ନରେଶ ଚନ୍ଦାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
July 10th, 11:14 am
ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଥିବା ନରେଶ ଚନ୍ଦାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ,''ଶ୍ରୀ ନରେଶ ଚନ୍ଦା ଜଣେ ଉତ୍କୃଷ୍ଟ ଜନ ସେବକ ଥିଲେ ,ଯିଏ ଶାସନ ଏବଂ ନୀତି ପ୍ରସଙ୍ଗରେ ଏକ ଅଲିଭା ଚାପ ଛାଡିଛନ୍ତି । ତାଙ୍କ ବିୟୋଗରେ ମୁଁ ଗଭୀର ଦୁଃଖୀ । ନରେଶ ଚନ୍ଦା ଜି ଙ୍କ ସହିତ ହୋଇଥିବା ବିବେକପୂର୍ଣ୍ଣ ଆଲୋଚନା ମନେ ଅଛି ,ଯେତେବେଳେ ସେ ଆମେରିକା ରାଷ୍ଟ୍ରଦୂତ ଭାବେ ମତେ ରାତ୍ରିଭୋଜ ପାଇଁ ଆମନ୍ତ୍ରିତ କରିଥିଲେ । ସେ ଭାରତ ଏବଂ ଆମେରିକାର ମଜବୁତ ସମ୍ପର୍କରେ ବିଶ୍ୱାସ ରଖୁଥିଲେ ।'