ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୩ ରେ ପଛୁଆ ବର୍ଗର ଲୋକମାନଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ପହଂଚ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

March 12th, 06:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୩ ତାରିଖ ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଛୁଆ ବର୍ଗଙ୍କ ପାଇଁ ଋଣ ସହାୟତା ପାଇଁ ଦେଶବ୍ୟାପୀ ପହଂଚ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ୍ - ସୁରଜ) ଜାତୀୟ ପୋର୍ଟାଲର ଶୁଭାରମ୍ଭ କରିବେ ଏବଂ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି, ପଛୁଆ ବର୍ଗ ଏବଂ ସଫେଇ କର୍ମଚାରୀଙ୍କ ସମେତ ଅବହେଳିତ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ସେ ସମାବେଶକୁ ସମ୍ବୋଧିତ କରିବେ ।