ବିହାରର ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ବିହାରର ନାଳନ୍ଦା ଭଗ୍ନାବଶେଷ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

June 19th, 01:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଛନ୍ତି । ମୂଳ ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ । ୨୦୧୬ରେ ନାଳନ୍ଦାର ଭଗ୍ନାବଶେଷକୁ ଜାତିସଂଘର ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା।

ବିହାରର ରାଜଗିରରେ ନାଲନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଉପସ୍ଥାପନା

ବିହାରର ରାଜଗିରରେ ନାଲନ୍ଦା ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍ ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଇଂରାଜୀ ଉପସ୍ଥାପନା

June 19th, 10:31 am

ତୃତୀୟ ଥର ପାଇଁ ଶପଥ ନେବାର ପ୍ରଥମ ୧୦ ଦିନ ମଧ୍ୟରେ ମୁଁ ନାଳନ୍ଦା ଆସିବାର ସୁଯୋଗ ପାଇଛି। ଏହା ପ୍ରକୃତରେ ମୋର ସୌଭାଗ୍ୟ ଏବଂ ମୁଁ ଏହାକୁ ଭାରତର ବିକାଶ ଯାତ୍ରା ପାଇଁ ଏକ ଶୁଭ ସଙ୍କେତ ଭାବରେ ଦେଖୁଛି । ନାଳନ୍ଦା କେବଳ ଏକ ନାମ ନୁହେଁ। ନାଳନ୍ଦା ହେଉଛି ଏକ ପରିଚୟ, ଏକ ସମ୍ମାନ। ନାଳନ୍ଦା ହେଉଛି ଏକ ମୂଲ୍ୟ, ଏକ ମନ୍ତ୍ର, ଏକ ଗର୍ବ, ଏକ ଗାଥା । ନାଳନ୍ଦା ହେଉଛି ଏହି ସତ୍ୟର ଘୋଷଣା ଯେ ନିଆଁରେ ବହି ଜଳିଗଲେ ମଧ୍ୟ ନିଆଁ ଜ୍ଞାନକୁ ନିଭାଇ ପାରିବ ନାହିଁ । ନାଳନ୍ଦାର ବିନାଶ ଭାରତକୁ ଅନ୍ଧକାରରେ ଭରି ଦେଇଥିଲା। ଏବେ ଏହାର ପୁନରୁଦ୍ଧାର ଭାରତର ସୁବର୍ଣ୍ଣ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି।

ବିହାରର ରାଜଗିର ଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବିହାରର ରାଜଗିର ଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

June 19th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ରାଜଗିରଠାରେ ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍) ଦେଶଗୁଡ଼ିକର ମିଳିତ ସହଯୋଗରେ ଏହି ବିଶ୍ୱବିଦ୍ୟାଳୟ ସାକାର ରୂପ ନେଇଛି । ଉଦଘାଟନୀ ଉତ୍ସବରେ ୧୭ଟି ଦେଶର ମିଶନ ମୁଖ୍ୟଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ ମଧ୍ୟ କରିଥିଲେ।