ଭାରତ-ଗ୍ରୀସ୍ ସଂଯୁକ୍ତ ବକ୍ତବ୍ୟ

August 25th, 11:11 pm

ପ୍ରଧାନମନ୍ତ୍ରୀ ମିତସୋଟାକିସ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସ୍ବୀକାର କରିଛନ୍ତି ଯେ ଉଭୟ ଭାରତ ଏବଂ ଗ୍ରୀସ୍ ଐତିହାସିକ ସଂଯୋଗର ଆଦାନ ପ୍ରଦାନ କରିଛନ୍ତି ଏବଂ ସହମତ ହୋଇଛନ୍ତି ଯେ ଯେଉଁ ସମୟରେ ବିଶ୍ୱସ୍ତରୀୟ ଅତୁଳନୀୟ ପରିବର୍ତ୍ତନ ଘଟୁଛି, ସେତେବେଳେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ବଢ଼ାଇବା ପାଇଁ ପୁନଃନିର୍ମାଣ ଆଭିମୁଖ୍ୟ ଆବଶ୍ୟକ।

ଗ୍ରୀସରେ ଇସ୍କନ ମୁଖ୍ୟ ଗୁରୁ ଦୟାନିଧି ଦାସଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

August 25th, 10:55 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଗ୍ରୀସର ଏଥେନ୍ସରେ ଇସ୍କନ ମୁଖ୍ୟ ଗୁରୁ ଦୟାନିଧି ଦାସଙ୍କୁ ଭେଟିଛନ୍ତି ।

ବିଶିଷ୍ଟ ଗ୍ରୀକ୍ ଗବେଷକ ଏବଂ ସଙ୍ଗୀତକାର କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

August 25th, 10:41 pm

ଭାରତ ପ୍ରତି ଭଲପାଇବା ଏବଂ ଭାରତୀୟ ସଙ୍ଗୀତ ଓ ନୃତ୍ୟ ପ୍ରତି କୋନଷ୍ଟାଣ୍ଟିନୋସ୍ କାଲାଇଟଜିସଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ୨୦୨୨ ନଭେମ୍ବର ୨୭ରେ ‘ମନ୍ କୀ ବାତ୍‌’ ର ୯୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ତାଙ୍କ ବିଷୟରେ କହିଥିଲେ ।

ଗ୍ରୀକ୍ ଶିକ୍ଷାବିତଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

August 25th, 10:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ଏଥେନ୍ସ ବିଶ୍ୱବିଦ୍ୟାଳୟରେ ଇଣ୍ଡୋଲୋଜିଷ୍ଟ ଏବଂ ସଂସ୍କୃତ ଓ ହିନ୍ଦୀ ପ୍ରଫେସର ଦିମିଟ୍ରିଓସ୍ ବାସିଲିୟାଡିସଙ୍କ ସମେତ ଏଥେନ୍ସ ବିଶ୍ୱବିଦ୍ୟାଳୟର ସୋସିଆଲ ଥିଓଲୋଜିର ଆସିଷ୍ଟାଣ୍ଟ ପ୍ରଫେସର ଡ. ଆପୋଷ୍ଟୋଲୋସ ମାଇକାଲିଡିସଙ୍କୁ ସାକ୍ଷାତ କରିଛନ୍ତି ।

ଗ୍ରୀସର ଏଥେନ୍ସରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 25th, 09:30 pm

ଯେତେବେଳେ ଉତ୍ସବର ମାହୋଲ ହୋଇଥାଏ, ଉତ୍ସବର ବାତାବରଣ ହୋଇଥାଏ ସେତେବେଳେ ମନ ହୋଇଥାଏ ଶୀଘ୍ର ଶୀଘ୍ର ନିଜ ପରିବାରର ଲୋକଙ୍କ ଗହଣରେ ପହଞ୍ଚିଯିବା, ମୁଁ ମଧ୍ୟ ନିଜ ପରିବାରଜନଙ୍କ ମଧ୍ୟକୁ ଆସିଯାଇଛି । ଶ୍ରାବଣ ମାସ ଏକ ପ୍ରକାରରେ ହେଉଛି ଶିବଙ୍କ ମାସ, ଆଉ ଏହି ପବିତ୍ର ମାସରେ ଦେଶ ପୁଣି ଥରେ ଏକ ନୂଆ ଉପଳବ୍ଧି ହାସଲ କରିଛି । ଭାରତ ଚନ୍ଦ୍ରମାର ଅନ୍ଧକାର କ୍ଷେତ୍ର ଡାର୍କ ଜୋନ୍ ରେ ଦକ୍ଷିଣ ମେରୁରେ ଅବତରଣ କରିବାବାଲା ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା । ଭାରତ ଚନ୍ଦ୍ରମାରେ ତିରଙ୍ଗା ଲହରାଇ ସମଗ୍ର ବିଶ୍ୱକୁ ଭାରତର ସାମର୍ଥ୍ୟ ସହିତ ପରିଚୟ କରାଇଛି । ସାରା ବିଶ୍ୱରୁ ଶୁଭେଚ୍ଛା ସନ୍ଦେଶ ମାନ ଆସୁଛି, ଲୋକ ନିଜର ଶୁଭକାମନା ପଠାଉଛନ୍ତି ଆଉ ମୋର ଦୃଢ଼ ବିଶ୍ୱାସ ଯେ ଲୋକମାନେ ଆପଣମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଥିବେ, ଦେଉଛନ୍ତି ନା ? ଅନେକ ଗୁଡ଼ିଏ ଶୁଭେଚ୍ଛା ଆପଣମାନଙ୍କୁ ମଧ୍ୟ ମିଳଛି ନା ? ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କୁ ମିଳୁଛି । ସମଗ୍ର ସାମାଜିକ ଗଣମାଧ୍ୟମ ଶୁଭେଚ୍ଛା ସନ୍ଦେଶରେ ଭରପୂର ହୋଇ ରହିଛି । ଯେତେବେଳେ ସଫଳତା ଏତେ ବଡ଼ ହୋଇଥାଏ ସେତେବେଳେ ସଫଳତାର ଉତ୍ସାହ ଏହା ମଧ୍ୟ କ୍ରମାଗତ ଭାବେ ବଜାୟ ରହିଥାଏ । ଆପଣମାନଙ୍କ ଚେହେରା ମଧ୍ୟ କହୁଛି ବିଶ୍ୱର କେଉଁଠାରେ ମଧ୍ୟ ରୁହନ୍ତୁ କିନ୍ତୁ ଆପଣମାନଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦିତ ହେଉଛି । ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ, ଆପଣମାନଙ୍କ ହୃଦୟରେ ସ୍ପନ୍ଦିତ ହେଉଛି ଭାରତ । ମୁଁ ଆଜି ଗ୍ରୀସରେ ଆପଣମାନଙ୍କ ଗହଣକୁ ଆସି ପୁଣି ଥରେ ସମସ୍ତଙ୍କୁ ଚନ୍ଦ୍ରଯାନ, ତାହାର ଭବ୍ୟ ସଫଳତା ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ଏଥେନ୍ସରେ ଭାରତୀୟ ସମୁଦାୟକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

August 25th, 09:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସର ଏଥେନ୍ସ କଞ୍ଜରଭଟୋଏରଠାରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଥିଲେ ।

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ବ୍ୟବସାୟିକ ମଧ୍ୟାହ୍ନ ଭୋଜନରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ

August 25th, 08:33 pm

ଏହି କାର୍ଯ୍ୟକ୍ରମରେ ଜାହାଜ ଚଳାଚଳ, ଭିତ୍ତିଭୂମି, ଶକ୍ତି ସମେତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଭାରତୀୟ ଏବଂ ଗ୍ରୀକ ସିଇଓମାନେ ଅଂଶଗ୍ରହଣ କରିଥିଲେ।

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

August 25th, 05:16 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟ ୨୦୨୩ ରେ ଏଥେନ୍ସ ଠାରେ ଗ୍ରୀସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କିରିଆକୋସ୍ ମିତ୍ସୋତାକିସଙ୍କୁ ଭେଟିଥିଲେ ।

‘ଅଜ୍ଞାତ ସୈନିକଙ୍କ ସମାଧି’ରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

August 25th, 03:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଅଗଷ୍ଟ ୨୫ରେ ଏଥେନ୍ସରେ ‘ଟମ୍ବ୍ ଅଫ୍ ଅନନୋନ୍ ସୋଲ୍‌ଜର’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କଲେ ଗ୍ରୀସ୍ ରାଷ୍ଟ୍ରପତି

August 25th, 03:04 pm

ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।

ଗ୍ରୀସ୍ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତି

August 25th, 02:45 pm

ସର୍ବପ୍ରଥମେ ଗ୍ରୀସ୍‌ର ଜଙ୍ଗଲରେ ନିଆଁ ଲାଗିବା ଭଳି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ମୁଁ ଏବଂ ଭାରତର ସମସ୍ତ ଜନସାଧାରଣଙ୍କ ତରଫରୁ ସମବେଦନା ଜଣାଉଛି ।

PM Modi arrives in Greece

August 25th, 10:57 am

PM Modi arrived at the Athens International Airport, Greece. During his visit cooperation in perse sectors such as trade and investment, defence, and cultural and people-to-people contacts will be facilitated between the two countries.