ନୂଆଦିଲ୍ଲୀ ଠାରେ ବୀର ବାଲ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 26th, 04:10 pm

ଆଜି ଦେଶ ପ୍ରଥମ ‘ବୀର ବାଲ ଦିବସ’ ପାଳନ କରୁଛି । ଯେଉଁ ଦିନକୁ, ଯେଉଁ ବଳିଦାନକୁ ଆମେ ପିଢ଼ି ପିଢ଼ି ଧରି ସ୍ମରଣ କରିଆସୁଛ, ଆଜି ଏକ ରାଷ୍ଟ୍ର ଭାବରେ ଏକଜୁଟ ହୋଇ ତାଙ୍କୁ ପ୍ରଣାମ କରିବାର ଏକ ନୂତନ ଆରମ୍ଭ ହୋଇଛି। ଶହୀଦଙ୍କ ସପ୍ତାହ ଏବଂ ବୀର ବାଲ ଦିବସ, ଆମର ଶିଖ ପରମ୍ପରା ପାଇଁ ଭାବନାରେ ପରିପୂର୍ଣ୍ଣ, କିନ୍ତୁ ଏହାଦ୍ୱାରା ଆକାଶ ଭଳି ଅନନ୍ତ ପ୍ରେରଣା ମଧ୍ୟ ଯୋଡ଼ି ହୋଇଛି । ‘ବୀର ବାଲ ଦିବସ’ ଆମକୁ ମନେ ପକାଇବ ଯେ ସାହସିକତାର ପରାକାଷ୍ଠା ସମୟରେ କମ୍ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ, ‘ବୀର ବାଲ ଦିବସ’ ଆମକୁ ମନେ ପକାଇବ ଯେ ଦଶ ଜଣ ଗୁରୁଙ୍କର ଅବଦାନକତା ଅଟେ! ‘ବୀର ବାଲ ଦିବସ’ ଆମକୁ କହିବ ଯେ ଭାରତ କ’ଣ? ଭାରତର ପରିଚୟ କ’ଣ! ପ୍ରତ୍ୟେକ ବର୍ଷ ବୀର ବାଲ ଦିବସର ଏହି ପୂଣ୍ୟ ଅବସର ଆମକୁ ନିଜର ଅତୀତକୁ ଚିହ୍ନିବା ପାଇଁ ଏବଂ ଆଗାମୀ ଭବିଷ୍ୟତର ନିର୍ମାଣ କରିବାକୁ ପ୍ରେରଣା ଦେବ । ଭାରତର ଯୁବଗୋଷ୍ଠୀଙ୍କର ସାମର୍ଥ୍ୟ କ’ଣ ଅଟେ, ଭାରତର ଯୁବ ପିଢ଼ି କିଭଳି ଅତୀତରେ ଦେଶର ସୁରକ୍ଷା କରିଛି, ଆମ ଯୁବପିଢ଼ି କିପରି ଭାରତର ମାନବିକତାର ଅନ୍ଧକାରୁ ବାହାର କରିଛି, ‘ବୀର ବାଲ ଦିବସ’ ଆଗାମୀ ଦଶନ୍ଧି ଏବଂ ଶତାବ୍ଦୀ ପାଇଁ ଘୋଷଣା କରିବ ।

ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ବୀର ବାଲ ଦିବସ’ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

December 26th, 12:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ବୀର ବାଲ ଦିବସ’ ନାମକ ଏକ ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଶହ ବାଲ କିର୍ତ୍ତନୀଙ୍କ ଦ୍ୱାରା ପ୍ରଦର୍ଶିତ ‘ଶବଦ୍ କିର୍ତ୍ତନ’ ରେ ଯୋଗ ଦେଇଥିଲେ। ଏହି ମହତ୍ବପୂର୍ଣ୍ଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପ୍ରାୟ ତିନି ହଜାର ପିଲାଙ୍କ ଦ୍ୱାରା ମାର୍ଚ୍ଚ-ପାଷ୍ଟକୁ ପତାକା ଦେଖାଇଥିଲେ।