Read what US President Trump said about India at ‘Namaste Trump’ in Ahmedabad...

February 24th, 05:25 pm

Addressing a huge gathering at the world’s largest cricket stadium in Ahmedabad, US President Trump said, “The story of the Indian nation is a tale of astounding progress, a miracle of democracy, extraordinary persity, and above all, you are noble people.”

PM Modi is my true friend: US President Donald Trump at ‘Namaste Trump’ in Ahmedabad

February 24th, 05:23 pm

Prime Minister Narendra Modi hosted US President Donald Trump at the world’s largest cricket stadium in Motera, where they jointly addressed a community programme – ‘Namaste Trump’. In his remarks, US President Donald Trump referred to PM Modi as his ‘true friend’.

ଗୁଜରାଟର ଅହମଦାବାଦଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

February 24th, 01:50 pm

ଆପଣ ଏବେ ଯାହା ଭାରତ ବିଷୟରେ କହିଲେ, ମହାତ୍ମା ଗାନ୍ଧୀ, ସ୍ୱାମୀ ବିବେକାନନ୍ଦ ଓ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କଲେ, ଭାରତର ଲୋକମାନଙ୍କ ସାମର୍ଥ୍ୟ ବିଷୟରେ କହିଲେ, ଉପଲବ୍ଧି ଏବଂ ସଂସ୍କୃତି ବିଷୟରେ କହିଲେ, ମୋ ବିଷୟରେ ମଧ୍ୟ ବହୁତ କିଛି କହିଲେ । ମୁଁ ସେଥିପାଇଁ ପ୍ରତ୍ୟେକ ଭାରତବାସୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ବ୍ୟକ୍ତ କରୁଛି । ରାଷ୍ଟ୍ରପତି ଟ୍ରମ୍ପ କେବଳ ଭାରତର ଗୌରବ ବଢ଼ାଇନାହାନ୍ତି ବରଂ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ସମ୍ମାନ ଦେଇଛନ୍ତି ।

ଗୁଜରାଟର ଅହମଦାବାଦଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ

February 24th, 01:49 pm

ଆଜି ମୋଟେରା ଷ୍ଟାଡିୟମରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଆଜି ଆମେ ଇତିହାସର ପୁନରାବୃତି ହେବା ଦେଖିପାରୁଛୁ । ପାଞ୍ଚ ମାସ ପୂର୍ବରୁ ମୁଁ ଆମେରିକା ଗସ୍ତ ଆରମ୍ଭରେ ହଷ୍ଟନରେ ଅନୁଷ୍ଠିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ଏବଂ ଆଜି ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଐତିହାସିକ ଭାରତ ଯାତ୍ରାର ଆରମ୍ଭ ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ #NamasteTrump କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି

February 24th, 01:48 pm

ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ନମସ୍ତେ ଟ୍ରମ୍ପ' ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଭାରତ-ଆମେରିକା ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବହୁତ କିଛି ଅଛି ଯାହାକୁ ଆମେ ସେୟାର କରୁଛୁ : ସେୟାର ମୂଲ୍ୟ ଏବଂ ଧାରଣା, ସେୟାର ଉଦ୍ୟୋଗ ଏବଂ ନୂତନତ୍ୱର ଆତ୍ମା, ସେୟାର ସୁଯୋଗ ଏବଂ ଆହ୍ୱାନ, ସେୟାର ଆଶା ଏବଂ ଆକାଂକ୍ଷା ।” ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ ଅହମ୍ମଦାବାଦର ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ #NamasteTrump କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ରୋଡ୍ ଶୋ’ ର ଝଲକ ....ଦେଖନ୍ତୁ !

February 24th, 01:17 pm

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ଅହମ୍ମଦାବାଦରେ ଦୁଇଟି ମେଗା ରୋଡ୍ ଶୋ' କରିଥିଲେ । ପ୍ରଥମ ରୋଡ୍ ଶୋ' ଅହମ୍ମଦାବାଦ ବିମାନବନ୍ଦରରୁ ସାବରମତି ଆଶ୍ରମ ପର୍ଯ୍ୟନ୍ତ ହୋଇଥିଲା ଯେଉଁଠାରେ ନେତାମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ରୋଡ ଶୋ' ସାବରମତି ଆଶ୍ରମରୁ ଆରମ୍ଭ ହୋଇ ମୋଟେରାର କ୍ରିକେଟ୍ ଷ୍ଟାଡିୟମରେ ଶେଷ ହୋଇଥିଲା ଯେଉଁଠାରେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ବର୍ଗର ଲୋକମାନେ ରାସ୍ତାରେ ଭିଡ଼ ଜମାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ସାବରମତି ଆଶ୍ରମ ଗସ୍ତ କରିଛନ୍ତି

February 24th, 12:46 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଅହମ୍ମଦାବାଦରେ ସାବରମତି ଆଶ୍ରମ ପରିଦର୍ଶନ କରିଛନ୍ତି । ସେମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ

February 11th, 10:28 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ରକ୍ଷା କରି ଯୁକ୍ତରାଷ୍ଟ୍ର ଆମେରିକାର ମହାମହୀମ ରାଷ୍ଟ୍ରପତି ଡୋନାଲ୍ଡ ଜେ. ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଫେବୃଆରୀ 24 ଓ 25 ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହା ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତ । ଏହି ଗସ୍ତକାଳରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଥମ ମହିଳା ନୂଆଦିଲ୍ଲୀ ଏବଂ ଅହମ୍ମଦାବାଦରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ବିଭିନ୍ନ ବର୍ଗର ଅଧିକାରୀ ଓ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରିବେ । ଭାରତ ଓ ଆମେରିକା ମଧ୍ୟରେ ବୈଶ୍ୱିକ ରଣନୀତିକ ଭାଗିଦାରିତା, ପାରସ୍ପରିକ ବିଶ୍ୱାସ, ସହଯୋଗ, ବୁଝାମଣା, ସମ୍ମାନ ଓ ଉଭୟ ଦେଶର ଲୋକମାନଙ୍କ ମଧ୍ୟରେ ରହିଥିବା ବନ୍ଧୁତା ଉପରେ ପର୍ଯ୍ୟବସିତ । ଏହି ସମ୍ପର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଆହୁରି ଦୃଢ ହୋଇଛି ଏବଂ ଦୁଇଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ସହଯୋଗ ବୃଦ୍ଧି ପାଇଛି । ଏହି ଗସ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ସମୀକ୍ଷା କରିବା ଲାଗି ଉଭୟ ନେତାଙ୍କୁ ଏକ ସୁଯୋଗ ପ୍ରଦାନ କରିବ ଏବଂ ଦୁଇଦେଶ ମଧ୍ୟରେ ସହଯୋଗ ଓ ରଣନୀତିକ ଭାଗିଦାରିତାକୁ ଆହୁରି ସମୃଦ୍ଧ କରିବ ।

ଆମେରିକାକୁ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବୋଲି ଆମେ ବିବେଚନା କରୁ :ପ୍ରଧାନମନ୍ତ୍ରୀ ମୋଦୀ

June 27th, 03:22 am

ଆମେରିକା ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବକ୍ତବ୍ୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ,'' ଆମେରିକାକୁ ଆମର ପ୍ରମୁଖ କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବୋଲି ଆମେ ବିବେଚନା କରୁ ।'' ପ୍ରଧାନମନ୍ତ୍ରୀ କହିଲେ ଯେ ,ବ୍ୟବସାୟ ,ବାଣିଜ୍ୟ ଏବଂ ନିବେଶ ,ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନ ଅର୍ଥବ୍ୟବସ୍ଥା ଭାରତ-ଆମେରିକା ସହଯୋଗର ପ୍ରମୁଖ କ୍ଷେତ୍ର ।