"ଏକ ବର୍ଷ - ଫଳାଫଳ ଉତ୍କର୍ଷ" ଏବଂ ରାଜସ୍ଥାନର ଜୟପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 17th, 12:05 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ ବାଗଡେ ଜୀ, ରାଜସ୍ଥାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଶର୍ମା ଜୀ, ମଧ୍ୟପ୍ରଦେଶରୁ ବିଶେଷ ଭାବେ ଏଠାକୁ ଆସିଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜୀ, ଯିଏ କେନ୍ଦ୍ରର ମନ୍ତ୍ରିମଣ୍ଡଳରେ ମୋର ସହକର୍ମୀ ଶ୍ରୀମାନ ସିଂ। ଆର ପାଟିଲ ଜୀ, ଭାଗୀରଥ ଚୌଧୁରୀ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଭୈରବଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦଗଣ, ରାଜସ୍ଥାନର ବିଧାୟକ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଭଉଣୀମାନେ। ଏବଂ ଭର୍ଚୁଆଲ ମାଧ୍ୟମରେ ଆମ ସହିତ ଯୋଡି ହୋଇଥିବା ଆମର ରାଜସ୍ଥାନର ହଜାର ହଜାର ପଞ୍ଚାୟତରେ ଏକାଠି ହୋଇଥିବା ମୋର ସମସ୍ତ ଭାଇ ଭଉଣୀ ମାନେ ଆମ ସହିତ ଭର୍ଚୁଆଲ ଭାବରେ ଯୋଡ଼ି ହୋଇଛନ୍ତି।

ରାଜସ୍ଥାନର ଜୟପୁରଠାରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ - ପରିଣାମ ଉତ୍କର୍ଷ'ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 17th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'​‌ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ, ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।

I.N.D.I alliance have disregarded the culture as well as development of India: PM Modi in Udhampur

April 12th, 11:36 am

Udhampur showered unparalleled affection on PM Modi as he addressed a public rally in JandK ahead of the Lok Sabha elections in 2024. He said, “After several decades, it is the first time that terrorism, bandhs, stone pelting, and border skirmishes are not the issues for the upcoming Lok Sabha elections in the state of J&K.” He said, “Before 2014 even the Amarnath and Vaishno Devi Yatra was ridden with problems but post-2014, J&K has seen only increasing confidence and development.” He said that owing to the same, there is a great sentiment for a strong government and hence ‘Fir ek Baar Modi Sarkar.’

Udhampur’s unparalleled affection for PM Modi as he addresses a public rally in Jammu and Kashmir

April 12th, 11:00 am

Udhampur showered unparalleled affection on PM Modi as he addressed a public rally in JandK ahead of the Lok Sabha elections in 2024. He said, “After several decades, it is the first time that terrorism, bandhs, stone pelting, and border skirmishes are not the issues for the upcoming Lok Sabha elections in the state of J&K.” He said, “Before 2014 even the Amarnath and Vaishno Devi Yatra was ridden with problems but post-2014, J&K has seen only increasing confidence and development.” He said that owing to the same, there is a great sentiment for a strong government and hence ‘Fir ek Baar Modi Sarkar.’

ଶ୍ରୀନଗରରେ ଜମ୍ମୁ-କଶ୍ମୀରରେ ବିକଶିତ ଭାରତ, ବିକଶିତ ଜମ୍ମୁ-କଶ୍ମୀର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 07th, 12:20 pm

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନାଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୋର ସହଯୋଗୀ ଡକ୍ଟର ଜିତେନ୍ଦ୍ର ସିଂହଜୀ, ସଂସଦରେ ମୋର ସହଯୋଗୀ, ଏହି ମାଟିର ପୁତ୍ର ଗୁଲାମ ଅଲ୍ଲୀ ଜୀ ଏବଂ ଜମ୍ମୁ-କଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଠାରେ ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

March 07th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଠାରେ ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ସେ ପାଖାପାଖି ୫୦୦୦ କୋଟି ଟଙ୍କାର ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ଶ୍ରୀନଗରସ୍ଥିତ 'ହଜରତବଲ ଧର୍ମ ସ୍ଥଳୀ ସମନ୍ୱିତ ବିକାଶ' ପ୍ରକଳ୍ପ ସମେତ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନା ଅଧୀନରେ ୧୪୦୦ କୋଟି ରୁ ଅଧିକ ଟଙ୍କାର ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ | ପ୍ରଧାନମନ୍ତ୍ରୀ 'ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ଟୁରିଷ୍ଟ ଡେଷ୍ଟିନେସନ୍ ପୋଲ' ଏବଂ 'ଚଲୋ ଇଣ୍ଡିଆ ଗ୍ଲୋବାଲ ଡାୟସ୍ପୋରା ଅଭିଯାନ'ର ଶୁଭାରମ୍ଭ କରିବା ସହ ସେହି ପର୍ଯ୍ୟଟନସ୍ଥଳୀ ଗୁଡିକ ସମ୍ପର୍କରେ ଘୋଷଣା କରିଥିଲେ , ଯାହା ଚ୍ୟାଲେଞ୍ଜ ବେସ୍ଡ ଡେଷ୍ଟିନେସନ୍ ଡେଭଲପମେଣ୍ଟ (ସିବିଡିଡି) ଯୋଜନା ଅଧୀନରେ ଚୟନ କରାଯାଇଛି। ଜାମ୍ମୁ ଓ କାଶ୍ମୀରର ପ୍ରାୟ ୧୦୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଆଦେଶ ବଣ୍ଟନ କରିବା ସହ ସଫଳତା ହାସଲ କରିଥିବା ମହିଳା, ଲକ୍ଷପତି ଦିଦି, କୃଷକ, ଉଦ୍ୟୋଗୀ ଇତ୍ୟାଦିଙ୍କ ସମେତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ଜାନୁଆରୀ ୫ ତାରିଖରେ ପଞ୍ଜାବ ଗସ୍ତରେ ଯିବା ସହିତ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

January 03rd, 03:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମସିହା ଜାନୁୟାରୀ ୫ ତାରିଖ ଦିନ ପଞ୍ଜାବର ଫେରୋଜପୁର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୧ ଟା ସମୟରେ ୪୨,୭୫୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ; ଅମୃତସର-ଉନା ସେକ୍ସନର ଚାରି ଲେନ୍ କାର୍ଯ୍ୟ; ମୁକେରିଆନ୍ - ତଲୱାର ନୂତନ ବ୍ରଡ୍ ଗଜ୍ ରେଳ ଲାଇନ; ଫିରୋଜେପୁର ଠାରେ ପିଜିଆଇ ସାଟେଲାଇଟ୍ କେନ୍ଦ୍ର ଏବଂ କପୁରଥାଲା ଓ ହୋଶିଆରପୁରର ଦୁଇଟି ନୂତନ ମେଡିକାଲ୍ କଲେଜ ଆଦି ରହିଛି ।

ପ୍ରଧାନମନ୍ତ୍ରୀ ମାତା ବୈଷ୍ଣୋଦେବୀ ଭବନରେ ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି

January 01st, 08:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାତା ବୈଷ୍ଣୋଦେବୀ ଭବନରେ ଏକ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଗୁଜରାଟର ସୋମନାଥଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 20th, 11:01 am

ଜୟ ସୋମନାଥ ! କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଶ୍ରଧେୟ ଲାଲକୃଷ୍ଣ ଆଡୱାଣୀ ମହାଶୟ, ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ଶ୍ରୀପଦ ନାଇକ ମହାଶୟ, ଅଜୟ ଭଟ୍ଟ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ, ଗୁଜରାଟ ସରକାର ପର୍ଯ୍ୟଟନ ମନ୍ତ୍ରୀ ଜବାହର ମହାଶୟ, ୱାସନ ଭାଇ, ଲୋକସଭାରେ ମୋର ସାଥୀ ରାଜେଶ ଭାଇ, ସୋମନାଥ ମନ୍ଦିରର ଟ୍ରଷ୍ଟର ଷ୍ଟଟ୍ରି ଶ୍ରୀ ପ୍ରବୀଣ ଲାହିରୀ ମହାଶୟ, ସମସ୍ତ ଶ୍ରଦ୍ଧାଳୁ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୋମନାଥର ବହୁମୁଖୀ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ

August 20th, 11:00 am

ଗୁଜରାଟର ସୋମନାଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦ୍‌ଘାଟନ ମଧ୍ୟ କରିଛନ୍ତି । ଉଦ୍‌ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ସୋମନାଥ ପ୍ରମୋଦ ସ୍ଥଳୀ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପ୍ରାଚୀନ ସୋମନାଥ ପରିସର ମଧ୍ୟରେ ପୁର୍ନଗଠିତ ମନ୍ଦିର । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

PM in Jammu and Kashmir : Bringing Mata Vaishno Devi closer to devotees

July 04th, 11:24 am

PM in Jammu and Kashmir : Bringing Mata Vaishno Devi closer to devotees