କୋରୋନା ବିରୋଧ ଲଢେଇରେ ୧୩୦ କୋଟି ଦେଶବାସୀ ଦେଖାଇଥିବା ସଂକଳ୍ପ ନୂଆ ଭାରତର ଶକ୍ତିକୁ ସୂଚିତ କରିଛି: ପ୍ରଧାନମନ୍ତ୍ରୀ

April 12th, 01:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଶ୍ୱର ସର୍ବ ବୃହତ ମାଗଣା ଟୀକାକରଣ ହେଉ କିମ୍ବା ଚିକିତ୍ସା ଭିତ୍ତିଭୂମି ବିକାଶ ହେଉ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ନୂଆ କିର୍ତ୍ତୀମାନ ସ୍ଥାପନ କରିଛି । କୋରୋନା ବିରୋଧି ଲଢେଇରେ ୧୩୦ କୋଟି ଦେଶବାସୀ ଦେଖାଇଥିବା ପ୍ରତିବଦ୍ଧତା ହେଉଛି ନୂଆ ଭାରତର ଶକ୍ତିର ସୂଚକ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ବଜେଟ-୨୦୨୨ର ସକରାତ୍ମକ ପ୍ରଭାବ ସମ୍ପର୍କରେ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 26th, 02:08 pm

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ, ସମଗ୍ର ଦେଶରୁ ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ସହିତ ଜଡ଼ିତ ସମସ୍ତ ପେସାଦାର, ପାରାମେଡିକ୍ସ, ନର୍ସିଂ, ସ୍ୱାସ୍ଥ୍ୟ ପରିଚାଳକ, ବୈଷୟିକଜ୍ଞାନ ଏବଂ ଗବେଷଣା ସହିତ ଜଡ଼ିତ ସମସ୍ତ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ!

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଉପରେ ବଜେଟ୍ ପର ୱେବିନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

February 26th, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବଜେଟ ପରବର୍ତ୍ତୀ ୱେବିନାରକୁ ଉଦ୍‌ଘାଟନ କରିଛନ୍ତି । ବଜେଟ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପଞ୍ଚମ ୱେବିନାର ଉଦ୍‌ବୋଧନ । କେନ୍ଦ୍ରମନ୍ତ୍ରୀ, ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ,ପାରାମେଟିକ, ନସିଂ, ସ୍ୱାସ୍ଥ୍ୟପରିଚାଳନା, ବୈଷୟିକ ଓ ଗବେଷଣା ବିଶେଷଜ୍ଞ ଏଥିରେ ଉପସ୍ଥିତ ଥିଲେ ।

ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନ (ସିଏନସିଆଇ)ର ଦ୍ୱିତୀୟ କ୍ୟାମ୍ପସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

January 07th, 01:01 pm

ଦେଶର ପ୍ରତ୍ୟେକ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ଜାତୀୟ ସଂକଳ୍ପକୁ ମଜବୁତ କରିବାରେ ଆଜି ଆମେ ଆଉ ଏକ ପଦକ୍ଷେପ ନେଇଛୁ । ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ କ୍ୟାମ୍ପସ ପଶ୍ଚିମବଙ୍ଗର ଅନେକ ନାଗରିକମାନଙ୍କ ପାଇଁ ବହୁତ ବଡ଼ ସୁବିଧା ନେଇ ଆସିଛି । ଏହା ଦ୍ୱାରା ବିଶେଷ କରି ଗରିବ, ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏହା ଅନେକ ସୁବିଧା ଆଣି ଦେବ, ଯେଉଁମାନଙ୍କର କେହି ନିଜର କ୍ୟାନସର ସହିତ ମୁକାବିଲା କରୁଥିବେ । କୋଲକାତାର ଏହି ଆଧୁନିକ ଡାକ୍ତରଖାନା ଯୋଗୁଁ କର୍କଟ ସମ୍ବନ୍ଧୀୟ ଚିକିତ୍ସା, ଆସ୍ତ୍ରୋପଚାର ଏବଂ ଥେରାପି ବର୍ତ୍ତମାନ ସୁଲଭ ହୋଇଯିବ ।

କୋଲକାତାରେ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

January 07th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୭.୦୧.୨୦୨୨) କୋଲକାତାସ୍ଥିତ ଚିତ୍ତରଞ୍ଜନ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଡକ୍ଟର ସୁବାଷ ସରକାର, ଶ୍ରୀ ଶାନ୍ତନୁ ଠାକୁର, ଶ୍ରୀ ଜନ ବାର୍ଲା ଓ ଶ୍ରୀ ନିଶୀଥ ପ୍ରାମାଣିକ ଉପସ୍ଥିତ ଥିଲେ ।

କୋଭିଡ-୧୯, ଓମିକ୍ରନ ଓ ଦେଶବ୍ୟାପୀ ସ୍ୱାସ୍ଥ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

December 23rd, 10:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ ଓ ନୂତନ ପ୍ରଜାତି ଓମିକ୍ରମ ସଂକ୍ରମଣ ନେଇ (୨୩.୧୨.୨୧) ଦିନ ଏକ ସମୀକ୍ଷା କରିଛନ୍ତି । ଏଥିରେ କୋଭିଡ-୧୯ ପରିଚାଳନା, ଆବଦ୍ଧାଞ୍ଚଳ ବ୍ୟବସ୍ଥା, ଔଷଧ, ଅମ୍ଳଜାନ,ସିଲିଣ୍ଡର ଓ ସାନ୍ଧ୍ରକ, ଭେଣ୍ଟିଲେଟର, ପିଏସ୍ ପ୍ଲାଣ୍ଟ, ସ୍ୱତନ୍ତ୍ର ଯତ୍ନ କୋଠରୀ /ଅମ୍ଳଜାନ ସଂଯୁକ୍ତ ଶଯ୍ୟା, ମାନବ ସମ୍ବଳ ଓ ଟିକାକରଣ ସ୍ଥିତି ଇତ୍ୟାଦି ନେଇ ଆଲୋଚନା କରାଯାଇଥିଲା ।

ବାରଣାସୀଠାରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

October 25th, 01:33 pm

ଆପଣମାନେ ଅନୁମତି ପ୍ରଦାନ କଲେ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବି । ହର ହର ମହାଦେବ, ବାବା ବିଶ୍ୱନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ନଗରୀ କାଶୀର ପୁଣ୍ୟ ଭୂମିର ସମସ୍ତ ବନ୍ଧୁ ଏବଂ ଭଉଣୀଙ୍କୁ ମୋର ପ୍ରଣାବ । ଦୀପାବଳି, ଦେବ ଦୀପାବଳି, ଅନ୍ନକୂଟ, ଭାଇୟାଦୁଜ, ପ୍ରକାଶୋତ୍ସବ ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଡାଲା ଛଠ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

October 25th, 01:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା୨୫.୧୦.୨୦୨୧)ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନକୁ ଉଦ୍‌ଘାଟନ କରିଛନ୍ତି । ସେ ବାରଣାସୀରେ ୫୨୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟା, ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ରାଜ୍ୟମନ୍ତ୍ରୀ ଓ ଲୋକ ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ବସ୍ଥ୍ୟସେବା କର୍ମଚାରୀଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 18th, 10:31 am

ଗୋଆର ଉର୍ଜାବାନ ତଥା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ, ଗୋଆର ସୁପୁତ୍ର ଶ୍ରୀପଦ ନାୟକ ମହାଶୟ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦରେ ମୋର ସହକର୍ମୀ ଡକ୍ଟର ଭାରତୀ ପାୱାର ମହାଶୟା, ଗୋଆର ସମସ୍ତ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକ, ଅନ୍ୟ ଜନ ପ୍ରତିନିଧି, ସମସ୍ତ କରୋନା ଯୋଦ୍ଧା, ଭାଇ ଓ ଭଉଣୀମାନେ !

ପ୍ରଧାନମନ୍ତ୍ରୀ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବାର୍ତ୍ତାଳାପ କଲେ

September 18th, 10:30 am

ଗୋଆରେ ସମସ୍ତ ପ୍ରାପ୍ତ ବୟସ୍କ ଲୋକଙ୍କର ୧୦୦% ଟିକାକରଣ ଶେଷ ହେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସ ଜରିଆରେ ଗୋଆରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି ।

ବିଦେଶରେ ଥିବା ଭାରତୀୟ ମିଶନ୍‌ଗୁଡିକର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରଗୁଡିକର ସମ୍ପୃକ୍ତ ପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତା ଓ କଥୋପକଥନ

August 06th, 06:31 pm

ଆଜି ଦେଶରେ ଯେଉଁ ସରକାର ଅଛନ୍ତି, ରାଜ୍ୟଗୁଡିକରେ ଯେଉଁ ସରକାର ଅଛନ୍ତି, ସେମାନେ ବ୍ୟବସାୟ ଜଗତର ଆବଶ୍ୟକତାଗୁଡିକୁ ହୃଦୟଙ୍ଗମ କରି ଆଗକୁ ବଢିବାର ପ୍ରୟାସ କରି ଚାଲିଛନ୍ତି । ଆତ୍ମନିର୍ଭର ଭାରତ, ଏହି ଅଭିଯାନ ଅଧିନରେ ଅନୁପାଳନକୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଏହାଦ୍ୱାରା ଆର୍ଥିକ କାର୍ଯ୍ୟକଳାପର ସୁଚାରୂ ରୂପରେ ପରିଚାଳନା ସହଜ ହୋଇଛି । ୩ ଲକ୍ଷ କୋଟି ଟଙ୍କାର ଜରୁରୀ ଋଣ ସହାୟତା ଗ୍ୟାରେଂଟି ଯୋଜନା ଦ୍ୱାରା ଏମଏସଏମଇ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରଗୁଡିକୁ ଆଶ୍ୱସ୍ତି ମିଳିଛି । ପୁନରୁଦ୍ଧାର ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ନିମନ୍ତେ ନିକଟରେ ଆଉ ଦେଢ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 06th, 06:30 pm

ପ୍ରଥମ ଥର ପାଇଁ କରାଯାଇଥିବା ଏକ ପ୍ରୟାସ ସ୍ବରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସ ଜରିଆରେ ବିଦେଶରେ ଥିବା ଭାରତୀୟ ଦୂତାବାସର ମୁଖ୍ୟ ଏବଂ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ଅଂଶୀଦାରଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଏହି ଆଲୋଚନାରେ ମଧ୍ୟ କୋଡ଼ିଏରୁ ଅଧିକ ବିଭାଗର ସଚିବଗଣ, ରାଜ୍ୟ ସରକାରଙ୍କ ଅଧିକାରୀ, ରପ୍ତାନି ପ୍ରୋତ୍ସାହନ ପରିଷଦ ଓ ଚାମ୍ବର ଅଫ କମର୍ସର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।

ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

August 03rd, 12:31 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରାଜ୍ୟରେ ଏକ ଜନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି ଯୋଜନା ସମ୍ପର୍କରେ ଅଧିକ ଜନସଚେତନା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ମତବିନିମୟ

August 03rd, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଗୁଜରାଟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ରାଜ୍ୟରେ ଏକ ଜନ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଏହି ଯୋଜନା ସମ୍ପର୍କରେ ଅଧିକ ଜନସଚେତନା ସୃଷ୍ଟି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

‘କୋଭିଡ଼-୧୯ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

June 18th, 09:45 am

କରୋନା ବିରୋଧରେ ମହାଯୁଦ୍ଧରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ଆଉ ଏକ ପର୍ଯ୍ୟାୟ ପ୍ରାରମ୍ଭ ହେଉଛି। କରୋନାର ପ୍ରଥମ ଲହର ସମୟରେ ଦେଶରେ ହଜାର ହଜାର ପେଶାଦାରମାନେ, କୌଶଳ ବିକାଶ ଅଭିଯାନ ସହିତ ସାମିଲ ହୋଇଥିଲେ। ଏହି ପ୍ରୟାସ ଦେଶକୁ କରୋନା ମୁକାବିଲା କରିବା ପାଇଁ ବଡ଼ ଶକ୍ତି ଦେଇଥିଲା। ଏବେ କରୋନାର ଦ୍ୱିତୀୟ ଲହର ପରେ ଯେଉଁ ଅନୁଭବ ମିଳିଛି, ସେହି ଅନୁଭବ ଆଜିର ଏହି କାର୍ଯ୍ୟକ୍ରମର ପ୍ରମୁଖ ଆଧାର ପାଲଟିଛି। କରୋନାର ଦ୍ୱିତୀୟ ଲହରରେ ଆମେମାନେ ଦେଖିଲେ ଯେ, କରୋନା ଭୁତାଣୁର ପରିବର୍ତିତ ଏବଂ ବାରମ୍ବାର ପରିବର୍ତନ ହେଉଥିବା ସ୍ୱରୂପ କେଉଁ ପ୍ରକାରର ଆହ୍ୱାନ ସବୁକୁ ଆମ ସମ୍ମୁଖକୁ ଆଣିପାରେ। ଏହି ଭୂତାଣୁ ଏବେ ମଧ୍ୟ ଆମ ମାନଙ୍କ ଗହଣରେ ଅଛି ଆଉ ଯେ ପର୍ଯ୍ୟନ୍ତ ଏହା ରହିଛି, ଏହାର ମ୍ୟୁଟେଂଟ ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ, ପ୍ରତ୍ୟେକ ପ୍ରକାରର ଚିକିତ୍ସା, ସମସ୍ତ ସାବଧାନତା ଅବଲମ୍ବନ କରି ଆଗାମୀ ଆହ୍ୱାନ ଗୁଡ଼ିକର ମୁକାବିଲା କରିବା ପାଇଁ ଆମ୍ଭମାନଙ୍କୁ ଦେଶର ପ୍ରସ୍ତୁତିକୁ ଆହୁରି ଅଧିକ ବଢ଼଼ାଇବାକୁ ହେବ। ଏହି ଲକ୍ଷ୍ୟକୁ ନେଇ ଆଜି ଦେଶରେ 1 ଲକ୍ଷ ଆଗଧାଡ଼ିର କରୋନା ଯୋଦ୍ଧା ପ୍ରସ୍ତୁତ କରିବାର ମହାଅଭିଯାନ ଆରମ୍ଭ କରାଯାଉଛି।

‘ସମ୍ମୁଖ କୋଭିଡ-19 କର୍ମୀଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

June 18th, 09:43 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ‘କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଅନୁକୂଳ କ୍ରାଶ କୋର୍ସ’ର ଶୁଭାରମ୍ଭ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ 26ଟି ରାଜ୍ୟର 111ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି 1 ଲକ୍ଷ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଆହୁରି ବହୁ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ, ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଜୁନ୍‌ 18ରେ କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

June 16th, 02:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ୍‌ 18, 2021 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-19 ସମ୍ମୁଖ ଯୋଦ୍ଧାଙ୍କ ପାଇଁ ‘ଅନୁକୂଳ କ୍ରାଶ କୋର୍ସ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ । 26ଟି ରାଜ୍ୟରେ ଥିବା 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ଏହି ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅଂଶଗ୍ରହଣ କରିବେ ।