ଏସୀୟ ପାରା କ୍ରୀଡା ୨୦୨୨ରେ ଭାରତକୁ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତମାନଙ୍କ ସହିତ ଭାବବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 01st, 07:00 pm
ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରିବାର ସୁଯୋଗକୁ ମୁଁ ଖୋଜି ଚାଲିଥାଏ ଆଉ ଅପେକ୍ଷା ମଧ୍ୟ କରିଥାଏ, କେତେବେଳେ ଦେଖା କରିବି, କେତେବେଳେ ଆପଣଙ୍କର ଅନୁଭବର କଥା ଶୁଣିବି, ଆଉ ମୁଁ ଦେଖିଛି ଯେ ପ୍ରତ୍ୟେକ ଥର ଆପଣ ନୂତନ ଉନ୍ମାଦନା ସହିତ ଆସନ୍ତି, ନୂତନ ଉତ୍ସାହର ସହିତ ଆସନ୍ତି । ଆଉ ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରୋତ୍ସାହନ ହୋଇ ଯାଇଥାଏ । ତେବେ ସର୍ବପ୍ରଥମେ ତ’ ମୁଁ ଆପଣ ସସସ୍ତଙ୍କ ଗହଣକୁ ଗୋଟିଏ ହିଁ କାର୍ଯ୍ୟ ପାଇଁ ଆସିଛି, ଆଉ ତାହା ହେଉଛି ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଇବା ପାଇଁ । ଆପଣମାନେ ଭାରତ ବାହାରେ ଥିଲେ, ଚୀନରେ ଖେଳୁଥିଲେ, କିନ୍ତୁ ବୋଧହୁଏ ଆପଣମାନଙ୍କୁ ଜଣା ନ ଥିବ, ମୁଁ ମଧ୍ୟ ଆପଣମାନଙ୍କ ସହିତ ଥିଲି । ମୁଁ ପ୍ରତ୍ୟେକ କ୍ଷଣରେ ଆପଣମାନଙ୍କର ପ୍ରତ୍ୟେକ ଗତିବିଧିକୁ, ଆପଣମାନଙ୍କର ପ୍ରୟାସକୁ, ଆପଣମାନଙ୍କର ଦୃଢ଼ ଇଚ୍ଛାଶକ୍ତିକୁ, ମୁଁ ଏଠାରେ ବସି, ବସିକରି ତାହାକୁ ହିଁ ମର୍ମେ ମର୍ମେ ଅନୁଭବ କରୁଥିଲି । ଆପଣ ସମସ୍ତେ ଯେଉଁଭଳି ଭାବେ ଦେଶର ସୁନାମ ବୃଦ୍ଧି କରିଛନ୍ତି, ତାହା ବାସ୍ତବରେ ହେଉଛି ବହୁତ ଅଦ୍ଭୂତପୂର୍ବ । ଆଉ ଏଥିପାଇଁ ଆପଣମାନଙ୍କୁ, ଆପଣମାନଙ୍କର ପ୍ରଶିକ୍ଷକଙ୍କୁ, ଆପଣମାନଙ୍କର ପରିବାରର ଲୋକମାନଙ୍କୁ ଯେତେ ଶୁଭେଚ୍ଛା ଜଣାଇଲେ ମଧ୍ୟ, ତାହା କମ୍ ହେବ । ଆଉ ମୁଁ ଏହି ଐତିହାସିକ ସଫଳତା ପାଇଁ ଆପଣ ସମସ୍ତଙ୍କୁ ଦେଶବାସୀଙ୍କ ତରଫରୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି, ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।ଏସୀୟ ପାରା ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ଦଳକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
November 01st, 04:55 pm
ଦିବ୍ୟାଙ୍ଗ କ୍ରୀଡାବିତ୍ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସର୍ବଦା ସେମାନଙ୍କୁ ଭେଟିବା ଏବଂ ସେମାନଙ୍କର ଅନୁଭୂତି ଶୁଣିବା ପାଇଁ ବହୁତ ଆଗ୍ରହୀ । ପ୍ରଧାନମନ୍ତ୍ରୀ କହିଥିଲେ, ଆପଣମାନେ ଯେତେବେଳେ ବି ଏଠାକୁ ଆସନ୍ତି, ନୂଆ ଆଶା ଏବଂ ନୂତନ ଉତ୍ସାହ ସାଙ୍ଗରେ ନେଇ ଆସିଥାନ୍ତି । ସେ କହିଥିଲେ ଯେ, ସେ କେବଳ ଗୋଟିଏ କଥା ପାଇଁ ଏଠାକୁ ଆସିଛନ୍ତି ଏବଂ ତାହା ହେଉଛି ଦିବ୍ୟାଙ୍ଗ କ୍ରୀଡାବିତ ମାନଙ୍କୁ ସେମାନଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇବା । ପାରା ଏସିଆନ୍ ଗେମ୍ସରେ ଘଟୁଥିବା ଘଟଣାକୁ ସେ କେବଳ ଅତି ନିକଟରୁ ଅନୁଧ୍ୟାନ କରୁନଥିଲେ, ବରଂ ଏହା ମାଧ୍ୟମରେ ମଧ୍ୟ ବଞ୍ଚୁଥିଲେ ବୋଲି ସେ କହିଥିଲେ । ସେ ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ସହ ସେମାନଙ୍କ ପ୍ରଶିକ୍ଷକ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଦେଶର ୧୪୦ କୋଟି ନାଗରିକ ମାନଙ୍କ ତରଫରୁ ଶ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିଥିବା ଆଥଲେଟମାନଙ୍କ ସହ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 10th, 06:25 pm
୧୯୫୧ ମସିହାରେ ଏହି ସ୍ଥାନରେ, ଏହି ଷ୍ଟାଡିୟମରେ ପ୍ରଥମ ଏସୀୟ କ୍ରୀଡ଼ା ଆୟୋଜନ ହେବା କେତେ ଆଶ୍ଚର୍ଯ୍ୟଜନକ ସୌଭାଗ୍ୟ। ଆଜି ଆପଣ ଯେଉଁ ସାହସ ଦେଖାଇଛନ୍ତି, ଯେଉଁ ପ୍ରୟାସ କରିଛନ୍ତି ଏବଂ ଯେଉଁ ଫଳାଫଳ ଆଣିଛନ୍ତି ସେଥିପାଇଁ ଦେଶର କୋଣ ଅନୁକୋଣରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି । ଆପଣ ଦିନରାତି ପରିଶ୍ରମ କରି ୧୦୦ ପଦକ ଅତିକ୍ରମ କରିଥିଲେ। ଏସୀୟ କ୍ରୀଡ଼ାରେ ଆପଣଙ୍କ ଭଳି ସମସ୍ତ ଆଥଲେଟମାନଙ୍କ ପ୍ରଦର୍ଶନ ଯୋଗୁଁ ସମଗ୍ର ଦେଶ ଗର୍ବ ଅନୁଭବ କରୁଛି।ଏସୀୟ କ୍ରୀଡ଼ା-୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
October 10th, 06:24 pm
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଖେଳାଳୀଙ୍କୁ ଦେଶର ପ୍ରତ୍ୟେକ ନାଗରିକଙ୍କ ତରଫରୁ ସ୍ୱାଗତ କରିଥିଲେ ଏବଂ ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଥିଲେ ଯେ, ଏସୀୟ କ୍ରୀଡ଼ାର ଉଦଘାଟନୀ ସଂସ୍କରଣ ୧୯୫୧ ମସିହାର ଏହି ଷ୍ଟାଡିୟମରେ ଆୟୋଜନ କରାଯାଇଥିଲା ଯାହାକି ଏକ ସଂଯୋଗର ବିଷୟ। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ, କ୍ରୀଡ଼ାବିତ୍ଙ୍କ ସାହସ ଓ ପ୍ରତିବଦ୍ଧତା ଦେଶର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚିବା ସହିତ ସବୁ ଦେଶବାସୀଙ୍କୁ ଆନନ୍ଦରେ ଅଧୀର କରି ଦେଇଛି। ୧୦୦ରୁ ଅଧିକ ପଦକ ଲକ୍ଷ୍ୟ ହାସଲ ପଛରେ ରହିଥିବା ପରିଶ୍ରମ ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାରା ଦେଶ ଏଥିରେ ଗୌରବାନ୍ୱିତ ହୋଇପଡ଼ିଛି। ସେ ମଧ୍ୟ ପ୍ରଶିକ୍ଷକ ଓ ତାଲିମଦାତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶାରୀରିକ ପ୍ରଶିକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ସବୁ କ୍ରୀଡ଼ାବିତଙ୍କ ମାତାପିତାଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ପରିବାରର ଅବଦାନ ଓ ବଳିଦାନକୁ ଉଲ୍ଲେଖ କରିଥିଲେ । ପ୍ରଶିକ୍ଷଣ କ୍ଷେତ୍ର ଠାରୁ ଆରମ୍ଭ କରି ପୋଡିୟମ ପର୍ଯ୍ୟନ୍ତ, ମାତାପିତାଙ୍କ ସହାୟତା ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।୧୦ ଅକ୍ଟୋବରରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
October 09th, 01:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଅକ୍ଟୋବର ୨୦୨୩ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ଏସୀୟ କ୍ରୀଡ଼ା ୨୦୨୨ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍ ମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବୋଧିତ କରିବେ ।ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ‘ଆଦି ମହୋତ୍ସବ’ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 16th, 10:31 am
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଅର୍ଜୁନ ମୁଣ୍ଡା ମହାଶୟ, ଫଗନ ସିଂହ କୁଲସ୍ତେ ମହାଶୟ, ଶ୍ରୀମତୀ ରେଣୁକା ସିଂହ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟା, ବିଶ୍ୱେଶ୍ୱର ଟୁଡୁ ମହାଶୟ, ଅନ୍ୟ ମହାନୁଭବ, ଏବଂ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା ମୋର ଆଦିବାସୀ ଭାଇ ଓ ଭଉଣୀମାନେ ! ଆପଣ ସମସ୍ତଙ୍କୁ ଆଦି ମହୋତ୍ସବର ବହୁତ-ବହୁତ ଶୁଭକାମନା ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଦି ମହୋତ୍ସବ ଉଦଘାଟିତ
February 16th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬.୦୨.୨୦୨୩) ବୃହତ ଜାତୀୟ ଜନଜାତି ମହୋତ୍ସବ ‘ଆଦି ମହୋତ୍ସବ’କୁ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଉଦଘାଟନ କରିଛନ୍ତି । ଜାତୀୟ ମଞ୍ଚରେ ଆଦିବାସୀ ସଂସ୍କୃତିର ପ୍ରଦର୍ଶନ ସହ ଏହାର ସଂସ୍କୃତି, ଚାରୁକଳା, ପାକ ପ୍ରସ୍ତୁତି ବାଣିଜ୍ୟ ଓ ପାରମ୍ପରିକ କଳା ସମ୍ପର୍କରେ ପ୍ରଚାର ପ୍ରସାର ହେଉଛି ‘ଆଦି ମହୋତ୍ସବ’ର ଲକ୍ଷ୍ୟ । ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଗତ ଆଦିବାସୀ ସମବାୟ ବିପ୍ପଣନ ବିକାଶ ମହାସଂଘ ଲିମିଟେଡ ପକ୍ଷରୁ ଏହ ପ୍ରତିବର୍ଷ ଆୟୋଜିତ ହେଉଛି ।16 ଫେବୃୟାରୀ ରେ ଦିଲ୍ଲୀର ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ଆଦି ମହୋତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
February 15th, 08:51 am
ପ୍ରଧାନମନ୍ତ୍ରୀ ଦେଶର ଆଦିବାସୀଙ୍କ କଲ୍ୟାଣ ପାଇଁ ସର୍ବଦା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ସହିତ ସେ ଦେଶର ଉନ୍ନତି ଏବଂ ବିକାଶରେ ଆଦିବାସୀ ଗୋଷ୍ଠୀର ଯୋଗଦାନକୁ ଉଚିତ୍ ସମ୍ମାନ ମଧ୍ୟ ଦେଇ ଆସୁଛନ୍ତି। ଜାତୀୟ ସ୍ତରରେ ଆଦିବାସୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ପ୍ରଚେଷ୍ଟା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 16 ଫେବୃୟାରୀ 2023 ରେ ସକାଳ 10.30 ଘ.ରେ ଦିଲ୍ଲୀ ସ୍ଥିତ ମେଜର ଧ୍ୟାନ ଚନ୍ଦ ରାଷ୍ଟ୍ରୀୟ ଷ୍ଟାଡିୟମରେ ‘‘ଆଦି ମହୋତ୍ସବ’’ ର ଉଦ୍ଘାଟନ କରିବେ।ଡିସେମ୍ବର ୨୬ରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ ଠାରେ ‘ବୀର ବାଲ ଦିବସ’ ଅବସରରେ ଏକ ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବେ ପ୍ରଧାନମନ୍ତ୍ରୀ
December 24th, 07:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୬, ୨୦୨୨ ମଧ୍ୟାହ୍ନ ୧୨.୩୦ରେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଠାରେ ‘ବୀର ବାଲ ଦିବସ’ ଅବସରରେ ଆୟୋଜିତ ଏକ ଐତିହାସିକ କାର୍ଯ୍ୟକ୍ରମରେ ଭାଗ ନେବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଶହ ବାଲ କୀର୍ତ୍ତନିଆଙ୍କ ଦ୍ୱାରା ପରିବେଷିତ ଶବଦ କୀର୍ତ୍ତନରେ ଭାଗ ନେବେ । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଠାରେ ପ୍ରାୟ ତିନି ହଜାର ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ ପାଷ୍ଟକୁ ପତାକା ହଲାଇ ଆରମ୍ଭ କରିବେ ।ଗୁଜରାଟରେ ଏକାଦଶ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
March 12th, 06:40 pm
ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମହାଶୟ, ସଂସଦରେ ମୋର ସାଥୀ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି. ଆର. ପାଟିଲ ମହାଶୟ, ଗୁଜରାଟ ସରକାରଙ୍କର କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭୀ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ହଂସମୁଖ ଭାଇ ପଟେଲ, ଶ୍ରୀ ନରହରୀ ଅମିନ ଏବଂ ଅହମ୍ମଦାବାଦର ମେୟର ଭାଇ ଶ୍ରୀ କିରିଟ କୁମାର ପରମାର ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଆସିଥିବା ମୋର ଯୁବ ବନ୍ଧୁଗଣ!ଏକାଦଶ କ୍ରୀଡା ମହାକୁମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ
March 12th, 06:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।ଉତ୍ତର ପ୍ରଦେଶର ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 02nd, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।ଉତ୍ତରପ୍ରଦେଶର ମିରଟ୍ଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
January 02nd, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୧.୨୦୨୨) ଉତ୍ତରପ୍ରଦେଶର ମିରଟଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରାୟ ସାତଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କ୍ରୀଡା ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ସହ ସିନ୍ଥେଟିକ୍ ହକି ଟ୍ରାକ, ଫୁଟବଲ, ବାସ୍କେଟବଲ, ଭଲିବଲ୍, ହ୍ୟାଣ୍ଡବଲ, କବାଡି ପଡିଆ, ଲନ୍ ଟେନିସ କୋର୍ଟ, ଜିମ୍ନାସିୟମ, ସିନ୍ଥେଟିକ ଦୌଡ ଷ୍ଟାଡିୟମ, ସନ୍ତରଣଗାର, ବହୁମୁଖୀ ପ୍ରେକ୍ଷାଳୟ ରହିଛି । ଏହାଛଡା ଏହି ବିଶ୍ୱବିଦ୍ୟାଳୟରେ ବନ୍ଧୁକଚାଳନା, ସ୍କ୍ୱାଶ୍, ଜିମ୍ନାଷ୍ଟିକ, ଭାରୋତ୍ତୋଳନ, ତୀରନ୍ଦାଜୀ, ଖୋଲା ଓ ପାଲଟଣା ଡଙ୍ଗା ଚାଳନା ଓ ଅନ୍ୟାନ୍ୟ ସୁବିଧାମାନ ରହିବ । ଏହି ବିଶ୍ୱବିଦ୍ୟାଳୟରେ ୫୪୦ଲେଖାଏଁ ପୁରୁଷ ଓ ମହିଳା କ୍ରୀଡାବିତ୍ ଏହିପରି ୧୦୮୦ଜଣଙ୍କୁ ତାଲିମ ଦେବାର ସାମର୍ଥ୍ୟ ରହିଛି ।୨ ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କ ମିରଟ ଗସ୍ତ କାର୍ଯ୍ୟକ୍ରମ
December 31st, 11:11 am
ପ୍ରଧାନମନ୍ତ୍ରୀ ୨ ଜାନୁଆରୀ ୨୦୨୨ରେ ମିରଟ ଗସ୍ତ କରିବେ ଏବଂ ସେଠାରେ ପ୍ରାୟ ଅପରାହ୍ନ ଗୋଟାଏ ବେଳେ ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିବେ । ଏହି ବିଶ୍ୱବିଦ୍ୟାଳୟ ମିରଟର ସାରଧନା ସହରର ସାଲୱା ଏବଂ କାଇଲି ଗ୍ରାମରେ ପ୍ରତିଷ୍ଠା କରାଯିବ । ଏଥିରେ ଆନୁମାନିକ ଖର୍ଚ୍ଚର ବଜେଟ୍ ୭୦୦ କୋଟି ଟଙ୍କା ରହିଛି ।ସର୍ଦ୍ଦାର ପଟେଲଙ୍କ 142ତମ ଜୟନ୍ତୀରେ ଆୟୋଜିତ ଏକତା ଦୌଡ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 31st, 07:30 am
ଆଜି ସମଗ୍ର ଦେଶରେ ସର୍ଦ୍ଦାର ସାହେବଙ୍କ ଜନ୍ମ ଜୟନ୍ତୀ ଅବସରରେ ଆସନ୍ତୁ ସ୍ମରଣ କରିବା ଯେ ଏହି ମହାପୁରୁଷ ଦେଶର ସ୍ୱାଧୀନତା ପାଇଁ କିପରି ଭାବେ ନିଜର ଜୀବନ ହରାଇଥିଲେ । ଏହି ମହାପୁରୁଷ ଜଣକ ସ୍ୱାଧୀନତା ପରର ସଂକଟ ସମୟରେ , ବିଖଣ୍ଡିତ ବାତାବରଣରେ ଆନ୍ତରିକ ସଂଘର୍ଷର ଚରମ ସୀମା ମଧ୍ୟରେ ନିଜର କୌଶଳ ଦ୍ୱାରା, ନିଜର ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା, ନିଜର ସର୍ବୋତମ ଭାରତ ଶକ୍ତି ଦ୍ୱାରା ଦେଶକୁ କେବଳ ସ୍ୱାଧୀନତା ସମୟରେ ସୃଷ୍ଟି ହୋଇଥିବା ସଂକଟରୁ ରକ୍ଷା କରିନଥିଲେ ବରଂ ସେ ଶହେରୁ ଉର୍ଦ୍ଧ୍ଵ ରାଜାରାଜୁଡା ଶାସନ ଅଂଚଳକୁ ଭାରତ ସହିତ ମିଶାଇଥିଲେ ଯେତବେଳେ କି ଇଂରେଜମାନଙ୍କର ଇଚ୍ଛା ଥିଲା ଯେ ସେମାନେ ଯିବା ପରେ ଦେଶ ବିଖଣ୍ଡିତ ହୋଇଯାଉ ।ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ;
October 31st, 07:28 am
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଶ୍ରୀ ଏମ॰ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ପଟେଲ ଚୌକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।