ମୌଳିକ ସୁବିଧା ଯଥା ବାସଗୃହ, ବିଜୁଳି, ଜଳ, ଶୌଚାଗାର, ଗ୍ୟାସ, ସଡ଼କ, ହସପିଟାଲ ଏବଂ ବିଦ୍ୟାଳୟ ଭଳି ମୌଳିକ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ପୂର୍ବରୁ ହୋଇପାରିଥାନ୍ତା: ପ୍ରଧାନମନ୍ତ୍ରୀ

August 10th, 10:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତରପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା 2.0 ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱାସ୍ଥ୍ୟସେବା ଯୋଗାଣ, ସୁବିଧା ଏବଂ ଭଉଣୀମାନଙ୍କୁ ସଶକ୍ତ କରିବା ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉଜ୍ଜ୍ୱଳା ଯୋଜନାରୁ ହିଁ ବେଶ୍‌ ସହଯୋଗ ଓ ପ୍ରୋତ୍ସାହନ ପାଇପାରିଛି । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ଦେଶର 8 କୋଟି ଗରିବ, ଦଳିତ, ବଂଚିତ, ପଛୁଆବର୍ଗ ଓ ଆଦିବାସୀ ପରିବାରଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିଲା ।

ଉତ୍ତର ପ୍ରଦେଶରେ ଉଜ୍ଜ୍ୱଳା 2.0 (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

August 10th, 12:46 pm

ଏବେ ଆପଣମାନେ ମା’-ଭଉଣୀମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମୋତେ ମିଳିଛି। ଏବଂ ମୋ ପାଇଁ ଏହା ଖୁସିର ବିଷୟ ଯେ ରକ୍ଷାବନ୍ଧନର ପର୍ବ ଆଉ କିଛିଦିନ ପରେ ପଡ଼ିବ। ଏବେ ମୋତେ ଆଗୁଆ ମା’-ଭଉଣୀମାନଙ୍କୁ ଆଶୀର୍ବାଦ ମିଳିପାରିଛି। ଏଭଳି ସ୍ଥିତିରେ ଦେଶର କୋଟି କୋଟି ଗରିବ, ଦଳିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରର ଭଉଣୀମାନଙ୍କୁ ଆଜି ଆଉ ଏକ ଉପହାର ଦେବାର ସୁଯୋଗ ମିଳିଛି। ଆଜି ଉଜ୍ଜ୍ୱଳା ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଭଉଣୀମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଓ ଗ୍ୟାସ ଚୁଲା ମିଳିଛି। ମୁଁ ସମସ୍ତ ହିତାଧିକାରୀମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି।

ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

August 10th, 12:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବାଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା-ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ ।

ଗୁଜରାଟର ରାଜକୋଟଠାରେ ଏମ୍ସର ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

December 31st, 11:34 am

କେମିତି ଅଛନ୍ତି, ଗୁଜରାଟରେ ଥଣ୍ଡା–ଫଣ୍ଡା ହେଉଛି କି ନାହିଁ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ରୂପାଣୀ ମହାଶୟ, ବିଧାନସଭା ବାଚସ୍ପତି ଶ୍ରୀ ରାଜେନ୍ଦ୍ର ତ୍ରିବେଦୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ଉପ–ମୁଖ୍ୟମନ୍ତ୍ରୀ ଭାଇ ନୀତିନ ପଟେଲ ମହାଶୟ, ମନ୍ତ୍ରୀମଣ୍ଡଳରେ ମୋର ସାଥୀ ଶ୍ରୀମାନ ଅଶ୍ୱିନୀ ଚୌବେ ମହାଶୟ, ମନସୁଖ ଭାଇ ମାଣ୍ଡଭିୟା ମହାଶୟ, ପୁରୁଷୋତମ ରୂପାଲା ମହାଶୟ, ଗୁଜରାଟ ସରକାରରେ ମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ସିଂହ ଚୁଡାସମା ମହାଶୟ, ଶ୍ରୀ କିଶୋର କନାନୀ ମହାଶୟ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ, ଧାରାସଭ୍ୟଗଣ, ଅନ୍ୟ ସମସ୍ତ ମହାନୁଭବ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଜକୋଟ ଏମ୍ସର ଭିତ୍ତିପ୍ରସ୍ତର ସ୍ଥାପ

December 31st, 11:33 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଗୁଜରାଟର ରାଜକୋଟଠାରେ ନିର୍ମିତ ହେବାକୁ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସର ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କରୋନା ବିରୋଧୀ ସଂଗ୍ରାମରେ ସାମିଲ ହୋଇଥିବା ନିୟୁତ ନିୟୁତ ଚିକିତ୍ସକ, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏବଂ ଅନ୍ୟାନ୍ୟ ସମ୍ମୁଖ ଧାଡିର କରୋନା ଯୋଦ୍ଧାଙ୍କୁ ମନେ ପକାଇଛନ୍ତି । ନିଜ ଜୀବନକୁ ବିପନ୍ନ କରି ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଥିବା ଏହି ଯୋଦ୍ଧାମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଏହାଛଡା କରୋନା ମହାମାରୀକାଳରେ ବୈଜ୍ଞାନିକଗଣ ଯେଉଁ ଅବଦାନ ରଖିଛନ୍ତି ଏବଂ ବିଶେଷକରି ଯେଉଁ ଲୋକମାନେ ଗରିବ ଲୋକଙ୍କ ଘରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି ସେମାନଙ୍କ ଭୂମିକାକୁ ମଧ୍ୟ ଭୂରିଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବାରାଣସୀରେ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

March 08th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଉତ୍ତର ପ୍ରଦେଶର ବାରାଣାସୀସ୍ଥିତ ଦୀନଦୟାଲ ହସ୍ତକଳା ସଂକୁଳଠାରେ ଆୟୋଜିତ ଜାତୀୟ ମହିଳା ଜୀବିକା ସମ୍ମିଳନୀ-2019ରେ ଯୋଗ ଦେଇଥିଲେ ।

ଚେନ୍ନାଇ କଲାଇଭାନର ଆରଙ୍ଗମରେ ଆମ୍ମା ଦୁଇଚକିଆ ଯାନ ସ୍କିମ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 24th, 06:03 pm

ସେଲ୍ଭି ଜୟଲଳିତା ମହୋଦୟଙ୍କ ଜୟନ୍ତୀ ଅବସରରେ ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ସେ ଯେଉଁଠି ବି ଥାଆନ୍ତୁ, ମୁଁ ନିଶ୍ଚିତ ଯେ, ଆପଣମାନଙ୍କ ମୁହଁରେ ଖୁସି ଦେଖି ସେ ବହୁତ ଖୁସି ଥିବେ ।

ଚେନ୍ନାଇରେ ଆମ୍ମା ଦୁଇଚକିଆ ଯାନ ସ୍କିମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 24th, 05:57 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଚେନ୍ନାଇରେ ଆମ୍ମା ଦୁଇଚକିଆ ଯାନ ସ୍କିମ ଶୁଭାରମ୍ଭ କଲେ । ସେଲ୍ଭି ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଶକ୍ତିକରଣ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କଲେ । ସେ କହିଲେ ,''ଯେତେବେଳେ ଆମେ ପରିବାରରେ ମହିଳାଙ୍କୁ ସଶକ୍ତ କରାଇଥାଉ, ଆମେ ପୁରା ପରିବାରକୁ ସଶକ୍ତ କରିଥାଉ । ଯେତେବେଳେ ଆମେ ମହିଳାଙ୍କ ଶିକ୍ଷାରେ ସହାୟତା କରିଥାଉ, ଆମେ ପୁରା ପରିବାରକୁ ଶିକ୍ଷିତ କରାଇଥାଉ । ଯେତେବେଳେ ଆମେ ମହିଳାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଉପଲବ୍ଧ କରାଇଥାଉ, ପୁରା ପରିବାରକୁ ସୁସ୍ଥ ରଖିବାରେ ସହାୟତା କରିଥାଉ ।

Every Indian takes pride in the fact that India is a land of diversity: PM Modi

June 27th, 10:51 pm

Prime Minister Narendra Modi interacted with Indian community in the Netherlands. During his address, PM Modi appreciated the role of Indian diaspora in Netherlands and Suriname. Prime Minister Modi said that each and every Indian staying in any part of the world was a 'Rashtradoot' (India's ambassador to the world).

"ଭାରତ ବିବିଧତାର ଦେଶ,ଏହି ସତ୍ୟତା ଉପରେ ପ୍ରତ୍ୟୋକ ଭାରତୀୟ ଗର୍ବ ଅନୁଭବ କରନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "

June 27th, 10:50 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେଦେରଲାଣ୍ଡଠାରେ ଭାରତୀୟ ସମୁଦାୟର ଲୋକଙ୍କ ସହ ମତବିନିମୟ କରିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦବୋଧନ ଦେଇ ନେଦେରଲାଣ୍ଡ ଏବଂ ସୁରିନେମରେ ଭାରତୀୟ ସମୁଦାୟ ଭୂମିକାକୁ ପ୍ରଶଂସା କରିଛନ୍ତି । ସେ ପୁରା ୟୁରୋପରେ ନେଦେର୍ଲାଣ୍ଡ ହେଉଛି ଦ୍ୱିତୀୟ ଦେଶ ଯେଉଁଠି ସବୁଠୁ ଅଧିକ ପ୍ରବାସୀ ଭାରତୀୟ ଅଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ସୋସିଆଲ ମିଡିଆ କର୍ଣ୍ଣର ମେ 17 2017

May 17th, 08:31 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ କ୍ୟାବିନେଟର ମଞ୍ଜୁରି

May 17th, 06:32 pm

ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବା ପାଇଁ ଥିବା ପୂର୍ବ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଂଜୁରୀ ପ୍ରଦାନ କରାଯାଇଛି । ଏହା ବର୍ତ୍ତମାନ ଦେଶର ପ୍ରତ୍ୟେକ ଜିଲାରେ 01.01.2017ରୁ ପିଛିଲା ଭାବେ ଲାଗୁ କରାଯିବ । 31.12.2016ରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମାତୃତ୍ୱ ଲାଭ ସୁବିଧା କାର୍ଯ୍ୟକ୍ରମକୁ ଦେଶସାରା ଲାଗୁ କରିବାର ଘୋଷଣା କରିଥିଲେ ।