ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର
October 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ଆମେ ପବିତ୍ର ଛଠ୍ ପର୍ବ ବିଷୟରେ ଆଲୋଚନା କଲୁ । ଭଗବାନ ସୂର୍ଯ୍ୟଙ୍କ ଉପାସନା ବିଷୟରେ ଆଲୋଚନା କଲୁ । ତେବେ ସୂର୍ଯ୍ୟ ଉପାସନା ସହ ଆଜି ତାଙ୍କ ବରଦାନ ସମ୍ପର୍କରେ ମଧ୍ୟ କାହିଁକି ଆଲୋଚନା ନ କରିବା? ସୌରଶକ୍ତି ହେଉଛି ସୂର୍ଯ୍ୟଦେବଙ୍କ ବରଦାନ । ସୌରଶକ୍ତି ଏଭଳି ଗୋଟିଏ ବିଷୟ ଯେଉଁଥିରେ ସମଗ୍ର ବିଶ୍ୱ ଆଜି ନିଜର ଭବିଷ୍ୟତକୁ ଦେଖୁଛି । ଆଉ ଭାରତ ପାଇଁ ତ ସୂର୍ଯ୍ୟଦେବ ଶହ ଶହ ବର୍ଷ ଧରି କେବଳ ଉପାସନା ନୁହେଁ ବରଂ ଜୀବନ ପ୍ରଣାଳୀର କେନ୍ଦ୍ରସ୍ଥଳରେ ରହିଆସିଛନ୍ତି । ଭାରତ ଆଜି ନିଜର ପାରମ୍ପରିକ ଅନୁଭୂତିକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ୁଛି । ସେଥିପାଇଁ ଆଜି ଆମେ ସୌରଶକ୍ତିରୁ ବିଜୁଳି ଉତ୍ପାଦନ କରିବାରେ ସବୁଠାରୁ ବଡ଼ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛୁ । ସୌରଶକ୍ତିରୁ କିଭଳି ଆମ ଦେଶର ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କ ଜୀବନରେ ପରବର୍ତ୍ତନ ଘଟୁଛି, ତାହା ମଧ୍ୟ ଏକ ଅଧ୍ୟୟନର ବିଷୟ ।୩୬ ତମ ଜାତୀୟ କ୍ରୀଡା ୨୦୨୨ ରେ ୧୦ ବର୍ଷ ବୟସ୍କ ମାଲଖମ୍ବ ଖେଳାଳୀ ଶୌରଜିତଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
October 08th, 10:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କନିଷ୍ଠତମ ମାଲଖମ୍ବ ଖେଳାଳି ଶୌରଜିତ୍ଙ୍କ ୩୬ ତମ ଜାତୀୟ କ୍ରୀଡା ୨୦୨୨ ରେ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।