ଉତ୍ତରାଖଣ୍ଡର ହରସିଲଠାରେ ଶୀତକାଳୀନ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ଉତ୍ତରାଖଣ୍ଡର ହରସିଲଠାରେ ଶୀତକାଳୀନ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 06th, 02:07 pm

ଏଠାର ସାମର୍ଥ୍ୟ ମୁଖ୍ୟମନ୍ତ୍ରୀ, ମୋର ଛୋଟ ଭାଇ ପୁଷ୍କର ସିଂହ ଧାମୀ ଜୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଜୟ ଟମ୍‌ଟା ଜୀ, ରାଜ୍ୟ ମନ୍ତ୍ରୀ ସତପାଲ ମହାରାଜ ଜୀ, ସଂସଦରେ ମୋର ସାଥି ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମହେନ୍ଦ୍ର ଭଟ୍ଟ ଜୀ, ସଂସଦରେ ମୋର ସହଯୋଗୀ ମାଲା ରାଜ୍ୟ ଲକ୍ଷ୍ମୀ ଜୀ, ବିଧାୟକ ସୁରେଶ ଚୌହାନ ଜୀ, ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନେ।

ଉତ୍ତରାଖଣ୍ଡର ହର୍ଷିଲରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଉତ୍ତରାଖଣ୍ଡର ହର୍ଷିଲରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

March 06th, 11:17 am

ଉତ୍ତରାଖଣ୍ଡର ହର୍ଷିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମସାଧ୍ୟ ଯାତ୍ରା ଓ ବାଇକ ରାଲି ଉଦଘାଟନ କରିବା ପରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖବାରେ ମା ଗଙ୍ଗାଙ୍କ ସେ ପୂଜା ଓ ଦର୍ଶନ କରିଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ମାନା ଗାଁରେ ହୋଇଥିବା ଦୁଃଖଦ ଘଟଣା ପ୍ରତି ସେ ସମବେଦନା ଜଣାଇଥିଲେ ଓ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ଏପରି ସଂକଟ ସମୟରେ ସାରା ଦେଶ ସେମାନଙ୍କ ସହ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ବିହାରର ଭାଗଲପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବିହାରର ଭାଗଲପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 24th, 02:35 pm

ଅଙ୍ଗରାଜ ଦାନବୀର କର୍ଣ୍ଣଙ୍କ ପବିତ୍ର ଭୂମି, ମହର୍ଷି ମେହୀଙ୍କ ତପସ୍ୟା ସ୍ଥାନ, ଭଗବାନ ବାସୁପୂଜ୍ୟଙ୍କ ପାଞ୍ଚଟି ପବିତ୍ର ଘଟଣାର ସ୍ଥାନ ଏବଂ ବିଶ୍ୱ ପ୍ରସିଦ୍ଧ ବିକ୍ରମଶିଳା ମହାବିହାର ବାବା ବୁଢାନାଥଙ୍କ ପବିତ୍ର ଭୁମିରେ ମୋର ସମସ୍ତ ଭାଇ ଭଉଣୀଙ୍କୁ ପ୍ରଣାମ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନର ୧୯ତମ କିସ୍ତି ଜାରି କରିଛନ୍ତି, ବିହାରର ଭାଗଲପୁରରୁ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି

February 24th, 02:30 pm

କୃଷକ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଭାଗଲପୁରରୁ ପିଏମ୍ କିଷାନର ୧୯ତମ କିସ୍ତି ଜାରି କରିଛନ୍ତି । ଏହି ଅବସରରେ ସେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କୁ ଶ୍ରୀ ମୋଦୀ ଆଭାଷୀ ଭାବେ ସ୍ୱାଗତ କରିଥିଲେ। ମହାକୁମ୍ଭର ପବିତ୍ର ସମୟରେ ମନ୍ଦରାଚଳ ମାଟିରେ ପାଦ ରଖିବା ଏକ ବଡ଼ ସୌଭାଗ୍ୟ ବୋଲି ସେ କହିଛନ୍ତି। ଏହି ସ୍ଥାନରେ ଆଧ୍ୟାତ୍ମିକତା, ଐତିହ୍ୟ ସହିତ ବିକଶିତ ଭାରତର ସମ୍ଭାବନା ମଧ୍ୟ ରହିଛି ବୋଲି ସେ କହିଥିଲେ। ଏହା ସହିଦ ତିଲକା ମାଝୀଙ୍କ ଭୂମି ତଥା ରେଶମ ସହର ଭାବେ ପ୍ରସିଦ୍ଧ ବୋଲି ଶ୍ରୀ ମୋଦୀ କହିଥିଲେ। ବାବା ଅଜଗାଇବିନାଥଙ୍କ ପବିତ୍ର ଭୂମିରେ ଆଗାମୀ ମହାଶିବରାତ୍ରି ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏଭଳି ପବିତ୍ର ମୁହୂର୍ତ୍ତରେ ପିଏମ୍ କିଷାନର ୧୯ତମ କିସ୍ତି ପ୍ରଦାନ କରି ସେ ଭାଗ୍ୟବାନ ଏବଂ ପ୍ର​‌ତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରାୟ ୨୨,୦୦୦ କୋଟି ଟଙ୍କା ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି।

ପ୍ରୟାଗରାଜରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 13th, 02:10 pm

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ବ୍ରଜେଶ ପାଠକ ଜୀ, ଉତ୍ତରପ୍ରଦେଶର ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସାଥିମାନେ, ପ୍ରୟାଗରାଜର ମେୟର ଏବଂ ଜିଲ୍ଲା ପଞ୍ଚାୟତ ସଭାପତି, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରୟାଗରାଜରେ ପ୍ରାୟ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

December 13th, 02:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ । ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ । ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ବର ଅନ୍ୟତମ ବୃହତ୍ ଜନସମାଗମ । ୪୫ ଦିନ ପାଇଁ ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ବାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ । “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି” ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ବରେ ଚର୍ଚ୍ଚା ହେବ । ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

Now every senior citizen of the country above the age of 70 years will get free treatment: PM Modi

October 29th, 01:28 pm

PM Modi launched, inaugurated and laid the foundation stone for multiple projects related to the health sector worth around Rs 12,850 crore at All India Institute of Ayurveda (AIIA) in New Delhi. Noting that the progress of a nation is directly proportional to the health of its citizens, PM Modi outlined the five pillars of health policy.

୧୨,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 29th, 01:00 pm

ଧନନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ)ରେ ପ୍ରାୟ ୧୨,୮୫୦ କୋଟି ଟଙ୍କାର ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।

Mission of cleanliness is not a one day ritual but a lifelong ritual: PM Modi

October 02nd, 10:15 am

PM Modi commemorated the 10th anniversary of the Swachh Bharat Mission at Vigyan Bhawan, New Delhi. He launched sanitation projects worth over Rs 9,600 crore and emphasized the movement's significance as a public initiative involving millions of citizens. Highlighting collective efforts and community contributions, PM Modi celebrated the mission as a historic achievement that showcases India's commitment to cleanliness and environmental sustainability. The theme for this year’s campaign is “Swabhav Swachhata, Sanskaar Swachhata.”

ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

October 02nd, 10:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୨ ତାରିଖ ୧୫୫ତମ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ଅମୃତ ଏବଂ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର ଧନ ଯୋଜନା ସମେତ ୯୬୦୦ କୋଟି ରୁ ଅଧିକ ଟଙ୍କାର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଛନ୍ତି । ସ୍ୱଚ୍ଛତା ହିଁ ସେବା ୨୦୨୪ର ଥିମ୍ ହେଉଛି 'ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା'।

ଭିଡିଓ କନଫରେନ୍ସିଂ ଜରିଆରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।

ଭିଡିଓ କନଫରେନ୍ସିଂ ଜରିଆରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

September 06th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ସୁରଟଠାରେ 'ଜଳ ସଞ୍ଚୟ ଜନ ଭାଗିଦାରୀ' ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ପ୍ରାୟ ୨୪,୮୦୦ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ନିର୍ମାଣ କରାଯାଉଛି ।

ବିହାରର ଔରଙ୍ଗାବାଦରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 02nd, 03:00 pm

ବିହାରର ରାଜ୍ୟପାଳ ଶ୍ରୀମାନ ରାଜେନ୍ଦ୍ର ଅର୍ଲେକରଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ ଏବଂ ଏଠାରେ ବସିଥିବା ସମସ୍ତ ବରିଷ୍ଠ ନେତା, ମୁଁ ସମସ୍ତଙ୍କ ନାମ ମନେ ପକାଉନାହିଁ କିନ୍ତୁ ମୁଁ ସମସ୍ତ ପୁରୁଣା ବନ୍ଧୁମାନଙ୍କୁ ଆଜିର ଏହି ମିଳନ ଏବଂ ଏତେ ସଂଖ୍ୟକ ସଂଖ୍ୟାରେ ଆପଣମାନେ ଏଠାକୁ ଆସିଥିବା ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ, ଜନତା ଜନାର୍ଦ୍ଦନଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀ ବିହାରର ଔରଙ୍ଗାବାଦରେ ୨୧,୪୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି

March 02nd, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଔରଙ୍ଗାବାଦ ଠାରେ ୨୧,୪୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଡ଼କ, ରେଳ ବାଇ ଏବଂ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଇତ୍ୟାଦି କ୍ଷେତ୍ର ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଫଟୋ ଗ୍ୟାଲେରୀକୁୁ ମଧ୍ୟ ବୁଲି ଦେଖିଥିଲେ ।

ମେମେଣ୍ଟୋ ପ୍ରାପ୍ତ କରିବା ପାଇଁ ନିଲାମରେ ଯୋଗ ଦେବାକୁ ନାଗରିକମାନଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ

October 27th, 01:54 pm

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ନିଲାମରେ ଯୋଗ ଦେବା ପାଇଁ ଉତ୍ସାହିତ କରିଛନ୍ତି ଏବଂ ତାଙ୍କୁ ମିଳିଥିବା ମେମେଣ୍ଟୋ ଜିତିବା ପାଇଁ ସେମାନଙ୍କ ବିଡ୍ ରଖିଛନ୍ତି । ଏହି ଆୟ ନମାମି ଗଙ୍ଗେକୁ ସମର୍ପିତ କରାଯାଇଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି।

ଏନଜିଏମଏ ପ୍ରଦର୍ଶନୀରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାର ଏବଂ ମେମେଣ୍ଟୋ ଗୁଡିକ ପ୍ରଦର୍ଶିତ ହେଉଛି

October 02nd, 04:32 pm

ସମଗ୍ର ଭାରତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ତାଙ୍କୁ ଏହି ଉପହାର ଓ ମେମେଣ୍ଟୋ ପ୍ରଦାନ କରାଯାଇଛି ଏବଂ ଏହା ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ କଳାତ୍ମକ ଐତିହ୍ୟର ପ୍ରମାଣ ବୋଲି ଶ୍ରୀ ମୋଦୀ କହିଛନ୍ତି।

ମହାରାଷ୍ଟ୍ରର ପୁଣେରେ ଲୋକମାନ୍ୟ ତିଲକ ପୁରସ୍କାର ସମାରୋହ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

August 01st, 12:00 pm

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଆଦରଣୀୟ ଶ୍ରୀ ଶରଦ ପାୱାର ଜୀ, ରାଜ୍ୟପାଳ ଶ୍ରୀମାନ ରମେଶ ବୈସ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନେ୍ଦ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡ଼ନବୀସ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଜିତ୍ ପାୱାର ଜୀ, ଟ୍ରଷ୍ଟର ସଭାପତି ଶ୍ରୀମାନେ ତିଲକ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୋର ମିତ୍ର ଶ୍ରୀମାନ ସୁଶୀଲ କୁମର ସିନେ୍ଦ ଜୀ, ତିଲକ ପରିବାରର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ଉପସ୍ଥିତ ଭାଇ ଏବଂ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି

August 01st, 11:45 am

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ଲୋକମାନ୍ୟ ତିଳକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନ୍ୟ ତିଳକଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହା ତାଙ୍କ ପାଇଁ ଏକ ବିଶେଷ ଦିନ ବୋଲି କହିଥିଲେ । ଏହି ଅବସରରେ ନିଜର ଭାବନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଲୋକମାନ୍ୟ ତିଳକଙ୍କ ପୁଣ୍ୟ ତିଥି ଏବଂ ଆନ୍ନା ଭାଉ ଶେଠଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକମାନ୍ୟ ତିଳକ ଜୀ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ‘ତିଳକ’ । ସେ ସମାଜର ଉନ୍ନତି ଦିଗରେ ଆନ୍ନା ଭାଉ ଶେଠଙ୍କ ଅସାଧାରଣ ତଥା ଅଦ୍ୱିତୀୟ ଅବଦାନ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଛତ୍ରପତି ଶିବାଜୀ, ଛାପକର ବ୍ରଦର, ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭୂମିକୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦଗଡୁସେଠ ମନ୍ଦିରରେ ଆଶୀର୍ବାଦ ଭିକ୍ଷା କରିଥିଲେ ।

G-20 ପର୍ଯ୍ୟାବରଣ ଏବଂ ଜଳବାୟୁ ସ୍ଥିରତା ମନ୍ତ୍ରିସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 28th, 09:01 am

ମୁଁ ଇତିହାସ ଏବଂ ସଂସ୍କୃତିରେ ସମୃଦ୍ଧ ସହର ଚେନ୍ନଇକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି! ମୁଁ ଆଶ କରୁଛି ଯେ ଆପଣମାନେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଲାଭ କରିଥିବା ମାମଲ୍ଲପୁରମ୍ କୁ ଦେଖିବା ପାଇଁ ନିଶ୍ଚୟ କିଛି ସମୟ ବାହାର କରିବେ । ଉନ୍ନତମାନର ପ୍ରସ୍ତର କାରୁକାର୍ଯ୍ୟର ଅଦ୍ଭୁତ ସୁନ୍ଦରତା ସହିତ ଏହା ହେଉଛି ଏକ ‘ଦର୍ଶନୀୟ’ ଗନ୍ତବ୍ୟ ସ୍ଥଳ ।

ଜି-୨୦ ପରିବେଶ ଓ ଜଳବାୟୁ ମନ୍ତ୍ରୀ ସମୂହ ବୈଠକ

July 28th, 09:00 am

ଗଣ୍ୟମାନ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ହେଉଛି ଇତିହାସ ଓ ସଂସ୍କୃତି ଦୃଷ୍ଟିରୁ ସମୃଦ୍ଧ ନଗରୀ । ସେ ସେମାନଙ୍କୁ ୟୁନେସ୍କୋ ଦ୍ୱାରା ସ୍ୱୀକୃତ ବିଶ୍ୱ ଐତିହ୍ୟ ସ୍ଥଳୀ ମାମଲାପୁରମ ନିଶ୍ଚିତଭାବେ ଗସ୍ତ କରି ସେଠାକାର ପ୍ରେରଣାଦାୟୀ ପଥର ଖୋଦେଇ ଓ ତାହାର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଅନୁରୋଧ କରିଥିଲେ ।