ରେକର୍ଡ ଗ୍ୟାସ ଉତ୍ପାଦନ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 04th, 09:28 pm

ଗ୍ୟାସ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତାରେ ରେକର୍ଡ ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ପାଇଁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ଜରୁରୀ ।

ମଧ୍ୟପ୍ରଦେଶର ବିନାଠାରେ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

September 14th, 12:15 pm

ବୁନ୍ଦେଲଖଣ୍ଡର ଏହି ଦେଶ ହେଉଛି ବୀରଙ୍କ ଭୂମି, ଯୋଦ୍ଧାଙ୍କ ଭୂମି ଅଟେ। ଏହି ଭୂମିକୁ ଉଭୟ ବିନା ଓ ବେତୱା ନଦୀର ଆଶୀର୍ବାଦ ମିଳିଛି। ଆଉ ମୋ ପାଇଁ, ଏହି ମାସରେ ଦ୍ୱିତୀୟ ଥର ପାଇଁ, ସାଗରକୁ ଆସି ଆପଣ ସମସ୍ତଙ୍କୁ ଦେଖିବାର ସୁଯୋଗ ମିଳିବା ମୋ ପାଇଁ ସୌଭାଗ୍ୟର ବିଷୟ । ମୁଁ ଶ୍ରୀ ଶିବରାଜଙ୍କ ସରକାରଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଉଛି ଯେ ସେ ମୋତେ ଆଜି ଆପଣ ମାନଙ୍କ ମଧ୍ୟରେ ଆସିବାକୁ, ଆପଣମାନଙ୍କୁ ଦେଖିବାର ଅବସର ମଧ୍ୟ ଦେଇଛନ୍ତି। ଗତଥର ମୁଁ ସନ୍ଥ ରବିଦାସଜୀଙ୍କ ଭବ୍ୟ ସ୍ମାରକୀର ଶିଳାନ୍ୟାସ ଅବସରରେ ଆପଣଙ୍କ ମଧ୍ୟକୁ ଆସିଥିଲି। ଆଜି ମଧ୍ୟପ୍ରଦେଶର ବିକାଶରେ ନୂଆ ଗତି ଆଣିବା ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବାର ସୁଯୋଗ ପାଇଛି। ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ଶିଳ୍ପ ବିକାଶକୁ ନୂତନ ଶକ୍ତି ପ୍ରଦାନ କରିବ। ଏହି ସବୁ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆପଣ କଳ୍ପନା କରିପାରିବେ କି, ପଚାଶ ହଜାର କୋଟି ଅର୍ଥ କ'ଣ ହୋଇଥାଏ? ଆମ ଦେଶର ଅନେକଗୁଡ଼ିଏ ରାଜ୍ୟର ବାର୍ଷିକ ବଜେଟ୍ ଏତିକି ହୋଇ ନ ଥାଏ, ଯାହାକି ଆଜି କେବଳ ଗୋଟିଏ କାର୍ଯ୍ୟକ୍ରମ ପାଇଁ ଭାରତ ସରକାର ଏ ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ ପ୍ରତି ଆମର ପ୍ରତିବଦ୍ଧତା କେତେ ବଡ଼ ତାହା ଏହା ଦର୍ଶାଉଛି। ଏହି ସବୁ ପ୍ରକଳ୍ପ ଆଗାମୀ ଦିନରେ ମଧ୍ୟପ୍ରଦେଶର ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇବ। ଏହି ପ୍ରକଳ୍ପଗୁଡ଼ିକ ଗରିବ ଓ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ପୂରଣ କରିବାକୁ ଯାଉଛି। ବିନା ରିଫାଇନାରୀର ସମ୍ପ୍ରସାରଣ ଏବଂ ଅନେକ ନୂତନ ସୁବିଧାର ଶିଳାନ୍ୟାସ ପାଇଁ ମୁଁ ମଧ୍ୟପ୍ରଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ

September 14th, 11:38 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪-୯-୨୦୨୩)ମଧ୍ୟପ୍ରଦେଶର ବୀନାଠାରେ ୫୦, ୭୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଗୁଡିକ ମଧ୍ୟରେ ବୀନାଠାରେ ଭାରତ ପଟ୍ରୋଲିୟମ ନିଗମ ଲିମିଟେଡ(ବିପିସିଏଲ)ର ପେଟ୍ରୋ ରସାୟନ ପରିସର ରହିଛି । ଏହା ୪୯ ହଜାର କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହା ବ୍ୟତୀତ ନର୍ମଦାପୁରମ୍ ଜିଲ୍ଲାରେ ଶକ୍ତି ଓ ଅକ୍ଷୟଶକ୍ତି ନିର୍ମାଣ ଅଞ୍ଚଳ, ଇନ୍ଦୋରରେ ଦୁଇଟି ଆଇଟି ଉଦ୍ୟାନ, ରତଲାମ୍‌ରେ ଗୋଟିଏ ବୃହତ ଶିଳ୍ପ ଉଦ୍ୟାନ ଓ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଛଅଟି ନୂତନ ଶିଳ୍ପାଞ୍ଚଳ ଅନ୍ତର୍ଭୁକ୍ତ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୁନ୍ଦେଲଖଣ୍ଡ ହେଉଛି ଯୋଦ୍ଧାଙ୍କ ଭୂମି । ସେ ମଧ୍ୟପ୍ରଦେଶର ସାଗରକୁ ମାସକ ମଧ୍ୟରେ ଆସିଥିବାର ସୁଯୋଗ ପାଇଥିବାରୁ ସେଠାକାର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ସେ ମଧ୍ୟ ସନ୍ଥ ରବିଦାସଜୀଙ୍କ ସ୍ମାରକୀସ୍ଥଳର ଶିଳାନ୍ୟାସ ପାଇଁ ଆସିଥିବାର ସ୍ମୃତିଚାରଣ କରିଥିଲେ ।

ଦେଶରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ତୃଣମୂଳସ୍ତରରେ ଏହାର ପହଞ୍ଚ ବଢ଼ାଇବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

February 15th, 03:49 pm

ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଏବଂ ମାନନୀୟ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସମବାୟ ମନ୍ତ୍ରଣାଳୟ ପ୍ରତ୍ୟେକ ଅପହଞ୍ଚ ପଞ୍ଚାୟତରେ ସକ୍ଷମ ପ୍ରାଥମିକ କୃଷି ଋଣ ସମିତି (ପେକ୍ସ) ପ୍ରତିଷ୍ଠା, ସବୁ ଅପହଞ୍ଚ ପଞ୍ଚାୟତ/ଗ୍ରାମରେ ସକ୍ଷମ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ପ୍ରତିଷ୍ଠା, ବଡ଼ ଜଳାଶୟ ଥିବା ପଞ୍ଚାୟତ/ଗ୍ରାମ ସମେତ ପ୍ରତ୍ୟେକ ଉପକୂଳ ପଞ୍ଚାୟତ/ଗ୍ରାମରେ ସକ୍ଷମ ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା ଏବଂ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତିକୁ ସୁଦୃଢ଼ କରିବାକୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି । ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ ମତ୍ସ୍ୟ ଚାଷ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର ବିଭିନ୍ନ ଯୋଜନାରେ ସମନ୍ବୟ ଅଣାଯାଇ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨ ଲକ୍ଷ ବର୍ତ୍ତମାନର ପେକ୍ସ/ଦୁଗ୍ଧ ଉତ୍ପାଦନ/ମାଛ ଚାଷ ସମବାୟ ସମିତି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ନାବାର୍ଡ, ଜାତୀୟ ଦୁଗ୍ଧ ଉତ୍ପାଦନ ବିକାଶ ବୋର୍ଡ (ଏନଡିଡିବି) ଏବଂ ଜାତୀୟ ମାଛ ଚାଷ ବିକାଶ ବୋର୍ଡ (ଏନଏଫଡିବି) କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ ।

ପ୍ରଧାନମନ୍ତ୍ରୀ ୩୯ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି

November 24th, 07:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୩୯ ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି; ଯାହାକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରି ସକରାତ୍ମକ ପ୍ରଶାସନ ଏବଂ ଠିକଣା ସମୟରେ କାର୍ଯ୍ୟକାରୀତା ପାଇଁ ଏକ ଆଇସିଟି ଆଧାରିତ ମଲ୍ଟି ମୋଡାଲ ପ୍ଲାଟଫର୍ମ ଅଟେ ।

ବିଶ୍ୱ ପରିବେଶ ଦିବସ ଅବସରରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

June 04th, 07:39 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପରିବେଶ ଦିବସ ଅବସରରେ ଜୁନ ୫, ୨୦୨୧ ଦିନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାଗନେବେ । ଏହି ସମାରୋହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମିଳିତଭାବେ ଆୟୋଜନ କରୁଛନ୍ତି । ଚଳିତବର୍ଷ ସମାରୋହର ବାର୍ତ୍ତା ‘ଉତ୍ତମ ପରିବେଶ ନିମନ୍ତେ ଜୈବ ଇନ୍ଧନକୁ ପ୍ରାଥମିକତା’ ରହିଛି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 36ତମ ପ୍ରଗତି ବୈଠକ ଅନୁଷ୍ଠିତ

February 24th, 07:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି 36ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ 8ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି ପ୍ରକଳ୍ପ ମଧ୍ୟରୁ ତିନୋଟି ପ୍ରକଳ୍ପ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନ୍ତର୍ଭୂକ୍ତ ଥିବା ବେଳେ ଦୁଇଟି ରେଳ ମନ୍ତ୍ରଣାଳୟର ଥିଲା। ସେହିପରି ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ଗୋଟିଏ ଲେଖାଏଁ ପ୍ରକଳ୍ପ ରହିଥିଲା।

ଫେବୃଆରୀ 17ରେ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

February 15th, 08:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ଫେବୃଆରୀ 2021 ଅପରାହ୍ନ 4.30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ରାମାନାଥପୁରମ୍ – ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍‌କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନାଗାପଟ୍ଟିନମରେ ଥିବା କୌଭେରୀ ବେସିନ ରିଫାଇନାରୀର ଭିତ୍ତିପ୍ରସ୍ତର ମଧ୍ୟ ସେ ରଖିବେ । ଏହି ପ୍ରକଳ୍ପଗୁଡିକ ସାମାଜିକ-ଆର୍ଥିକ ଲାଭରେ ପରିଣତ ହେବ ଏବଂ ଉର୍ଜା ଆତ୍ମନିର୍ଭରଭାରତ ଆଡକୁ ଦେଶକୁ ଆଗେଇ ନେବ । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟର 8ମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ

November 21st, 11:06 am

ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ୍‌ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ବଧେଇ । ଯେଉଁ ସାଥୀ ଆଜି ଗ୍ରାଜୁଏଟ ହେବାକୁ ଯାଉଛନ୍ତି, ସେମାନଙ୍କ ଏବଂ ସେମାନଙ୍କର ମାତାପିତାମାନଙ୍କୁ ମଧ୍ୟ ମୋର ଅନେକ ଅନେକ ଶୁଭକାମନା! ଆଜି ଦେଶକୁ ଆପଣମାନଙ୍କ ଭଳି ଶିଳ୍ପସଂସ୍ଥାରେ କାର୍ଯ୍ୟକ୍ଷମ ଗ୍ରାଜୁଏଟ ମିଳିପାରୁଛି । ଆପଣମାନଙ୍କ ପରିଶ୍ରମ ପାଇଁ, ଆପଣମାନେ ବିଶ୍ୱବିଦ୍ୟାଳୟରୁ ଯାହା କିଛି ଶିକ୍ଷାଲାଭ କରିଛନ୍ତି ସେଥି ପାଇଁ ସେଥିପାଇଁ ଆପଣମାନଙ୍କୁ ବହୁତ ଶୁଭକାମନା ଜ୍ଞାପନ କରୁଛି । ରାଷ୍ଟ୍ର ନିର୍ମାଣ ଭଳି ବିରାଟ ଲକ୍ଷ୍ୟକୁ ନେଇ ଆଜି ଆପଣମାନେ ଏଠାରୁ ପ୍ରସ୍ଥାନ କରିବାକୁ ଯାଉଛନ୍ତି, ସେହି ଲକ୍ଷ୍ୟସ୍ଥଳରେ ପହଞ୍ଚବା ସକାଶେ, ଆପଣମାନଙ୍କର ଏହି ନୂତନ ଯାତ୍ରା ନିମନ୍ତେ ମୋର ଶୁଭକାମନା ।

ଗୁଜରାଟ ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

November 21st, 11:05 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (21.11.2020) ଗୁଜରାଟର ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ 45 ମେଗାୱାଟଯୁକ୍ତ ମନୋକ୍ରିଷ୍ଟାଲିନ ସୋଲାର ଫୋଟୋ ଭୋଲ୍ଟାଇକ ପ୍ୟାନେଲ ଯୁକ୍ତ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାବ୍ୟତୀତ ଶ୍ରୀ ମୋଦୀ ଉଦ୍ଭାବନ ଓ ଇନକ୍ୟୁବେଶନ ସେଣ୍ଟର, ପ୍ରଯୁକ୍ତି ବ୍ୟାପାର ଇନକ୍ୟୁବେଶନ, ଅନୁବାଦ ଗବେଷଣା କେନ୍ଦ୍ର ଓ କ୍ରିଡାଙ୍ଗନ ଇତ୍ୟାଦି ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ କରିଛନ୍ତି ।

ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀ ସିଇଓଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

October 26th, 11:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀତି ଆୟୋଗ ତଥା ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ରଣୀ ବିଶ୍ଵ ତୈଳ ଏବଂ ବାଷ୍ପ କମ୍ପାନୀଗୁଡିକର ସିଇଓଙ୍କ ସହ ମତ ବିନିମୟ କରିବା ସହିତ ଭାରତ ଶକ୍ତି ଫୋରମର କରିବେ ଉଦଘାଟନ

October 23rd, 09:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 26 ଅକ୍ଟୋବର 2020 ସନ୍ଧ୍ୟା 6ଟାରେ ବିଶ୍ଵର ଅଗ୍ରଣୀ ତୈଳ ଓ ବାଷ୍ପ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରମାନଙ୍କ (ସିଇଓ)ସହ ମତ ବିନିମୟ କରିବେ । ଏହି ବାର୍ଷିକ ବୈଠକ ନୀତି ଆୟୋଗ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେଉଛି । ବିଶ୍ଵର ତୃତୀୟ ବୃହତ ଅଶୋଧିତ ତୈଳ ଓ ଚତୁର୍ଥ ବୃହତ ଏଲଏନଜି ଆମଦାନୀକାରୀ ଭାବେ ଭାରତ ବୈଶ୍ଵିକ ତୈଳ ଓ ବାଷ୍ପ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଭାରତକୁ ବିଶ୍ଵ ତୈଳ ଓ ବାଷ୍ପ ବଜାରରେ ଏକ ମୁଖ୍ୟ ଅଂଶୀଦାର ରାଷ୍ଟ୍ରଭାବେ ବିବେଚନା କରି ନୀତି ଆୟୋଗ ବୈଶ୍ଵିକ ତୈଳ ଓ ବାଷ୍ପ କମ୍ପାନୀଗୁଡିକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ସହିତ ଏକ ଗୋଲ ଟେବୁଲ ବୈଠକ 2016ରେ ଆୟୋଜନ କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ ।

ସେପ୍ଟେମ୍ବର 13ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିହାରର 3ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପ ରାଷ୍ଟ୍ରକୁ ହେବ ଅର୍ପିତ

September 11th, 06:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 13ରେ ବିହାରରେ ନିର୍ମିତ 3ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ । ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍‌ ଏହି ପ୍ରକଳ୍ପକୁ ତିଆରି କରିଛି । ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ ।

Cabinet approves extension of time limit for availing the benefits of "Pradhan Mantri Garib Kalyan Yojana" for Ujjwala beneficiaries by three months w.e.f. 01.07.2020

July 08th, 07:06 pm

The Union Cabinet chaired by the Prime Minister, Shri Narendra Modi has approved the proposal of Ministry of Petroleum & Natural Gas for extension of time limit by three months w.e.f. 01.07.2020 for availing the benefits of “Pradhan Mantri Garib Kalyan Yojana for Ujjwala beneficiaries

PM reviews situation of Oil Well Blow Out and fire in Assam

June 18th, 08:57 pm

PM Modi reviewed the situation arising out of oil well blow out in Tinsukia district, Assam. The PM assured the people of Assam that Government of India is fully committed to providing support and relief and rehabilitation to the affected families.

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 32ତମ ପ୍ରଗତି ବୈଠକ

January 22nd, 05:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 2020ବର୍ଷର ପ୍ରଥମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହା ପ୍ରଗତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର 32ତମ ବୈଠକ । ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସକ୍ରିୟ ପ୍ରଶାସନ ଓ ସମୟବଦ୍ଧ କାର୍ଯ୍ୟାନ୍ଵୟନ ଲାଗି ଏକ ଆସିଟି ଆଧାରିତ ବହୁମୂଖୀ ମଞ୍ଚ ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପେଟ୍ରୋଟେକ-2019 କରିବେ ଉଦ୍ଘାଟନ

February 10th, 12:17 pm

ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଇଣ୍ଡିଆ ଏକ୍ସପୋ ସେଂଟରରେ ଫେବୃଆରୀ 11ରେ ପ୍ରଧାନମନ୍ତ୍ରୀ ପେଟ୍ରୋଟେକ-2019ର ଉଦ୍ଘାଟନ କରିବେ ।

ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

February 13th, 07:03 pm

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର 100ରୁ ଅଧିକ ହିତାଧିକାରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ମତ ବିନିମୟ କରିଛନ୍ତି ।

ସୋସିଆଲ ମିଡିଆ କର୍ଣ୍ଣର ଅକ୍ଟୋବର 23, 2017

October 23rd, 07:05 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ଭଦୋଦରାରେ ଉନ୍ନୟନ କାର୍ଯ୍ୟସମୂହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 22nd, 05:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଦୋଦରାଠାରେ ଏକ ସାଧାରଣ ସଭାରେ ଭଦୋଦରା ସିଟି କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର; ୱାଘୋଦିୟା ଆଂଚଳିକ ଜଳଯୋଗାଣ ଯୋଜନା ଏବଂ ବ୍ୟାଙ୍କ ଅଫ୍ ବରୋଦାର ନବନିର୍ମିତ ମୁଖ୍ୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳ)ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଘର ଚାବି ହସ୍ତାନ୍ତର କରିଥିଲେ ।