ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’
March 30th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜିର ଏହି ପବିତ୍ର ଦିନରେ ମୋତେ ଆପଣମାନଙ୍କ ସହ ମନର କଥା ହେବାକୁ ସୁଯୋଗ ମିଳିଛି । ଆଜି ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଚୈତ୍ର ନବରାତ୍ର ଆରମ୍ଭ ହେଉଛି । ଆଜିଠାରୁ ଭାରତୀୟ ନବବର୍ଷ ମଧ୍ୟ ଆରମ୍ଭ ହେଉଛି । ଏଥର ବିକ୍ରମ ସମ୍ବତ୍ସର ୨୦୮୨ ଆରମ୍ଭ ହେଉଛି । ବର୍ତ୍ତମାନ ମୋ ଆଗରେ ଆପଣମାନଙ୍କର ଅନେକ ଚିଠି ରହିଛି । କିଛି ବିହାରରୁ ଆସିଛି, କିଛି ପଶ୍ଚିମବଙ୍ଗରୁ, କିଛି ତାମିଲନାଡ଼ୁରୁ ଆସିଛି ତ ଆଉ କିଛି ଗୁଜରାଟରୁ । ଏସବୁରେ ଖୁବ ଆକର୍ଷକ ଢଙ୍ଗରେ ଲୋକେ ନିଜର ମନର କଥା ଲେଖି ପଠାଇଛନ୍ତି । ଅନେକ ଚିଠିରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ମଧ୍ୟ ରହିଛି । କିଛି ବାର୍ତ୍ତା ଆପଣମାନଙ୍କୁ ଶୁଣାଇବାକୁ ମୋର ଇଚ୍ଛା ହେଉଛି ।ଗୁଜରାଟର ବାତ୍ୟା ତାଉତେ କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ଦେଖିଲେ ପ୍ରଧାନମନ୍ତ୍ରୀ
May 19th, 04:38 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା 19.5.21) ବାତ୍ୟା ତାଉତେ ପ୍ରଭାବିତ ଗୁଜରାଟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଗୁଜରାଟର କ୍ଷତିଗ୍ରସ୍ତ (ଗିରି ସୋମନାଥ)ର ଉନା, (ଅମରେଲୀ)ର ଜାଫରବାଦ, ଭାବନଗରର ମହୁଆ ଓ ଡିଉ ପରିଦର୍ଶନ କରିଛନ୍ତି । ପରେ ପରେ ସେ ଗୁଜରାଟ ଓ ଡିଉରେ ଦିଆଯାଇଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା ଅହମ୍ମଦାବାଦଠାରେ କରିଥିଲେ ।