ଏସୀୟ ପାରା କ୍ରୀଡା ୨୦୨୨ରେ ଭାରତକୁ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କ ସହିତ ଭାବବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 01st, 07:00 pm
ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରିବାର ସୁଯୋଗକୁ ମୁଁ ଖୋଜି ଚାଲିଥାଏ ଆଉ ଅପେକ୍ଷା ମଧ୍ୟ କରିଥାଏ, କେତେବେଳେ ଦେଖା କରିବି, କେତେବେଳେ ଆପଣଙ୍କର ଅନୁଭବର କଥା ଶୁଣିବି, ଆଉ ମୁଁ ଦେଖିଛି ଯେ ପ୍ରତ୍ୟେକ ଥର ଆପଣ ନୂତନ ଉନ୍ମାଦନା ସହିତ ଆସନ୍ତି, ନୂତନ ଉତ୍ସାହର ସହିତ ଆସନ୍ତି । ଆଉ ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରୋତ୍ସାହନ ହୋଇ ଯାଇଥାଏ । ତେବେ ସର୍ବପ୍ରଥମେ ତ’ ମୁଁ ଆପଣ ସସସ୍ତଙ୍କ ଗହଣକୁ ଗୋଟିଏ ହିଁ କାର୍ଯ୍ୟ ପାଇଁ ଆସିଛି, ଆଉ ତାହା ହେଉଛି ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଇବା ପାଇଁ । ଆପଣମାନେ ଭାରତ ବାହାରେ ଥିଲେ, ଚୀନରେ ଖେଳୁଥିଲେ, କିନ୍ତୁ ବୋଧହୁଏ ଆପଣମାନଙ୍କୁ ଜଣା ନ ଥିବ, ମୁଁ ମଧ୍ୟ ଆପଣମାନଙ୍କ ସହିତ ଥିଲି । ମୁଁ ପ୍ରତ୍ୟେକ କ୍ଷଣରେ ଆପଣମାନଙ୍କର ପ୍ରତ୍ୟେକ ଗତିବିଧିକୁ, ଆପଣମାନଙ୍କର ପ୍ରୟାସକୁ, ଆପଣମାନଙ୍କର ଦୃଢ଼ ଇଚ୍ଛାଶକ୍ତିକୁ, ମୁଁ ଏଠାରେ ବସି, ବସିକରି ତାହାକୁ ହିଁ ମର୍ମେ ମର୍ମେ ଅନୁଭବ କରୁଥିଲି । ଆପଣ ସମସ୍ତେ ଯେଉଁଭଳି ଭାବେ ଦେଶର ସୁନାମ ବୃଦ୍ଧି କରିଛନ୍ତି, ତାହା ବାସ୍ତବରେ ହେଉଛି ବହୁତ ଅଦ୍ଭୂତପୂର୍ବ । ଆଉ ଏଥିପାଇଁ ଆପଣମାନଙ୍କୁ, ଆପଣମାନଙ୍କର ପ୍ରଶିକ୍ଷକଙ୍କୁ, ଆପଣମାନଙ୍କର ପରିବାରର ଲୋକମାନଙ୍କୁ ଯେତେ ଶୁଭେଚ୍ଛା ଜଣାଇଲେ ମଧ୍ୟ, ତାହା କମ୍ ହେବ । ଆଉ ମୁଁ ଏହି ଐତିହାସିକ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଦେଶବାସୀଙ୍କ ତରଫରୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଏସୀୟ ପାରା ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ଦଳକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
November 01st, 04:55 pm
ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବା ଏବଂ ସେମାନଙ୍କର ଅନୁଭୂତି ଶୁଣିବା ପାଇଁ ବହୁତ ଆଗ୍ରହୀ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଯେତେବେଳେ ବି ଏଠାକୁ ଆସନ୍ତି, ନୂଆ ଆଶା ଏବଂ ନୂତନ ଉତ୍ସାହ ସାଙ୍ଗରେ ନେଇ ଆସିଥାନ୍ତି । ସେ କହିଥିଲେ ଯେ, ସେ କେବଳ ଗୋଟିଏ କଥା ପାଇଁ ଏଠାକୁ ଆସିଛନ୍ତି ଏବଂ ତାହା ହେଉଛି ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା । ପାରା ଏସିଆନ୍ ଗେମ୍ସରେ ଘଟୁଥିବା ଘଟଣାକୁ ସେ କେବଳ ଅତି ନିକଟରୁ ଅନୁଧ୍ୟାନ କରୁନଥିଲେ, ବରଂ ଏହା ମାଧ୍ୟମରେ ମଧ୍ୟ ବଞ୍ଚୁଥିଲେ ବୋଲି ସେ କହିଥିଲେ । ସେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରଶିକ୍ଷକ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।ପ୍ରଧାନମନ୍ତ୍ରୀ ଏସୀୟ ଦିବ୍ୟାଙ୍ଗ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ନଭେମ୍ବର ପହିଲା ଦିନ କଥାବାର୍ତ୍ତା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ
October 31st, 05:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ପହିଲା ୨୦୨୩ ଦିନ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍ସ-୨୦୨୨ରେ ଅଂଶଗ୍ରହଣ କରି ଅସାଧାରଣ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିବା କ୍ରୀଡାବିତ୍ମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ଭବିଷ୍ୟତ ପ୍ରତିଯୋଗିତା ପାଇଁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏସୀୟ ପାରା ଗେମ୍ସ୍ -୨୦୨୨ରେ ଭାରତ ୨୯ଟି ସ୍ୱର୍ଣ୍ଣପଦକ ସମେତ ମୋଟ ୧୧୧ଟି ପଦକ ବିଜୟୀ ହୋଇଛି । ପୂର୍ବ ଏସୀୟ ପାରା ଗେମ୍ସ-୨୦୧୮ ତୁଳନାରେ ଏଥର ପଦକ ସଂଖ୍ୟା ଶତକଡା ୫୪ଭାଗ ବୃଦ୍ଧି ଘଟିଛି ଓ ୨୦୧୮ରେ ଜିତିଥିବା ସ୍ୱର୍ଣ୍ଣପଦକ ତୁଳନାରେ ଏହା ଦୁଇଗୁଣ ଅଧିକ ।ଆସନ୍ତା ୧୩ତାରିଖ ଦିନ ଟୋକିଓ ଅଲିମ୍ପିକ୍ସ ପାଇଁ ଯାଉଥିବା ଭାରତୀୟ ଦଳ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ
July 11th, 03:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍ମାନଙ୍କ ସହ ଆସନ୍ତା ୧୩ତାରିଖ ଅପରାହ୍ନ ୫ଟାବେଳେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମତବିନିମୟ କରିବେ ।ନବରାତ୍ରି ଅବସରରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
September 29th, 11:00 am
ନବରାତ୍ରିର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।Remarks by Congress’ guru shows its utter arrogance and hatred for the Sikh community: PM Modi
May 10th, 11:01 am
Prime Minister Narendra Modi addressed a large public meeting in Rohtak, Haryana today. The rally saw PM Modi hit out at the Congress party and its leaders for their arrogant and pisive politics while contrasting the BJP government’s track record in Haryana since 2014.PM Modi addresses public meeting in Haryana
May 10th, 11:00 am
Prime Minister Narendra Modi addressed a large public meeting in Rohtak, Haryana today. The rally saw PM Modi hit out at the Congress party and its leaders for their arrogant and pisive politics while contrasting the BJP government’s track record in Haryana since 2014.Prime Minister Narendra Modi to confer the National Youth Parliament Festival 2019 Awards to the Winners
February 26th, 03:01 pm
Prime Minister Shri Narendra Modi will confer the National Youth Parliament Festival 2019 awards to the winners on 27th February, 2019 at Vigyan Bhawan. Minister of State (I/C) for Youth Affairs and Sports Col Rajyavardhan Rathore (Retd) had launched the National Youth Parliament Festival 2019 on 12th January, 2019, the National Youth Day in order to encourage the youth in the age group of 18-25 years to engage with public issues and understand the common man’s point of view.ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 6, 2018
January 06th, 07:45 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଫିଫା ଅଣ୍ଡର-17 ବିଶ୍ଵ କପରେ ଭାଗନେଇଥିବା ଭାରତୀୟ ଦଳକୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ
November 10th, 02:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଫିଫା ଅଣ୍ଡର-17 ବିଶ୍ଵ କପ ଭାରତୀୟ ଦଳକୁ ଭେଟିଛନ୍ତି । ସମ୍ପ୍ରତି ଅନୁଷ୍ଠିତ ଫିଫା ବିଶ୍ଵ କପରେ ଏହି ଭାରତୀୟ ଦଳର ସଦସ୍ୟମାନେ ଭାଗନେଇଥିଲେ ।ଉଷା ସ୍କୁଲର ସିନ୍ଥେଟିକ୍ ଟ୍ରାକ୍ କୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 15th, 06:39 pm
‘ଉଷା ସ୍କୁଲ ଅଫ୍ ଆଥଲେଟିକ୍ସ’ର ସିନ୍ଥେଟିକ୍ ଟ୍ରାକ୍ ଉଦ୍ଘାଟନ ଅବସରରେ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଅଭିନନ୍ଦନ ।ଏହି ଟ୍ରାକ୍ ଉଷା ସ୍କୁଲର ବିକାଶରେ ମହତ୍ୱପୂର୍ଣ୍ଣ ମାଇଲ ଖୁଂଟ ଓ ପ୍ରଶିକ୍ଷଣାର୍ଥୀଙ୍କୁ ଆଧୁନିକ ସୁବିଧା ପ୍ରଦାନ କରିବ । ମୁଁ ଏହି ଅବସରରେ ସ୍କୂଲର ବିକାଶ ପାଇଁ ଆମ ନିଜର ଭାରତର ପାୟୋଲି ଏକ୍ସପ୍ରେସ୍, ‘ଉଡ଼ାନ୍ ପରୀ’ ଓ ‘ଗୋଲ୍ଡେନ୍ ଗାର୍ଲ’ ପି.ଟି.ଉଷାଜୀଙ୍କ ଯୋଗଦାନକୁ ଧନ୍ୟବାଦ ଜଣାଉଛି ।