କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମୂଳ ପାଠ

March 12th, 12:35 pm

ମୁଁ ଆଦି ଚୁନଚୁନାଗିରୀ ଏବଂ ମେଲୁକୋଟେର ଗୁରୁମାନଙ୍କ ସମ୍ମୁଖରେ ମଧ୍ୟ ପ୍ରଣାମ କରୁଛି, ସେମାନଙ୍କର ଆଶୀର୍ବାଦ କାମନାକରୁଛି ।

କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

March 12th, 12:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ମାଣ୍ଡ୍ୟା ଠାରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ଲୋକାର୍ପିତ କରିଛନ୍ତି । ଯେଉଁ ପ୍ରକଳ୍ପ ଗୁଡ଼ିକ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି, ସେଗୁଡିକ ମଧ୍ୟରେ ବେଙ୍ଗାଲୁରୁ – ମହୀଶୂର ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ ଏବଂ ସେ ମଧ୍ୟ ମହୀଶୂର – କୁଶାଲନଗର ୪ - ଲେନ ବିଶିଷ୍ଟ ରାଜପଥର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମାଙ୍ଗାଲୋରରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 02nd, 05:11 pm

ଆଜି ଭାରତର ସାମୁଦ୍ରିକ ଶକ୍ତି ପାଇଁ ହେଉଛି ବହୁତ ବଡ଼ ଦିନ । ରାଷ୍ଟ୍ରର ସୈନ୍ୟ ସୁରକ୍ଷା ହେଉ ଅବା ପୁଣି ରାଷ୍ଟ୍ରର ଆର୍ଥିକ ସୁରକ୍ଷା, ଭାରତ ଆଜି ବଡ଼ ଅବସରର ସାକ୍ଷୀ ପାଲଟିଛି । ଏବେଠାରୁ କିଛି ସମୟ ପୂର୍ବରୁ, କୋଚିରେ ଭାରତର ସର୍ବ ପ୍ରଥମ ସ୍ୱଦେଶୀ ଯୁଦ୍ଧ ଜାହାଜ ବାହକ ପୋତର ଲୋକାର୍ପଣ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ଭରି ଦେଇଛି।

ମାଙ୍ଗାଲୁରୁ ଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

September 02nd, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଙ୍ଗାଲୁରୁରେ ପ୍ରାୟ ୩୮୦୦ କୋଟି ଟଙ୍କା ମୂଲ୍ୟର ଯାନ୍ତ୍ରିକକରଣ ଏବଂ ଶିଳ୍ପାୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉତ୍ସର୍ଗ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 05th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଘଟଣା ‘ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ’ ସ୍ଥାପନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଭାବେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଗଣ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନଟି ଉଭୟ କେରଳ ଓ କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଉଭୟ ରାଜ୍ୟ ଗୋଟିଏ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହି ପାଇପ ଲାଇନ ସଂପୃକ୍ତ ଦୁଇ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଗଠନମୂଳକ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଗ୍ୟାସ୍‍ଭିତ୍ତିକ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଇଥିପାଇଁ ସରକାର ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

January 05th, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଘଟଣା ‘ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ’ ସ୍ଥାପନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟଭାବେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଗଣ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦିନଟି ଉଭୟ କେରଳ ଓ କର୍ଣ୍ଣାଟକ ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଉଭୟ ରାଜ୍ୟ ଗୋଟିଏ ପ୍ରାକୃତିକ ଗ୍ୟାସ୍‍ ପାଇପ ଲାଇନ ଦ୍ୱାରା ସଂଯୁକ୍ତ ହୋଇଛନ୍ତି । ଏହି ପାଇପ ଲାଇନ ସଂପୃକ୍ତ ଦୁଇ ରାଜ୍ୟର ଅର୍ଥନୀତି ଅଭିବୃଦ୍ଧି ଉପରେ ଗଠନମୂଳକ ପ୍ରଭାବ ପକାଇବ । ସେ କହିଛନ୍ତି ଯେ ଗ୍ୟାସ୍‍ଭିତ୍ତିକ ଅର୍ଥନୀତିର ଦ୍ରୁତ ସଂପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ସେଇଥିପାଇଁ ସରକାର ଏକ ରାଷ୍ଟ୍ର ଏକ ଗ୍ୟାସ୍‍ ଗ୍ରୀଡ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି ।

ଆଧୁନିକ ,ପ୍ରଗତିଶୀଳ ଏବଂ ବିକଶିତ କର୍ଣ୍ଣାଟକ ବିଜେପିର ଭିଜନ :ପ୍ରଧାନମନ୍ତ୍ରୀ ମୋଦୀ

May 05th, 12:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କର୍ଣ୍ଣାଟକରେ ଚାରୋଟି ଜନସଭାକୁ ସମ୍ବୋଧିତ କରିଛନ୍ତି । ତୁମକୁରୁ ,ଗଡଙ୍ଗ ଏବଂ ଶିବମୋଗା ଏବଂ ମାଙ୍ଗାଲୁରୁରେ ହୋଇଥିବା ଏହି ଜନସଭାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ପାଇଁ ଭାରି ଭିଡ଼ ଜମିଥିଲା ଯେଉଁଥିରେ ମହିଳା ଏବଂ ଯୁବାଙ୍କ ସଂଖ୍ୟା ମଧ୍ୟ ଅଧିକ ଥିଲା ।