ସଂସଦର ବଜେଟ୍ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 22nd, 10:30 am
ଆଜି ହେଉଛି ଶ୍ରାବଣର ପ୍ରଥମ ସୋମବାର, ଏହି ପବିତ୍ର ଦିନରେ ଏକ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଆରମ୍ଭ ହେଉଛି ଏବଂ ଏହି ଅବସରରେ ଏହି ପ୍ରଥମ ସୋମବାରରେ ମୁଁ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।ସଂସଦ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
July 22nd, 10:15 am
ଏହି ଅବସରରେ ଗଣମାଧ୍ୟମ ନିକଟରେ ନିଜର ମତ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୬୦ ବର୍ଷ ବ୍ୟବଧାନ ପରେ କ୍ରମାଗତ ଭାବରେ ତୃତୀୟ ଥର ପାଇଁ ଏକ ସରକାର କ୍ଷମତାକୁ ଆସିଛି । ତୃତୀୟ ପାଳିରେ ସଂସଦରେ ବଜେଟ ଉପସ୍ଥାପନ କରାଯିବାକୁ ଦେଶ ଏକ ଗୌରବମୟ ଘଟଣା ବୋଲି ବିବେଚନା କରୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତ କାଳର ଏହା ଏକ ମାଇଲ ଖୁଣ୍ଟ ବଜେଟ ଏବଂ ସରକାର ଯେଉଁସବୁ ଗ୍ୟାରେଣ୍ଟିମାନ ଦେଇଥିଲା ତାହାକୁ ବାସ୍ତବରେ ରୂପାନ୍ତରିତ କରିବା ନିମନ୍ତେ ସବୁମତେ କାର୍ଯ୍ୟ କରୁଛି । ‘ଏହି ବଜେଟ ବର୍ତ୍ତମାନ ସରକାରଙ୍କ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଦିଶା ନିର୍ଦ୍ଦେଶ କରିବ ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ’ ବୋଲି ସେ କହିଛନ୍ତି ।ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅତୁଟ ଆସ୍ଥା ପ୍ରକଟ କରିଥିବାରୁ ଦେଶବାସୀଙ୍କୁ କୃତଜ୍ଞତା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
June 30th, 11:00 am
ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।