ଇନ୍ଦୋରରେ ‘ମଜଦୁରୋଁ କା ହିତ ମଜଦୁରୋଁ କୋ ସମର୍ପିତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ
December 25th, 12:30 pm
ଆଜିର କାର୍ଯ୍ୟକ୍ରମ ଆମର ଶ୍ରମିକ ଭାଇ ଭଉଣୀଙ୍କ ବର୍ଷ ବର୍ଷର କଠିନ ପରିଶ୍ରମ, ସଂକଳ୍ପ ଏବଂ ସ୍ୱପ୍ନର ଫଳ | ମୁଁ ଖୁସି ହେବାର କାରଣ ଆଜି ଅଟଳଜୀଙ୍କ ଜୟନ୍ତୀ ଏବଂ ଭାରତୀୟ ଜନତା ପାର୍ଟିର ଏହି ନୂତନ ସରକାର ଏବଂ ନୂତନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶରେ ଏହା ମୋର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ | ଏବଂ ମୋର ଗରିବ, ଅବହେଳିତ ଶ୍ରମିକ ଭାଇ ଓ ଭଉଣୀମାନଙ୍କ ପାଇଁ ଏଠାରେ ପହଞ୍ଚିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ । ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନକ।'ମଜଦୁରୋଁ କା ହିତ୍ ମଜଦୁରୋଁ କୋ ସମର୍ପିତ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
December 25th, 12:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ମଜଦୁରୋଁ କା ହିତ୍ ମଜଦୁରୋଁ କୋ ସମର୍ପିତ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ହୁକୁମଚାନ୍ଦ ମିଲ ଶ୍ରମିକଙ୍କ ବକେୟା ବାବଦରେ ପ୍ରାୟ ୨୨୪ କୋଟି ଟଙ୍କାର ଚେକ୍ ଇନ୍ଦୋରର ହୁକୁମଚାନ୍ଦ ମିଲ୍ ର ସରକାରୀ ଲିକ୍ୱିଡେଟର ଏବଂ ଲେବର ୟୁନିୟନର ମୁଖ୍ୟଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ହୁକୁମଚାନ୍ଦ ମିଲ ଶ୍ରମିକଙ୍କ ଦୀର୍ଘ ଦିନର ଦାବିର ସମାଧାନ ପାଇଁ ଉଦ୍ଦିଷ୍ଟ । ଶ୍ରୀ ମୋଦୀ ଖରଗୋନ ଜିଲ୍ଲାରେ ୬୦ ମେଗାୱାଟ ସୌର ଶକ୍ତି ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।ପ୍ରଧାନମନ୍ତ୍ରୀ 'ମଜଦୁରୋଁ କା ହିତ୍ ମଜଦୁରୋଁ କୋ ସମର୍ପିତ' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଡିସେମ୍ବର ୨୫ ରେ ହୁକୁମଚାନ୍ଦ ମିଲ୍ କର୍ମଚାରୀଙ୍କ ବକେୟା ସମ୍ପର୍କିତ ଚେକ୍ ପ୍ରଦାନ କରିବେ
December 24th, 07:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫, ୨୦୨୩ ମଧ୍ୟାହ୍ନ ୧୨ ଟାରେ ଭିଡିଓ କନଫରେନ୍ସିଂ ଜରିଆରେ 'ମଜଦୁରୋଁ କା ହିତ୍ ମଜଦୁରୋଁ କୋ ସମର୍ପିତ' କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ହୁକୁମଚାନ୍ଦ ମିଲ୍ ଶ୍ରମିକଙ୍କ ବକେୟା ବକେୟା ବାବଦରେ ପ୍ରାୟ ୨୨୪ କୋଟି ଟଙ୍କାର ଚେକ୍ ସରକାରୀ ଲିକ୍ୟୁଡେଟର ଏବଂ ଶ୍ରମିକ ୟୁନିୟନ, ଇନ୍ଦୋରର ମୁଖ୍ୟଙ୍କୁ ହସ୍ତାନ୍ତର କରିବେ । ଏହି କାର୍ଯ୍ୟକ୍ରମ ରେ ହୁକୁମଚାନ୍ଦ ମିଲ ଶ୍ରମିକଙ୍କ ଦୀର୍ଘ ଦିନର ଦାବିର ସମାଧାନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।