ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରରେ ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
April 26th, 02:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରର ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଶଂସା କରିଛନ୍ତି ।ଗୌହାଟୀରେ ବିହୁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 14th, 06:00 pm
ଆଜିର ଏହି ଦୃଶ୍ୟ, ଟିଭିରେ ଦେଖାଯିବାକୁ ଅଛି, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କେବେ ମଧ୍ୟ ମୁଁ ଜୀବନରେ ଭୁଲିପାରିବି ନାହିଁ । ଏହା ଅବିସ୍ମରଣୀୟ ଅଟେ, ଅଦ୍ଭୁତ ଅଟେ, ଅଦ୍ଭୁତପୂର୍ବ ଅଟେ, ଏହା ଆସାମ । ଆକାଶରେ ଗୁଞ୍ଜରିତ ହେଉଥିବା ଢୋଲ, ପେପା ଅରୁ ଗାଙ୍ଗୋନା ଏହାର ସ୍ୱର ଆଜି ସମଗ୍ର ଭାରତବର୍ଷ ଶୁଣୁଛି । ଆସାମର ହଜାର ହଜାର କଳାକାର ଏହି ପରିଶ୍ରମ, କଠିନ ପରିଶ୍ରମ, ଏହି ତାଳମେଳ ଆଜି ଦେଶ ଏବଂ ଦୁନିଆ ବଡ଼ ଗର୍ବର ସହିତ ଦେଖୁଛନ୍ତି । ପ୍ରଥମତଃ ଏହି ଅବସର ଏତେ ବଡ଼ ଅଟେ, ଉତ୍ସବ ଏତେ ବଡ଼ ଅଟେ, ଦ୍ୱିତୀୟରେ ଆପଣଙ୍କର ଉତ୍ସାହ ଏବଂ ଆପଣଙ୍କର ଉଦ୍ଦୀପନା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ଏଠାକୁ ଆସିଥିଲି, ସେତେବେଳେ ମୁଁ କହିଥିଲି ଯେ ସେ ଦିନ ଆଉ ଦୂର ନାହିଁ । ଯେତେବେଳେ ଲୋକମାନେ ‘ଏ’ରେ ଆସାମ କହିବେ । ଆଜି ସତରେ ଆସାମ, ଏ-ୱାନ ପ୍ରଦେଶ ହୋଇପାରିଛି । ମୁଁ ଆସାମର ଲୋକମାନଙ୍କୁ, ଦେଶର ଲୋକମାନଙ୍କୁ ବିହୁର ବହୁତ ବହୁତ ଶୁଭକାମନା ଜଣାଉଛି ।ଆସାମର ଗୌହାଟୀ ସ୍ଥିତ ସାରୁସାଜାଇ ଷ୍ଟାଡିୟମରେ ୧୦,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
April 14th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୌହାଟୀ ସ୍ଥିତ ସାରୁସାଜାଇ ଷ୍ଟାଡିୟମରେ ୧୦,୯୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବ୍ରହ୍ମପୁତ୍ର ନଦୀରେ ପାଲାଶବରୀ ଏବଂ ସୁଆଲକୁଚିକୁ ସଂଯୋଗ କରୁଥିବା ଏକ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ, ସିଭସାଗରରେ ରଙ୍ଗ ଘର ସୌନ୍ଦର୍ଯ୍ୟକରଣର ପାଇଁ ଏକ ପ୍ରକଳ୍ପ, ନାମରୂପରେ ୫୦୦ ଟିପିଡି ମେଥାନୋଲ ପ୍ଲାଣ୍ଟର ଉଦଘାଟନ ଏବଂ ଦେଶକୁ ପାଞ୍ଚଟି ରେଳ ପ୍ରକଳ୍ପ ଉତ୍ସର୍ଗ କରାଯାଇଛି । ଦଶ ହଜାରରୁ ଅଧିକ ବିହୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପ୍ରଦର୍ଶିତ ଏକ ରଙ୍ଗୀନ ବିହୁ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମଧ୍ୟ ଦେଖିଛନ୍ତି ।ବିଶ୍ୱ ଶାନ୍ତିପାଇଁ କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
February 03rd, 07:48 pm
କୃଷ୍ଣଗୁରୁ ସେବାଶ୍ରମ ଠାରେ ଏକତ୍ରିତ ହୋଇଥିବା ସମସ୍ତ ସାଧୁ-ସନ୍ଥମାନେ ଏବଂ ଭକ୍ତମାନଙ୍କୁ ମୋର ସାଦର ପ୍ରଣାମ। କୃଷ୍ଣଗୁରୁ ଏକନାମ ଅଖଣ୍ଡ କୀର୍ତ୍ତନର ଏହି ଆୟୋଜନ ଗତ ଏକ ମାସ ଧରି ଚାଲିଛି । ମୋତେ ଖୁସି ଲାଗୁଛି ଯେ ଜ୍ଞାନ, ସେବା ଏବଂ ମାନବତାର ଯେଉଁ ପ୍ରାଚୀନ ଭାରତୀୟ ପରମ୍ପରାକୁ କୃଷ୍ଣଗୁରୁ ଜୀ ଆଗକୁ ବଢ଼ାଇଥିଲେ, ସେ ଆଜି ମଧ୍ୟ ନିରନ୍ତର ଗତିମାନ ଅଟନ୍ତି । ଗୁରୁକୃଷ୍ଣ ପ୍ରେମାନନ୍ଦ ପ୍ରଭୂ ଭକ୍ତମାନଙ୍କର ପ୍ରୟାସ ଦ୍ୱାରା ଏହି କାର୍ଯ୍ୟକ୍ରମରେ ସେହି ଦିବ୍ୟତା ସ୍ୱଚ୍ଛ ଭାବରେ ଦେଖାଯାଉଛି । ମୋର ଇଚ୍ଛା ଥିଲା ଯେ ମୁଁ ଏହି ଅବସରରେ ଆସାମ ଆଜି ଆପଣ ସମସ୍ତଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବି । ମୁଁ କୃଷ୍ଣଗୁରୁ ଜୀଙ୍କର ପାବନ ତପୋସ୍ଥଳୀରେ ଆସିବା ପୂର୍ବରୁ ଅନେକଥର ପ୍ରୟାସ କରିଛି । କିନ୍ତୁ ବୋଧହୁଏ ମୋର ପ୍ରୟାସରେ କୌଣସି ଅଭାବ ରହି ଯାଇଥିଲା ଯେ ଇଚ୍ଛା ଥିବା ସତ୍ତ୍ୱେ ମଧ୍ୟ ଏଠାକୁ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିପାରି ନ ଥିଲି । ମୋର ଏତିକି କାମନା ଯେ କୃଷ୍ଣଗୁରୁଙ୍କ ବନରେ ଏଠାକୁ ଆସି ଆପଣ ସମସ୍ତଙ୍କୁ ପ୍ରଣାମ କରିବି, ଆପଣଙ୍କ ଦର୍ଶନ କରିବି ।ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତୀ
February 03rd, 04:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆସାମର ବାରପେଟା ସ୍ଥିତ କୃଷ୍ଣଗୁରୁ ସେବାଶ୍ରମ ଠାରେ ଆୟୋଜିତ ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନକୁ ସମ୍ବୋଧିତ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁ କୃଷ୍ଣଗୁରୁ ଏକନାମ୍ ଅଖଣ୍ଡ କୀର୍ତ୍ତନ ଏକ ମାସ ବ୍ୟାପୀ କୀର୍ତ୍ତନ ଯାହା ଜାନୁଆରୀ ୬ ତାରିଖରୁ କୃଷ୍ଣଗୁରୁ ସେବାଶ୍ରମ ଠାରେ ଅନୁଷ୍ଠିତ ହୋଇଥିଲା ।ଦେଶର ଦୀର୍ଘତମ ପୋଲକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
May 25th, 06:41 pm
ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଦୀର୍ଘତମ ପୋଲକୁ ଉଦଘାଟନ କରିବେ । 9.15 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଧୋଲା-ସଦିଆ ପୋଲ ଦେଶର ଉତ୍ତର-ପୂର୍ବାଂଚଳରେ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ । ବ୍ରହ୍ମପୁତ୍ରର ଏକ ଶାଖା ନଦୀ ଲୋହିତ ନଦୀ ଉପରେ ନିର୍ମିତ ଏହି ପୋଲଟିରେ ତିନି ଥାକିଆ ରାସ୍ତାର ସୁବିଧା କରାଯାଇଛି । ପୋଲଟି ଆସାମର ଧୋଲା ଅଞ୍ଚଳକୁ ଅରୁଣାଚଳ ପ୍ରଦେଶର ସଦିଆ ସହ ସଂଯୋଗ କରୁଛି ।ସୋସିଆଲ ମିଡିଆ କର୍ଣ୍ଣର 31 ମାର୍ଚ୍ଚ 2017
March 31st, 06:23 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ନମାମୀ ବ୍ରହ୍ମପୁତ୍ର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା
March 31st, 12:47 pm
ନମାମୀ ବ୍ରହ୍ମପୁତ୍ର ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।