Congress has always been an anti-middle-class party: PM Modi in Hyderabad
May 10th, 04:00 pm
Addressing his second public meeting, PM Modi highlighted the significance of Hyderabad and the determination of the people of Telangana to choose BJP over other political parties. Hyderabad is special indeed. This venue is even more special, said PM Modi, reminiscing about the pivotal role the city played in igniting hope and change a decade ago.PM Modi addresses public meetings in Mahabubnagar & Hyderabad, Telangana
May 10th, 03:30 pm
Prime Minister Narendra Modi addressed public meetings in Mahabubnagar & Hyderabad, Telangana, emphasizing the significance of the upcoming elections for the future of the country. Speaking passionately, PM Modi highlighted the contrast between the false promises made by Congress and the concrete guarantees offered by the BJP-led government.ଗୁଜରାଟର ଅହମ୍ମଦାବାଦରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:00 am
ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଶ୍ରୀ ଦେବବ୍ରତ ଜୀ, ଗୁଜୁରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କ୍ୟାବିନେଟରେ ମୋର ସହକର୍ମୀ, ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ସଂସଦରେ ମୋର ସହଯୋଗୀ ଏବଂ ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧକ୍ଷ ଶ୍ରୀ ସିଆର ପାଟିଲ ଏବଂ ଦେଶର କୋଣ ଅନୁକୋଣରେ ଯୋଡି ହୋଇଥିବା ସମସ୍ତ ସମସ୍ତ ସମ୍ମାନିତ ରାଜ୍ୟପାଳ, ଆଦରଣୀୟ, ବିଧାୟକ ଗଣ, ମୁଖ୍ୟମନ୍ତ୍ରୀ ଗଣ, ସାଂସଦଗଣ, ବିଧାନସଭାର ସଦସ୍ୟ ଓ ମନ୍ତ୍ରୀଗଣ। ଦେଶର ୭୦୦ରୁ ଅଧିକ ସ୍ଥାନରେ ଲକ୍ଷ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ମୁଁ ସ୍କ୍ରିନରେ ଦେଖୁଛି । ବୋଧହୁଏ ଭାରତର କୋଣ ଅନୁକୋଣରେ ଏତେ ବଡ଼ ଘଟଣା ରେଳଇତିହାସରେ ପୂର୍ବରୁ କେବେ ଘଟିନଥିଲା। ଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟୁଛି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ମୁଁ ରେଳବାଇକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।ଗୁଜରାଟର ଅହମ୍ମଦାବାଦରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
March 12th, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଅହମ୍ମଦାବାଦଠାରେ ଡେଡିକେଟେଡ୍ ଫ୍ରେଟ୍ କରିଡରର ଅପରେସନ୍ କଣ୍ଟ୍ରୋଲ ସେଣ୍ଟରରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ବିକାଶ ପ୍ରକଳ୍ପଗୁଡିକରେ ରେଳ ଭିତ୍ତିଭୂମି, ଯୋଗାଯୋଗ ଏବଂ ପେଟ୍ରୋକେମିକାଲ ସମେତ ଏକାଧିକ କ୍ଷେତ୍ର ଅନ୍ତର୍ଭୁକ୍ତ । ଏଥିସହ ସେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ତାମିଲନାଡୁର ଥୁଥୁକୁଡ଼ି (ଟୁଟିକୋରିନ) ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 28th, 10:00 am
ମଞ୍ଚରେ ଉପସ୍ଥିତ ଥିବା ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ଶ୍ରୀପଦ ନାଏକ ଜୀ, ଶାନ୍ତନୁ ଠାକୁର ଜୀ, ଏଲ ମୁରୁଗାନ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଏଠାକାର ସାଂସଦ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନଙ୍କୁ ନମସ୍କାର!ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଗସ୍ତ
February 28th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୨.୨୦୨୪) ତାମିଲନାଡୁର ଟୁଥୁକୁଡିଠାରେ ୧୭, ୩୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭି.ଓ ଚିଦାମ୍ବରନାର ବନ୍ଦର ବାହ୍ୟ ପୋତାଶ୍ରୟ କଂଟେନର ରହଣୀସ୍ଥଳର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ପ୍ରଥମ ସ୍ବଦେଶୀ ସବୁଜ ଉଦ୍ଯାନ ଇନ୍ଧନସେଲ ଇନ୍ଲ୍ୟାଣ୍ଡ ଜଳପଥ ପୋତ ଚାଳନାର ଶୁଭାରମ୍ଭ ହରିତ ନୌକା ପଦକ୍ଷେପ ଯୋଜନା ଅଧୀନରେ କରିଛନ୍ତି । ସେ ମଧ୍ୟ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ବତୀଘର ପର୍ଯ୍ୟଟକ ସୁବିଧା ସୁଯୋଗ ସ୍ଥଳୀର ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ଭାଞ୍ଚି ମାନୀୟାଛି-ନାଗର କୋଏଲ, ରେଳପଥର ଦୋହରୀକରଣ ଉଦ୍ଘାଟନ କରିଛନ୍ତି । ଏଥିରେ ଭାଞ୍ଚି -ମାନିୟାଛି-ତିରୁନେଲଭାଲୀ ସେକ୍ସନ ଓ ମାଲାପାଲାୟମ-ଆରାଲଭୟାମୋଳି ସେକ୍ସନ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ୪୫୮୬ କୋଟି ଟଙ୍କାରେ ନିର୍ମିତ ତାମିଲନାଡୁର ଚାରିଟି ସଡକ ପ୍ରକଳ୍ପକୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ କରିଡର ଏବଂ ନମୋ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 20th, 04:35 pm
ଆଜି ସମଗ୍ର ଦେଶ ପାଇଁ ହେଉଛି ଏକ ଐତିହାସିକ କ୍ଷଣ ।ଆଜି ଭାରତର ପ୍ରଥମ ରାପିଡ ରେଳ ସେବା, ନମୋ ଭାରତଟ୍ରେନ, ରାଷ୍ଟ୍ରକୁ ସମର୍ପିତ ହେଉଛି, ଆରମ୍ଭ ହୋଇଛି ।ପାଖାପାଖି ଚାରି ବର୍ଷ ପୂର୍ବେ ମୁଁ ଦିଲ୍ଲୀ - ଗାଜିଆବାଦ - ମିରଟଆଞ୍ଚଳିକ କରିଡର ପ୍ରକଳ୍ପର ଶିଳାନ୍ୟାସ କରିଥିଲି । ଆଜିସାହିବାବାଦରୁ ଦୁହାଇ ଡିପୋ ପର୍ଯ୍ୟନ୍ତ ସେହି ଅଂଶରେ ନମୋଭାରତର ଚଳାଚଳ ଆରମ୍ଭ ହୋଇଯାଇଛି । ଆଉ ମୁଁ ପୂର୍ବରୁ ହିଁକହିଛି, ଆଜି ମଧ୍ୟ କହୁଛି ଯାହାର ଶିଳାନ୍ୟାସ ଆମେ କରିଥାଉ, ତାହାର ଉଦଘାଟନ ମଧ୍ୟ ଆମେ ହିଁ କରିଥାଉ । ଆଉ ଏହିମିରଟ ଆଡକୁ ଥିବା ଅଂଶ 1 ବର୍ଷ, ଦେଢ ବର୍ଷ ପରେ ସମ୍ପୂର୍ଣ୍ଣହେବ, ସେହି ସମୟରେ ମଧ୍ୟ ମୁଁ ଆପଣମାନଙ୍କର ସେବାରେଉପସ୍ଥିତ ରହିବି ।ଉତ୍ତରପ୍ରଦେଶର ଗାଜିଆବାଦ ଠାରେ ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍) ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
October 20th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦର ସାହିବାବାଦ ରାପିଡ୍ ଏକ୍ସ ଷ୍ଟେସନରେ ଦିଲ୍ଲୀ - ଗାଜିଆବାଦ - ମିରଟ ଆର୍ଆର୍ଟିଏସ୍ କରିଡରର ପ୍ରମୁଖ ବିଭାଗକୁ ଉଦଘାଟନ କରିଛନ୍ତି । ଭାରତରେ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆର୍ଆର୍ଟିଏସ୍) ର ଶୁଭାରମ୍ଭ ଅବସରରେ ସାହିବାବାଦରୁ ଦୁହାଇ ଡିପୋକୁ ସଂଯୋଗ କରୁଥିବା ନମୋ ଭାରତ ରାପିଡ୍ ଏକ୍ସ ଟ୍ରେନ୍କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶ୍ରୀ ମୋଦୀ ବେଙ୍ଗାଲୁରୁ ମେଟ୍ରୋର ପୂର୍ବ - ପଶ୍ଚିମ କରିଡରର ଦୁଇଟି ଅଂଶକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:10 am
ନମସ୍କାର, ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ ଅତିଥିଗଣ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ମହାରାଷ୍ଟ୍ର, ଗୋଆର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
October 17th, 10:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।ତେଲଙ୍ଗାନାର ମହବୁବନଗରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 01st, 02:43 pm
ତେଲଙ୍ଗାନାର ରାଜ୍ୟପାଳ ତମିଲସାଇ ସୌନ୍ଦରାରାଜନ ମହୋଦୟା, କେନ୍ଦ୍ର ସରକାରରେ ମୋର ସହଯୋଗୀ ମନ୍ତ୍ରୀ, ଜି. କିଶନ ରେଡ୍ଡୀ ମହାଶୟ, ସଂସଦରେ ମୋର ସାଥୀ ଶ୍ରୀମାନ ସଂଜୟ କୁମାର ବଣ୍ଡୀ ମହାଶୟ, ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ନମସ୍କାର !ତେଲଙ୍ଗାନାର ମହବୁବନଗରରେ ପ୍ରଧାନମନ୍ତ୍ରୀ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି
October 01st, 02:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ପତାକା ଦେଖାଇ 9ଟି ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ (ଭିଡିଓ କନଫରେନ୍ସିଂ ଜରିଆରେ)
September 24th, 03:53 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ରାଜ୍ୟଗୁଡ଼ିକର ରାଜ୍ୟପାଳ ଶ୍ରୀ, ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକରେ ଉପସ୍ଥିତ ରହିଥିବା ମୁଖ୍ୟମନ୍ତ୍ରୀ ସାଥୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ମୋର ସଦସ୍ୟ, ରାଜ୍ୟଗୁଡ଼ିକର ମନ୍ତ୍ରୀ, ସାଂସଦଗଣ, ବିଧାୟକଗଣ, ଅନ୍ୟ ପ୍ରତିନିଧିଗଣ, ଆଉ ମୋର ପରିବାରଜନ,୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
September 24th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ । ପ୍ରଧାନମନ୍ତ୍ରୀ ପତାକା ପ୍ରଦର୍ଶନ କରିବା ପରେ ଚଳାଚଳ ଆରମ୍ଭ କରିଥିବା ନୂତନ ଟ୍ରେନ୍ ଗୁଡ଼ିକ ହେଉଛି:ଜାତି ଉଦ୍ଦେଶ୍ୟରେ ଯଶୋଭୂମିର ଲୋକାର୍ପଣ ଏବଂ ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 06:08 pm
ଆଜି ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ । ଏହି ଦିନ ଆମର ପାରମ୍ପରିକ କାରିଗର ଏବଂ ଶିଳ୍ପକାରମାନଙ୍କୁ ସମର୍ପିତ । ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ଦେଶର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ଆନନ୍ଦିତ ଯେ ଆଜିର ଦିନରେ ମୋତେ ସାରା ଦେଶର ଲକ୍ଷ ଲକ୍ଷ ବିଶ୍ୱକର୍ମା ବନ୍ଧୁଙ୍କ ସହ ଯୋଡ଼ି ହେବାର ସୁଯୋଗ ମିଳିଛି । କିଛି ଦିନ ତଳେ ମୁଁ ମୋର ଅନେକ ବିଶ୍ୱକର୍ମା ଭାଇ ଭଉଣୀଙ୍କ ସହ କଥା ବାର୍ତ୍ତା ମଧ୍ୟ କରିଥିଲି । ଏଠାରେ ପହଞ୍ଚିବାରେ ମୋର ବିଳମ୍ବର କାରଣ ହେଉଛି ମୁଁ ସେମାନଙ୍କ ସହିତ କଥାବାର୍ତ୍ତା କରିବାରେ ମଗ୍ନ ହୋଇଯାଇଥିଲି, ଏବଂ ତଳେ ପ୍ରଦର୍ଶନୀ ହୋଇଛି ତାହା ମଧ୍ୟ ଏତେ ଚମତ୍କାର ଯେ, ସେଠାରୁ ବାହାରିବାକୁ ଇଚ୍ଛା କରୁନଥିଲି ଏବଂ ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଆପଣମାନେ ନିଶ୍ଚିତ ଭାବେ ଏହାକୁ ପରିଦର୍ଶନ କରନ୍ତୁ । ମୋତେ କୁହାଯାଇଛି ଯେ ଏହା ଆହୁରି ୨-୩ ଦିନ ପର୍ଯ୍ୟନ୍ତ ଚାଲିବ, ତେଣୁ ମୁଁ ବିଶେଷ ଭାବରେ ଦିଲ୍ଲୀବାସୀଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହାକୁ ନିଶ୍ଚିତ ଭାବେ ପରିଦର୍ଶନ କରନ୍ତୁ।ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର-‘ଯଶୋଭୂମି’ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
September 17th, 12:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଦ୍ୱାରକାଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ 'ଯଶୋଭୂମି'କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । 'ଯଶୋଭୂମି'ରେ ଏକ ଭବ୍ୟ ସମ୍ମିଳନୀ କେନ୍ଦ୍ର, ଏକାଧିକ ପ୍ରଦର୍ଶନୀ ହଲ୍ ଏବଂ ଅନ୍ୟାନ୍ୟ ସୁବିଧା ରହିଛି। ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା ଯୋଜନା'ର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଲୋଗୋ, ଟ୍ୟାଗ୍ ଲାଇନ୍ ଏବଂ ପୋର୍ଟାଲକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ ଏକ ସ୍ୱତନ୍ତ୍ର ଡାକ ଟିକେଟ, ଟୁଲ୍ କିଟ୍ ଇ-ପୁସ୍ତିକା ଏବଂ ଭିଡିଓ ଉନ୍ମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ ୧୮ ଜଣ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବଣ୍ଟନ କରିଥିଲେ।କଳାଦାନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟରେ ବିକଶିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରୁ ସିତୱେ ବନ୍ଦର ମ୍ୟାନମାର ପର୍ଯ୍ୟନ୍ତ ଜାହାଜ ଚଳାଚଳ ଉଦଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
May 05th, 11:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଳାଦାନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟରେ ବିକଶିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରୁ ସିତୱେ ବନ୍ଦର ମ୍ୟାନମାର ପର୍ଯ୍ୟନ୍ତ ଜାହାଜ ଚଳାଚଳ ଉଦଘାଟନକୁ ପ୍ରଶଂସା କରିଛନ୍ତି ।ତିରୁଅନନ୍ତପୁରମ ଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଏବଂ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଅନୁବାଦ
April 25th, 11:50 am
କେରଳର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ୍ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେରଳ ସରକାରଙ୍କ ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ଶଶି ଥରୁର ଜୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର କେରଳର ପ୍ରିୟ ଭାଇ ଓ ଭଉଣୀମାନେ । କିଛି ଦିନ ପୂର୍ବରୁ ମାଲାୟାଲମ୍ ନୂଆ ବର୍ଷ ଆରମ୍ଭ ହୋଇଥିଲା । ଆପଣମାନେ ବିଷ୍ଣୁ ପର୍ବକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମୁଁ ବହୁତ ଖୁସି ଯେ ଉଲ୍ଲାସର ଏହି ପରିବେଶରେ ମୋତେ କେରଳର ବିକାଶ ଉତ୍ସବରେ ଯୋଗ ଦେବାର ସୁଯୋଗ ମିଳିଛି । ଆଜି କେରଳକୁ ଏହାର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମିଳିଛି । ଆଜି କୋଚିକୁ ୱାଟର (ଜଳ) ମେଟ୍ରୋ ଉପହାର ଆକାରରେ ମିଳିଛି, ରେଳ ସହିତ ଜଡିତ ଅନେକ ପ୍ରକଳ୍ପ ମିଳିଛି । ସଂଯୋଗୀକରଣ ସହିତ ଆଜି କେରଳର ବିକାଶ ସହ ଯୋଡି ହୋଇଥିବା ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଉଦଘାଟନ ହୋଇଛି । ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ ପାଇଁ କେରଳବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେରଳର ତିରୁବନ୍ତପୁରମ କେନ୍ଦ୍ରୀୟ ଷ୍ଟାଡିୟମରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
April 25th, 11:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ , ତିରୁବନ୍ତପୁରମଠାରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ପୂର୍ବରୁ ପ୍ରଧାନମନ୍ତ୍ରୀ ତିରୁବନ୍ତପୁରମ ଓ କାଶରଗଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।ହାଇଦ୍ରାବାଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 08th, 12:30 pm
ତେଲେଙ୍ଗାନାର ରାଜ୍ୟପାଳ ତାମିଲ ସାଇ ସୌନ୍ଦର୍ଯ୍ୟ ରାଜନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଅଶ୍ୱିନ ବୈଷ୍ଣବ ଜୀ, ଏହି ତେଲେଙ୍ଗାନାର ମାଟିର ପୁଅ ଏବଂ ମନ୍ତ୍ରି ପରିଷଦରେ ମୋର ସାଥୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ବହୁ ସଂଖ୍ୟାରେ ଆସିଥିବା ତେଲେଙ୍ଗାନାର ମୋର ପ୍ରିୟ ଭାଇ ଓ ଭଉଣୀମାନେ,