ମୁମ୍ବାଇଠାରେ ଭାରତୀୟ ସମ୍ବାଦପତ୍ର ସୋସାଇଟି ଟାୱାରଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣ

July 13th, 09:33 pm

ସର୍ବ ପ୍ରଥମେ ମୁଁ ଇଣ୍ଡିଆନ୍ ନ୍ୟୁଜ୍‌ପେପର ସୋସାଇଟିର ସମସ୍ତ ସଦସ୍ୟମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜ୍ଞାପନ କରୁଛି । ଆଜି ଆପଣମାନଙ୍କୁ ସମସ୍ତଙ୍କୁ ମୁମ୍ବାଇରେ ଏକ ବିଶାଳ ଏବଂ ଆଧୁନିକ ଭବନ ପ୍ରାପ୍ତ ହୋଇଛି । ମୁଁ ଆଶା କରୁଛି ଯେ ଏହି ନୂତନ ଭବନ ଆପଣମାନଙ୍କ କାମକାର୍ଯ୍ୟକୁ ବିସ୍ତାରିତ କରିବାରେ ସହାୟକ ହେବ । ଆପଣମାନଙ୍କର ଇଜ୍ ଅଫ୍ ୱାର୍କିଂ ବଢ଼ିବ । ଏହା ଫଳରେ ଆମର ଲୋକତନ୍ତ୍ରକୁ ବଳ ପ୍ରାପ୍ତ ହେବ । ଇଣ୍ଡିଆନ ନ୍ୟୁଜ୍‌ପେପର ସୋସାଇଟି ତ ସ୍ୱାଧୀନତା ପୂର୍ବରୁ ଏହାର ଅସ୍ତିତ୍ୱ ଜାହିର କରିଥିବା ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ । ଏବଂ ସେଥିପାଇଁ ଆପଣମାନେ ସଭିଏଁ ଦେଶର ଏହି ଯାତ୍ରାର ପ୍ରତ୍ୟେକ ଉତ୍ତରଣ- ଅବରୋହଣକୁ ଅତି ନିକଟରୁ ଲକ୍ଷ୍ୟ କରିଛନ୍ତି । ସେହି ସମୟ ସହିତ ଆପଣମାନେ ଜୀବନ ବଞ୍ôଚଛନ୍ତି ଏବଂ ଆଜିର ଜନସାଧାରଣଙ୍କୁ ମଧ୍ୟ ଏକଥା ସୂଚୀତ କରିଛନ୍ତି । ସେଥିପାଇଁ ଏକ ସଂଗଠନ ଭାବରେ ଆପଣମାନଙ୍କ କାମ ଯେତିକି ପ୍ରଭାବୀ ହେବ, ଦେଶକୁ ଏହାର ସେତିକି ସୁଫଳ ପ୍ରାପ୍ତ ହେବ ।

ମହାରାଷ୍ଟ୍ରର ମୁମ୍ବାଇରେ ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନ୍ଏସ୍) ଟାୱାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

July 13th, 07:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜି-ବ୍ଲକରେ ଇଣ୍ଡିଆନ୍ ନ୍ୟୁଜ୍ ପେପର ସୋସାଇଟି (ଆଇଏନଏସ) ସେକ୍ରେଟାରିଏଟ୍ ପରିଦର୍ଶନ କରିବା ଅବସରରେ ଆଇଏନଏସ ଟାୱାରକୁ ଉଦଘାଟନ କରିଛନ୍ତି । ଏହି ନୂତନ କୋଠା ମୁମ୍ବାଇରେ ଏକ ଆଧୁନିକ ଏବଂ ଦକ୍ଷ କାର୍ଯ୍ୟାଳୟ ସ୍ଥାନ ପାଇଁ ଆଇଏନଏସର ସଦସ୍ୟମାନଙ୍କର ବିକଶିତ ଆବଶ୍ୟକତାକୁ ପୂରଣ କରିବ ଏବଂ ମୁମ୍ବାଇର ଖବରକାଗଜ ଶିଳ୍ପ ପାଇଁ ପ୍ରମୁଖ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ

July 02nd, 09:58 pm

ଆମର ସମ୍ମାନୀୟ ରାଷ୍ଟ୍ରପତି ମଦୋଦୟ, ତାଙ୍କ ବକ୍ତବ୍ୟରେ ବିକଶିତ ଭାରତର ସଂକଳ୍ପକୁ ନିଜ ଭାଷଣରେ ବିସ୍ତାର କରିଛନ୍ତି । ମାନନୀୟ ରାଷ୍ଟ୍ରପତି ମଦୋଦୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ମାନ୍ୟବର ରାଷ୍ଟ୍ରପତି ଆମକୁ ଏବଂ ଆମ ଦେଶକୁ ମାର୍ଗଦର୍ଶନ କରିଛନ୍ତି, ଏଥିପାଇଁ ମୁଁ ରାଷ୍ଟ୍ରପତି ମଦୋଦୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 02nd, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ଦେଇଛନ୍ତି ।

ବିକଶିତ ଭାରତ ବିକଶିତ ଛତିଶଗଡ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

February 24th, 12:31 pm

ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାୟ ଜୀ, ଛତିଶଗଡର ମନ୍ତ୍ରୀଗଣ, ଅନ୍ୟ ଜନପ୍ରତିନିଧୀ ଏବଂ ଛତିଶଗଡର କୋଣ ଅନୁକୋଣରେ, ମୋତେ କୁହାଯାଇଛି ଯେ ୯୦ରୁ ଅଧିକ ସ୍ଥାନରେ ହଜାର ହଜାର ଲୋକ ସେଠାରେ ଯୋଡି ହୋଇଛନ୍ତି । କୋଣ ଅନୁକୋଣରୁ ଯୋଡି ହୋଇଥିବା ମୋର ପରିବାରବର୍ଗ ! ସର୍ବପ୍ରଥମେ ତ ମୁଁ ଛତିଶଗଡର ସମସ୍ତ ବିଧାନସଭା ଆସନ ସହିତ ଜଡିତ ଲକ୍ଷ ଲକ୍ଷ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଉଛି । ବିଧାନସଭା ନିର୍ବାଚନରେ ଆପଣମାନେ ଆମ ସମସ୍ତଙ୍କୁ ଅନେକ ଆଶୀର୍ବାଦ ଦେଇଛନ୍ତି । ଆଣପଙ୍କ ଏହି ଆଶୀର୍ବାଦର ଫଳ ଏହା ଯେ ଆଜି ଆମେ ବିକଶିତ ଛତିଶଗଡର ସଂକଳ୍ପ ସହିତ ଆପଣଙ୍କ ମଧ୍ୟରେ ଅଛୁ । ବିଜେପି ହିଁ ତିଆରି କରିଛି, ବିଜେପି ହିଁ ସମ୍ଭାଳିବ, ଏକଥା ଆଜି ଏହି ଆୟୋଜନ ଦ୍ୱାରା ଆହୁରି ସ୍ପଷ୍ଟ ହେଉଛି ।

'ବିକଶିତ ଭାରତ ବିକଶିତ ଛତିଶଗଡ଼' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

February 24th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ବିକଶିତ ଭାରତ ବିକଶିତ ଛତିଶଗଡ଼' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୩୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକ ସଡ଼କ, ରେଳବାଇ, କୋଇଲା, ଶକ୍ତି ଏବଂ ସୌର ଶକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ସେବା ପ୍ରଦାନ କରିଥାଏ ।

ଲାକ୍ଷାଦ୍ୱୀପର କବର୍ତ୍ତୀରେ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 03rd, 12:00 pm

ଲାକ୍ଷାଦ୍ୱୀପର ପ୍ରଶାସକ ଶ୍ରୀ ପ୍ରଫୁଲ୍ଲ ପଟେଲ ଜୀ, ସ୍ଥାନୀୟ ସାଂସଦ ଏବଂ ଲାକ୍ଷାଦ୍ୱୀପରେ ଥିବା ମୋର ସମସ୍ତ ପରିବାର ସଦସ୍ୟମାନଙ୍କୁ ଅଭିନନ୍ଦନ! ନମସ୍କାର!

ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତ କାଳରେ କାଭାରାଟି ଠାରେ ୧୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

January 03rd, 11:11 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩.୦୧.୨୦୨୪) ଲାକ୍ଷାଦ୍ୱୀପର କାଭାରାଟିଠାରେ ୧୧୦୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଯୁକ୍ତି, ଶକ୍ତି, ଜଳସମ୍ପଦ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ର ଅନ୍ତର୍ଭୁକ୍ତ ।

ନୂଆଦିଲ୍ଲୀରେ ୨୧ତମ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 04th, 07:30 pm

ପ୍ରଥମେ ମୁଁ ଆପଣ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି କାରଣ ମୁଁ ନିର୍ବାଚନ ମଇଦାନରେ ଥିଲି, ତେଣୁ ସେଠାରୁ ଟିକେ ବିଳମ୍ବ ହୋଇଗଲା । କିନ୍ତୁ ମୁଁ ଆପଣଙ୍କ ମଧ୍ୟକୁ ବିମାନବନ୍ଦରରୁ ସିଧାସଳଖ ପହଞ୍ଚିଲି। ଶୋଭନା ଜୀ ବହୁତ ଭଲ କହୁଥିଲେ, ଅର୍ଥାତ୍ ସମସ୍ୟାଗୁଡ଼ିକ ଭଲ ଥିଲା, ଆପଣ ନିଶ୍ଚିତ ଭାବରେ ଏହାକୁ କେବେ ନା କେବେ ପଢିବେ। ଏଥିରେ ବିଳମ୍ବ ହୋଇଗଲା।

ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍‌ ୨୦୨୩ କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

November 04th, 07:00 pm

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ ୨୦୨୩ରେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଏଚଟି ଗ୍ରୁପକୁ ଧନ୍ୟବାଦ ଜଣାଇଥିଲେ । ଏହି ନେତୃତ୍ୱ ଶିଖର ସମ୍ମିଳନୀର ବିଷୟବସ୍ତୁ ସହିତ ଭାରତର ଆଗକୁ ବଢିବାର ବାର୍ତ୍ତା ଏଚଟି ଗ୍ରୁପ୍ ସର୍ବଦା ପ୍ରଦାନ କରିଆସିଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ୨୦୧୪ ରେ ବର୍ତ୍ତମାନର ସରକାର କ୍ଷମତାକୁ ଆସିବା ପରେ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ 'ଭାରତକୁ ପୁନର୍ଗଠନ' ବୋଲି ସେ ମନେ ପକାଇଥିଲେ। ସେ କହିଛନ୍ତି ଯେ ଏହି ଗୋଷ୍ଠୀର ଧାରଣା ଥିଲା ଯେ ବଡ଼ ଧରଣର ପରିବର୍ତ୍ତନ ପାଖେଇ ଆସୁଛି ଏବଂ ଭାରତକୁ ପୁନର୍ଗଠନ କରାଯିବ। ୨୦୧୯ ରେ ବର୍ତ୍ତମାନର ସରକାର ଆହୁରି ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ପୁନଃ ଅବସ୍ଥାପିତ ହେବା ପରେ 'କନଭର୍ସେସନ୍ ଫର୍ ଏ ବେଟର ଟୁମରୋ'ର ବିଷୟବସ୍ତୁ ଦିଆଯାଇଥିଲା ବୋଲି ସେ ମନେ ପକାଇଥିଲେ। ଏବେ ୨୦୨୩ରେ ଯେତେବେଳେ ସାଧାରଣ ନିର୍ବାଚନ ପାଖେଇ ଆସୁଛି, ସେତେବେଳେ ଶ୍ରୀ ମୋଦୀ ଶିଖର ସମ୍ମିଳନୀର ବିଷୟବସ୍ତୁ, 'ବ୍ରେକିଂ ବ୍ୟାରିୟର' ଏବଂ ବର୍ତ୍ତମାନର ସରକାର ସମସ୍ତ ରେକର୍ଡ ଭାଙ୍ଗି ଆଗାମୀ ସାଧାରଣ ନିର୍ବାଚନରେ ବିଜୟୀ ହେବେ ବୋଲି ଯେଉଁ ଅନ୍ତର୍ନିହିତ ବାର୍ତ୍ତା ଦିଆଯାଉଛି ତାହା ଉପରେ ଆଲୋକପାତ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ପ୍ରତିବନ୍ଧକ ବାହାରେ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ଗୁଜରାଟର ରାଜକୋଟଠାରେ ବହୁମୁଖୀ ବିକାଶମୂଳକ କାର୍ଯ୍ୟଗୁଡ଼ିକର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 27th, 04:00 pm

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମହାଶୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭାଇ ବିଜୟ ରୂପାଣୀ ମହାଶୟ, ସି ଆର ପାଟିଲ ମହାଶୟ ।

ଗୁଜରାଟର ରାଜକୋଟ ଠାରେ ପ୍ରଧାନମନ୍ତ୍ରୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦରକୁ ଦେଶ ପ୍ରତି ଉତ୍ସର୍ଗ କରିଛନ୍ତି

July 27th, 03:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜକୋଟ ଆନ୍ତର୍ଜାତିକ ବିମାନବନ୍ଦର ଏବଂ ଗୁଜରାଟର ରାଜକୋଟ ଠାରେ ୮୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସାଉନି ଯୋଜନା ଲିଙ୍କ୍ ୩ ପ୍ୟାକେଜ୍ ୮ ଏବଂ ୯, ଦ୍ୱାରକା ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) ର ଅଧିକ ଉନ୍ନତିକରଣ, ଉପରକୋଟ ଦୁର୍ଗର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ସଂରକ୍ଷଣ, ପୁନରୁଦ୍ଧାର ଏବଂ ବିକାଶ; ଏକ ଜଳ ବିଶୋଧନ କାରଖାନା, ମଇଳା ନିଷ୍କାସନ କାରଖାନା ଏବଂ ଅନ୍ୟାନ୍ୟଗୁଡ଼ିକ ମଧ୍ୟରେ ଏକ ଫ୍ଲାଇ ଓଭର ପୋଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ମଧ୍ୟ ନବ ଉଦଘାଟିତ ରାଜକୋଟ ଆନ୍ତର୍ଜାତିକ ବିମାନ ବନ୍ଦରର ଟର୍ମିନାଲ ଗୃହରେ ଏକ ପଦଯାତ୍ରା କରିଥିଲେ ।

ରୋଜଗାର ମେଳା ଅବସରରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂସ୍ଥାରେ ପ୍ରାୟ ୭୦୦୦୦ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଅବସରରେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

July 22nd, 11:00 am

ଆଜି ଯେଉଁ ଯୁବ ସାଥୀମାନଙ୍କୁ ନିଯୁକ୍ତି ପତ୍ର ମିଳୁଛି, ସେମାନଙ୍କ ପାଇଁ ମଧ୍ୟ ଏହା ହେଉଛି ଏକ ସ୍ମରଣୀୟ ଦିବସ, କିନ୍ତୁ ଏହା ସହିତ ଦେଶ ପାଇଁ ମଧ୍ୟ ଏହା ହେଉଛି ଏକ ଐତିହାସିକ ଦିବସ । 1947ରେ ଆଜିକାର ଦିନରେ, ଅର୍ଥାତ 22 ଜୁଲାଇରେ ତିରଙ୍ଗାକୁ ସମ୍ବିଧାନ ସଭା ଦ୍ୱାରା ବର୍ତମାନ ସ୍ୱରୂପରେ ସ୍ୱୀକାର କରାଯାଇଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଦିନ, ଆପଣ ସମସ୍ତଙ୍କୁ ସରକାରୀ ସେବା ପାଇଁ ଯୋଗଦାନ ପତ୍ର ମିଳିବା, ଏହା ହେଉଛି ନିଜକୁ ନିଜ ମଧ୍ୟ ଏକ ବହୁତ ବଡ଼ ପ୍ରେରଣା । ସରକାରୀ ସେବାରେ ରହି ଆପଣମାନଙ୍କୁ ସଦା ସର୍ବଦା ତିରଙ୍ଗାର ମାନ- ମର୍ଯ୍ୟାଦା- ସମ୍ମାନ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରିବାର ଅଛି, ଦେଶର ନାମକୁ ଗୌରବାନ୍ୱିତ କରି ଦେଖାଇବାର ଅଛି । ସ୍ୱାଧୀନତାର ଅମୃତ ମହୋତ୍ସବରେ, ଯେତେବେଳେ ଦେଶ ବିକଶିତ ହେବାର ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛି, ଆପଣମାନଙ୍କର ସରକାରୀ ସେବାରେ ଯୋଗଦାନ କରିବା, ଏହା ହେଉଛି ଏକ ବହୁତ ବଡ଼ ସୁଯୋଗ । ଏହା ହେଉଛି ଆପଣମାନଙ୍କର ପରିଶ୍ରମର ପରିଣାମ । ମୁଁ ନିଯୁକ୍ତି ପତ୍ର ପାଇଥିବା ସମସ୍ତ ଯୁବକମାନଙ୍କୁ ଆଉ ଆପଣମାନଙ୍କର ପରିବାର ଲୋକଙ୍କୁ ମଧ୍ୟ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି, ବହୁତ- ବହୁତ ଶୁଭକାମନା ଜଣାଉଛି ।

ଜାତୀୟ ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 22nd, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି ଏବଂ ବିଭିନ୍ନ ସରକାରୀ ବିଭାଗ ତଥା ସଂସ୍ଥାରେ ନୂତନ ଭାବେ ନିଯୁକ୍ତଙ୍କୁ ୭୦,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନବ ନିଯୁକ୍ତ ମାନେ ସରକାରଙ୍କ ରାଜସ୍ୱ ବିଭାଗ, ଆର୍ଥିକ ସେବା, ଡାକ, ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ, ଜଳ ସମ୍ପଦ, କାର୍ମିକ ଏବଂ ତାଲିମ ଏବଂ ଗୃହ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ସମୟରେ ଦେଶର ୪୪ ଟି ସ୍ଥାନ ରୋଜଗାର ମେଳା ସହିତ ଯୋଡିହୋଇ ଥିଲା ।

ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 23rd, 07:17 am

ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବା ସବୁବେଳେ ଏକ ସମ୍ମାନର ବିଷୟ। ଦୁଇ ଥର ଏଭଳି କରିବାର ସୁଯୋଗ ମିଳିବା ମୋ ପାଇଁ ଏକ ସୌଭାଗ୍ୟ। ଏହି ସମ୍ମାନ ପାଇଁ, ଭାରତର ୧୪୦ କୋଟି ନାଗରିକଙ୍କ ତରଫରୁ ମୁଁ ନିଜର କୃତଜ୍ଞତା ପ୍ରକାଶ କରୁଛି । ମୁଁ ଦେଖିପାରୁଛି ଯେ ଆପଣମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକ ୨୦୧୬ରେ ଏଠାରେ ଥିଲେ। ପୁରୁଣା ବନ୍ଧୁ ଭାବେ ଆପଣଙ୍କ ସହୃଦୟତାକୁ ମୁଁ ଅନୁଭବ କରିପାରୁଛି । ଅନ୍ୟ ଅଧା ସଦସ୍ୟଙ୍କ ମଧ୍ୟରେ ନୂତନ ବନ୍ଧୁତାକୁ ନେଇ ରହିଥିବା ଉତ୍ସାହକୁ ମଧ୍ୟ ମୁଁ ଦେଖିପାରୁଛି। ୨୦୧୬ରେ ସିନେଟର ହ୍ୟାରୀ ରିଡ୍‌, ସିନେଟର ଜନ୍‌ ମ୍ୟାକେନ୍‌, ସିନେଟର ଓରିନ୍‌ ହ୍ୟାଚ୍‌, ଏଲିଜା କମିଙ୍ଗସ୍‌, ଆଲସୀ ହ୍ୟାଷ୍ଟିଙ୍ଗ୍‌ସ୍‌ ଓ ଅନ୍ୟମାନଙ୍କୁ ମୁଁ ସାକ୍ଷାତ କରିଥିଲି, ଦୁଃଖର ବିଷୟ ସେମାନେ ଆଜି ଆମ ଗହଣରେ ନାହାନ୍ତି। ମୁଁ ସେମାନଙ୍କର ସ୍ମୃତିଚାରଣ କରୁଛି।

ୟୁଏସ୍ କଂଗ୍ରେସର ମିଳିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

June 23rd, 07:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଜୁନ୍ ୨୦୨୩ ରେ ଆମେରିକା ହାଉସ୍ ଅଫ୍ ରିପ୍ରେଜେଂଟିଭ୍‌ର ବାଚସ୍ପତି ମହାମହିମ ଶ୍ରୀ କେଭିନ୍ ମ୍ୟାକକାର୍ଥୀ; ସିନେଟର ପ୍ରମୁଖ ନେତା ମହାମହିମ ଶ୍ରୀ ଚାର୍ଲ୍ସ ଶୁମର, ସିନେଟର ରିପବ୍ଲିକ୍ ନେତା ମହାମହିମ ଶ୍ରୀ ମିଚ୍ ମ୍ୟାକୋନେଲ୍‌; ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ମହାମହିମ ଶ୍ରୀ ହାକିମ୍ ଜେଫ୍ରିଙ୍କ ଆମନ୍ତ୍ରଣରେ ଏକ ମିଳିତ ବୈଠକକୁ ସମ୍ବୋଧିତ କରିଥିଲେ ।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 03rd, 03:50 pm

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହ ଜୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ୍ ଡୋଭାଲ୍ ଜୀ, କ୍ୟାବିନେଟ ସଚିବ, ବ୍ୟୁରୋର ନିର୍ଦେଶକ, ଅନ୍ୟାନ୍ୟ ଅଧିକାରୀଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ! ଆପଣ ସମସ୍ତଙ୍କୁ ସିବିଆଇର ୬ଠ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀର ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ।

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ହୀରକ ଜୟନ୍ତୀ ସମାରୋହ ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

April 03rd, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩-୦୪-୨୦୨୩) ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉଦଘାଟନ କରିଛନ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଏକ ସଂକଳ୍ପ ବଳରେ ଏପ୍ରିଲ ପହିଲା ୧୯୬୩ ମସିହାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗଠନ କରାହୋଇଥିଲା ।

Vision of self-reliant India embodies the spirit of global good: PM Modi in Indonesia

November 15th, 04:01 pm

PM Modi interacted with members of Indian diaspora and Friends of India in Bali, Indonesia. He highlighted the close cultural and civilizational linkages between India and Indonesia. He referred to the age old tradition of Bali Jatra” to highlight the enduring cultural and trade connect between the two countries.

ଇଣ୍ଡୋନେସିଆର ବାଲି ଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

November 15th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ନଭେମ୍ବର ୨୦୨୨ରେ ଇଣ୍ଡୋନେସିଆର ବାଲି ଠାରେ ୮୦୦ରୁ ଊର୍ଦ୍ଧ୍ବ ଭାରତୀୟ ସମୁଦାୟ ଏବଂ ବନ୍ଧୁମାନଙ୍କୁ ଉଦବୋଧନ ଦେବା ସହିତ ସେମାନଙ୍କ ସହିତ ମତ ବିନିମୟ କରିଛନ୍ତି । ସମଗ୍ର ଇଣ୍ଡୋନେସିଆରୁ ବିଭିନ୍ନ ବର୍ଗର ସକ୍ରିୟ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ ।