ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବିବୃତ୍ତି

March 20th, 12:30 pm

ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ କିଶିଦା ଓ ତାଙ୍କ ସହ ଭାରତକୁ ଆସିଥିବା ପ୍ରତିନିଧିଗଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଗତବର୍ଷକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଶିଦା ଓ ମୁଁ ଅନେକ ଥର ଭେଟାଭେଟି ହୋଇଛୁ । ଆଉ ପ୍ରତିଥର ତାଙ୍କର ଭାରତ-ଜାପାନ ସମ୍ପର୍କରେ ଅଙ୍ଗୀକାରବଦ୍ଧତା ଓ ସକାରାତ୍ମକ ମନୋଭାବ ଥିବା ମୁଁ ଅନୁଭବ କରିଛି । ସେ ଦୃଷ୍ଟିରୁ ତାଙ୍କର ଆଜିର ଗସ୍ତ ଆମ ସହଯୋଗକୁ ଅଧିକ ଗତି ଦେବାରେ ଖୁବ୍ ଉପାଦେୟ ହେବ ।

ଜାପାନରେ ଭାରତୀୟ ସମୁଦାୟଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

May 23rd, 08:19 pm

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଯେତେବେଳେ ମଧ୍ୟ ମୁଁ ଜାପାନ ଆସୁଛି ସେତେବେଳେ ମୁଁ ପ୍ରତ୍ୟେକ ଥର ଦେଖୁଛି ଯେ ଆପଣମାନଙ୍କର ସ୍ନେହର ବର୍ଷା ପ୍ରତି ଥର ବୃଦ୍ଧି ପାଇ ଚାଲିଛି। ଆପଣମାନଙ୍କ ମଧ୍ୟରୁ ଏମିତି କେତେକ ସାଥୀ ଅଛନ୍ତି ଯେଉଁମାନେ ଅନେକ ବର୍ଷ ଧରି ଏଠାରେ ବସବାସ କରି ଆସୁଛନ୍ତି । ଜାପାନର ଭାଷା, ଏଠାକାର ବେଶଭୂଷା, ସଂସ୍କୃତି ଖାଦ୍ୟପେୟ ଏକ ପ୍ରକାରରେ ଆପଣଙ୍କ ଜୀବନର ଏକ ଅଭିନ୍ନ ଅଂଶ ମଧ୍ୟ ପାଲଟି ଯାଇଛି, ଆଉ ଏକ ଅଭିନ୍ନ ଅଂଶ ମଧ୍ୟ ପାଲଟି ଯିବାର ଅନ୍ୟ ଏକ କାରଣ ଏହା ମଧ୍ୟ ହେଉଛି ଯେ ଭାରତୀୟ ସମୁଦାୟଙ୍କ ସଂସ୍କାର ସମାବେଶ ହୋଇ ରହି ଆସିଛି। କିନ୍ତୁ ଏହା ସହିତ ଜାପାନରେ ନିଜର ପରମ୍ପରା, ନିଜସ୍ୱ ମୂଲ୍ୟବୋଧ, ନିଜ ଜୀବନରେ ମାଟି ମାଆ ପ୍ରତି ଯେଉଁ ପ୍ରତିବଦ୍ଧତା ରହିଛି ତାହା ମଧ୍ୟ ହେଉଛି ଖୁବ୍ ଗଭୀର। ଆଉ ଏହି ଦୁଇଟି ଯାକର ମିଳନ ହୋଇଛି। ଏଥିପାଇଁ ସ୍ୱାଭାବିକ ଭାବେ ଏକ ଆପଣାପଣର ଅନୁଭବ ହେବା ହେଉଛି ବହୁତ ସ୍ୱାଭାବିକ।

ଜାପାନରେ ଥିବା ଭାରତୀୟ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

May 23rd, 04:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ମଇ ୨୦୨୨ ରେ ଜାପାନରେ ଥିବା ୭୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସଦସ୍ୟଙ୍କୁ ସମ୍ବୋଧିତ ଏବଂ ଆଲୋଚନା କରିଛନ୍ତି ।

ଏକ ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ କୋଭିଡ ପରବର୍ତ୍ତୀ ବିଶ୍ୱ ପାଇଁ ଭାରତ-ଜାପାନ ଶିଖର ସମ୍ମିଳନୀର ମିଳିତ ବିବୃତି

March 20th, 01:18 pm

ଜାପାନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିଶିଦା ଫୁମିଓ ନିଜର ପ୍ରଥମ ଦ୍ଵିପାକ୍ଷିକ ଭାରତ ଗସ୍ତରେ ଆସି ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୧୯ରୁ ୨୦ ମାର୍ଚ୍ଚ ୨୦୨୨ରେ ଆୟୋଜିତ ଚତୁର୍ଦ୍ଦଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । ଦୁଇ ଦେଶ ମଧ୍ୟରେ ପାରସ୍ପରିକ କୂଟନୈତିକ ସମ୍ପର୍କର ୭୦ବର୍ଷ ପୂର୍ତ୍ତି ପାଳନ ଏବଂ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଅବସରରେ ଏହି ଶିଖର ସମ୍ମିଳନୀ ଆୟୋଜିତ ହେଉଛି, ଯାହାକୁ ଦୁଇ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି । ସେମାନେ ଗତ ବାର୍ଷିକ ଶିଖର ସମ୍ମିଳନୀ ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ସହିତ ସହଯୋଗର ବ୍ୟାପକ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି ।

ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି

March 20th, 11:04 am

ପ୍ରଧାନମନ୍ତ୍ରୀ କିଶିଡା ଭାରତର ଜଣେ ପୁରୁଣା ବନ୍ଧୁ । ବୈଦେଶିକ ମନ୍ତ୍ରୀ ଭାବେ ସେ ପୂର୍ବରୁ ଏକାଧିକବାର ଭାରତ ଗସ୍ତରେ ଆସିଛନ୍ତି । ବିଗତ କେତେବର୍ଷ ଧରି ଭାରତ-ଜାପାନ ସ୍ୱତନ୍ତ୍ର ରଣକୌଶଳ ଅଂଶୀଦାରୀ ଓ ବୈଶ୍ୱିକ ସହଯୋଗିତାରେ ଯେଉଁ ଅଭୂତପୂର୍ବ ପ୍ରଗତି ଘଟିଛି ସେଥିରେ ପ୍ରଧାନମନ୍ତ୍ରୀ କିଶିଡାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଭାରତ-ଜାପାନ ବ୍ୟବସାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ

March 20th, 11:03 am

ମୁଁ ବହୁତ ଆନନ୍ଦିତ ଯେ ଦୁଇ ବର୍ଷରୁ ଅଧିକ ବ୍ୟବଧାନରେ ଆମେ ଭାରତ ଓ ଜାପାନ ମଧ୍ୟରେ ଶିଖର ସ୍ତରୀୟ ମିଟିଂ ର କ୍ରମ ପୁଣି ଥରେ ଆରମ୍ଭ କରିପାରିବୁ।

ଜାପାନର ପ୍ରଧାନମନ୍ତ୍ରୀ କିଶିଡାଙ୍କ ସହ ମିଳିତ ପ୍ରେସ୍ ବିବୃତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ

March 19th, 09:38 pm

ପ୍ରଧାନମନ୍ତ୍ରୀ କିଶିଡାଙ୍କ ସହ ମିଳିତ ପ୍ରେସ୍ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଏବଂ ଜାପାନ ମଧ୍ୟରେ ଅର୍ଥନୈତିକ ଭାଗିଦାରୀରେ ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ । ଜାପାନ ଭାରତର ସର୍ବବୃହତ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ | ଭାରତ-ଜାପାନ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରରେ 'ୱାନ୍ ଟିମ୍ - ୱାନ୍ ପ୍ରୋଜେକ୍ଟ' ଭାବେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି। ଜାପାନ ଭାରତରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 5 ଟ୍ରିଲିୟନ ୟେନ କିମ୍ବା 3.2 ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ ।

ଜାପାନ ପ୍ରଧାନମନ୍ତ୍ରୀ ମହାନୁଭବ ସୁଗା ୟୋସିହିଡ଼େଙ୍କ ସହ ଟେଲିଫୋନ୍‍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ

March 09th, 08:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍‍ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ମହାମହୀମ ସୁଗା ୟୋସିହିଡ଼େଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।