ୱିଲିମଙ୍ଗଟନ୍, ଡେଲାୱେୟାରଠାରେ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
September 22nd, 05:21 am
୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍ , ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଶ୍ରୀ ଯୋଶେଫ ଆର. ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ ।Tuticorin International Container Terminal marks a significant milestone in India’s journey towards a Viksit Bharat: PM Modi
September 16th, 02:00 pm
PM Modi addressed the inauguration of Tuticorin International Container Terminal. Speaking on the occasion, the PM underlined that this marks a significant milestone in India’s journey towards becoming a developed nation and hailed the new Tuticorin International Container Terminal as the ‘new star of India's marine infrastructure’.ତାମିଲନାଡୁର ଟୁଟିକୋରିନ ଅନ୍ତର୍ଜାତୀୟ କଣ୍ଟେନର ଟର୍ମିନାଲର ଉଦ୍ଘାଟନୀ ଉତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
September 16th, 01:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଟୁଟିକୋରିନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲର ଉଦ୍ଘାଟନୀ ଉତ୍ସବରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରୂପେ ଚିହ୍ନିତ ହୋଇଛି । ସେ ଟୁଟିକୋରିନ ଇଣ୍ଟରନ୍ୟାସନାଲ କଣ୍ଟେନର ଟର୍ମିନାଲକୁ ‘ଭାରତର ସାମୁଦ୍ରିକ ଭିତ୍ତିଭୂମିର ନୂତନ ତାରକା’ ବୋଲି କହିଛନ୍ତି । ଭି.ଓ. ଚିଦାମ୍ବରନାର ବନ୍ଦରର କ୍ଷମତା ସମ୍ପ୍ରସାରଣରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “୧୪ ମିଟର ଅଧିକ ଗଭୀର ଡ୍ରାଫ୍ଟ ଏବଂ ୩୦୦ ମିଟରରୁ ଅଧିକ ଲମ୍ବ ବର୍ଥ ସହିତ, ଏହି ଟର୍ମିନାଲ ଭି.ଓ.ସି.ର କ୍ଷମତା ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନୂଆ ଟର୍ମିନାଲ ବନ୍ଦରରେ ପରିବହନ ଖର୍ଚ୍ଚ ହ୍ରାସ କରିବ ଏବଂ ଭାରତ ପାଇଁ ବୈଦେଶିକ ମୁଦ୍ରା ସଞ୍ଚୟ କରିବ ବୋଲି ଆଶା କରାଯାଉଛି । ସେ ତାମିଲନାଡୁର ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ଭି.ଓ.ସି ସହ ଜଡିତ ଅନେକ ପ୍ରକଳ୍ପକୁ ମନେ ପକାଇଲେ, ଯାହା ଦୁଇ ବର୍ଷ ପୂର୍ବେ ତାଙ୍କ ଗସ୍ତ ସମୟରେ ଆରମ୍ଭ ହୋଇଥିଲା । ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ସମାପନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ଲିଙ୍ଗ ବିବିଧତା ପ୍ରତି ଏହାର ପ୍ରତିବଦ୍ଧତା ଟର୍ମିନାଲର ଏକ ପ୍ରମୁଖ ଉପଲବ୍ଧିଗୁଡିକ ମଧ୍ୟରେ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାର ୪୦ ପ୍ରତିଶତ କର୍ମଚାରୀ ମହିଳା ଅଟନ୍ତି, ଯାହା ସାମୁଦ୍ରିକ କ୍ଷେତ୍ରରେ ମହିଳା ନେତୃତ୍ୱ ବିକାଶର ପ୍ରତୀକ ଅଟେ ।ଅଗଷ୍ଟ ୩୦ତାରିଖରେ ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
August 29th, 04:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୦, ୨୦୨୪ରେ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପାଲଘର ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନ୍ସନ୍ ସେଣ୍ଟରରେ ଗ୍ଲୋବାଲ ଫିନଟେକ୍ ଫେଷ୍ଟ (ଜିଏଫ୍ଏଫ୍) ୨୦୨୪କୁ ସମ୍ବୋଧିତ କରିବେ। ଏହାପରେ ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ପ୍ରଧାନମନ୍ତ୍ରୀ ପାଲଘରସ୍ଥିତ ସିଡକୋ ପଡ଼ିଆରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବେ।ତାମିଲନାଡୁର ଥୁଥୁକୁଡ଼ି (ଟୁଟିକୋରିନ) ଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 28th, 10:00 am
ମଞ୍ଚରେ ଉପସ୍ଥିତ ଥିବା ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆରଏନ ରବି ଜୀ, ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ ଜୀ, ଶ୍ରୀପଦ ନାଏକ ଜୀ, ଶାନ୍ତନୁ ଠାକୁର ଜୀ, ଏଲ ମୁରୁଗାନ ଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଏଠାକାର ସାଂସଦ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନଙ୍କୁ ନମସ୍କାର!ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଗସ୍ତ
February 28th, 09:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୨.୨୦୨୪) ତାମିଲନାଡୁର ଟୁଥୁକୁଡିଠାରେ ୧୭, ୩୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଭି.ଓ ଚିଦାମ୍ବରନାର ବନ୍ଦର ବାହ୍ୟ ପୋତାଶ୍ରୟ କଂଟେନର ରହଣୀସ୍ଥଳର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ପ୍ରଥମ ସ୍ବଦେଶୀ ସବୁଜ ଉଦ୍ଯାନ ଇନ୍ଧନସେଲ ଇନ୍ଲ୍ୟାଣ୍ଡ ଜଳପଥ ପୋତ ଚାଳନାର ଶୁଭାରମ୍ଭ ହରିତ ନୌକା ପଦକ୍ଷେପ ଯୋଜନା ଅଧୀନରେ କରିଛନ୍ତି । ସେ ମଧ୍ୟ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୫ଟି ବତୀଘର ପର୍ଯ୍ୟଟକ ସୁବିଧା ସୁଯୋଗ ସ୍ଥଳୀର ଉଦ୍ଘାଟନ କରିଛନ୍ତି । ସେ ମଧ୍ୟ ଭାଞ୍ଚି ମାନୀୟାଛି-ନାଗର କୋଏଲ, ରେଳପଥର ଦୋହରୀକରଣ ଉଦ୍ଘାଟନ କରିଛନ୍ତି । ଏଥିରେ ଭାଞ୍ଚି -ମାନିୟାଛି-ତିରୁନେଲଭାଲୀ ସେକ୍ସନ ଓ ମାଲାପାଲାୟମ-ଆରାଲଭୟାମୋଳି ସେକ୍ସନ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ୪୫୮୬ କୋଟି ଟଙ୍କାରେ ନିର୍ମିତ ତାମିଲନାଡୁର ଚାରିଟି ସଡକ ପ୍ରକଳ୍ପକୁ ମଧ୍ୟ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।ତଟରକ୍ଷୀ କର୍ମୀଙ୍କୁ ତଟରକ୍ଷା ବାହିନୀର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
February 01st, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ତଟରକ୍ଷୀ କର୍ମୀଙ୍କୁ ଭାରତୀୟ ତଟରକ୍ଷା ବାହିନୀ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।କେରଳର କୋଚିରେ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 17th, 12:12 pm
କିଛି ଦିନ ତଳେ ଅଯୋଧ୍ୟାରେ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ସମୟରେ ମୁଁ ନାଲାମ୍ବାଲମ୍ ବିଷୟରେ କହିଥିଲି - କେରଳରେ ଅବସ୍ଥିତ ରାମାୟଣ ସହ ଜଡିତ ଚାରିଟି ପବିତ୍ର ମନ୍ଦିର । କେରଳ ବାହାରେ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଏହି ମନ୍ଦିରଗୁଡିକ ରାଜା ଦଶରଥଙ୍କ ଚାରି ପୁତ୍ରଙ୍କ ସହିତ ଜଡିତ । ଏହା ବାସ୍ତବରେ ସୌଭାଗ୍ୟର ବିଷୟ ଯେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାହେବାର କିଛି ଦିନ ପୂର୍ବରୁ ମୁଁ ତ୍ରିପ୍ରାୟରର ଶ୍ରୀରାମସ୍ୱାମୀ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ପାଇଛି । ମହାନ କବି ଏଚ୍ଛତଚନଙ୍କ ଦ୍ୱାରା ରଚିତ ମାଲାୟାଲମ ରାମାୟଣର ଶବ୍ଦ ଶୁଣିଲେ ଆନନ୍ଦ ମିଳିଥାଏ । ଏହାବ୍ୟତୀତ କେରଳର ଅନେକ ପ୍ରତିଭାବାନ କଳାକାରଙ୍କ ଆକର୍ଷଣୀୟ ପରିବେଷଣ ଏକ ସ୍ଥାୟୀ ଛାପ ଛାଡ଼ିଛି। କେରଳର ଲୋକମାନେ କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରିଛନ୍ତି, ଯାହା ଆମକୁ ଅବଧପୁରୀକଥା ମନେ ପକାଇଦେଉଥିବା ପରିବେଶ ସୃଷ୍ଟି କରିଛି, ଯେମିତି ପୂରା କେରଳ ଅବଧପୁରୀ।ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ
January 17th, 12:11 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୧୭.୦୧.୨୦୨୪) କେରଳର କୋଚିରେ ଚାରିହଜାର କୋଟି ଟଙ୍କାରୁ ଅଧିକ ଟଙ୍କାର ତିନିଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟସ କରିଛନ୍ତି । ଉଦ୍ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ କୋଚି ବନ୍ଦର(ସି.ଏସ.ଏଲ.)ରେ ନୂତନ ଶୁଷ୍କ ପୋତାଶ୍ରୟ (ଏନ୍ଡିଡି) ସିଏସଏଲରେ ଆନ୍ତର୍ଜାତିକ ଜାହାଜ ମରାମତି ସୁବିଧା (ଆଏସଆରଏଫ) ଓ କୋଚିର ପୃଥୁଭାୟପେନରେ ଭାରତୀୟ ତୈଳ ନିଗମର ଏଲପିଜି ଆମଦାନୀ ଟର୍ମିନାଲ । ଭାରତୀୟ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ କ୍ଷେତ୍ରରେ ଅବସ୍ଥାନ୍ତର ଆଣି ଏଥିରେ ସାମର୍ଥ୍ୟ ଓ ଆତ୍ମନିର୍ଭରତା ଆଣିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଏହି ପ୍ରମୁଖ ପ୍ରକଳ୍ପ ଗୁଡିକ ନିର୍ମିତ ହୋଇଛି ।କେନିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
December 05th, 01:33 pm
ରାଷ୍ଟ୍ରପତି ରୁଟୋ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତକୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ନୌସେନା ଦିବସ 2023 ପଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 04th, 04:35 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ରମେଶ ମହୋଦୟ, ମୁଖ୍ୟମନ୍ତ୍ରୀ ଏକନାଥ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ରାଜନାଥ ସିଂହ ମହାଶୟ, ନାରାୟଣ ରାଣେ ମହାଶୟ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଣବୀସ ମହାଶୟ, ଅଜିତ ପୱାର ମହାଶୟ, ସିଡିଏସ ଜେନରାଲ ଅନୀଲ ଚୌହାନ ମହାଶୟ, ନୌସେନା ପ୍ରମୁଖ ଆଡମିରାଲ ଆର. ହରିକୁମାର, ନୌସେନାର ସମସ୍ତ ସାଥୀ, ଏବଂ ମୋର ସମସ୍ତ ପରିବାରଜନ!ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଠାରେ ପ୍ରଧାନମନ୍ତ୍ରୀଙ୍କ ନୌସେନା ଦିବସ ୨୦୨୩ କାର୍ଯ୍ୟକ୍ରମରେ ଯୋଗଦାନ
December 04th, 04:30 pm
ସିନ୍ଧୁଦୁର୍ଗରେ ନୌସେନା ଦିବସ ୨୦୨୩ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ସେ ମଧ୍ୟ ଭାରତୀୟ ନୌସେନାର ଜାହାଜ, ବୁଡ଼ାଜାହାଜ ଓ ସଶସ୍ତ୍ର ବଳର ପରୀକ୍ଷାମୂଳ ଯୁଦ୍ଧ କୌଶଳ ସିନ୍ଧୁଦୁର୍ଗର ତାରକାର୍ଲିର୍ ବେଳାଭୂମିରୁ ଅବଲୋକନ କରିବା ସହ ଗାର୍ଡ ଅଫ୍ ଅନରର ନିରୀକ୍ଷଣ କରିଥିଲେ ।ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:10 am
ନମସ୍କାର, ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ ଅତିଥିଗଣ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ମହାରାଷ୍ଟ୍ର, ଗୋଆର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
October 17th, 10:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
March 31st, 09:13 am
ପ୍ରଧାନମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଏକ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି । ଟ୍ୱିଟରେ ଶ୍ରୀ ସୋନୱାଲ ଜାତୀୟ ସାମୁଦ୍ରିକ ସପ୍ତାହର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଲାପେଲରେ ପ୍ରଥମ ସାମୁଦ୍ରିକ ଧ୍ୱଜ ଲଗାଇବା ସମ୍ପର୍କରେ ସୂଚନା ଦେଇଥିଲେ । ଏପ୍ରିଲ ୫ରେ ପାଳିତ ହେଉଥିବା ଜାତୀୟ ସାମୁଦ୍ରିକ ଦିବସ ଭାରତର ସାମୁଦ୍ରିକ ପରମ୍ପରାର ଗୌରବମୟ ଇତିହାସକୁ ପାଳନ କରିଥାଏ ।୧୭ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ସୁରିନାମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
January 09th, 05:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ ସୁରିନାମ ରାଷ୍ଟ୍ରପତି ମହାମହିମ ଚନ୍ଦ୍ରିକାପେରସାଦ ସନ୍ତୋଖିଙଅକୁ ଭେଟିଛନ୍ତି । । ଜାନୁୟାରୀ ୭ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ସନ୍ତୋଖି ୧୭ତମ ପିବିଡିର ସ୍ୱତନ୍ତ୍ର ଅତିଥି ହୋଇଛନ୍ତି ।Lothal a symbol of India's maritime power and prosperity: PM Modi
October 18th, 07:57 pm
PM Modi reviewed the work in progress at the site of National Maritime Heritage Complex at Lothal, Gujarat. Highlighting the rich and perse maritime heritage of India that has been around for thousands of years, the PM talked about the Chola Empire, Chera Dynasty and Pandya Dynasty from South India who understood the power of marine resources and took it to unprecedented heights.ଗୁଜରାଟର ଲୋଥାଲଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସର କାର୍ଯ୍ୟ ଅଗ୍ରଗତି ନେଇ ଆଭାସୀ ଜରିଆରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
October 18th, 04:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଲୋଥାଲଠାରେ ଆଜି ଭାରତୀୟ ସାମୁଦ୍ରିକ ଐତିହ୍ୟ ପରିସରର କାର୍ଯ୍ୟର ସମୀକ୍ଷା ଆଭାସୀ ମାଧ୍ୟମରେ ଏକ ଡ୍ରୋନ ସାହାଯ୍ୟରେ କରିଛନ୍ତି ।ଜାତୀୟ ସାମୁଦ୍ରିକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାରତର ଗୌରବମୟ ସାମୁଦ୍ରିକ ଇତିହାସ କଲେ ସ୍ମରଣ
April 05th, 10:07 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଭାରତର ଗୌରବମୟ ସାମୁଦ୍ରିକ ଇତିହାସର ସ୍ମୃତିଚାରଣ କରିଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ରରେ ଗୁରୁତ୍ୱ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ସରକାର ବନ୍ଦର ଭିତ୍ତିକ ବିକାଶ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏହା ଦେଶର ଆର୍ଥିକ ବିକାଶ ସହିତ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ବିଶେଷ ସହାୟକ ହେବ । ଭାରତ ସରକାର ସାମୁଦ୍ରିକ ବାତାବରଣ ଓ ବିବିଧତାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିବା ଶ୍ରୀ ମୋଦୀ କହିଥିଲେ । ଧାରାବାହିକ ଟୁଇଟ ଜରିଆରେ ପଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି, ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଆମେ ଆମର ଗୌରବମୟ ସାମୁଦ୍ରିକ ଇତିହାସର ସ୍ମୃତିଚାରଣ କରିବା ସହ ଭାରତର ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ର ମହତ୍ତ୍ୱ ଉପରେ ଆଲୋକପାତ କରୁଛୁ । ଗତ ଆଠ ବର୍ଷ ମଧ୍ୟରେ ଆମ ସାମୁଦ୍ରିକ କ୍ଷେତ୍ର ଏକ ନୂତନ ଶିଖରରେ ପହଞ୍ଚି ବାଣିଜ୍ୟ ଓ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହୋଇଛି ।”ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଆୟୋଜିତ “ସାମୁଦ୍ରିକ ନିରାପତ୍ତା ସମ୍ପ୍ରସାରଣ: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପରିସର” ସଂପର୍କୀତ ଉଚ୍ଚସ୍ତରୀୟ ମୁକ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ଅଭିଭାଷଣ
August 09th, 05:41 pm
ସାମୁଦ୍ରିକ ନିରାପତ୍ତା ସଂପର୍କୀତ ଏହି ବିଶେଷ ଆଲୋଚନାରେ ସାମିଲ ହୋଇଥିବାରୁ ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ନିରାପତ୍ତା ପରିଷଦରେ ସକାରାତ୍ମକ ବାର୍ତ୍ତା ଏବଂ ୟୁଏନଓଡିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ୱାରା କରାଯାଇଥିବା ସୂଚନା ପ୍ରଦାନ ନିମନ୍ତେ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । କଙ୍ଗୋ ଗଣତାନ୍ତ୍ରିକ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଭାବେ ନିଜର ବାର୍ତ୍ତା ଏହି କାର୍ଯ୍ୟକ୍ରମକୁ ପଠାଇଛନ୍ତି । ମୁଁ ବିଶେଷ ଭାବେ ତାଙ୍କ ପ୍ରତି କୃତଜ୍ଞ । ମୁଁ ରୁଷ ରାଷ୍ଟ୍ରପତି, କେନିଆ ରାଷ୍ଟ୍ରପତି ଏବଂ ଭିଏତନାମର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ନିମନ୍ତେ ହୃଦୟର ସହ ସେମାନଙ୍କ ପ୍ରତି ମଧ୍ୟ ମୋର କୃତଜ୍ଞତା ଜଣାଉଛି ।