିଲ କରି ନିଜର ମତାମତ ପ୍ରଦାନ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିବା ସହ ସେ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ ।

ହରିୟାଣାର ପାନିପତଠାରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 09th, 05:54 pm

ହରିୟାଣାର ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଜୀ, ହରିୟାଣାର ଲୋକପ୍ରିୟ ଏବଂ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସିଂହଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ନିର୍ମଳା ସୀତାରମଣଜୀ ଏବଂ ଏହି ରାଜ୍ୟର ସନ୍ତାନ ଏବଂ ଏହି ସ୍ଥାନର ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସରକାରରେ ମୋର ସାଥି, ଶ୍ରୀ ମନୋହର ଲାଲ ଜୀ, ଶ୍ରୀ କୃଷ୍ଣପାଲ ଜୀ, ହରିୟାଣା ସରକାରଙ୍କ ମନ୍ତ୍ରୀ ଶ୍ରୁତି ଜୀ, ଆରତୀ ଜୀ, ସାଂସଦ, ବିଧାୟକଗଣ... ଦେଶର ଅନେକ ଏଲଆଇସି କେନ୍ଦ୍ର ସହ ଜଡିତ ସମସ୍ତ ସହକର୍ମୀ ଏବଂ ପ୍ରିୟ ଭାଇ ଓ ଭଉଣୀ।

ଏଲଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 09th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ପାନିପତଠାରେ ମହିଳା ସଶକ୍ତିକରଣ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ଜୀବନ ବୀମା ନିଗମର 'ବୀମା ସଖୀ ଯୋଜନା'ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ କର୍ନାଲସ୍ଥିତ ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ସଭାକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜି ଭାରତ ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ ନେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ମାସର ନବମ ଦିନ ବିଶେଷ ଥିଲା କାରଣ ଆମ ଶାସ୍ତ୍ରରେ ୯ ନମ୍ବର କୁ ଶୁଭ ବୋଲି ବିବେଚନା କରାଯାଇଥିଲା ଏବଂ ନବରାତ୍ରୀରେ ପୂଜା କରାଯାଉଥିବା ନବ ଦୁର୍ଗାଙ୍କ ନଅଟି ରୂପ ସହିତ ଜଡିତ ଥିଲା । ଆଜି ନାରୀ ଶକ୍ତିର ଆରାଧନାର ଦିନ ବୋଲି ସେ କହିଥିଲେ।

"ତିନୋଟି ନୂତନ ଅପରାଧିକ ଆଇନ"ର ସଫଳ ରୂପାୟନକୁ ଦେଶକୁ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 03rd, 12:15 pm

ଚଣ୍ଡିଗଡ଼ ଆସିବା ପରେ ମୋତେ ଲାଗୁଛି ମୁଁ ମୋ ପ୍ରିୟଜନଙ୍କ ମଧ୍ୟକୁ ଆସିଯାଇଛି । ଚଣ୍ଡିଗଡ଼ର ପରିଚୟ ଶକ୍ତି-ସ୍ୱରୂପା ମାଚଣ୍ଡିକାଙ୍କ ନାମ ସହିତ ଯୋଡି ହୋଇଛି । ମା’ଚଣ୍ଡି, ଅର୍ଥାତ୍ ଶକ୍ତିର ସେହି ସ୍ୱରୂପ ଯାହା ଦ୍ୱାରା ସତ୍ୟ ଓ ନ୍ୟାୟ ପ୍ରତିଷ୍ଠିତ ହୋଇଥାଏ । ଏହା ଭାବନା ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତାର ସମ୍ପୂର୍ଣ୍ଣ ପ୍ରାରୁପର ଆଧାର ମଧ୍ୟ ଅଟେ । ବିକଶିତ ଭାରତର ସଂକଳ୍ପ ନେଇ ଏମିତି ସମୟରେ ଦେଶ ଆଗକୁ ବଢ଼ୁଛି, ଯେତେବେଳେ ବେଳେ ସମ୍ବିଧାନର ୭୫ ବର୍ଷ ବିତିଗଲାଣି... ତା'ପରେ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା ପ୍ରଭାବ ଆରମ୍ଭ ହେବା, ତାହାର ପ୍ରଭାବରେ ଆସିବା ଏହା ଏକ ବହୁତ ବଡ ପ୍ରାରମ୍ଭ । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ରେ ପରିକଳ୍ପନା କରାଯାଇଥିବା ଆଦର୍ଶକୁ ପୂରଣ କରିବା ପାଇଁ ଏହା ଏକ ସମନ୍ୱିତ ପ୍ରୟାସ । ଏହି ଆଇନଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ତାହାର ଲାଇଭ୍ ଡେମୋ ଦେଖୁଥିଲି। ଏବଂ ମୁଁ ଏଠାରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ସମୟ ବାହାର କରନ୍ତୁ ଏବଂ ଏହି ଲାଇଭ୍ ଡେମୋକୁ ନିଶ୍ଚିତ ଦେଖନ୍ତୁ । ଆଇନର ଛାତ୍ରଛାତ୍ରୀମାନେ, ବାରର ସାଥିମାନେ ଦେଖନ୍ତୁ, ନ୍ୟାୟପାଳିକାର ସାଥିମାନଙ୍କୁ ଯଦି ସୁବିଧା ହେବ, ସେମାନେ ମଧ୍ୟ ଦେଖନ୍ତୁ, ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସଂହିତାର ଲାଗୁ ହେବା ପାଇଁ ଶୁଭେଚ୍ଛା ଜଣାଉଛି। ଏବଂ ମୁଁ ଚଣ୍ଡିଗଡ଼ ପ୍ରଶାସନ ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 03rd, 11:47 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚଣ୍ଡିଗଡ଼ଠାରେ ତିନୋଟି ରୂପାନ୍ତରିତ ନୂତନ ଅପରାଧିକ ଆଇନ- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ ରୂପାୟନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମବେତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଚଣ୍ଡିଗଡ଼ର ପରିଚୟ ଦେବୀ ମା' ଚଣ୍ଡୀଙ୍କ ସହ ଜଡ଼ିତ, ଯିଏ ସତ୍ୟ ଓ ନ୍ୟାୟ ପ୍ରତିଷ୍ଠା କରୁଥିବା ଶକ୍ତିର ଏକ ରୂପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଦର୍ଶନ ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ସମଗ୍ର ଫର୍ମାଟର ଆଧାର ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସମ୍ବିଧାନର ଭାବନାରେ ଅନୁପ୍ରାଣିତ ହୋଇ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ଏକ ଚମତ୍କାର ମୁହୂର୍ତ୍ତ, କାରଣ ଦେଶ ବିକଶିତ ଭାରତର ସଂକଳ୍ପ ସହିତ ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଗକୁ ବଢ଼ିବାର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ରହିଛି । ଦେଶର ନାଗରିକଙ୍କ ପାଇଁ ଆମ ସମ୍ବିଧାନ ଯେଉଁ ଆଦର୍ଶର ପରିକଳ୍ପନା କରିଛି ତାହାକୁ ପୂରଣ କରିବା ଦିଗରେ ଏହା ଏକ ଠୋସ୍ ପ୍ରୟାସ ବୋଲି ସେ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହାର ସିଧା ପ୍ରଦର୍ଶନ ଦ୍ୱାରା କିପରି ଆଇନ କାର୍ଯ୍ୟକାରୀ ହେବ ତାହାର ଝଲକ ସେ ନିକଟରେ ପାଇଛନ୍ତି। ଏହି ଆଇନର ସିଧା ପ୍ରଦର୍ଶନ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ତିନୋଟି ନୂତନ ଅପରାଧିକ ଆଇନର ସଫଳ ରୂପାୟନ ଅବସରରେ ସେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଚଣ୍ଡିଗଡ଼ ପ୍ରଶାସନର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Ek Hain To Safe Hain: PM Modi in Nashik, Maharashtra

November 08th, 12:10 pm

A large audience gathered for public meeting addressed by Prime Minister Narendra Modi in Nashik, Maharashtra. Reflecting on his strong bond with the state, PM Modi said, “Whenever I’ve sought support from Maharashtra, the people have blessed me wholeheartedly.” He further emphasized, “If Maharashtra moves forward, India will prosper.” Over the past two and a half years, the Mahayuti government has demonstrated the rapid progress the state can achieve.

Article 370 will never return. Baba Saheb’s Constitution will prevail in Kashmir: PM Modi in Dhule, Maharashtra

November 08th, 12:05 pm

A large audience gathered for a public meeting addressed by PM Modi in Dhule, Maharashtra. Reflecting on his bond with Maharashtra, PM Modi said, “Whenever I’ve asked for support from Maharashtra, the people have blessed me wholeheartedly.”

PM Modi addresses public meetings in Dhule & Nashik, Maharashtra

November 08th, 12:00 pm

A large audience gathered for public meetings addressed by Prime Minister Narendra Modi in Dhule and Nashik, Maharashtra. Reflecting on his strong bond with the state, PM Modi said, “Whenever I’ve sought support from Maharashtra, the people have blessed me wholeheartedly.” He further emphasized, “If Maharashtra moves forward, India will prosper.” Over the past two and a half years, the Mahayuti government has demonstrated the rapid progress the state can achieve.

India should be modernized but it should be based on our fundamental values: PM Modi

September 29th, 12:45 pm

Prime Minister Narendra Modi laid the foundation stone, inaugurated and dedicated to the nation various projects in Maharashtra worth over Rs 11,200 crore. Addressing the occasion, PM Modi said, Today, Maharashtra needs big goals with new resolutions ”, emphasizing the need to make cities like Pune a center of progress and urban development. Talking about Pune’s progress and the pressure of the growing population, the Prime Minister said steps need to be taken now to augment development and capacity.

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 29th, 12:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

PM Modi's conversation with Lakhpati Didis in Jalgaon, Maharashtra

August 26th, 01:46 pm

PM Modi had an enriching interaction with Lakhpati Didis in Jalgaon, Maharashtra. The women, who are associated with various self-help groups shared their life journeys and how the Lakhpati Didi initiative is transforming their lives.

ମହାରାଷ୍ଟ୍ରର ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 25th, 01:00 pm

ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ସିପି ରାଧାକ୍ରିଷ୍ଣନଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ଦେଶର କୃଷି ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନଜୀ, ଏହି ମାଟିର ସନ୍ତାନ, ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ପ୍ରତାପ ରାଓ ଯାଦବ, କେନ୍ଦ୍ର ସରକାରରେ ଥିବା ଆମ ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖରଜୀ, ଏହି ମାଟିର ସନ୍ତାନ, ଭଉଣୀ ରକ୍ଷା ଖଡ଼ସେଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାରଜୀ, ଦେବେନ୍ଦ୍ର ଫଡନାଭିସଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବାକୁ ଆସିଥିବା ଭାଇ ଭଉଣୀମାନେ । ଦୂର ଦୂରାନ୍ତରୁ ମୋର ଦୃଷ୍ଟି ଯେପର୍ଯ୍ୟନ୍ତ ପହଞ୍ଛୁଛି, ଏଠାରେ କେବଳ ମା’ ମାନଙ୍କର ବିଶାଳ ମହାସାଗର ଏହି ଦୃଶ୍ୟ ମନକୁ ଶାନ୍ତି ଦେଇଥିବାରୁ ମୁଁ ଆରମ୍ଭ କରିବା ପୂର୍ବରୁ, ମୁଁ ନେପାଳ ସହାୟତାରେ ମୋର ଦୁଃଖ ପ୍ରକାଶ କରିବାକୁ ଚାହେଁ| ଏହି ଋତୁରେ ଆମେ ମହାରାଷ୍ଟ୍ରର ଜଲଗାଓଁରୁ ଅନେକ ବନ୍ଧୁଙ୍କୁ ହରାଇଛୁ । ମୁଁ ସମସ୍ତ ମୃତକଙ୍କ ପରିବାର କୁ ସମବେଦନା ଜଣାଉଛି । ଏହି ଘଟଣା ଘଟିବା ମାତ୍ରେ ଭାରତ ସରକାର ତୁରନ୍ତ ନେପାଳ ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଆମେ ଆମ ମନ୍ତ୍ରୀ ରକ୍ଷାତାଇ ଖଡ଼ସେଙ୍କୁ ତୁରନ୍ତ ନେପାଳ ଯିବାକୁ କହିଥିଲୁ। ଆମେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆମ ଯେଉଁ ପରିବାର ସଦସ୍ୟ ଚାଲିଗଲେ ସେମାନଙ୍କୁ ଆମ ପରିବାର ସଦସ୍ୟଙ୍କ ମରଶରୀରକୁ ଫେରାଇ ଆଣିଛୁ । ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଭଲ ଚିକିତ୍ସା ପାଉଛନ୍ତି। ମୁଁ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ମୁଁ ସମସ୍ତ ପୀଡିତଙ୍କୁ ଆଶ୍ୱାସନା ଦେଉଛି ଯେ ସେମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ ।

ମହାରାଷ୍ଟ୍ରର ଜଲଗାଓଁଠାରେ ଲକ୍ଷପତି ଦିଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 25th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଓଁଠାରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେଇଥିଲେ । ବର୍ତ୍ତମାନର ସରକାରଙ୍କ ତୃତୀୟ ପାଳିରେ ନିକଟରେ ଲକ୍ଷପତି ହୋଇଥିବା ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସେ ସାର୍ଟିଫିକେଟ୍ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଶ୍ରୀ ମୋଦୀ ୨,୫୦୦ କୋଟି ଟଙ୍କାର ରିଭଲଭିଂ ପାଣ୍ଠି ଜାରି କରିଛନ୍ତି, ଯେଉଁଥିରେ ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଉପକୃତ ହୋଇଛନ୍ତି। ସେ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରିଛନ୍ତି ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ । ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି ଏବଂ ସରକାର ୩ କୋଟି ଲକ୍ଷପତି ଦିଦିଙ୍କୁ ଟାର୍ଗେଟ କରିଛନ୍ତି ।